ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ରାଜ୍ୟ ଗୃହମନ୍ତ୍ରୀ ମାନଙ୍କର ‘ଚିନ୍ତନ ଶିବିର’ ଅବସରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
Posted On:
28 OCT 2022 6:33PM by PIB Bhubaneshwar
ନମସ୍କାର!
କେନ୍ଦ୍ର ମନ୍ତ୍ରୀମଣ୍ଡଳର ମୋର ସହଯୋଗୀ ଶ୍ରୀ ଅମିତ୍ ଶାହ, ଭିନ୍ନ ଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଗଣ, ଗୃହ ମନ୍ତ୍ରୀ ମହାଶୟ, ରାଜ୍ୟର ପୁଲିସ୍ ମହାନିର୍ଦ୍ଦେଶକ, ଗୃହ ମନ୍ତ୍ରଣାଳୟର ବରିଷ୍ଠ ପଦାଧିକାରୀଗଣ, ଅନ୍ୟ ସମସ୍ତ ମହାନୁଭବ, ଦେବୀ ଓ ସଜ୍ଜନଗଣ! ବର୍ତ୍ତମାନ ଦେଶରେ ଉତ୍ସବର ପରିବେଶ ରହିଛି। ଓନମ୍, ଇଦ୍, ଦଶହରା, ଦୁର୍ଗା ପୂଜା, ଦୀପାବଳି ସହିତ ଅନେକ ଉତ୍ସବ ଶାନ୍ତି ଓ ସୌହାର୍ଦ୍ଦ୍ୟ ସହିତ ଦେଶବାସୀ ପାଳନ କରୁଛନ୍ତି। ଏବେ ଛଠ୍ ପୂଜା ସମେତ ଆହୁରି ଅନେକ ଉତ୍ସବ ମଧ୍ୟ ପାଳନ କରାଯାଉଛି। ବିଭିନ୍ନ ଆହ୍ବାନ ଗୁଡ଼ିକ ମଧ୍ୟରେ ଏହି ଉତ୍ସବ ଦେଶର ଏକତାକୁ ସଶକ୍ତ କରିବା, ଆପଣଙ୍କର ପ୍ରସ୍ତୁତିର ମଧ୍ୟ ପ୍ରତିବିମ୍ବ ଅଟେ। ସମ୍ବିଧାନରେ ଯଦିଓ ଆଇନ ଶୃଙ୍ଖଳା ରାଜ୍ୟର ଦାୟୀତ୍ବ ତଥାପି ଦେଶର ଏକତା ଅଖଣ୍ଡତା ସହିତ ସେତିକି ମାତ୍ରାରେ ଜଡ଼ିତ। ସୁରଜକୁଣ୍ଡରେ ହେଉଥିବା ଗୃହମନ୍ତ୍ରୀମାନଙ୍କର ଚିନ୍ତନ ଶିବିର, କୋପରେଟିଭ୍ ଫେଡେରାଲିଜିମର ମଧ୍ୟ ଏକ ଉତ୍ତମ ଉଦାହରଣ ଅଟେ। ପ୍ରତି ରାଜ୍ୟ ଅନ୍ୟ ରାଜ୍ୟ ଠାରୁ କିଛି ନା କିଛି ଶିଖିବା ଆବଶ୍ୟକ, ପରସ୍ପର ଠାରୁ ପ୍ରେରଣା ନେବା ଆବଶ୍ୟକ, ଦେଶର ବିକାଶ ପାଇଁ ମିଳିମିଶି କାମ କରିବା ଉଚିତ୍। ଏହା ସମ୍ବିଧାନର ଭାବନା ଅଟେ ଏବଂ ଦେଶବାସୀଙ୍କ ପ୍ରତି ଆମର ଦାୟୀତ୍ବ ମଧ୍ୟ ଅଟେ।
ବନ୍ଧୁଗଣ,
ଆଜାଦିର ଅମୃତକାଳ ଆମର ନିକଟରେ ରହିଛି। ଆଗାମୀ 25 ବର୍ଷ ଦେଶରେ ଏକ ଅମୃତ ପୀଢ଼ିର ନିର୍ମାଣର ଅଟେ। ଏହି ଅମୃତ ପୀଢ଼ି, ପଞ୍ଚ ପ୍ରଣର ସଙ୍କଳ୍ପକୁ ଧାରଣ କରି ପ୍ରସ୍ତୁତ ହେବ। ବିକଶିତ ଭାରତର ନିର୍ମାଣ, ଗୁଲାମିର ପ୍ରତିଟି ଚିନ୍ତାଧାରାରୁ ମୁକ୍ତି, ଐତିହ୍ୟ ଉପରେ ଗର୍ବ, ଏକତା ଏବଂ ଏକଜୁଟତା ଏବଂ ସବୁଠାରୁ ପ୍ରମୁଖ ବିଷୟ ନାଗରିକ କର୍ତ୍ତବ୍ୟ, ଏହି ପଞ୍ଚ ପ୍ରାଣର ମହତ୍ତ୍ବ ଆପଣ ସଭିଏଁ ଭଲ ଭାବରେ ଜାଣିଛନ୍ତି, ବୁଝିଛନ୍ତି। ଏହା ଏକ ବିରାଟ ସଙ୍କଳ୍ପ ଅଟେ, ଯାହାକୁ କେବଳ ସମସ୍ତଙ୍କ ପ୍ରଚେଷ୍ଟା ବଳରେ ହିଁ ସମ୍ଭବ କରାଯାଇପାରିବ। ସଭିଙ୍କର ଉପାୟ ଭିନ୍ନ ଭିନ୍ନ ହୋଇପାରେ, ରାସ୍ତା, ଗୁରୁତ୍ବ ଅଲଗା ଅଲଗା ହୋଇପାରେ, କିନ୍ତୁ ଏହି ପଞ୍ଚ ପ୍ରଣ ଦେଶର ପ୍ରତିଟି ରାଜ୍ୟରେ ଆମର ଗଭର୍ଣ୍ଣାନ୍ସର ପ୍ରେରଣା ହେବା ଆବଶ୍ୟକ। ଯେତେବେଳେ ଏହା ସୁଶାସନର ମୂଳରେ ରହିବ, ସେତେବେଳେ ଭାରତର ସାମର୍ଥ୍ୟର ବିଶାଳ ସଂପ୍ରସାରଣ ହେବ। ଯେତେବେଳେ ଦେଶର ସାମର୍ଥ୍ୟ ବଢ଼ିବ ସେତେବେଳେ ଦେଶର ପ୍ରତି ନାଗରିକ, ପ୍ରତି ପରିବାରର ସାମର୍ଥ୍ୟ ମଧ୍ୟ ବଢ଼ିବ। ଏହା ତ ସୁଶାସନର ଉଦାହରଣ ଯାହାର ଲାଭ ଦେଶର ପ୍ରତିଟି ରାଜ୍ୟର ସମାଜକୁ ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ଅଟେ। ଏଥିରେ ଆପଣ ସଭିଙ୍କର ସବୁଠାରୁ ବଡ଼ ଭୂମିକା ରହିଛି।
ବନ୍ଧୁଗଣ,
ଏଠାରେ ଆପଣଙ୍କ ମଧ୍ୟରୁ ଅଧିକାଂଶ ରାଜ୍ୟକୁ ନେତୃତ୍ବ ପ୍ରଦାନ କରୁଛନ୍ତି, ବା କେବଳ ପ୍ରତ୍ୟକ୍ଷ ଭାବରେ ଆଇନ୍ ବ୍ୟବସ୍ଥାର ଦାୟୀତ୍ବ ନିର୍ବାହ କରୁଛନ୍ତି। ଆଇନ୍ ବ୍ୟବସ୍ଥାର ପ୍ରତ୍ୟକ୍ଷ ସମ୍ବନ୍ଧ ରାଜ୍ୟର ବିକାଶ ସହିତ ରହିଛି। ଏଥିପାଇଁ ରାଜ୍ୟରେ ବିକାଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ଆପଣ ସଭିଙ୍କ ନିଷ୍ପତ୍ତି ଏବଂ ନୀତି ତଥା ଆପଣଙ୍କର କାର୍ଯ୍ୟ ଏସବୁ ବହୁତ ଗୁରୁତ୍ବପୂର୍ଣ୍ଣ ଅଟେ।
ବନ୍ଧୁଗଣ,
ଆଇନ୍ ବ୍ୟବସ୍ଥାର ସମ୍ପୂର୍ଣ୍ଣ ପ୍ରଣାଳୀର ବିଶ୍ବସନୀୟ ହେବା, ଲୋକମାନଙ୍କ ମଧ୍ୟରେ ଏହାର ଧାରଣା କଣ ରହିଛି ତାହା ମଧ୍ୟ ସେତିକି ଗୁରୁତ୍ବପୂର୍ଣ୍ଣ ଅଟେ। ଆପଣ ଦେଖିଛନ୍ତି ଯେ ଯେତେବେଳେ ବି କୌଣସି ନ୍ୟାଚୁରାଲ୍ କାଲାମିଟି, ପ୍ରାକୃତିକ ବିପର୍ଯ୍ୟୟ ଦେଖାଯାଏ, ସେତେବେଳେ ଏନଡିଅରଏଫ୍ ଓ ଏସଡିଆରଏଫର ଏକ ସ୍ବତନ୍ତ୍ର ପରିଚୟ ରହିଛି। ତାଙ୍କର ୟୁନିଫର୍ମ ସହିତ ସେମାନେ ସଙ୍କଟ ସମୟରେ ପ୍ରଥମେ ପହଞ୍ଚି ଯାଇଥାନ୍ତି ଏବଂ ସେହି କାରଣରୁ ଦେଶବାସୀଙ୍କ ମନରେ ତାଙ୍କ ପ୍ରତି ଏକ ବିଶ୍ବାସ ସୃଷ୍ଟି ହୋଇଛି ଯେ ଯେତେବେଳେ ଏହି ଭାଇମାନେ ଆସିଯିବେ ସେତେବେଳେ ଆଉ କିଛି ସମସ୍ୟା ରହିବ ନାହିଁ। ସେ ଯାହା କହୁଛନ୍ତି ତାକୁ ମାନିବା ଆବଶ୍ୟକ। ଯଦି ଆମେ ତାଙ୍କ କଥା ମାନିବା ତେବେ ଆମର କମ୍ କ୍ଷତି ହେବ। ଏବଂ ଆପଣ ଦେଖନ୍ତୁ ଏନଡିଆରଏଫରେ କେଉଁମାନେ ଅଛନ୍ତି? ଏସଡିଆରଏଫ ରେ କେଉଁମାନେ ଅଛନ୍ତି? ସେମାନେ ଆପଣମାନଙ୍କର ହିଁ ସାଥୀ ଅଟନ୍ତି। ସୁରକ୍ଷାବଳର ଜବାନ୍ ମାନେ ହିଁ ରହିଛନ୍ତି। କିନ୍ତୁ ସମାଜରେ ତାଙ୍କ ପ୍ରତି ବହୁତ ଶ୍ରଦ୍ଧା ଓ ସମ୍ମାନ ରହିଛି। ବିପଦ ସମୟରେ ଯେତେବେଳେ ଏନଡିଆରଏଫ୍ ଓ ଏସଡିଆରଏଫର ଟିମ୍ ପହଞ୍ଚି ଯାଇଥାଏ, ସେତେବେଳେ ଲୋକମାନଙ୍କୁ ସନ୍ତୋଷତା ମିଳିଥାଏ ଯେ ଏବେ ଏକ୍ସପର୍ଟସ ଟିମ୍ ପହଞ୍ଚି ଯାଇଛି, ଏବେ ସେମାନେ ନିଜର କାମ ସୁଚାରୁ ଭାବରେ ସମ୍ପାଦନ କରିନେବେ।
ବନ୍ଧୁଗଣ,
ଅପରାଧଯୁକ୍ତ ଯେକୌଣସି ସ୍ଥାନରେ ଯେତେବେଳେ ପୁଲିସ୍ ପହଞ୍ଚି ଯାଏ, ଲୋକମାନଙ୍କ ମଧ୍ୟରେ ଏହି ଧାରଣା ସୃଷ୍ଟି ହୁଏ ଯେ ସରକାର ପହଞ୍ଚି ଯାଇଛନ୍ତି। କରୋନା ସମୟରେ ମଧ୍ୟ ଆମେ ଦେଖିଚୁ ଯେ କିପରି ପୁଲିସ୍ ନିଜର କାର୍ଯ୍ୟକୁ ସମ୍ପାଦନ କରିଛି। ପୁଲିସ କର୍ମୀମାନେ ଅସହାୟମାନଙ୍କୁ ସହାୟତା କରୁଥିଲେ, ଜରୁରୀ ସମ୍ବଳ ପ୍ରଦାନ କରୁଥିଲେ, ନିଜର ଜୀବନକୁ ଖାତିର ନକରି କାର୍ଯ୍ୟରେ ଲାଗିଥିଲେ। ଅର୍ଥାତ୍ କର୍ତ୍ତବ୍ୟପରାୟଣତାରେ କୌଣସି ଅଭାବ ନଥିଲା, ଏହା ଲୋକମାନଙ୍କ ମଧ୍ୟରେ ପୋଲିସମାନଙ୍କ ପ୍ରତି ଏକ ସକାରାତ୍ମକ ଭାବନା ସୃଷ୍ଟି କରିଥିଲା। ଏଥିପାଇଁ ପୋଲିସ ବଳକୁ ପ୍ରେରିତ କରିବା, ଏହା ପାଇଁ ଯୋଜନା କରିବା, ପ୍ରତ୍ୟେକ ଛୋଟ ବିଷୟ ଉପରେ କ୍ରମାଗତ ମାର୍ଗଦର୍ଶନ କରିବା, କିଛି ଭୁଲ୍ ଯଦି ହୁଏ ତେବେ ରୋକିବା ଏହା ଆମର ଏକ ଜୀବନ୍ତ ପ୍ରକ୍ରିୟା ହେବା ଆବଶ୍ୟକ। ଉପର ଠାରୁ ତଳ ସ୍ତର ପର୍ଯ୍ୟନ୍ତ ଏହାର ଅନୁପାଳନ କରାଯିବା ଆବଶ୍ୟକ।
