ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଥମ କ୍ବାଡ୍ରିଲାଟେରାଲ୍ ନେତାମାନଙ୍କର ଭର୍ଚୁଆଲ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ପ୍ରାରମ୍ଭିକ ମନ୍ତବ୍ୟ

ପୋଷ୍ଟ କରାଯିବା ଦିନାଙ୍କ: 12 MAR 2021 1:28PM by PIB Bhubaneswar

ମହାମହିମ,

ରାଷ୍ଟ୍ରପତି ବାଇଡେନ୍

ପ୍ରଧାନମନ୍ତ୍ରୀ ମୋରିସନ୍ ଏବଂ

ପ୍ରଧାନମନ୍ତ୍ରୀ ସୁଗା

ବନ୍ଧୁମାନଙ୍କ ଭିତରେ ରହିବା ଭଲ ଅଟେ!

ମୁଁ ଏହି ପଦକ୍ଷେପ ପାଇଁ ରାଷ୍ଟ୍ରପତି ବାଇଡେନଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି।

ମହାମହିମ,

ଆମେ ଆମର ଗଣତାନ୍ତ୍ରିକ ମୂଲ, ତଥା ସ୍ବତନ୍ତ୍ର ଉନ୍ମୁକ୍ତ ଏବଂ ସମାବେଶୀ ଇଣ୍ଡୋ-ପାସିଫିକ୍ ପ୍ରତି ନିଜର ପ୍ରତିବଦ୍ଧତା ଦ୍ବାରା ଏକଜୁଟ୍ ହୋଇଛୁ।

ଆଜି ଆମର ଏଜେଣ୍ଡା – ଟିକା, ଜଳବାୟୁ ପରିବର୍ତ୍ତନ ଏବଂ ନୂତନ ପ୍ରଯୁକ୍ତି ପରି କ୍ଷେତ୍ରକୁ କଭର କରିବା – କ୍ବାଡ଼କୁ ବିଶ୍ବର ସୁଗମତା ପାଇଁ ଏକ ଶକ୍ତି କରିଥାଏ।

ମୁଁ ଏହି ସକାରାତ୍ମକ ଦୃଷ୍ଟିକୋଣକୁ ଭାରତର ପ୍ରାଚୀନ ଦର୍ଶନ ବସୁଧୈବ କୁଟୁମ୍ବକମର ସଂପ୍ରସାରିତ ରୂପ ଭାବରେ ଦେଖୁଛି, ଯାହା ଦୁନିଆକୁ ଗୋଟିଏ ପରିବାର ଭାବରେ ଦେଖିଥାଏ।

ଆମେ ଆମର ମୂଲ୍ୟବୋଧକୁ ଆଗକୁ ବଢ଼ାଇବା ଏବଂ ଏକ ସୁରକ୍ଷିତ, ସ୍ଥିର ଏବଂ ସମୃଦ୍ଧ ଇଣ୍ଡୋ-ପାସିଫିକ୍ କୁ ପ୍ରୋତ୍ସାହିତ କରିବା ପାଇଁ ପୂର୍ବରୁ ଅଧିକ ଗତିରେ ଏକାଠି ମିଶି କାମ କରିବୁ।

ଆଜିର ଶିଖର ବୈଠକରେ ଜଳାଯାଉଛି ଯେ କ୍ବାଡ଼ର ଯୁଗର ଆରମ୍ଭ ହୋଇଯାଇଛି।

ଏବେ ଏହା କ୍ଷେତ୍ରରେ ଏକ ମହତ୍ତ୍ବପୂର୍ଣ୍ଣ ସ୍ତମ୍ଭ ରୂପେ ଛିଡ଼ା ହେବ।

ଆପଣଙ୍କୁ ଧନ୍ୟବାଦ।

***

BS


(ରିଲିଜ ଆଡି: 1869978) ପରିଦର୍ଶକ କାଉଣ୍ଟର : 228