ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମିନିକୟ, ଥୁଣ୍ଡି ବେଳାଭୂମି ଓ କଦମତ ବେଳାଭୂମି ସମ୍ମାନଜନକ ବ୍ଲୁ ବିଚ୍ ତାଲିକାରେ ସ୍ଥାନ ପାଇଥିବାରୁ ଲାକ୍ଷାଦ୍ୱୀପବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ


ବେଳାଭୂମି ସ୍ୱଚ୍ଛତା ପାଇଁ ଦେଶବାସୀଙ୍କ ଉତ୍ସାହକୁ ପ୍ରଶଂସା କଲେ

Posted On: 26 OCT 2022 7:05PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ମିନିକୟ, ଥୁଣ୍ଡି ବେଳାଭୂମି ଓ କଦମଚ ବେଳାଭୂମି ସମ୍ମାନଜନକ ବ୍ଲୁ ବିଚ (ବିଶ୍ୱର ସ୍ୱଚ୍ଛ ବେଳାଭୂମିଗୁଡିକୁ ପ୍ରଦାନ କରାଯାଉଥିବା ଇକୋ- ଲେବଲ) ତାଲିକାରେ ସ୍ଥାନିତ ହୋଇଥିବାରୁ ଲାକ୍ଷାଦ୍ୱୀପବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତର ଆକର୍ଷଣୀୟ ତଟ ରେଖା ଓ ବେଳାଭୂମି ସ୍ୱଚ୍ଛତା ପାଇଁ ଦେଶବାସୀଙ୍କ ଉତ୍ସାହକୁ ପ୍ରଶଂସା କରିଛନ୍ତି । 

କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ସିଂହ ଯାଦବଙ୍କ ଏକ ଟ୍ୱିଟକୁ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ବହୁତ ବଢିଆ ! ଏହି ସଫଳତା ପାଇଁ ବିଶେଷ କରି ଲାକ୍ଷାଦ୍ୱୀପବାସୀଙ୍କୁ ଅଭିନନ୍ଦନ । ଭାରତର ତଟ ରେଖା ଆକର୍ଷଣୀୟ ଓ ବେଳାଭୂମି ସ୍ୱଚ୍ଛତାକୁ ଆଗେଇ ନେବା ପାଇଁ ଦେଶବାସୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଛି ।” 

 

SR



(Release ID: 1871109) Visitor Counter : 137