ବନ୍ଧୁଗଣ,
ଆମକୁ ଆଉ ଗୋଟିଏ ବିଷୟ ବୁଝିବାକୁ ହେବ। ଏବେ ଆଇନ୍ ବ୍ୟବସ୍ଥା କୌଣସି ରାଜ୍ୟର ସୀମାରେ ସିମିତ ରହୁଥିବା ବ୍ୟବସ୍ଥା ଭାବରେ ରହି ନାହିଁ। ଏବେ ଅପରାଧ ଇଣ୍ଟର ଷ୍ଟେଟ୍ ଏବଂ ଇଣ୍ଟରନାସନାଲ୍ ହେଉଛି। ଅର୍ଥାତ୍ ଟେକନୋଲୋଜି ସହାୟତାରେ ଗୋଟିଏ ରାଜ୍ୟରେ ଥିବା ଅପରାଧୀ ଅନ୍ୟ ରାଜ୍ୟରେ ଭୟଙ୍କର ଅପରାଧ କରିବା ପାଇଁ କ୍ଷମତା ମଧ୍ୟ ରଖିଛନ୍ତି। ଦେଶର ସୀମା ବାହାରେ ଥିବା ଅପରାଧୀ ମଧ୍ୟ ଟେକ୍ନୋଲୋଜିର ସମ୍ପୂର୍ଣ୍ଣ ଭାବରେ ଦୁରୁପଯୋଗ କରୁଛନ୍ତି। ଏଥିପାଇଁ ପ୍ରତି ରାଜ୍ୟର ଏଜେନ୍ସିମାନଙ୍କୁ ସେମାନଙ୍କ ମଧ୍ୟରେ ସମନ୍ବୟ, କେନ୍ଦ୍ର ଓ ରାଜ୍ୟର ଏଜେନ୍ସିଙ୍କୁ ପରସ୍ପର ମଧ୍ୟରେ ସମନ୍ବୟ ସ୍ଥାପନ କରିବା ବହୁତ ଜରୁରୀ ଅଟେ। ଏବଂ ଏଥିପାଇଁ ଆପଣଙ୍କୁ ଜଣାଥିବ ମୁଁ ଡିଜିପି କନ୍ଫରେନ୍ସରେ କହିଥିଲି ଯେ ଦୁଇଟି ପାଖା ପାଖି ରାଜ୍ୟ ତଥା ଦୁଇଟି ପାଖା ପାଖି ଜିଲ୍ଲକୁ ନିୟମିତ ବ୍ୟବଧାନରେ ବସି ଉଭୟ ରାଜ୍ୟ କିମ୍ବା ଉଭୟ ଜିଲ୍ଲାର ସମସ୍ୟାର ଚିହ୍ନଟ କରିବା ଆବଶ୍ୟକ। ଏହା ସହିତ ଏହାର ସମାଧାନ ପାଇଁ ମିଳିମିଶି କାମ କରିବା ଉଚିତ୍। ଏହାଦ୍ବାରା ହିଁ ଶକ୍ତି ବୃଦ୍ଧି ହୋଇପାରିବ। ଅନେକ ଥର କେନ୍ଦ୍ରୀୟ ଏଜେନ୍ସିମାନଙ୍କୁ ଅନେକ ରାଜ୍ୟରେ ଏକ ସମୟରେ ଯାଞ୍ଚ କରିବାକୁ ହୋଇଥାଏ। ଅନ୍ୟ ଦେଶକୁ ମଧ୍ୟ ଯିବାକୁ ହୋଇଥାଏ। ଏଥିପାଇଁ ପ୍ରତି ରାଜ୍ୟର ଦାୟୀତ୍ବ ହେଉଛି ତାହା ରାଜ୍ୟ ଏଜେନ୍ସି ହେଉ ବା କେନ୍ଦ୍ରର ଏଜେନ୍ସି ହେଉ ବା ସମ୍ବନ୍ଧିତ ଆଉ କୌଣସି ରାଜ୍ୟରୁ ସମ୍ପର୍କରେ ଆସିଥାଉ। ସମସ୍ତ ଏଜେନ୍ସି ପରସ୍ପରକୁ ସମ୍ପୂର୍ଣ୍ଣ ସହଯୋଗ ଦେବା ଆବଶ୍ୟକ। କିଏ ବଡ଼, କିଏ ଛୋଟ, କାହାର ଅଧିକାର ରହିଛି ଏଥିରେ ବେଳେ ବେଳେ ଆମେ ଦେଖିଥାଉ ଯେ ସମୟ ସମୟରେ ଏଫଆଇଆର ରେଜିଷ୍ଟର ହୋଇନଥାଏ। କାହିଁକି ହୋଇ ନାହିଁ ଯଦି ପଚରାଯାଏ ତେବେ ଏହା ଜଣାଯାଉଛି ଯେ ସେହି ଜାଗାଟି ସେହି ଥାନାରେ ଆସୁଛି ବା ଏହି ଥାନାରେ। ଏହି ସମସ୍ୟା ଗୁଡ଼ିକ କେବଳ ପୁଲିସ୍ ଥାନା ମଧ୍ୟରେ ସୀମିତ ନୁହେଁ। ରାଜ୍ୟ ମଧ୍ୟରେ ମଧ୍ୟ ହୋଇଥାଏ। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବେଳେ ବେଳେ ହୋଇଥାଏ। ଭାରତ ଏବଂ ବିଦେଶର ବ୍ୟବସ୍ଥା ସହିତ ହୋଇ ଯାଇଥାଏ। ଏଥିପାଇଁ ଆମର ଦକ୍ଷତା ପାଇଁ ଆମର ଆଉଟକମ୍ ପାଇଁ ସାଧାରଣ ନାଗରିକଙ୍କୁ ସୁରକ୍ଷା ଦେବା ପାଇଁ ସମନ୍ବୟ, ସଙ୍କଳନ, ସହଯୋଗ ବହୁତ ଆବଶ୍ୟକ ଅଟେ। ଏବଂ ଏଥିପାଇଁ ଯେତେ ସଙ୍କଳନ ବଢ଼ିବ, ଆପଣଙ୍କ ରାଜ୍ୟର ମଧ୍ୟ କ୍ଷମତା ସେତେ ପରିମାଣରେ ବଢ଼ିବ।
ବନ୍ଧୁଗଣ,
ସାଇବର ଅପରାଧ ହେଉ ବା ଡ୍ରୋନ୍ ଟେକ୍ନୋଲୋଜିର ଅସ୍ତ୍ର କିମ୍ବା ଡ୍ରଗ୍ସ ତସ୍କରିରେ ଉପଯୋଗ, ଏଥିପାଇଁ ଆମେ ନୂତନ ଟେକ୍ନୋଲୋଜି ଉପରେ କାମ କରିବା ଜାରି ରଖିବାକୁ ହେବ। ଏବେ ଦେଖନ୍ତୁ ଆମେ 5ଜି ର ଯୁଗରେ ପ୍ରବେଶ କରିଛୁ। ଖୁବ୍ ଶୀଘ୍ର 5ଜି ଆରମ୍ଭ ହେବାକୁ ଯାଉଛି। ଏବେ 5ଜି ର ଯେତେ ଲାଭ ରହିଛି, ସେହି ମାତ୍ରାରେ ସଚେତନତାର ମଧ୍ୟ ଆବଶ୍ୟକତା ରହିଛି। 5ଜି ଦ୍ବାରା ଫେସିଆଲ୍ ରେକୋଗନିସନ ଟେକ୍ନୋଲୋଜି, ଅଟୋମେଟିକ୍ ନମ୍ବର ପ୍ଲେଟ୍ ରେକୋଗନିସନ ଟେକ୍ନୋଲୋଜି, ଡ୍ରେନ୍ସ ଏବଂ ସିସିଟିଭି ପରି ଟେକ୍ନୋଲୋଜିର ପର୍ଫରମାନ୍ସ ଅନେକ ଗୁଣାରେ ବଢ଼ି ଯାଇଛି। କିନ୍ତୁ ଆମେ ଯେତିକି ମାତ୍ରାରେ ଆଗକୁ ବଢ଼ିବା, କ୍ରାଇମ୍ କରୁଥିବା ଦୁନିଆଁ, ତାହାର ମଧ୍ୟ ଗ୍ଲୋବାଲାଇଜେସନ ହୋଇ ଯାଇଥିବ। ସେ ମଧ୍ୟ ଏଦିଗରେ ଆଗ୍ରହୀ ହୋଇ ଯାଇଥିବେ। ସେମାନେ ମଧ୍ୟ ଟେକ୍ନୋଲୋଜିରେ ଫରୱାର୍ଡ଼ ହୋଇ ଯାଇଛନ୍ତି। ଅର୍ଥାତ୍ ଆମକୁ ତାଙ୍କ ଠାରୁ ଦଶ ପାଦ ଆଗରେ ରହିବା ଆବଶ୍ୟକ। ଆମକୁ ଆମର ଆଇନ୍ ବ୍ୟବସ୍ଥାକୁ ମଧ୍ୟ ସ୍ମାର୍ଟ କରିବା ନିମନ୍ତେ ଏହି ଦିଗରେ ବହୁତ ନିଷ୍ଠାର ସହିତ କାମ କରିବା ଆବଶ୍ୟକ।
ବନ୍ଧୁଗଣ,
ମୋର ଆଗ୍ରହ ଏହା ମଧ୍ୟ ରହିଛି ଯେ ଟେକ୍ନୋଲୋଜିକୁ ଦୟାକରି ବଜେଟର ତରାଜୁରେ ମାପ କରନ୍ତୁ ନାହିଁ। ଏବଂ ମୋର ସମସ୍ତ ଆଦରଣୀୟ ମୁଖ୍ୟମନ୍ତ୍ରୀମାନଙ୍କୁ, ସମସ୍ତ ଆଦରଣୀୟ ଗୃହ ମନ୍ତ୍ରୀମାନଙ୍କୁ ଏହି ବିଷୟରେ ଏକ ଟିମ୍ କରି ସାରା ଦୁନିଆଁରେ କ୍ରିମିନାଲ୍ ୱାର୍ଲଡରେ କେଉଁ ଟେକ୍ନୋଲୋଜି ଆଗକୁ ବଢ଼ୁଛି , ଉପଲବ୍ଧ ଟେକ୍ନୋଲୋଜି ଆମର ଲୋକମାନଙ୍କୁ କିପରି ସୁରକ୍ଷା ଦେଇ ପାରିବ, ଏହା ଉପରେ ଗମ୍ଭୀରତା ସହିତ ଚିନ୍ତା କରିବା ଆବଶ୍ୟକ ଏବଂ ଏଥିରେ ଯେଉଁ ବଜେଟ୍ ଯିବ ତାହା ବାକି ହଜାର ହଜାର ଖର୍ଚ୍ଚକୁ ସୁରକ୍ଷା ଦେବାର କାରଣ ହୋଇପାରିବ। ଏବଂ ଏଥିପାଇଁ ଟେକନୋଲୋଜିର ଉନ୍ନତ ବ୍ୟବହାର ସମ୍ପୂର୍ଣ୍ଣ ପୁଲିସ୍ ପ୍ରଣାଳୀକୁ ମଜବୁତ୍ କରିବା ସହିତ ସାଧାରଣ ଲୋକମାନଙ୍କର ସୁରକ୍ଷା ଦେବାର ଏକ ବିଶ୍ବାସ ତଳ ସ୍ତର ପର୍ଯ୍ୟନ୍ତ ପହଞ୍ଚିପାରିବ। ଟେକ୍ନୋଲୋଜି ଅପରାଧ ନିରାକରଣରେ ମଧ୍ୟ ସହାୟତା କରିଥାଏ ଏବଂ ଅପରାଧ ଚିହ୍ନଟରେ ମଧ୍ୟ, କ୍ରାଇମ୍ ଇନଭେଷ୍ଟିଗେସନରେ ମଧ୍ୟ ବହୁତ ସହାୟତା କରିଥାଏ। ଆଜି ଦେଖନ୍ତୁ, କେତେ ଅପରାଧୀ ସିସିଟିଭି କାରଣରୁ ଧରା ପଡ଼ୁଛନ୍ତି। ସ୍ମାର୍ଟ ସିଟି ଅଭିଯାନ ଅନ୍ତର୍ଗତ ସହରରେ କରାଯାଇଥିବା ଆଧୁନିକ କମାଣ୍ଡ ଏବଂ କଣ୍ଟ୍ରୋଲ୍ ସିଷ୍ଟମରେ ମଧ୍ୟ ବହୁତ ସହାୟତା ମିଳିପାରୁଛି।
ବନ୍ଧୁଗଣ,
