ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ ଇଣ୍ଡିଆ (ଏଏମ/ଏନଏସ ଇଣ୍ଡିଆ) ହାଜିରା ପ୍ଲାଣ୍ଟର ସମ୍ପ୍ରସାରଣ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

Posted On: 28 OCT 2022 5:06PM by PIB Bhubaneshwar

ନମସ୍କାର!

ଆପଣ ସମସ୍ତଙ୍କୁ ଦୀପାବଳି ଏବଂ ନବବର୍ଷର ଅନେକ ଅନେକ ଶୁଭକାମନା । ନବ ବର୍ଷରେ ଆଜି ଟେକ୍ନୋଲୋଜି ଦ୍ୱାରା ଆପଣ ସମସ୍ତଙ୍କ ସହିତ ମିଶିବା ହେଲା, ନବ ବର୍ଷ ଆପଣଙ୍କ ପାଇଁ ସୁଖ, ଶାନ୍ତି ଏବଂ ସମୃଦ୍ଧି ନେଇ ଆସୁ, ଏମିତି ସମସ୍ତ ଗୁଜରାଟର ମୋର ପ୍ରିୟ ଭାଇ-ଭଉଣୀମାନଙ୍କ ପାଇଁ ମୁଁ ପ୍ରାର୍ଥନା କରୁଛି ।

ଆପଣ ସମସ୍ତଙ୍କୁ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ ଇଣ୍ଡିଆର ହାଜିରା ପ୍ଲାଣ୍ଟର ସମ୍ପ୍ରସାରଣ ହେଉଥିବା ଯୋଗୁ ବହୁତ ବହୁତ ଶୁଭେଚ୍ଛା ।

ଏହି ଷ୍ଟିଲ ପ୍ଲାଣ୍ଟର ମାଧ୍ୟମରେ କେବଳ ନିବେଶ କରାଯାଉନାହିଁ ବରଂ ଭବିଷ୍ୟତ ପାଇଁ ନୂତନ ସମ୍ଭାବନାର ଅନେକ ଦ୍ୱାର ମଧ୍ୟ ଖୋଲୁଛି । ୬ଠ ହଜାର କୋଟିରୁ ଅଧିକ ନିବେଶ, ଗୁଜରାଟ ଏବଂ ଯୁବଗୋଷ୍ଠୀମାନଙ୍କ ପାଇଁ ରୋଜଗାରର ଅନେକ ସୁଯୋଗ ଆଣିଦେବ । ଏହି ସମ୍ପ୍ରସାରଣ ପରେ ହାଜିରା ଷ୍ଟିଲ ପ୍ଲାଣ୍ଟର ଅଶୋଧିତ ଇସ୍ପାତର ଉତ୍ପାଦନର କ୍ଷମତା ୯ ମିଲିୟନ ଟନରୁ ଅଧିକ ୧୫ ମିଲିୟନ ଟନ ହୋଇଯିବ । ମୁଁ ଲକ୍ଷ୍ମୀ ମିତ୍ତଲ ଜୀଙ୍କୁ, ଭାଇ ଆଦିତ୍ୟଙ୍କୁ ଏବଂ ତାଙ୍କର ପୂରା ଟିମକୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।