ଏହିପରି ଅନେକ ଟେକ୍ନୋଲୋଜିର ବିକାଶ ପାଇଁ କେନ୍ଦ୍ର ସରକାର ପୁଲିସ୍ ଟେକ୍ନୋଲୋଜି ମିଶନ ମଧ୍ୟ ଆରମ୍ଭ କରିଛନ୍ତି। ଅନେକ ରାଜ୍ୟ ମଧ୍ୟ ଏଥିରେ ନିଜର ସ୍ତରରେ କାମ କରୁଛନ୍ତି। କିନ୍ତୁ ଏହି ଅନୁଭବ ଆସୁଛି ଯେ ଆମର ଭିନ୍ନ ଭିନ୍ନ ପ୍ରୟୋଗ ରହିଥିବା କାରଣରୁ ଆମର ଟେକ୍ନୋଲୋଜି ପରସ୍ପର ସହିତ ଆଲୋଚନା କରୁ ନାହିଁ ଏବଂ ଏଥିପାଇଁ ଆମର ଶକ୍ତି ନଷ୍ଟ ହେଉଛି। ଯେଉଁ ସବୁ ସାମଗ୍ରୀ ରହିଛି ତାହା ସେହି ରାଜ୍ୟ ମଧ୍ୟରେ ସୀମିତ ରହୁଛି। ଆମକୁ କମନ୍ ପ୍ଲାଟଫର୍ମ ବିଷୟରେ ବଡ଼ ମନ ରଖି ଚିନ୍ତା କରିବାକୁ ପଡ଼ିବ। କାହାରି ପାଖରେ ଏକ ବହୁତ ଉତ୍ତମ ସାମଗ୍ରୀ ରହିଛି ତେବେ ଏହା ଭାବନ୍ତୁ ନାହିଁ ଯେ ମୋ ପାଖରେ ଥିବା ଜିନିଷକୁ ମୁଁ ଅନ୍ୟ କାହାରିକୁ ଦେବି ନାହିଁ, ମୁଁ ନିଜର କ୍ଷମତାକୁ ବଜାୟ ରଖିଛି, ଏପରି ଏକ ସମୟ ଆସିବ ଏତେ ଉତ୍ତମ ଟେକ୍ନୋଲୋଜି ଥିବା ସତ୍ତ୍ବେ ଏହା ଲୋକଙ୍କ କାମରେ ଲାଗିବ ନାହିଁ ତେବେ ଏହି ସୁବିଧାର କୌଣସି ଲାଭ ମିଳିବ ନାହିଁ। ଏବଂ ଏଥିପାଇଁ ଟେକ୍ନେଲୋଜିରେ ଭାରତର ବିଷୟରେ ଚିନ୍ତା କରିବା ଆମର ସମସ୍ତ ସର୍ବୋତ୍ତମ ଅଭ୍ୟାସ, ସର୍ବୋତ୍ତମ ଇନୋଭେସନ କମନ୍ ଲିଙ୍କ ଯୁକ୍ତ ହେବା ଆବଶ୍ୟକ, ଇଣ୍ଟର ଅପରେବଲ୍ ହେବା ଆବଶ୍ୟକ, ପରସ୍ପର ସହିତ କ୍ରମାଗତ ଭାବରେ ସରଳତାର ସହିତ ଆଲୋଚନା କରିପାରିବେ ଏପରି ବ୍ୟବସ୍ଥା ରହିବା ଆବଶ୍ୟକ।
ବନ୍ଧୁଗଣ,
ଆଜି ଫରେନ୍ସିକ୍ ସାଇନ୍ସର ମହାତ୍ମ୍ୟ ବୃଦ୍ଧି ପାଉଛି, ଏବଂ ତାହା କେବଳ ପୁଲିସ୍ ମାନଙ୍କ ମଧ୍ୟରେ ସୀମିତ ହୋଇ ରହି ନାହିଁ। ଲିଗାଲ୍ ଫ୍ରାଟରନିଟିକୁ ଫରେନ୍ସିକ୍ ସାଇନ୍ସକୁ ବୁଝିବାକୁ ହେବ, ଜୁଡିସିଆରିକୁ ଫରେନ୍ସିକ୍ ସାଇନ୍ସକୁ ବୁଝିବାକୁ ହେବ, ଏପରିକି ହସ୍ପିଟାଲକୁ ମଧ୍ୟ ଫରେନ୍ସିକ୍ ସାଇନ୍ସକୁ ବୁଝିବାକୁ ହେବ। ଏସଭିଙ୍କର ପ୍ରଚେଷ୍ଟାରେ ହିଁ ଫରେନ୍ସିକ୍ ସାଇନ୍ସର ଉପଯୋଗ କ୍ରାଇମ୍ ଏବଂ ଅପରାଧିଙ୍କୁ ଦଣ୍ଡ ପ୍ରଦାନ କରିବାରେ ବହୁତ ସହାୟତା କରିପାରିବ। କେବଳ ପୁଲିସ୍ ନିକଟରେ ଫରେନ୍ସିକ୍ ସାଇନ୍ସର କିଛି ବ୍ୟବସ୍ଥା ରହିଛି, ତାହା ପର୍ଯ୍ୟାପ୍ତ ନୁହେଁ। ଏବଂ ଏଥିପାଇଁ ପ୍ରତି ରାଜ୍ୟରେ ଆମକୁ ସଙ୍କଳିତ ଏବଂ ସନ୍ତୁଳିତ ବ୍ୟବସ୍ଥା ପ୍ରତି ରାଜ୍ୟକୁ ଗାନ୍ଧୀନଗର ସ୍ଥିତ ନ୍ୟାସନାଲ୍ ଫରେନ୍ସିକ୍ ସାଇନ୍ସ ୟୁନିଭର୍ସିଟିର କ୍ଷମତା ବଳରେ ଆଜି ବିଶ୍ବର 60-70 ଦେଶ ଫରେନ୍ସିକ୍ ସାଇନ୍ସ ୟୁନିଭର୍ସିଟିର ଲାଭ ଗ୍ରହଣ କରିପାରୁଛନ୍ତି। ଆମର ରାଜ୍ୟମାନଙ୍କୁ ମଧ୍ୟ ଏହାର ବ୍ୟାପକ ଲାଭ ନେବା ଆବଶ୍ୟକ। ଏହା ସମ୍ପୂର୍ଣ୍ଣ ଭାବରେ ଫ୍ୟୁଚରିଷ୍ଟିକ୍ ଟେକ୍ନୋଲୋଜି ପରିଚାଳିତ ବ୍ୟବସ୍ଥା ଅଟେ। ମାନବ ସମ୍ବଳ ବିକାଶର ମଧ୍ୟ ସେଠାରେ କାମ ରହିଛି, ନୂଆ ନୂଆ ଟେକ୍ନୋଲୋଜି ଟୁଲ୍ କରିବାର ମଧ୍ୟ କାମ ରହିଛି। ଏବଂ ବଡ଼ କଠିନ କେସକୁ ସମାଧାନ କରିବାରେ ମଧ୍ୟ ଲ୍ୟାବ୍ କାମ କରୁଛି। ମୁଁ ବୁଝୁଛି ଯେ ଏହି ବ୍ୟବସ୍ଥାର ଉପଯୋଗ ସମସ୍ତ ରାଜ୍ୟ ସକ୍ରିୟତା ସହିତ କିପରି କରିବେ?
ବନ୍ଧୁଗଣ,
ଆଇନ୍ ବ୍ୟବସ୍ଥାକୁ ବଜାୟ ରଖିବା ଏକ 24x7 ପ୍ରକ୍ରିୟା ଅଟେ। କିନ୍ତୁ ଯେକୌଣସି କାମରେ ଏହା ମଧ୍ୟ ଆବଶ୍ୟକ ଯେ ଆମେ ନିରନ୍ତର ପ୍ରକ୍ରିୟାରେ ସୁଧାର କରିବା ଆବଶ୍ୟକ, ତାହାକୁ ଆଧୁନିକ କରିବା ଆବଶ୍ୟକ। ଗତ ବର୍ଷରେ ଭାରତ ସରକାରଙ୍କ ସ୍ତରରେ ଆଇନ୍ ବ୍ୟବସ୍ଥା ସହିତ ସାମିଲ୍ ରିଫର୍ମସ୍ କରାଯାଇଛି, ସେମାନେ ସମ୍ପୂର୍ଣ୍ଣ ଦେଶରେ ଶାନ୍ତିର ବାତାବରଣ ସୃଷ୍ଟି କରିବାରେ ସହାୟତା କରିଛନ୍ତି। ଆପଣ ମଧ୍ୟ ଜାଣିଛନ୍ତି ଯେ ଭାରତର ବିବିଧତା, ଭାରତର ବିଶାଳତା କାରଣରୁ ଆମର ଲ ଏନଫୋର୍ସମେଣ୍ଟ ସିଷ୍ଟମ ଉପରେ କେତେ ଚାପ ରହିଛି। ଏଥିପାଇଁ ବହୁତ ଆବଶ୍ୟକ ଯେ ଆମର ଏହି ସିଷ୍ଟମ ସଠିକ୍ ଦିଗରେ ଶକ୍ତି ବିନିଯୋଗ କରିବ। ନଚେତ୍ ଆମେ ଦେଖିଛୁ ଯେ କେତେ ଅନାବଶ୍ୟକ କେସରେ ଛୋଟ ଛୋଟ ତ୍ରୁଟିର ଯାଞ୍ଚରେ ହିଁ ପୁଲିସ୍ ଡିପାର୍ଟମେଣ୍ଟର ଶକ୍ତି ଚାଲି ଯାଉଛି। ଏଥିପାଇଁ ଆମେ ବ୍ୟବସାୟ-କାରବାର ସହିତ ସମ୍ପର୍କିତ ଅନେକ ବ୍ୟବସ୍ଥାର ଏବେ ଡିକ୍ରିମିନାଲାଇଜ୍ କରି ଦେଇଛୁ, ତାହାକୁ ଅପରାଧ ଶ୍ରେଣୀରୁ ବାହାର କରିଦିଆଯାଇଛି। ଦେଢ଼ ହଜାରରୁ ଅଧିକ ପୁରୁଣା ଆଇନକୁ ସମାପ୍ତ କରି ଭବିଷ୍ୟତର ବହୁତ ବଡ଼ ବୋଝକୁ କମ୍ କରିଦିଆଯାଇଛି। ମୁଁ ତ ରାଜ୍ୟ ଗୁଡ଼ିକ ଠାରୁ ଏହା ମଧ୍ୟ ଆଶା କରିବି ଯେ ଆପଣ ମଧ୍ୟ ନିଜ ରାଜ୍ୟରେ ଆଇନର ମୂଲ୍ୟାୟନ କରିବା ଆବଶ୍ୟକ। ସ୍ବାଧୀନତା ପୂର୍ବରୁ ଯେତେ ସବୁ ଆଇନ୍ ରହିଛି, ସେଗୁଡ଼ିକୁ ବର୍ତ୍ତମାନ ଉପାୟର ସହିତ ପରିବର୍ତ୍ତନ ହେବା ଆବଶ୍ୟକ। ପ୍ରତି ଆଇନରେ କ୍ରିମିନାଲ୍ ଆଙ୍ଗେଲ ଏବଂ ନିର୍ଦ୍ଦୋଶ ନାଗରିକଙ୍କ ପାଇଁ ସମସ୍ୟା ସୃଷ୍ଟି କରିବା ସେପରି ସମୟ ଚାଲି ଯାଇଛି।
ବନ୍ଧୁଗଣ,
ସରକାର ଏବେ ଯେପରି ସ୍ବାମୀତ୍ବ ଯୋଜନା ଆଣିଛନ୍ତି। ଏହି ସ୍ବାମୀତ୍ବ ଯୋଜନା ଅନ୍ତର୍ଗତ ଦେଶର ଗ୍ରାମରେ ଡ୍ରୋନ୍ ଟେକ୍ନୋଲୋଜି ମାଧ୍ୟମରେ ପ୍ରପର୍ଟି କାର୍ଡ଼ ବିତରିତ କରାଯାଉଛି। ଏହା ମଧ୍ୟ ଜମିଜମା ସମ୍ପର୍କିୟ ବିବାଦକୁ କମ୍ କରିବ, ଗାଁ ଗାଁ ମଧ୍ୟରେ ଥିବା ଝଗଡ଼ା କମ୍ ହୋଇପାରିବ। ନଚେତ୍ ଗାଁରେ ସମସ୍ୟା ଅନେକ ସମୟରେ ଏକ ଫୁଟ୍ ଜମି କାରଣରୁ ହୋଇଥାଏ ଓ ବଡ଼ ବଡ଼ ଝଗଡ଼ା ସୃଷ୍ଟି ହୋଇଥାଏ।
ବନ୍ଧୁଗଣ,
ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ କରାଯାଇଥିବା ଏପରି ଅନେକ ପ୍ରଚେଷ୍ଟା ଦ୍ବାରା ଲ ଏନଫୋର୍ସମେଣ୍ଟ ଏଜେନ୍ସିଙ୍କୁ ମଧ୍ୟ ନିଜର ପ୍ରାଥମିକତା ନିର୍ଦ୍ଧାରିତ କରିବାରେ ବହୁତ ସହାୟତା ମିଳିପାରିବ। କିନ୍ତୁ ଆମେ ଯେତେବେଳେ ପୁରା କାନଭାସ୍ ଉପରେ ସାମଗ୍ରୀକୁ ରଖି ନିଜର କୌଶଳରେ ପରିବର୍ତ୍ତନ କରିବା ନାହିଁ, ଏବଂ 20-30-50 ବର୍ଷ ପୁରୁଣା ପଦ୍ଧତିକୁ ଧରି ଚାଲିବା ତେବେ ହୁଏତ ଏହି ବିଷୟ ଗୁଡ଼ିକର ଲାଭ ମିଳି ନପାରେ। ଗତ ବର୍ଷ ମାନଙ୍କରେ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଆଇନ୍ ମଧ୍ୟ ଆଇନ୍ ବ୍ୟବସ୍ଥାକୁ ମଜବୁତ୍ କରିଛି। ଆତଙ୍କବାଦ ହେଉ, ହାୱଲା ନେଟୱର୍କ ହେଉ, ଭ୍ରଷ୍ଟାଚାର ହେଉ, ଏହା ଉପରେ ଆଜି ଦେଶରେ ଅଭୁତପୂର୍ବ କଠୋରତା ଦେଖାଯାଉଛି। ଲୋକମାନଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି ହେଉଛି। ୟୁଏପିଏ ପରି ଆଇନ ଆତଙ୍କବାଦ ବିପକ୍ଷରେ ଏକ ନିର୍ଣ୍ଣାୟକ ଲଢ଼େଇରେ ବ୍ୟବସ୍ଥା ଗୁଡ଼ିକୁ ଶକ୍ତି ଦେଇଛନ୍ତି। ଅର୍ଥାତ ଗୋଟିଏ ପଟରେ ଆମେ ଦେଶର ଲ ଏନଫୋର୍ସମେଣ୍ଟ ସିଷ୍ଟମକୁ , ତାହାର କ୍ଷମତାକୁ ବଢ଼ାଉଛୁ, ଅନ୍ୟ ପକ୍ଷରେ ଏହା ଉପରେ ଅନାବଶ୍ୟକ ବୋଝକୁ ଯେପରି କମ୍ କରାଯାଇ ପାରିବ ତାହା ଉପରେ ଦୃଷ୍ଟି ଦିଆଯାଉଛି।