ସାଥୀମାନେ,

ଆମର ଦେଶ ଅମୃତ କାଳରେ ପ୍ରବେଶ କରିସାରିଛି । ଏବେ ୨୦୪୭ରେ ବିକଶିତ ଭାରତର ଲକ୍ଷ୍ୟ ଆଡ଼କୁ ବଢ଼ିବାକୁ ବ୍ୟାକୁଳ ଅଛି । ଦେଶର ଏହି ବିକାଶ ଯାତ୍ରାରେ ଷ୍ଟିଲ ଇଣ୍ଡଷ୍ଟ୍ରିର ଭୂମିକା ଆହୁରି ସଶକ୍ତ ହେଉଛି । ଭିତ୍ତିଭୂମି କ୍ଷେତ୍ର ସଶକ୍ତ ହୋଇଥାଏ । ଯେତେବେଳେ ଇସ୍ପାତ କ୍ଷେତ୍ରର ସମ୍ପ୍ରସାରଣ ହୋଇଥାଏ, ସେତେବେଳେ ରୋଡ, ରେଲୱେ, ବିମାନବନ୍ଦର ଏବଂ ବନ୍ଦରର ସମ୍ପ୍ରସାରଣ ହୋଇଥାଏ । ଯେତେବେଳେ ଇସ୍ପାତ କ୍ଷେତ୍ର ଆଗକୁ ବଢ଼ିଥାଏ ସେତେବେଳେ ନିର୍ମାଣ, ମୋଟର ବାହନ କ୍ଷେତ୍ରରେ ନୂତନ ଅଧ୍ୟାୟ ଯୋଡ଼ି ହୋଇ ଯାଇଥାଏ ଏବଂ ଯେତେବେଳେ ଇସ୍ପାତ କ୍ଷେତ୍ରର କ୍ଷମତା ବଢ଼ିଥାଏ, ସେତେବେଳେ ପ୍ରତିରକ୍ଷା, ପୁଞ୍ଜିଗତ ବସ୍ତୁମାନ ଏବଂ ଇଞ୍ଜିନିୟରିଂ ବସ୍ତୁର ବିକାଶକୁ ମଧ୍ୟ ନୂତନ ଶକ୍ତି ମିଳିଥାଏ । ଏବଂ କେବଳ ଏତିକି ନୁହେଁ ଏ ପର୍ଯ୍ୟନ୍ତ ଆମେ ଖଣିଜ ଲୌହ ରପ୍ତାନି କରିବାରେ ହିଁ ସନ୍ତୋଷ ହୋଇ ଯାଉଥିଲେ । ଆର୍ଥିକ ବିକାଶ ପାଇଁ ଆମର ଯେଉଁ ଭୂ-ସମ୍ପଦମାନ ରହିଛି, ତାହାର ଆକଳନ ହେବା ବହୁତ ଜରୁରୀ ଅଟେ । ଏବଂ ଏହି ପ୍ରକାରର ଷ୍ଟିଲ ପ୍ଲାଣ୍ଟର ସମ୍ପ୍ରସାରଣ ଯୋଗୁ ଆମର ଖଣିଜ ଲୌହର ସଠିକ ଭାବରେ ବ୍ୟବହାର ଆମ ଦେଶରେ ହୋଇପାରିବ । ଦେଶର ଯୁବଗୋଷ୍ଠୀଙ୍କୁ ବହୁତ ରୋଜଗାର ମିଳିବ ଏବଂ ବିଶ୍ୱ ବଜାରରେ ଭାରତର ଷ୍ଟିଲ ଗୋଟିଏ ସ୍ଥାନ ସଂରକ୍ଷିତ କରିବ ଏବଂ ମୋତେ କୁହାଯାଇଛି ଯେ ଏହା କେବଳ ପ୍ଲାଣ୍ଟର ସମ୍ପ୍ରସାରଣର କଥା ନୁହେଁ ବରଂ ଏହା ସହିତ ଭାରତରେ ସମ୍ପୂର୍ଣ୍ଣ ନୂତନ ଟେକ୍ନୋଲୋଜି ମଧ୍ୟ ଆସୁଛି। ଏହି ନୂଆ ଟେକ୍ନୋଲୋଜି, ବୈଦୁତିକ ଯାନ କ୍ଷେତ୍ରରେ, ଅଟୋମୋବାଇଲ କ୍ଷେତ୍ରରେ, ଅନ୍ୟ ମାନୁଫାକଚରିଂ କ୍ଷେତ୍ରରେ, ବହୁତ ସାହାଯ୍ୟ କରିବ । ମୋତେ ବିଶ୍ୱାସ ଅଛି ଯେ ଆର୍ସେଲର ମିତ୍ତଲ ନିପ୍ପାନ ଷ୍ଟିଲ ଇଣ୍ଡିଆର ଏହି ପ୍ରକଳ୍ପ ମେକ ଇନ ଇଣ୍ଡିଆର ଦୃଷ୍ଟିକୋଣ ପାଇଁ ମିଲର ପଥର ପ୍ରମାଣିତ ହେବ । ଏହା ଇସ୍ପାତ କ୍ଷେତ୍ରରେ ବିକଶିତ ଭାରତ ଏବଂ ଆତ୍ମନିର୍ଭର ଭାରତର ଆମର ପ୍ରୟାସଗୁଡ଼ିକୁ ନୂତନ ଶକ୍ତି ଦେବ ।

ସାଥୀମାନେ,

ଆଜିର ଦୁନିଆ ଆମ ଠାରୁ ବହୁତ ଆଶା ଏବଂ ଭରସା ରଖିଛି । ଭାରତ, ଦୁନିଆର ବଡ଼ ନିର୍ମାଣ କେନ୍ଦ୍ର ହେବା ଦିଗରେ ଦ୍ରୁତ ଗତିରେ ଆଗକୁ ବଢୁଛି । ଏବଂ ସରକାର ଏହି କ୍ଷେତ୍ରର ବିକାଶ ପାଇଁ ଆବଶ୍ୟକ ପର୍ଯ୍ୟାବରଣ ନୀତି କରିବାରେ ତତ୍ପରତା ସହ ଲାଗିପଡ଼ିଛି । ମୁଁ ଗୁଜରାଟ ସରକାରଙ୍କୁ ଶୁଭେଚ୍ଛା ଜଣାଉଛି ଯେ ଭୂପେନ୍ଦ୍ର ଭାଇ ପଟେଲଙ୍କ ନେତୃତ୍ୱରେ ଯେଉଁ ନୂତନ ଇଣ୍ଡଷ୍ଟ୍ରିଆଲ ପଲିସି ଆସିଛି । ତାହା ମଧ୍ୟ ଗୁଜରାଟକୁ ନିର୍ମାଣ କେନ୍ଦ୍ର କରିବା ଦିଗରେ ବହୁତ ଦୂରଦୃଷ୍ଟି ପଲିସି ଅଟେ ।