ବନ୍ଧୁଗଣ,
ଆଉ ଏକ ବିଷୟ ଆମର ଦେଶର ପୁଲିସ୍ ପାଇଁ ମହତ୍ତ୍ବପୂର୍ଣ୍ଣ ଅଟେ। ଯେପରି ଆଜି ଦେଶରେ ୱାନ୍ ନେସନ୍, ୱାନ୍ ରାସନ୍ କାର୍ଡ଼ ର ବ୍ୟବସ୍ଥା କରାଯାଇଛି, ସେହିପରି ୱାନ୍ ନେସନ ୱାନ୍ ମୋବିଲିଟି କାର୍ଡ଼ର ବ୍ୟବସ୍ଥା ହେଉଛି, ୱାନ୍ ନେସନ-ୱାନ୍ ଗ୍ରୀନ୍ ହୋଇଛି, ୱାନ୍ ନେସନ- ୱାନ୍ ସାଇନ୍ ଲାଙ୍ଗୁଏଜ୍ ହୋଇଛି, ସେହିପରି ପୁଲିସଙ୍କର ୟୁନିଫର୍ମକୁ ନେଇ ମଧ୍ୟ ଏପରି କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇପାରେ। ଆମର ରାଜ୍ୟ ଗୁଡ଼ିକ ମିଳିମିଶି ଏଥିରୁ ବହୁତ ଲାଭ ଉଠାଇପାରିବେ। ଗୋଟିଏ ପଟରେ କ୍ବାଲିଟି ସାମଗ୍ରୀ ଉତ୍ପାଦ ସୃଷ୍ଟି ହେବ, କାରଣ ଏହା ମାସ୍ ସ୍କେଲରେ ହେବ। କ୍ୟାପ୍ ଯଦି ହେବ ତେବେ କୋଟି କୋଟି କ୍ୟାପର ଆବଶ୍ୟକତା ହେବ। ବେଲ୍ଟ ଯଦି ଆବଶ୍ୟକ ହେବ ତେବେ କୋଟି କୋଟି ବେଲ୍ଟ ଆବଶ୍ୟକ ହେବ। ଏବଂ ଦେଶର କୌଣସି ନାଗରିକ ଯେକୌଣସି ସ୍ଥାନକୁ ଗଲେ ମଧ୍ୟ ସେ ଦେଖି ଜାଣିପାରିବ ଯେ ଏ ପୁଲିସ୍ କର୍ମଚାରୀ ଅଟନ୍ତି। ଏବେ ଯେପରି ପୋଷ୍ଟ ଅଫିସର ଡବା ଭାରତରେ ଯେକୌଣସି ସାକ୍ଷର ତଥା ନିରକ୍ଷର ଲୋକମାନେ ମଧ୍ୟ ସହଜରେ ଜାଣି ପାରିଥାନ୍ତି। ଅର୍ଥାତ ଏହା ମାଧ୍ୟମରେ ଚିଠିର ପ୍ରେରଣ ହୋଇଥାଏ। ଏହାର ଏକ ନିର୍ଦ୍ଦିଷ୍ଟ ପରିଚୟ ରହିଛି। ଆମ ପାଇଁ ମଧ୍ୟ ଆବଶ୍ୟକ ରହିଛି ଯେ ଆମର ଦେଶର ପୋଲିସ୍ କର୍ମୀମାନେ ଏକାଠି ମିଶି ଚିନ୍ତା କରିବେ, ତଥା ନିଜର ବିକାଶ କରିବା ପାଇଁ ଚେଷ୍ଟା କରିବେ। ଆପଣ ଦେଖିବେ ଏହା ଦ୍ବାରା ବହୁତ ବଡ଼ ଲାଭ ହେବ ଓ ସଭିଙ୍କୁ ଏହାର ଲାଭ ମିଳିପାରିବ। ୱାନ୍ ନେସନ୍ -ୱାନ୍ ପୋଲିସ୍ ୟୁନିଫର୍ମ, ଏହା ସେହି ରାଜ୍ୟର ଟ୍ୟାଗ୍ ହୋଇପାରେ, ସେହି ରାଜ୍ୟର ଏକ ନମ୍ବର ହୋଇପାରେ, କିନ୍ତୁ ପରିଚୟ କମନ୍ ହେବା ଆବଶ୍ୟକ। ଏହା ଉପରେ ଚିନ୍ତା କରନ୍ତୁ। ଏହାକୁ ମୁଁ ଏକ ବିଚାର ଭାବରେ ରଖୁଛି। ଏହାକୁ କେବଳ ଏକ ବିଚାର ଭାବରେ ମୁଁ ଆପଣଙ୍କ ନିକଟରେ ରଖୁଛି। ଏବଂ ଏହି ବିଚାର ଉପରେ ଆଲୋଚନା କରନ୍ତୁ। ଯଦି ଠିକ୍ ଲାଗିବ ତେବେ 5 ବର୍ଷ 50 ବର୍ଷ 100 ବର୍ଷ ପରେ ମଧ୍ୟ ଏହାର ଉପଯୋଗ ହୋଇପାରିବ ତେବେ ନିଶ୍ଚିତ କରନ୍ତୁ। ସେହିପରି ଭିନ୍ନ ଭିନ୍ନ ପୁଲିସ୍ ପାଇଁ ନୂଆ ନୂଆ ବିଭାଗ ଆରମ୍ଭ ହୋଇଛି। ଏହା ସହିତ ଦକ୍ଷତାର ମଧ୍ୟ ବିକାଶ ହୋଇଛି। ଏବେ ସାରା ବିଶ୍ବରେ ଟୁରିଜିମର ଏକ ବଡ଼ ମାର୍କେଟ୍ ରହିଛି। ବିଶ୍ବରେ ବହୁତ ବଡ଼ ମାତ୍ରାରେ ଟୁରିଷ୍ଟ ଭାରତ ଏବେ ଆସୁଛନ୍ତି। ଆଜି ବିଶ୍ବର ଅନେକ ଦେଶ ଯେଉଁମାନେ ପର୍ଯ୍ୟଟନ କ୍ଷେତ୍ରରେ ବହୁତ ଆଗରେ ରହିଛନ୍ତି। ସେଠାରେ ଟୁରିଜିମ୍ ପାଇଁ କାମ କରୁଥିବା ପୁଲିସ୍ ସୃଷ୍ଟି କରାଯାଇଥାଏ। ତାଙ୍କୁ ଭିନ୍ନ ଭାବରେ ତାଲିମ୍ ପ୍ରଦାନ କରାଯାଇଥାଏ। ତାଙ୍କର ଭାଷାରେ ମଧ୍ୟ ଏହା ଶିଖା ଯାଇଥାଏ। ତାଙ୍କର ବ୍ୟବହାର ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହୋଇ ଯାଇଥାଏ। ଏବଂ ଯାତ୍ରୀମାନଙ୍କୁ ମଧ୍ୟ ବିଦେଶର ଟୁରିଷ୍ଟ ମାନେ ମଧ୍ୟ ଜାଣିଥାନ୍ତି ଯେ କୌଣସି ପ୍ରକାର ସହାୟତା ପାଇଁ ପୁଲିସର ବ୍ୟବସ୍ଥା ରହିଛି ଏବଂ ପୋଲିସ୍ ରହିଥିବା କାରଣରୁ ପୋଲିସ୍ ଏନଫୋର୍ସମେଣ୍ଟ ଯେଉଁ ଇନଷ୍ଟିଚ୍ୟୁଟ ରହିଛି ତାହା ଦ୍ବାରା ମଧ୍ୟ ବହୁତ ସହଜରେ ସଙ୍କଳନ କରାଯାଇ ପାରିଥାଏ। କେତେବେଳେ ନା କେତେବେଳେ ଆମର ଦେଶରେ ଏପରି ସୁବିଧାର ଦକ୍ଷତାକୁ ବିକାଶ କରିବାକୁ ପଡ଼ିବ ଯଦ୍ବାରା ଭାରତ ପର୍ଯ୍ୟଟନ ପାଇଁ ସାରା ବିଶ୍ବରୁ ଆସୁଥିବା ଲୋକମାନଙ୍କୁ ଓ ଏକ ପୁଞ୍ଜି ନିବେଶ ପାଇଁ ଆସୁଥିବା ଦିଗ ଉପରେ ଏହା ବହୁତ ସହାୟତା ପ୍ରଦାନ କରିବ। ଟୁରିଷ୍ଟ ତୁରନ୍ତ ଆପଣଙ୍କର ଆମ୍ବାସଡର ହୋଇ ଯାଇଥାନ୍ତି। ସାରା ଦୁନିଆଁରେ ଉଭୟ ଭଲ ଓ ଖରାପ ଦିଗ ରହିଛି। ଯେଉଁମାନେ ପୁଞ୍ଜି ନିବେଶ କରିଥାନ୍ତି ତାଙ୍କୁ ଏହି କାମରେ ବହୁତ ସମୟ ଲାଗି ଯାଇଥାଏ ଓ ଭୁଲ୍ ନିଷ୍ପତ୍ତିର ଚିନ୍ତା ରହିଥାଏ। କିନ୍ତୁ ଟୁରିଷ୍ଟ ତ ଦୁଇ ଦିନରେ ହିଁ ଖବର ପହଞ୍ଚାଇ ଦେଇଥାଏ ଏବଂ ଜଣାଇ ଦେଇଥାଏ ଯେ ସ୍ଥାନରେ କିପରି ଅବସ୍ଥା ରହିଛି। ଏବଂ ଏଥିପାଇଁ ଭାରତରେ ମଧ୍ୟ ମିଡିଲ୍ କ୍ଲାସର ବଲ୍କ ଏତେ ପରିମାଣରେ ବୃଦ୍ଧି ହେଉଛି। ଏହା ସହିତ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ବହୁତ ପରିବର୍ତ୍ତନ ଆସୁଛି। ଏବେ ଟୁରିଜିମ୍ ଏବଂ ଟ୍ରାଫିକ୍ ପାଇଁ ନୂତନ ସମସ୍ୟା ଦେଖା ଯାଉଛି। ଏବେ ଆମେ ଆଡ୍ଭାନ୍ସରେ ଚିନ୍ତା କରିବୁ ନାହିଁ, ଅଲ୍ଟରନେଟ ଚିନ୍ତା କରିବୁ ନାହିଁ। ଉପଯୁକ୍ତ ପର୍ଯ୍ୟଟନ ବ୍ୟବସ୍ଥା ଆମ ଦେଶରେ ଅନେକ ସକାରାତ୍ମକ ପରିବର୍ତ୍ତନ ଆଣିପାରିବ। ଯେଉଁ ଲୋକଙ୍କୁ ସିମଲା ଯିବାକୁ ଥିବ ସେ ଶିମଲା ହିଁ ଯିବ। ନୈନିତାଲ୍ ଯିବାକୁ ଥିବା ଲୋକ ନୈନିତାଲ୍ ହିଁ ଯିବ, ଶ୍ରୀନଗରକୁ ଚାହୁଁଥିବା ଲୋକ ଶ୍ରୀନଗର ହିଁ ଯିବ, ଗୁଲମାର୍ଗ ପାଇଁ ଇଚ୍ଛୁକ ଥିବା ବ୍ୟକ୍ତି ଗୁଲମର୍ଗ ହିଁ ଯିବ। ଆମକୁ ଆମର ବ୍ୟବସ୍ଥା ଗୁଡ଼ିକୁ ବିକଶିତ କରିବାକୁ ହେବ।
ବନ୍ଧୁଗଣ,
ଆମେ ଦେଖିଛୁ ଯେ କରେନା ସମୟରେ ଯେତେବେଳେ ପୁଲିସ୍ କରୋନା ସମୟରେ ଯେତେବେଳେ ପୁଲିସ୍ ର ଲେକାମାନେ ନିଜର କ୍ଷେତ୍ରର ଲୋକମାନଙ୍କୁ ଫୋନ୍ କରି ପଚାରୁଥିଲେ ଏବଂ ବିଶେଷ କରି ମୁଁ ରାସ୍ତାରେ ଦେଖିଛି କିଛି ସହରରେ ସିନିୟର ସିଟିଜେନ୍ ଙ୍କ ପାଇଁ ପୁଲିସ୍ ରେ ଯେଉଁ ବରିଷ୍ଠ ଲୋକମାନେ ରହିଛନ୍ତି, ଯେଉଁମାନଙ୍କୁ ଅଧିକ କାମ କରାଇବା ତାଙ୍କ ପାଇଁ ଅତ୍ୟାଚାର ଅଟେ। ସେମାନେ ନିଜ ଇଚ୍ଛାରେ ଏହି କାମକୁ ଗ୍ରହଣ କରିଛନ୍ତି। ଏବଂ ସେମାନେ ସିନିୟର ସିଟିଜେନମାନଙ୍କୁ କ୍ରମାଗତ ଭାବରେ ଦେଖାଶୁଣା କରୁଥିଲେ ଏବଂ ସେମାନଙ୍କ ପାଇଁ ଉପଯୁକ୍ତ ଭାବରେ ଯତ୍ନବାନ ରହିଥିଲେ। ସେମାନଙ୍କର ଏହି କାର୍ଯ୍ୟ ହେତୁ ନାଗରିକମାନଙ୍କ ମନରେ ଆତ୍ମବିଶ୍ବାସ ବୃଦ୍ଧି ହୋଇଛି। ସେମାନେ ଗୋଟିଏ ଭାବରେ ଆପଣଙ୍କର ଶକ୍ତି ହୋଇ ଯାଆନ୍ତି। ଏହି ବିଷୟକୁ ଆମେ ଯେତେ ଅଧିକ ଉପଯୋଗ କରିପାରିବା, ପ୍ରଫେସନାଲ୍ ଭାବରେ କରି ପାରିବା ଓ ସମ୍ପୂର୍ଣ୍ଣ ଭାବରେ ନିଷ୍ଠାର ସହିତ, ସମ୍ବେଦନଶୀଳତାର ସହିତ କରିବା, ଆପଣ ଦେଖିବେ ସମାଜରେ ସେତେ ଅଧିକ ସକାରାତ୍ମକ ପରିବର୍ତ୍ତନ ହୋଇପାରିବ। ଆପଣ ଦେଖନ୍ତୁ ସାମାଜିକ ଜୀବନରେ ଯଦି ଏହି ଫୋନ ଆପଣଙ୍କୁ ସପ୍ତାହରେ ଯଦି ଥରେ କୌରସି ସିନିୟର ସିଟିଜେନଙ୍କୁ ଯାଏ ତେବେ ସେ ମାସ ସାରା ସାରା ଦୁନିଆଁକୁ କହିଥାନ୍ତି ଯେ ଭାଇ ପୁଲିସ ଥାନାରୁ ବିଲକୁଲ୍ ଫୋନ୍ ଆସି ଯାଉଛି, ପ୍ରତି ବୁଧବାର ଦିନ ପଚାରୁଛନ୍ତି ଯେ ମୋର କୌଣସି ସମସ୍ୟା ତ ନାହିଁ, ଏହି ସବୁ ବିଷୟ ଗୁଡ଼ିକର ବହୁତ ବଡ଼ ଶକ୍ତି ରହିଛି। ଯେଉଁ ଧାରଣାର ଲଢ଼େଇ ରହିଛି, ଏହା ଆପଣଙ୍କ ଧାରଣା ସୃଷ୍ଟିକାରୀ ଲୋକ ଅଟନ୍ତି। ଆମକୁ ଆଉ ଏକ କାମ ପାଇଁ ସତର୍କ ରହିବାକୁ ପଡ଼ିବ। ଟେକ୍ନୋଲୋଜିକାଲ୍ ଇଣ୍ଟେଲିଜେନ୍ସ ଏହାର ନିଜର ଏକ ଶକ୍ତି ରହିଛି ଏହାର ଉପଯୋଗ ଦ୍ବାରା। କିନ୍ତୁ ଆମେ ହ୍ୟୁମାନ୍ ଇଣ୍ଟେଲିଜେନ୍ସକୁ ଏଡ଼ାଇ ପାରିବା ନାହିଁ। ଏହି ବିଦ୍ୟାକୁ ପୁଲିସ୍ ଡିପାର୍ଟମେଣ୍ଟ ଆଜି ଠାରୁ ଶହେ ବର୍ଷ, ତଥା କେତେ ମଧ୍ୟ ଟେକନୋଲୋଜିରେ ପରିବର୍ତ୍ତନ ହେଉ, 100 ବର୍ଷ ପରେ ମଧ୍ୟ ଏହାର ଆବଶ୍ୟକତା ପଡ଼ିବ। ଏହି ଇନଷ୍ଟିଚ୍ୟୁଟକୁ ଯେତେ ଶକ୍ତିଶାଳୀ କରିପାରିବେ କରନ୍ତୁ। ଏଥିରେ ଯେଉଁ ସାମର୍ଥ୍ୟ ରହିଛି, ତାହାର ଯେଉଁ ଗୁରୁତ୍ବପୂର୍ଣ୍ଣ ବିଷୟ ରହିଛି ଏବଂ ଆଲୋଚନା ମାଧ୍ୟମର ଯାହା ଜଣା ଯାଇଥାଏ ସେଥିରେ ବହୁତ ବଡ଼ ଶକ୍ତି ରହିଛି। ଏବଂ ଯଦି ଉଭୟ କ୍ଷେତ୍ରରେ ଶକ୍ତି ରହିଛି ତେବେ ଆପଣଙ୍କ ବିଷୟକୁ ବହୁତ ସହଜରେ କଳ୍ପନା କରିପାରିବେ ଯେ ଭାଇ ଏହି ସମ୍ଭାବନା ରହିଛି, ଦଶ ଦିନ ପରେ ଏହି ସମ୍ଭାବନା ଦେଖା ଯାଇଥାଏ, ଏହା ଚାଲୁ ରହିଛି, ଚାଲ ଆମେ ଦେଖିବା, ଏଠାରେ କିଛି ଳୋକ ଆସନ୍ତି, ଯାଆନ୍ତି, ଯାହା ସବୁ ହୋଇଥାଏ ସେ ବିଷୟରେ ତୁରନ୍ତ ସୂଚନା ମିଳି ଯାଇତାଏ। ଆଉ ମୁଁ ଭାବୁଛି, ଏହି କାରଣରୁ ଆମର ବ୍ୟବସ୍ଥା ବହୁତ ଦକ୍ଷ ହୋଇଯିବ। ଯାହାକି 50 ଥର କ୍ରାଇମ କରୁଥିବା ବ୍ୟକ୍ତିଙ୍କୁ ଚିନ୍ତା କରିବା ପାଇଁ ବାଧ୍ୟ କରିବ।
ବନ୍ଧୁଗଣ,
ଆମେ ଆଉ ଏକ ବିଷୟକୁ ମଧ୍ୟ ବୁଝୁଛୁ। ଆଜି ବିଶ୍ବ ସ୍ତରରେ ଭାରତ ଯେଉଁ ଗତିରେ ଆଗକୁ ବଢ଼ୁଛି, ସେହି ଗତିରେ ଭାରତରେ ଆହ୍ବାନର ମାତ୍ରା ମଧ୍ୟ ବୃଦ୍ଧି ପାଇବାକୁ ଯାଉଛି। ପୂର୍ବରୁ ଉପେକ୍ଷାର ଭାବନା ରହିଥିଲା, ଏହାପରେ ଟିକେ ଉପହାସ କରିବାର ଭାବନା ସୃଷ୍ଟି ହେଲା। ତଥାପି ଆପଣ ଆଗକୁ ବଢ଼ି ଚାଲିଲେ। ଏହାପରେ ଟିକେ ପ୍ରତିଯୋଗୀତାର ଭାବନା ଜାତ ହେହଲା, ପ୍ରତିଯୋଗୀତାମୂଳକ ପରିବେଶ ସୃଷ୍ଟି ହେଲା। ତଥାପି ମଧ୍ୟ ଆଗକୁ ଆମେ ବଢ଼ି ଚାଲିଲୁ। ଏହାପରେ ଶତ୍ରୁତା ସୃଷ୍ଟି ହେଲା। ବିଶ୍ବର ବହୁତ ଶକ୍ତି ରହିଛନ୍ତି ଯେଉଁମାନେ ଚାହାନ୍ତି ନାହିଁ ତାଙ୍କ ଦେଶ ତୁଳନାରେ ଭାରତ ଶକ୍ତିଶାଳୀ ହେଉ। ତାଙ୍କର କୌଣସି କ୍ଷେତ୍ରରେ ଦକ୍ଷତା ଅଧିକ ବୃଦ୍ଧି ହେଉ। କୌଣସି ଉତ୍ପାଦରେ ସେମାନେ ଅଧିକ ଉନ୍ନତ ହୋଇ ଯାଆନ୍ତୁ। ଯଦି କୌଣସି ଉତ୍ପାଦରେ ଭାରତ ସଫଳତା ହାସଲ କରିଦିଏ ତେବେ ଏହି ବଜାରକୁ ଅଧିକାର କରିନେବ। ଭାରତ ବହୁତ ବଡ଼ ବଜାର ଅଟେ। ଭାରତ ଯଦି ନିଜେ ଏହା ପ୍ରସ୍ତୁତ କରିବ ତେବେ ଆମ ସାମଗ୍ରୀ କୁଆଡ଼େ ଯିବ। ଅନେକ ପ୍ରକାର ଆହ୍ବାନ ଭବିଷ୍ୟତରେ ଦେଖା ଯିବାକୁ ରହିଛି ଏବଂ ଏହି ଆହ୍ବାନ ଶତ୍ରୁତାରେ ରୂପାନ୍ତରିତ ହେବାକୁ ସମୟ ଲାଗିବ ନାହିଁ। ଏବଂ ଏଥିପାଇଁ ଆମେ ଆମର ଏହିସବୁ ଆହ୍ବାନକୁ ବୁଝୁଛୁ ଏବଂ ଏଥିପାଇଁ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ। ମନୁଷ୍ୟର ସ୍ବଭାବ ଏପରି ଅଟେ। ଏଠାରେ ମଧ୍ୟ ଦୁଇ ଜଣ ଅଫିସର ଥିବେ ଯେଉଁମାନେ ଚିନ୍ତା କରୁଥିବେ ଭବିଷ୍ୟତରେ ତାଙ୍କର ପ୍ରମୋଶନ ହୋଇଯିବ, ମୁଁ ତ ରହିଯିବି। ତେଣୁ ତାଙ୍କ ପାଇଁ 10 ବର୍ଷ ପୂର୍ବରୁ ପ୍ରତିଯୋଗୀତା ଆରମ୍ଭ ହୋଇ ଯାଇଥାଏ। ଏହା ପ୍ରାୟ ସବୁ ସ୍ଥାନରେ ଦେଖାଯାଏ। ଏବଂ ଏଥିପାଇଁ ମୁଁ କହୁଛି ଆମେ ଟିକେ ଭବିଷ୍ୟତ ବିଷୟରେ ଚିନ୍ତା କରି ଆମର ସାମର୍ଥ୍ୟକୁ ସୁରକ୍ଷିତ ପରିବେଶ, ଉପଯୁକ୍ତ ମେସେଜିଂ ଏଥିପାଇଁ ଆବଶ୍ୟକିୟ ବଷୟ ଯାହା ପୂର୍ବର ଆଇନ୍ ଓ ଶୃଙ୍ଖଳା ଏବଂ ଆଜିର ଆହ୍ବାନରେ ବହୁତ ବଡ଼ ପାର୍ଥକ୍ୟ ସୃଷ୍ଟି ହେବାକୁ ଯାଉଛି। ପୂର୍ବ ବିଷୟକୁ ତ ବଜାୟ ରଖିବାକୁ ପଡ଼ିବ ଏବଂ ନୂଆ ଆହ୍ବାନ ପାଇଁ ଆମକୁ ପ୍ରସ୍ତୁତ ହେବାକୁ ମଧ୍ୟ ପଡ଼ିବ। ଆମ ଦେଶ ବିପକ୍ଷରେ ସୃଷ୍ଟି ହେଉଥିବା ଶକ୍ତି ପ୍ରତି ସତର୍କ ରହିବାକୁ ପଡ଼ିବ। ଯେଉଁ ଭଳି ପ୍ରତି ବିଷୟର ବ୍ୟବହାର କରାଯାଉଛି ସେହିପରି ସାଧାରଣ ନାଗରିକ ସୁରକ୍ଷା ପାଇଁ ଆଇନ୍ କୁ ପାଳନ କରୁଥିବା ନାଗରିକଙ୍କ ଅଧିକ ପାଇଁ ଏପରି କୌଣସି ନକାରାତ୍ମକ ଶକ୍ତି ବିପକ୍ଷରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଆମର ଦାୟୀତ୍ବ ଅଟେ। ସର୍ବଦା ଉଦାରତାରେ ସୁଫଳ ମିଳିନଥାଏ। କାରଣ ପରିଶେଷରେ ଯେଉଁମାନେ ଲ ଆବାଇଡିଂ ନାଗରିକ ରହିଛନ୍ତି, ଯେଉଁମାନେ ଆଇନର ପାଳନ କରନ୍ତି, ସେମାନେ କେଉଁଆଡ଼େ ଯିବେ। ଆମର କାମ ହେଉଛି ଏପରି 99 ପ୍ରତିଶତ ନାଗରିକ ସେମାନେ ଅଟନ୍ତି ଯେଉଁମାନେ ଆଇନର ଅନୁପାଳନ କରୁଛନ୍ତି। ଆମକୁ ସେହି 99 ପ୍ରତିଶତକୁ ବିଶ୍ବାସ ଦେବା ପାଇଁ ସେହି 1 ପ୍ରତିଶତଙ୍କୁ ଟିକେ ମଧ୍ୟ ଉଦାରତା ପ୍ରଦର୍ଶନ କରିବାର ଆବଶ୍ୟକତା ନାହିଁ।
ବନ୍ଧୁଗଣ,