ଗତ ୮ ବର୍ଷରେ ସମସ୍ତଙ୍କ ପ୍ରୟାସ ଯୋଗୁ ଭାରତୀୟ ଷ୍ଟିଲ ଇଣ୍ଡଷ୍ଟ୍ରି, ଦୁନିଆର ସର୍ବବୃହତ୍ତ ଷ୍ଟିଲ ଉତ୍ପାଦକ ଇଣ୍ଡଷ୍ଟ୍ରି ହୋଇପାରିଛି । ଏହି ଇଣ୍ଡଷ୍ଟ୍ରିରେ ବିକାଶର ଅପାର ସମ୍ଭାବନା ମାନ ରହିଛି । ସରକାରଙ୍କ ପିଏଲଆଇ ସ୍କିମ ସହିତ ଏହାର ସମ୍ପ୍ରସାରଣର ନୂଆ ବାଟ ପ୍ରସ୍ତୁତ ହୋଇଛି । ଆତ୍ମନିର୍ଭର ଭାରତ ଅଭିଯାନକୁ ସହଯୋଗ ମିଳିଛି । ଏହାଠାରୁ ଆମେ ଉଚ୍ଚ ମାନର ଇସ୍ପାତର ବ୍ୟବହାର ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଏବଂ କୌଣସି ଲକ୍ଷ୍ୟକୁ ପ୍ରାପ୍ତ କରିବାରେ ମଧ୍ୟ ଦକ୍ଷତା ବଢ଼ିଯାଇଛି । ଆପଣଙ୍କ ସମ୍ମୁଖରେ ଆଇଏନଏସ ବିକ୍ରାନ୍ତର ଉଦାହରଣ ଅଛି । ପ୍ରଥମେ ଆମେ ଏୟାରକ୍ରାଫ୍ଟ କ୍ୟାରିୟରରେ ବ୍ୟବହାର ହେଉଥିବା ଷ୍ଟିଲ ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରୁଥିଲେ । ଦେଶର ସୁରକ୍ଷାକୁ ମଜବୁତ କରିବାରେ ଆମକୁ ଅନ୍ୟ ଦେଶର ଅନୁମୋଦନ ଆବଶ୍ୟକ ପଡୁଥିଲା । ଏହି ସ୍ଥିତି ଠିକ୍ ନ ଥିଲା, ଏହାକୁ ବଦଳାଇବା ପାଇଁ ଆମକୁ ଆତ୍ମନିର୍ଭର ହେବାକୁ ଆବଶ୍ୟକତା ଥିଲା ଏବଂ ଭାରତୀୟ ଷ୍ଟିଲ ଇଣ୍ଡଷ୍ଟ୍ରି ନୂତନ ଶକ୍ତିର ସହିତ ଏହି ଆହ୍ୱାନକୁ ସ୍ୱୀକାର କଲା । ଏହାପରେ ଡିଆରଡିଓର ବୈଜ୍ଞାନିକମାନେ ଏୟାରକ୍ରାଫ୍ଟରେ ବ୍ୟବହାର ହେବାକୁ ଥିବା ସ୍ୱତନ୍ତ୍ର ଉତ୍ପାଦନ କଲେ ଏବଂ ଆଇଏନଏସ ବିକ୍ରାନ୍ତ ସମ୍ପୂର୍ଣ୍ଣ ଭାବରେ ସ୍ୱଦେଶୀ ସାମର୍ଥ୍ୟ ଏବଂ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଗଲା । ଏମିତି ସାମର୍ଥ୍ୟକୁ ପ୍ରୋତ୍ସାହନ ଦେବା ଲାଗି ଦେଶ ଏବେ ଅଶୋଧିତ ଇସ୍ପାତର ଉତ୍ପାଦନ କ୍ଷମତାକୁ ଦ୍ୱିଗୁଣ କରିବାରେ ଲକ୍ଷ ସ୍ଥିର କରିଛନ୍ତି । ବର୍ତ୍ତମାନ ଆମେ ୧୫୪ ମେଟ୍ରିକ ଟନ ଅଶୋଧିତ ଇସ୍ପାତ ଉତ୍ପାଦନ କରୁଛୁ । ଆମର ଲକ୍ଷ୍ୟ ଅଛି ଯେ ଆଗାମୀ ୯-୧ଠ ବର୍ଷରେ ଆମକୁ ଏତିକିରୁ ବୃଦ୍ଧି କରି ୩ଠଠ ମେଟ୍ରିକ ଟନ ଉତ୍ପାଦନର କ୍ଷମତା ହାସଲ କରିବ ।