ସୋସିଆଲ୍ ମିଡିଆର ଶକ୍ତିକୁ ଆମେ କମ୍ ବୋଲି ବିବେଚନା କରିବା ଉଚିତ୍ ନୁହେଁ। ଏଥିରେ ମାତ୍ର ଗୋଟିଏ ଛୋଟ ଫେକ୍ ନ୍ୟୁଜ ସାରା ଦେଶରେ ବଡ଼ ବିଶୃଙ୍ଖଳା ସୃଷ୍ଟି କରିପାରେ। ଆମେ ଜାଣିଛୁ ଯେ ଆରକ୍ଷଣର ଏପରି ମିଥ୍ୟା ଖବର ପ୍ରସାର କରାଗଲା, ଫେକ୍ ନ୍ୟୁଜ ବ୍ୟାପିଗଲା, ଯେଉଁ କାରଣରୁ ଦେଶକୁ ବହୁତ କ୍ଷୟକ୍ଷତି ଭୋଗିବାକୁ ପଡ଼ିଥିଲା। 6-8 ଘଣ୍ଟା ପରେ ଯେତେବେଳେ ଜଣା ଗଲା ସବୁ କିଛି ଶାନ୍ତ ହୋଇଗଲା। କିନ୍ତୁ ସେତେବେଳକୁ ବହୁତ କ୍ଷୟକ୍ଷତି ହୋଇ ଯାଇଥିଲା। ଏଥିପାଇଁ ଆମର ଲୋକମାନଙ୍କୁ ଏକଜୁଟ୍ ରହିବାକୁ ପଡ଼ିବ। କୌଣସି ବିଷୟକୁ ଆଗକୁ ଫରୱାର୍ଡ଼ କରିବା ପୂର୍ବରୁ 10 ଥର ଚିନ୍ତା କରିବା ଆବଶ୍ୟକ। କୌଣସି ବିଷୟର ସତ୍ୟତାକୁ ଗ୍ରହଣ କରିବା ପୂର୍ବରୁ ଟିକେ ଏହାର ଯାଞ୍ଚ କରିନିଅନ୍ତୁ ଏବଂ ସମସ୍ତ ପ୍ଲାଟଫର୍ମ ଉପରେ ଭେରିଫିକେସନର ବ୍ୟବସ୍ଥା ରହିଛି। ଆପଣ ଏକ-ଦୁଇ ବା ଦଶଟି ସ୍ଥାନରେ ଯଦି ଖୋଜିବେ ତେବେ କିଛି ନା କିଛି ନୂଆ ଭର୍ସନ ମିଳିଯିବ। ଆମର ସମସ୍ତ ଲୋକମାନଙ୍କୁ ଏକଜୁଟ୍ ରହିବାକୁ ପଡ଼ିବ। ଆମକୁ ଏପରି ଫେକ୍ ୱାର୍ଲଡରେ ପରିଚାଳିତ ସୋସାଇଟି, ଏହା ଦ୍ବାରା ଡରିଥିବା ସୋସାଇଟି, ଏହା ଦ୍ବାରା ଡ୍ରାଇଭ୍ ହେଉଥିବା ସୋସାଇଟି ଏହା ମଧ୍ୟରେ ଏକ ବହୁତ ବଡ଼ ଶକ୍ତି ଆମକୁ ପ୍ରସ୍ତୁତ କରିବାକୁ ହେବ। ଟେକ୍ନୋଲୋଜିକାଲ୍ ଶକ୍ତିକୁ ଛିଡ଼ା କରିବାକୁ ହେବ।
ବନ୍ଧୁଗଣ,
ସିଭିଲ୍ ଡିଫେନ୍ସର ଆବଶ୍ୟକତା ଏବଂ ଯେପରି ଏବେ ଅମିତ୍ ଭାଇ କହୁଥିଲେ ଏପରି କିଛି ବିଷୟ ରହିଛି ଯାହା ଉପରେ ଆମର ଧ୍ୟାନ ଏବେ ରହୁ ନାହିଁ। ଅମିତ ଭାଇ ସଠିକ୍ ବିଷୟକୁ ଧରିଛନ୍ତି। ଆପଣମାନେ ମଧ୍ୟ ଏହାକୁ ଅନେକ ଦଶକ ଧରି ଚାଲି ଆସୁଥିବା ଦେଖୁଛନ୍ତି ଓ ଏହାର ଉପଯୋଗ କରିଛନ୍ତି। ସ୍କୁଲ୍ କଲେଜରେ ମଧ୍ୟ ଏହାକୁ ଆମେ ସିଭିଲ୍ ଡିଫେନ୍ସ ବିଷୟ ହେଉ, ପ୍ରାଇମେରି ହେଲ୍ଥ ଯୁକ୍ତ ବିଷୟ ହେଉ, ଏହି ସବୁ ବିଷୟ ଗୁଡ଼ିକୁ ଆମେ ପୂର୍ବରୁ ମଧ୍ୟ କରିଛୁ। ଫାୟାର ଫାଇଟିଂର ବ୍ୟବସ୍ଥା ଆମେ ପୂର୍ବରୁ ମଧ୍ୟ କରିଥିଲୁ। ଏହାକୁ ଆମେ ସହଜ ସ୍ବଭାବ କରିବା ଆବଶ୍ୟକ ଏବଂ ମୁଁ ତ କହିଛି ପ୍ରତି ନଗର ପାଳିକା, ମହାନଗର ପାଳିକାରେ ସପ୍ତାହରେ ଗୋଟିଏ ଦିନ କୌଣସି ସ୍କୁଲକୁ ଯାଇ ଫାୟାର ଫାଇଟିଂ କ୍ଷେତ୍ରର ଲୋକ ଓ ପୁଲିସ ଯାଇ ଡ୍ରିଲ୍ କରିବା ଆବଶ୍ୟକ। ତେବେ ସ୍କୁଲର ପିଲାମାନେ ଦେଖିବେ ଯେ ତାଙ୍କୁ ମଧ୍ୟ ଶିକ୍ଷା ମିଳିଯିବ, ଯେଉଁ ସିଷ୍ଟମ ରହିଛି ତାହା ମଧ୍ୟ ତାଙ୍କର ଡ୍ରିମ୍ ଓ ପ୍ରାକ୍ଟିସ୍ ହୋଇଯିବ। ପରବର୍ତ୍ତୀ ସପ୍ତାହରେ ଅନ୍ୟ ସ୍କୁଲ୍, ପୁଣି ଆଉ ଏକ ସ୍କୁଲ୍ ଏବଂ ଦଶ ବର୍ଷରେ ଗୋଟିଏ ଥର ଆସିବ ବଡ଼ ସହରରେ। କିନ୍ତୁ ପ୍ରତି ପୀଢ଼ି ସିଭିଲ ଡିଫେନ୍ସ ବିଷୟରେ ଜାଣି ପାରିବେ। ଏହା ସହିତ ଫାୟାର ଫାଇଟିଂ ସମ୍ବନ୍ଧରେ ଏହି ସମସ୍ତ ଡ୍ରିଲ୍ ନାଗରିକମାନଙ୍କୁ କରିବାକୁ ହୋଇଥାଏ। ଆପଣଙ୍କୁ ମଧ୍ୟ ଏକ ବକ୍ଷ କ୍ଷମତା ମିଳିବ। ଏହି କାମକୁ ସହଜରେ କରାଯାଇପାରିବ।
ବନ୍ଧୁଗଣ,
ଗତ ବର୍ଷରେ ଆତଙ୍କର ଗ୍ରାଉଣ୍ଡ ନେଟୱର୍କକୁ ଧ୍ବସ୍ତ କରିବାରେ ସମସ୍ତ ସରକାର ବହୁତ ଦାୟୀତ୍ବର ସହିତ ଏହାର ଗମ୍ଭୀରତାକୁ ବୁଝି କିଛି ନା କିଛି କରିବାକୁ ପ୍ରଚେଷ୍ଟା କରିଛନ୍ତି। କୌଣସି ସ୍ଥାନରେ ହୁଏତ ସଫଳତା ପ୍ରଥମେ ମିଳିଥିବ, କୌଣସି ସ୍ଥାନରେ ବିଳମ୍ବରେ ମିଳିଥାଇପାରେ, କିନ୍ତୁ ସଭିଙ୍କୁ ଏହାର ଗମ୍ଭୀରତା ଆଜି ବୁଝିବାକୁ ପଡ଼ିବ ଏପରି ନୁହେଁ। ଏବେ ଆମକୁ ଏଥିରେ ଶକ୍ତି ଯୋଗ କରି ଏହାକୁ ପରିଚାଳନା କରିବାକୁ ହେବ। ଏହିପରି ଆତଙ୍କବାଦର ପ୍ରତିଟି ପ୍ରକାରକୁ ଆମକୁ ପରାଜିତ କରିବାକୁ ହେବ। ବନ୍ଧୁକଧାରୀ ମଧ୍ୟ ଅଛନ୍ତି ଓ କଲମଧାରୀ ଆତଙ୍କବାଦୀ ମଧ୍ୟ ରହିଛନ୍ତି। ଆମକୁ ଏସବୁର ସମାଧାନ ବାହାର କରିବାକୁ ହେବ। ଆମର ଯୁବ ପୀଢ଼ିକୁ ଭ୍ରମିତ କରିବା ପାଇଁ ଏମାନେ କାର୍ଯ୍ୟ କରିଥାନ୍ତି ଓ ଦେଶ ପାଇଁ ବହୁତ କ୍ଷତି କରିଥାନ୍ତି। ଏବଂ ଆଗାମୀ ଦିନରେ ଏହି ସମସ୍ୟାକୁ ନିରାକରଣ କରିବା ପାଇଁ ଆମକୁ ତ୍ବରିତ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। ଏବଂ ଏଥିପାଇଁ ଆମେ ନକ୍ସଲ ପ୍ରଭାବିତ ଜିଲ୍ଲା ଉପରେ ଫୋକସ୍ ପ୍ରଦାନ କରୁଛୁ। ସେହିପରି ସେମାନେ ଏବେ ସେମାନଙ୍କର ବୌଦ୍ଧିକ ପରିସୀମା ସେହି ସବୁ ସ୍ଥାନରେ ପହଞ୍ଚାଇବା ପାଇଁ ଚେଷ୍ଟା କରିଛନ୍ତି ଯାହାକି ଆଗାମୀ ପୀଢ଼ିରେ ବିକୃତ ମାନସିକତା ସୃଷ୍ଟି କରିପାରେ। ପରସ୍ପର ପ୍ରତି ଦ୍ବେଷ ସୃଷ୍ଟି କରିପାରେ। ଆବେଗିକ ବିଷୟକୁ ଆଉଟ୍ ଅଫ୍ ପ୍ରପୋରସନ୍ ବୃଦ୍ଧି କରି ସମାଜକୁ ଅନେକ ଖଣ୍ଡରେ ଭାଗ କରିବା ସହିତ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ଚେଷ୍ଟା କରିପାରନ୍ତି। ଦେଶର ଏକତା ଏବଂ ଅଖଣ୍ଡତା ସରଦାର ବଲ୍ଲଭ ଭାଇ ପଟେଲ୍ ଆମର ପ୍ରେରଣା ଅଟେ, ଆମେ ଏପରି କୌଣସି ବିଷୟକୁ ଦେଶରେ ସୃଷ୍ଟି ହେବାକୁ ଦେବୁ ନାହିଁ। କିନ୍ତୁ ବୁଦ୍ଧିପୂର୍ବକ ଏହାକୁ କରିବାକୁ ପଡ଼ିବ, ଦାୟୀତ୍ବର ସହିତ ଏହାକୁ କରିବାକୁ ପଡ଼ିବ। ଆମର ଫାଇଟ୍ ଫୋର୍ସରେ ମଧ୍ୟ ଏପରି ଦକ୍ଷତା ସୃଷ୍ଟି କରିବାକୁ ପଡ଼ିବ। କୌଣସି ରାଜ୍ୟରେ କୌଣସି ଘଟଣା ହୋଇଥିଲେ ଆମର ଟପ୍ ଏକ୍ସପର୍ଟକୁ ସେଠାରେ ଅଧ୍ୟୟନ ପାଇଁ ପଠାଇବା ଆବଶ୍ୟକ। ବିଶ୍ବବିଦ୍ୟାଳୟ ଯାଆନ୍ତୁ, ତିନି ଦିନ ସେଠାରେ ରହିକରି ଆସନ୍ତୁ, ସେଠାରେ ଯେତେବେଳେ ହୋଇଥିଲେ ସେମାନେ ଏହାକୁ କିପରି ପରିଚାଳନା କରିଥିଲେ। ସମସ୍ୟା କିପରି ସୃଷ୍ଟି ହୋଇଥିଲା, ଏଥିରୁ ଆମେ ଶିକ୍ଷା ଗ୍ରହଣ କରିଥାଉ। ଶିଖିବା ପାଇଁ କ୍ରମାଗତ ଭାବରେ ପ୍ରଚେଷ୍ଟା କରିବା ଆବଶ୍ୟକ। ଏବଂ ଏହି ପ୍ରକାରର ଲୋକମାନଙ୍କୁ ସାରା ଦୁନିଆଁରୁ ସହାୟତା ମିଳି ଯାଇଥାଏ ଏବଂ ସେମାନେ ଏଥିରେ ବୁଦ୍ଧିମାନ ଅଟନ୍ତି ଏବଂ ତାଙ୍କର ଚେହେରା ବହୁତ ସାତ୍ତ୍ବିକ ଦେଖା ଯାଇଥାଏ। ଏତେ ବଡ଼ ସମ୍ବିଧାନ ଏବଂ ଆଇନର ଭାଷାରେ ମଧ୍ୟ କୁହାଯାଏ ପ୍ରବୃତ୍ତି ଆଉ କିଛି କରିଥାଏ। ଏହି ସବୁ ବିଷୟକୁ ବୁଝିବାର ସାମର୍ଥ୍ୟ ଆମର ସିକ୍ୟୁରିଟି ସାମର୍ଥ୍ୟରେ ରହିଥିବା ଆବଶ୍ୟକ। ଆମକୁ ସ୍ଥାୟୀ ଶାନ୍ତି ପାଇଁ ଦ୍ରୁତ ଗତିରେ ଆଗକୁ ବଢ଼ିବା ଆବଶ୍ୟକ।
ବନ୍ଧୁଗଣ,
ଜମ୍ମୁ କାଶ୍ମୀର ହେଉ ବା ନର୍ଥ ଇଷ୍ଟ ହେଉ ଆଜି ଆମେ ବିଶ୍ବାସ ଲାଭ କରୁଛୁ। ବିଧ୍ବଂସାତ୍ମକ ଶକ୍ତି ମଧ୍ୟ ମୁଖ୍ୟ ଧାରାକୁ ଆସିବା ପାଇଁ ଚେଷ୍ଟା କରୁଛନ୍ତି। ଏବଂ ଯେତେବେଳେ ବିକାଶ ତାଙ୍କୁ ନଜର ଆସିଥାଏ। ଭିତ୍ତିଭୂମି ଦେଖା ଯାଇଥାଏ, ସେମାନଙ୍କର ଆଶା ପୂରଣ ହେଉଛି। ତେଣୁ ସେମାନେ ଏବେ ଶସ୍ତ୍ର ପରିତ୍ୟାଗ କରି ମିଶି କରି ଆଗକୁ ବଢ଼ିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହିପରି ବର୍ଡ଼ର ଓ କୋଷ୍ଟାଲ୍ ଏରିଆରେ, ଆମକୁ ବିକାଶ ଆଡ଼କୁ ଦେଖିବାକୁ ହେବ। ବଜେଟ୍ ରେ ମଧ୍ୟ ଭାଇବ୍ରାଣ୍ଟ ଭିଲେଜର କଥା କୁହାଯାଇଛି। ଆପଣଙ୍କୁ ଏହା ବିଷୟରେ ଚିନ୍ତା କରିବା ଆବଶ୍ୟକ। ଆପଣଙ୍କର ଟପ୍ ଅଫିସର ସେମାନଙ୍କର ବର୍ଡର ଭିଲେଜରେ ନାଇଟ୍ ଷ୍ଟେ କରି ଆସିବା ଆବଶ୍ୟକ। ମୁଁ ମନ୍ତ୍ରୀ ମାନଙ୍କୁ ମଧ୍ୟ କହିବି ଯେ ଅତି କମରେ ଏକ ବର୍ଷରେ ପାଞ୍ଚ ବା ସାତ ବର୍ଡ଼ର ଗ୍ରାମରେ ଯାଇ କରି ଦୁଇ ତିନି ଘଣ୍ଟା ବିତାଇ ଆସନ୍ତୁ। ଏହା କୌଣସି ରାଜ୍ୟର ବର୍ଡ଼ର ଗ୍ରାମ ହେଉ, ଏହା ଆନ୍ତର୍ଜାତିକ ବର୍ଡ଼ର ହେଉ, ଆପଣଙ୍କୁ ବହୁତ କିଛି ବିଷୟରେ ସୂଚନା ମିଳିପାରିବ।
ବନ୍ଧୁଗଣ,
ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ଯାହାର ଚୋରା ଚାଲାଣ ହେଉଛି ଏଥିରେ ଡ୍ରୋନର ଏକ ନୂଆ ସଙ୍କଟ ଦେଖା ଦେଇଚି। ଆମକୁ ଆମର ବର୍ଡ଼ର ଏବଂ କୋଷ୍ଟାଲ୍ ତାଙ୍କ ପାଇଁ ସଙ୍କଳନ ବହୁତ ଆବଶ୍ୟକ ଅଟେ। ଆମେ କହିବା ଭାଇ ଏହା ଏପରି ହେବ, କୋଷ୍ଟ ଗାର୍ଡ଼ ଏହା କରିବ, ଏପରି କଲେ ହେବ ନାହିଁ। ଏଠାରେ ଆମକୁ ଏହି ସଙ୍କଳନକୁ ବହୁତ ଭଲ ଭବରେ ବଢ଼ାଇବାକୁ ହେବ। ମୋର ବିଶ୍ବାସ ରହିଛି ଯଦି ଆମେ ମିଳିମିଶି ଏକ ଜାତୀୟ ପରିପ୍ରେକ୍ଷୀରେ ଏକ ସହିତ ଆଗକୁ ବଢ଼ିବା ତେବେ ପ୍ରତି ଆହ୍ବାନ ଆମ ସମ୍ମୁଖରେ ବହୁତ ଛୋଟ ହୋଇଯିବ। ଏବଂ ସମସ୍ୟାକୁ ପରିଚାଳନା କରିବାର ଆମର କ୍ଷମତା ବଢ଼ିଯିବ। ମୋର ବିଶ୍ବାସ ରହିଛି ଏହି ଶିବିରରେ ଯେଉଁ ଆଲୋଚନା ହେବ, ଏଥିରୁ କିଛି ନା କିଛି ଆକ୍ସନେବଲ ପଏଣ୍ଟ ବାହାରିବ। ଏକ କଲେକ୍ଟିଭ୍ ରୋଡମ୍ୟାପ୍ ପ୍ରସ୍ତୁତ ହେବ, ପ୍ରତି ରାଜ୍ୟ ସହିତ ମିଶି କାମ କରିବାକୁ ପଡ଼ିବ। ଏହା ଆପଣଙ୍କର କ୍ଷେତ୍ର, ଏହା ମୋର କ୍ଷେତ୍ର, ଏହା ଆପଣଙ୍କର ଅଧିକାର, ଏହା ମୋର ଅଧିକାର ଯଦି ଆମେ ଏହି ସବୁ ବିଷୟରେ ସର୍ବଦା ଲାଗି ରହିବା ତେବେ ଏହାର ସବୁଠାରୁ ବଡ଼ ଲାଭ ସମାଜ ବିରୋଧୀ ଶକ୍ତି ଯେଉଁମାନେ ଆଇନକୁ ମାନନ୍ତି ନାହିଁ ସେମାନେ ଏହି ଅବ୍ୟବସ୍ଥାର ସମ୍ପୂର୍ଣ୍ଣ ଲାଭ ଉଠାଇବାକୁ ଚେଷ୍ଟା କରିବେ। ଏଥିପାଇଁ ଆମର ମଧ୍ୟରେ ସମନ୍ବୟ, ସଙ୍କଳନ, ବିଶ୍ବାସ ଏବଂ ଏହା ଠାରୁ ଅଧିକ ବଡ଼ ପ୍ରଫେସନାଲ୍ ହେବା ଆବଶ୍ୟକ । ଏବଂ ଏହି ଦାୟୀତ୍ବ ଆମର କ୍ୟାଡର୍ସଙ୍କର ରହିଛି। ଏହା ଏକ ବଡ଼ ଦାୟୀତ୍ବ। ଏବଂ ମୋର ବିଶ୍ବାସ ରହିଛି ଆମ ଏହି କାମକୁ ମିଳିମିଶି କରିପାରିବା ଏବଂ ଆମେ ଯେପରି ଚାହୁଁଛୁ ସେପରି ପରିଣାମ ସୃଷ୍ଟି କରିପାରିବା ଏହା ସହିତ ଦେଶ ପାଇଁ ଯେଉଁ ସୁଯୋଗ ଆସିଛି ସେହି ଅବସରକୁ ପ୍ରଥମ ନଜରରେ ଶକ୍ତି ୟୁନିଫର୍ମ ଫୋର୍ସେସରୁ ଆସିଥାଏ। ଆମେ ଏହାକୁ ଯେତେ ଶକ୍ତିଶାଳୀ କରିବା, ଯେତେ ଅଧିକ ଭିଜନ ସହିତ କାମ କରିବା ପରି ସୃଷ୍ଟି କରିବା, ଯେତେ ଅଧିକ ନାଗରିକତା ପ୍ରତି ସମ୍ବେଦନଶୀଳ କରିବା ଏହା ଦ୍ବାରା ବହୁତ ଲାଭ ହେବ।
କିଛି ପରାମର୍ଶ ମୁଁ ଡିଜିପି କନଫରେନ୍ସରେ ଦେଇଥିଲି। ମୁଁ ସମସ୍ତ ମୁଖ୍ୟମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ଠାରୁ ଆଗ୍ରହ କରିବି ଯେ ଡିଜିପି କନ୍ଫରେନ୍ସ ଏକ ବହୁତ ଭଲ ଇନଷ୍ଟିଚ୍ୟୁସନାଲ୍ ଭାବରେ ବିକଶିତ ହୋଇଛି। ଉନ୍ମୁକ୍ତ ଭାବରେ ଆଲେଚନା ହେଉଛ ଏବଂ ଏଥିରେ ପଲିଟିକାଲ୍ ଏଲିମେଣ୍ଟ ଜାରି ହୋଇଥାଏ। ଏଥିରେ ଯେଉଁ ବିଷୟ ବାହାରି ଥାଏ, ମୁଁ ସମସ୍ତ ଗୃହବିଭାଗର ମୋର ସଚିବ ଯେଉଁମାନେ ରହିଛନ୍ତି ସେମାନେ ଆଇପିଏସ୍ କ୍ୟାଡରର ଅଟନ୍ତି ଏବଂ ଆମର ଯେଉଁ ପଲିଟିକାଲ୍ ଫିଲ୍ଡର ଲୋକ ଯେଉଁମାନେ ନିର୍ବାଚିତ ହୋଇ ସରକାର ଚଲାଇଥାନ୍ତି। ଡିଜିପି କନ୍ଫରେନ୍ସରେ ଯେଉଁ ଆଲୋଚନା ହୋଇଛି ତାହାର ସମ୍ପୂର୍ଣ୍ଣ ବ୍ରିଫିଂ ନେବା ଆବଶ୍ୟକ। ଏଥିରେ ଆକ୍ସନେବଲ୍ ପଏଣ୍ଟକୁ ଆମେ ନିଜର ରାଜ୍ୟରେ ତୁରନ୍ତ ଲାଗୁ କରିବା ଆବଶ୍ୟକ। ସେତେବେଳେ ଯାଇ ଲାଭ ମିଳିପାରିବ। ଆମକୁ ଡିଜିପି କନ୍ଫରେନ୍ସରୁ ମଧ୍ୟ ଅନେକ କିଛି ଶିଖିବାକୁ ମିଳିପାରିଛି। ଏହା ଦେଶର ସୁରକ୍ଷାକୁ ନେଇ କାମ କରିବା ପାଇଁ ରହିଛି। ଏବେ ଯେପରି ଏକ ପରାମର୍ଶ ଆସିଲା ଯେ ବିଶେଷ କରି ବଡ଼ ସହରରେ ଯେଉଁ ପୁଲିସ୍ ଥାନା ବା ପୁଲିସ୍ ଷ୍ଟେସନ ରହିଛି। ଆପଣ ଟିକେ ଭାବନ୍ତୁ ଯେ ଏଥିରୁ କିଛି ମଲ୍ଟିଷ୍ଟୋରି ହୋଇପାରିବେ କି? ତଳେ ଥାନା ଚାଲୁ ରହିବ, କିନ୍ତୁ ଯଦି ଉପରେ 20 ମହଲା ଘର କରିଦିଆଗଲା ଏବଂ ରହିବା ପାଇଁ କ୍ବାର୍ଟର କରିଦେବା ତେବେ ସେହି ଅଞ୍ଚଳରେ ଯେତେ ପୁଲିସ ଅଛନ୍ତି, ସେମାନଙ୍କ ପାଇଁ ଘର ସେଠାରେ ମିଳିଯିବ। ଯଦି ଟ୍ରାନ୍ସଫର ହୋଇଯିବ, ତେବେ ସେମାନେ ଖାଲି କରି ଚାଲିଯିବେ। ସେହି ସ୍ଥାନରେ ଯିଏ ଆସିବ ତାଙ୍କୁ ସେହି ଘର ମିଳିଯିବ। ତେବେ ପୁଲିସଙ୍କୁ ଆଜି ସହର ବାହାରେ 25 କିଲୋମିଟର ଦୂରରେ ଘର ମିଳୁଛି। ତାଙ୍କର ଯିବା ଆସିବାରେ ଦୁଇ ଘଣ୍ଟା ଲାଗି ଯାଉଛି। ଆମେ ଜମି ଠାରୁ ଅଧିକ ସେହି ରାଜ୍ୟ ସହିତ କଥା ହୋଇପାରିବା, ସେହି କର୍ପୋରେସନ ସହିତ କଥା ହୋଇପାରିବା, ତାକୁ ହାଇରାଇଜ୍ ପାଇଁ କରିପାରିବା ଯଦ୍ବାରା ଲାଭ ହେବ ଏବଂ ଏହା ସହିତ ଆମେ ସିକ୍ୟୁରିଟି ପାଇଁ ବ୍ୟବସ୍ଥା ଗୁଡ଼ିକୁ ଅର୍ଗାନାଇଜ୍ କରିପାରିବା। ଆମେ ବିଷୟକୁ ଦେଖିବା ପାଇଁ ବ୍ୟବସ୍ଥା ଗୁଡ଼ିକୁ ଅର୍ଗାନାଇଜ୍ କରିପାରିବା। ଅର୍ଥାତ୍ ଷ୍ଟାଣ୍ଡ ଆଲୋନ ଏକ ଛୋଟ ପୋଲିସ୍ ଥାନା ଅଟେ, ଏହା ପରିବର୍ତ୍ତେ ଆଧୁନିକ ପୋଲିସ ଥାନା ମଧ୍ୟ କରାଯିବ ଏବଂ ଏହା ଉପରେ 20-25 ମହଲା ଘର କରି ରହିବା ପାଇଁ ଘରର ବ୍ୟବସ୍ଥା କରାଯିବ।