ସାଥୀମାନେ,

ଯେତେବେଳେ ଆମେ ବିକାଶର ଦୃଷ୍ଟିକୋଣ ସହିତ ଆଗକୁ ବଢୁଛୁ ତେବେ କିଛି ଆହ୍ୱାନକୁ ମଧ୍ୟ ଧ୍ୟାନ ରଖିବାକୁ ହେବ । ଷ୍ଟିଲ ଇଣ୍ଡଷ୍ଟ୍ରି ପାଇଁ କାର୍ବନ ନିର୍ଗମନ - କାର୍ବନ ଏମିସନ, ଏଭଳି ଏକ ଆହ୍ୱାନ ଅଟେ । ଏଥିପାଇଁ ଗୋଟିଏ ପଟେ ଆମେ ଅଶୋଧିତ ଇସ୍ପାତ ଉତ୍ପାଦନର କ୍ଷମତାକୁ ସମ୍ପ୍ରସାରଣ କରୁଛୁ, ସେତେବେଳେ ଅନ୍ୟପକ୍ଷରେ ପର୍ଯ୍ୟାବରଣ ଅନୁକୂଳ ଟେକ୍ନୋଲୋଜି ବ୍ୟବହାରକୁ ପ୍ରୋତ୍ସାହନ ମଧ୍ୟ ଦେଉଛି । ଆଜି ଭାରତ, ଏମିତି ଉତ୍ପାଦନ ପ୍ରଦୌଗିକର ବିକାଶ କରିବା ଦିଗରେ ଜୋର ଦେଉଛି । ବରଂ ଯାହା କେବଳ କାର୍ବନକୁ ଧରି ତାହାକୁ ପୁଣିଥରେ ବ୍ୟବହାର ମଧ୍ୟ କରୁଛି । ଦେଶରେ ସର୍କୁଲାର ଇକୋନମି ଉପରେ ମଧ୍ୟ ଜୋର ଦିଆଯାଉଛି । ସରକାର ଏବଂ ଘରୋଇ କ୍ଷେତ୍ର ମିଳିତ ଭାବେ ଏହି ଦେଶରେ କାର୍ଯ୍ୟ କରୁଛନ୍ତି । ମୋତେ ଖୁସି ଲାଗୁଛି ଯେ ଏଏମ/ଏନଏସ ଇଣ୍ଡିଆ ଗ୍ରୁପର ହାଜିରା ପ୍ରକଳ୍ପ ମଧ୍ୟ ସବୁଜ ଟେକ୍ନୋଲୋଜିର ବ୍ୟବହାର ଉପରେ ବହୁତ ଜୋର ଦେଉଛି ।

ସାଥୀମାନେ,

ଯେତେବେଳେ କୌଣସି ଲକ୍ଷ ଦିଗରେ ସମ୍ପୂର୍ଣ୍ଣ ଶକ୍ତିର ସହିତ ପ୍ରତ୍ୟେକ ବ୍ୟକ୍ତି ପ୍ରୟାସ କରିବାକୁ ଲାଗିଥାଏ, ସେତେବେଳେ ସାକାର କରିବାରେ କୌଣସି ସମସ୍ୟା ରହି ନ ଥାଏ । ଷ୍ଟିଲ ଇଣ୍ଡଷ୍ଟ୍ରିକୁ ନୂତନ ଶିଖରକୁ ନେବାରେ ସରକାର ପ୍ରତିବଦ୍ଧ ଅଟନ୍ତି । ମୋତେ ବିଶ୍ୱାସ ଅଛି ଯେ ପ୍ରକଳ୍ପ ପୂର୍ଣ୍ଣ କ୍ଷେତ୍ର ଏବଂ ଷ୍ଟିଲ ସେକ୍ଟରର ବିକାଶକୁ ବେଗ ଦେବ । ମୁଁ ପୁଣିଥରେ ଏଏମ/ଏନଏସ ଇଣ୍ଡିଆର ଟିମକୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି, ଅନେକ ଅନେକ ଶୁଭକାମନା ଜଣାଉଛି ।

ବହୁତ ବହୁତ ଧନ୍ୟବାଦ ।

 

NS/MB



(Release ID: 1871764) Visitor Counter : 141