ଏବଂ ମୁଁ ନିଶ୍ଚିତ ଭାବରେ ଭାବୁଛି ଯେ ବଡ଼ ସହରରେ 25-50 ଥାନାର ଏପରି ନିଶ୍ଚିତ ଭାବରେ ମିଶି ପାରିବ ଯେଉଁଠାରେ ଏପରି ଡେଭଲପମେଣ୍ଟର ସମ୍ଭାବନା ରହିଛି। କାରଣ ବଡ଼ ସହରରେ 20 କିଲୋମିଟର 25 କିଲୋମିଟର ବାହାରକୁ ଯିବାକୁ ପଡ଼ୁଛି ପୁଲିସ କ୍ବାର୍ଟର କରିବା ପାଇଁ ଏବଂ ଏଥିରେ ଆପଣ ଦେଖିଥିବେ ଏବେ ଯେପରି ଅମିତ ଭାଇ କହୁଥିଲେ ଯେଉଁ ବଜେଟ୍ ଦିଆ ଯାଉଛି ତାହାର ଉପଯୋଗ ହେଉ ନାହିଁ। ଯେଉଁ ମାତ୍ରାରେ ଖର୍ଚ୍ଚ ହେବା ଆବଶ୍ୟକ, ତାହା ସେପରି ଭାବରେ ହେଉ ନାହିଁ। ଭାରତ ସରକାର ଏକ ଏପରି ସ୍ଥିତି ଆରମ୍ଭ କରିଛନ୍ତି ଯେଉଁଥିରେ ମୋତେ ବାରମ୍ବାର ଆଗ୍ରହ କରିବାକୁ ପଡ଼ୁଛି ଯେ ଯେଉଁ କାମ ପାଇଁ ନିର୍ଦ୍ଧାରିତ କରାଯାଇଛି ସେହି ବଜେଟକୁ ସେହି କାମ ପାଇଁ ଉପଯୋଗ କରନ୍ତୁ ଏବଂ ସମୟ ସୀମା ମଧ୍ୟରେ ଏହାକୁ କରିବା ଆବଶ୍ୟକ। ଆମେ କେତେକ କ୍ଷେତ୍ରରେ ଅର୍ଥ ଖର୍ଚ୍ଚ କରିପାରୁ ନାହୁଁ। ଆମର ଦେଶରେ ଏପରି ସ୍ଥିତି ଆମର ଦରକାର ନାହିଁ। ଆମକୁ ଆମର କ୍ଷମତାକୁ ବଢ଼ାଇବାକୁ ହେବ, ଆମର ସାମର୍ଥ୍ୟ ବଢ଼ାଇବାକୁ ହେବ। ନିଷ୍ପତ୍ତି ନେବାର ଶକ୍ତିକୁ ବଢ଼ାଇବାକୁ ହେବ। ସେତେବେଳେ ଯାଇ ଏହି ଧନର ଶକ୍ତିର ସଠିକ୍ ଉପଯୋଗ ସମୟ ସୀମାରେ କରିପାରିବା ଏବଂ ଯେତେବେଳେ ସମୟ ସୀମାରେ ଧନର ଉପଯୋଗ ହୋଇଥାଏ ସେତେବେଳେ ୱେଷ୍ଟେଜ୍ କମ୍ ହୋଇଥାଏ ଓ ଆମକୁ ଅଧିକ ଲାଭ ହୋଇଥାଏ।
ମୁଁ ଆଉ ଏକ ବିଷୟରେ ଆପଣଙ୍କର ଧ୍ୟାନ ଆକର୍ଷିତ କରିବାକୁ ଚାହିଁବି। ସମସ୍ତ ରାଜ୍ୟର ପୁଲିସ୍ ଏବଂ ଭାରତ ସରକାରଙ୍କ ପୁଲିସ୍ ଆମେ ଯେଉଁ ସ୍କ୍ରାପିଂ ପଲିସି ଆଣିଛୁ, ତାହାକୁ ଅଧ୍ୟୟନ କରନ୍ତୁ ଏବଂ ଆପଣଙ୍କର ଯେତେ ପୁରୁଣା ଯାନ ରହିଛି ତାହାକୁ ଗୋଟିଏ ଥର ସ୍କ୍ରାପ୍ କରିବା ଦିଗରେ ଆଗକୁ ବଢ଼ନ୍ତୁ। ପୁଲିସ୍ ନିକଟରେ ପୁରୁଣା ଗାଡ଼ି ରହିବା ଉଚିତ୍ ନୁହେଁ। କାରଣ ଏହା ଏହାର ଦକ୍ଷତା ସମ୍ପର୍କିତ ବିଷୟ ଅଟେ। ଏହି କାରଣରୁ ଦୁଇଟି ଲାଭ ମିଳିବ। ଯେଉଁମାନେ ସ୍କ୍ରାପିଂ ବିଜନେସରେ ଆସିବାକୁ ଚାହୁଁଛନ୍ତି, ତାଙ୍କୁ ଆଶ୍ବାସନା ମିଳିଯିବ ଯେ ଭାଇ ଏହି ରାଜ୍ୟରେ 2 ହଜାର ଭେଇକିଲ୍ ସ୍କ୍ରାପିଂ ପାଇଁ ପୂର୍ବରୁ ସେମାନେ ଚିହ୍ନଟ କରିଛନ୍ତି। ଯାଉଛି ମୁଁ ଏକ ୟୁନିଟ୍ ଲଗାଇ ଦେବି। ରିସାଇକେଲର ସର୍କୁଲାର ଇକୋନୋମିର କାମ ହୋଇଯିବ ଏବଂ ଆମେ ଯଦି 2 ହଜାର ଭେଇକିଲ୍ ସ୍କ୍ରାପିଂ ପାଇଁ ଯିବ ସେଠାରେ ଯେଉଁ ନୂଆ ଗାଡ଼ି ପ୍ରସ୍ତୁତ କରୁଥିବା କମ୍ପାନୀ ରହିଛି ସେମାନେ ଆସିଯିବେ ଓ କହିବେ ଯେ ଯଦି ଆପଣ ଆମ ଠାରୁ 2 ହଜାର ଗାଡ଼ି ନିଅନ୍ତି ତେବେ ଆମେ ରେଟକୁ ଏହି ପରିମାଣରେ କମ୍ କରିବୁ। ଆପଣଙ୍କର କ୍ବାଲିଟିରେ ଯାହା ଆବଶ୍ୟକ ସେପରି କରିଦେବୁ ଏପରି ସୁନ୍ଦର ପ୍ୟାକେଜ୍ ପ୍ରସ୍ତୁତ କରାଯାଇପାରିବ। ଆମର ସମସ୍ତ ପୁଲିସଙ୍କ ନିକଟରେ ଆଧୁନିକରୁ ଅତ୍ୟାଧୁନିକ ଯାନ ଆସିପାରିବ। ଆମକୁ ଏ ବିଷୟରେ ଚିନ୍ତା କରିବା ଆବଶ୍ୟକ ଓ ଚାହୁଁଛି ଯେ ମିନିଷ୍ଟର ନିଜେ ସେପରି ବ୍ୟକ୍ତିଙ୍କୁ ଡାକିବା ଆବଶ୍ୟକ ଯେଉଁମାନେ ସ୍କ୍ରାପିଂ ଦୁନିଆଁରେ ଭଲ କାମ କରୁଛନ୍ତି। ଏବଂ କହିବେ ଆମେ ଆପଣଙ୍କୁ ଜମି ଦେଉଛୁ ଓ ସ୍କ୍ରାପିଂ ପାଇଁ ରିସାଇକେଲର ୟୁନିଟ୍ ପ୍ରସ୍ତୁତ କରନ୍ତୁ। ଆମେ ପ୍ରଥମେ ପୁଲିସ୍ ଙ୍କର ଭେଇକିଲ୍ ଦେଇ ଦେବୁ ଆପଣଙ୍କୁ। ଆମେ ପୁଲିସ ମାନଙ୍କ ପାଇଁ ନୂଆ ଭେଇକିଲ୍ ନେବୁ। ଏହା ବହୁତ ଆବଶ୍ୟକ। ଭାରତ ସରକାରଙ୍କ ବିଭିନ୍ନ ୟୁନିଟ ମଧ୍ୟ ନିଜର ପୁରୁଣା ସମସ୍ତ ଆବର୍ଜନାକୁ ବାହାର କରିଦେବା ଆବଶ୍ୟକ। ନଚେତ୍ ଆମର ପରିବେଶ ଦକ୍ଷତା ଉପରେ ଏହାର ପ୍ରଭାବ ପଡ଼ିବ। ତେଣୁ ଏପରି ଛୋଟ ଛୋଟ ବିଷୟ ଉପରେ କିଛି ନିଷ୍ପତ୍ତି ଗ୍ରହଣ କରି ତାହାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଲାଗୁ କରିବୁ। ଆପଣ ଦେଖିବେ, ଆପଣ ସଭିଙ୍କୁ ସୁରକ୍ଷା ତ ମିଳିବ, ଏହା ସହିତ ଆପଣ ଦେଶର ବିକାଶରେ ବହୁତ ବଡ଼ ଭାଗିଦାରୀ ହୋଇପାରିବେ। ଏବଂ ମୋର ସମ୍ପୂର୍ଣ୍ଣ ବିଶ୍ବାସ ରହିଛି ଯେ ଯେଉଁ ଗମ୍ଭୀରତାର ସହିତ ଏହି ମିଟିଂକୁ ଆପଣ ମାନେ ନେଇଛନ୍ତି ଏବଂ ବିଶେଷ କରି ଏତେ ସଂଖ୍ୟାରେ ମୁଖ୍ୟମନ୍ତ୍ରୀମାନେ ଆସିକରି ଏହି ମିଟିଂରେ ବସିବା ଦେଖିଲି ସେତେବେଳେ ମୁଁ ଭାବିଲି ଓ ମୋର ଇଚ୍ଛା ହେଉଥିଲା ମୋତେ ଆପଣଙ୍କ ମଧ୍ୟରେ ରହିବାର ଥିଲା। କିନ୍ତୁ ପୂର୍ବରୁ କିଛି କାର୍ଯ୍ୟକ୍ରମର ଏତେ ପ୍ରେସର ରହିଛି ତେଣୁ ମୁଁ ଆସି ପାରିଲି ନାହିଁ। କିନ୍ତୁ ଯେତେବେଳେ ଏତେ ସବୁ ମାନନୀୟ ମୁଖ୍ୟମନ୍ତ୍ରୀ ସେତେବେଳେ ପ୍ରଧାନମନ୍ତ୍ରୀଙ୍କର ସ୍ବତଃ ମନ ହୋଇଥାଏ ଆପଣମାନଙ୍କ ମଧ୍ୟରେ ରହିବା ପାଇଁ। ମୁଁ ମଧ୍ୟ ଆପଣଙ୍କ ସହିତ ବସି କଥା ହେବାକୁ ଚାହୁଁଥିଲି। କିନ୍ତୁ ଏଥର ମୁଁ ଏହାକୁ କରିପାରିଲି ନାହିଁ। ଗୃହମନ୍ତ୍ରୀ ଆପଣଙ୍କ ସହିତ କଥା ହେଉଛନ୍ତି। ସେ ଯେଉଁ ବିଷୟ ଆପଣଙ୍କ ସହିତ ଚର୍ଚ୍ଚା କରିବେ, ମୋ ନିକଟରେ ତାହା ନିଶ୍ଚିତ ଭାବରେ ପହଞ୍ଚିବ ଏବଂ ମୋ ପାଇଁ ଯେଉଁ ଦାୟୀତ୍ବ ରହିବ ମୁଁ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ, ସମସ୍ତ ଗୃହମନ୍ତ୍ରୀଙ୍କୁ ବିଶ୍ବାସ ଦେଉଛି ଯେ ଆପଣଙ୍କର ସମସ୍ତ ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ଭାରତ ସରକାର ହିଁ ସେତିକି ଚେଷ୍ଟା କରିବେ। ମୋର ଆପଣ ସଭିଙ୍କୁ ବହୁତ ବହୁତ ଧନ୍ୟବାଦ, ବହୁତ ବହୁତ ଶୁଭ କାମନା।
BS
(Release ID: 1872596)
Visitor Counter : 141
Read this release in:
English
,
Urdu
,
Marathi
,
Hindi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam