ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତ –ସ୍ବିଡେନ୍ ଭର୍ଚୁଆଲ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନର ଅନୁବାଦ

Posted On: 05 MAR 2021 1:16PM by PIB Bhubaneshwar

ନମସ୍କାର ମହାମହିମ,

ସର୍ବପ୍ରଥମେ କୋଭିଡ-19 ରେ ସ୍ବିଡେନରେ ହୋଇଥିବା ଜୀବନହାନୀ ପାଇଁ ମୋ ପକ୍ଷରୁ ଓ ସମ୍ପୂର୍ଣ୍ଣ ଭାରତ ପକ୍ଷରୁ ସମବେଦନା ଜଣାଉଛି। ସ୍ବିଡେନରେ ଗୋଟିଏ ଦିନ ପୂର୍ବରୁ ହୋଇଥିବା ହିଂସା ପାଇଁ, ମୁଁ ସମସ୍ତ ଭାରତୀୟ ନାଗରିକଙ୍କ ପକ୍ଷରୁ ସ୍ବିଡେନ ଲୋକମାନଙ୍କ ସହିତ ଏକତା ବ୍ୟକ୍ତ କରିବାକୁ ଚାହୁଁଛି। ଆକ୍ରମଣରେ ଆହତ ହୋଇଥିବା ଲୋକମାନେ ଖୁବ୍ ଶୀଘ୍ର ସମ୍ପୂର୍ଣ୍ଣ ଭାବରେ ରିକଭର ହେବେ, ଏହା ଆମର କାମନା।

ମହାମହିମ,

2018 ରେ ସ୍ବିଡେନ ପ୍ରଥମ ଇଣ୍ଡିଆ ନୋର୍ଡିକ୍ ସମିଟ୍ ଆୟୋଜନ କରିଥିଲା। ଏହି ସମୟରେ ମୋତେ ଷ୍ଟକହୋମ୍ ଆସିବାର ସୁଯୋଗ ମିଳିଥିଲା। ମୁଁ ଆଶା କରୁଛିକି ଖୁବ୍ ଶୀଘ୍ର ଦ୍ବିତୀୟ ଇଣ୍ଡିଆ-ନର୍ଡିକ୍ ସମିଟ୍ ସମୟରେ ଆମକୁ ପୁଣି ଥରେ ସାକ୍ଷାତ କରିବାର ସୁଯୋଗ ମିଳିବ। 2019 ରେ ହିଜ୍ ମାଜେଷ୍ଟି ଦ କିଙ୍ଗ ଏବଂ ହର୍ ମାଜେଷ୍ଟି ଙ୍କ ଭାରତ ଯାତ୍ରା ଆମ ପାଇଁ ବହୁତ ସୌଭାଗ୍ୟର ଅବସର ଥିଲା। ମୋର ତାଙ୍କ ସହିତ ଅନେକ ବିଷୟରେ ବହୁତ ଭଲ ଭାବରେ ଆଲୋଚନା ହୋଇଥିଲା। ମୋର ମନେ ଅଛି ଯେ ହିଜ୍ ମାଜେଷ୍ଟି ଓ ମୁଁ କ୍ରପ୍ ଷ୍ଟବଲ୍ କୁ ପାୱାର ପ୍ଲାଣ୍ଟରେ ଉପଯୋଗ କରିବା ପାଇଁ ବ୍ରିକେଟ୍ କରିବା ବିଷୟରେ ସହଯୋଗକୁ ସମୀକ୍ଷା କରିଥିଲୁ। ଆପଣ ଜାଣି ଖୁସି ହେବେ ଯେ ଏହାର ପ୍ରଦର୍ଶନ ପ୍ଲାଣ୍ଟ ବହୁତ ଭଲ କାମ କରୁଛି। ଏବେ ଆମେ ଏହାକୁ ବାୟୋମାସ ସହିତ କୋଇଲା ପ୍ରସ୍ତୁତ କରିବା ପାଇଁ ବୃହତ୍ ସ୍ତରରେ ସ୍କେଲ-ଅପ୍ କରିପାରିବେ।

ମହାମହିମ,

କୋଭିଡ-19 ସମୟରେ ,ଆମେ ଉଭୟ ଆଞ୍ଚଳିକ ଏବଂ ବିଶ୍ବ ସ୍ତରରେ ସହଯୋଗର ଗୁରୁତ୍ବକୁ ସ୍ବୀକୃତି ଦେଇଛୁ 150 ରୁ ଅଧିକ ଦେଶକୁ ଔଷଧ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଉପକରଣ ଯୋଗାଇ କୋଭିଡ-19 ମହାମାରୀ ବିରୋଧରେ ଲଢେଇରେ ଭାରତ ବିଶ୍ବକୁ ସାହାଯ୍ୟ କରିଥିଲା ଅନଲାଇନ୍ ତାଲିମ କାର୍ଯ୍ୟ ମାଧ୍ୟମରେ ଆମେ ଏସିଆ ,ଦକ୍ଷିଣ-ପୂର୍ବ ଏସିଆ ଏବଂ ଆଫ୍ରିକାର ଆଗଧାଡ଼ିର ସ୍ବାସ୍ଥ୍ୟକର୍ମୀ ଏବଂ ନୀତି ନିର୍ମାତାମାନଙ୍କ ସହିତ ଆମର ଅଭିଜ୍ଞତାକୁ ବାଣ୍ଟିଛୁ ଆମେ ଏପର୍ଯ୍ୟନ୍ତ ପ୍ରାୟ 50ଟି ଦେଶକୁମେଡ୍ ଇନ୍ ଇଣ୍ଡିଆଟିକା ବିତରଣ କରିଛୁ  ଏବଂ ଆଗାମୀ ଦିନରେ ଆମେ ଆହୁରି ଅନେକ ଦେଶକୁ ଟିକା ଯୋଗାଇବାକୁ ପ୍ରତିଶ୍ରୁତିବଦ୍ଧ ଅଟୁ।

ମହାମହିମ,

ଆଜିର ପରିବେଶରେ ସମସ୍ତ ସମାନ ଚିନ୍ତଧାରା ଥିବା ଦେଶ ମଧ୍ୟରେ ସମନ୍ବୟ ,ସହଯୋଗ ଅଧିକ ଗୁରୁତ୍ବପୂର୍ଣ୍ନ ହୋଇପାରିଛି ଗଣତନ୍ତ୍ର, ମାନବିକ ଅଧିକାର, ଆଇନର, ସମାନତା, ସ୍ବାଧିନତା, ନ୍ୟାୟ ଭଳି ସହଭାଗୀ ମୂଲ୍ୟବୋଧ ଆମର ସମ୍ପର୍କ ଏବଂ ପାରସ୍ପାରିକ ସହଯୋଗକୁ ମଜବୁତ କରେ ଜଳବାୟୁ ପରିବର୍ତ୍ତନର ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆମ ଦୁହିଁଙ୍କ ପାଇଁ ଏକ ପ୍ରାଥମିକତା ଏବଂ ଆମେ ଏହା ଉପରେ ମିଳିତ ଭାବରେ କାର୍ଯ୍ୟ କରିବାକୁ ଚାହୁଁଛୁ ଭାରତୀୟ ସଂସ୍କୃତିରେ ପରିବେଶ ସୁରକ୍ଷା ଏବଂ ପ୍ରକୃତି ସହିତ ସୁସମ୍ପର୍କ ରଖିବାକୁ ସର୍ବଦା ଗୁରୁତ୍ବ ଦିଆଯାଉଛି

ପ୍ୟାରିସ୍ ଚୁକ୍ତିରେ ଦିଆଯାଇଥିବା ପରତିଶ୍ରୁତି ଉପରେ ଆମେ କ୍ରମାଗତ ଭାବରେ ଆଗକୁ ବଢୁଛୁ ଆମେ କେବଳ ଏହି ଲକ୍ଷ୍ୟ ହାସଲ କରିବୁ ନାହିଁ ,ବରଂ ସେଗୁଡିକୁ ଅତିକ୍ରମ ମଧ୍ୟ କରିବୁ ଜି-20 ଦେଶ ମଧ୍ୟରେ ବୋଧହୁଏ କେବଳ ଭାରତ ନିଜ ପ୍ରତିଶ୍ରୁତି ଉପରେ ଭଲ ଅଗ୍ରଗତି କରିବାରେ ସକ୍ଷମ ହୋଇଛି ଆମର ନବୀକରଣଯୋଗ୍ୟ ଶକ୍ତି ଉତ୍ପାଦନ କ୍ଷମତା ଗତ ପାଞ୍ଚ ବର୍ଷ ମଧ୍ୟରେ 162% ବୃଦ୍ଧି ପାଇଛି ଏବଂ ଆମେ 2030 ସୁଦ୍ଧା 450 ଗିଗାୱାଟ ଅକ୍ଷୟ ଶକ୍ତି ସ୍ଥାପନ କରିବାର ଲକ୍ଷ୍ୟ ସ୍ଥିର କରିଛୁ ଏଲଇଡି ଲାଇଟ୍ ବ୍ୟବହାରକୁ ପ୍ରୋତ୍ସାହିତ କରି ଆମେ 30 ମିଲିୟନ୍ ଟନ୍ କାର୍ବନ ଡାଇଅକ୍ସାଇଡ୍ ନିର୍ଗମନ ହ୍ରାସ ରିଛୁ ଆନ୍ତର୍ଜାତୀୟ ସୋଲାର ଆଲାଏକ୍ସରେ ଯୋଗଦେବା ପାଇଁ ସ୍ବିଡେନର ଘୋଷଣାକୁ ଆମେ ସ୍ବାଗତ କରୁଛୁ ଆମେ ଆପଣଙ୍କୁ କୋଆଲିସନ ଫର ଡିଜାଷ୍ଟର ରିସିଲିଏଣ୍ଟ ଇନଫ୍ରାଷ୍ଟ୍ରକ୍‌ଚର ଶୀଘ୍ର ଜଏନ୍ କରିବା ପାଇଁ ଆମନ୍ତ୍ରିତ କରୁଛୁ।

ମହାମହିମ,

କୋଭିଡ ପରବର୍ତ୍ତୀ ସ୍ଥିରତା ଏବଂ ପୁନରୁଦ୍ଧାରରେ ଭାରତ-ସ୍ବିଡେନ୍ ସହଭାଗୀତା ଏକ ଗୁରୁତ୍ବପୂର୍ଣ୍ନ ଭୂମିକା ଗ୍ରହଣ କରିପାରିବ । ଆମେ ଇନୋଭେସନ, ଟେକ୍‌ନୋଲୋଜି, ନିବେଶ, ଷ୍ଟାର୍ଟଅପ୍ ଏବଂ ଗବେଷଣା କ୍ଷେତ୍ରରେ ପାରସ୍ପରିକ ସହଯୋଗକୁ ଆହୁରି ଦୃଢ଼ କରିପାରିବା। ସ୍ମାର୍ଟ ସିଟିଜ୍, ୱାଟର ଟ୍ରିଟମେଣ୍ଟ, ବର୍ଜ୍ୟ ପରିଚାଳନା, ସର୍କୁଲାର ଇକୋନୋମି, ସ୍ମାର୍ଟ ଗ୍ରିଡ୍‌, ଇ-ମୋବିଲିଟି, ଡିଜିଟାଲ୍ ଟ୍ରାନ୍‌ସଫରମେସନ ଇତ୍ୟାଦି ଅନେକ କ୍ଷେତ୍ରରେ ପାରସ୍ପରିକ ସହଯୋଗ ବୃଦ୍ଧି କରିବା ପାଇଁ ଉତ୍କୃଷ୍ଟ ସମ୍ଭାବନା ରହିଛି। ମୋର ବିଶ୍ବାସ ରହିଛି ଆମର ଭର୍ଚୁଆଲ୍ ସମିଟ୍ ଆମର ସହଯୋଗ ପାଇଁ ନୂତନ ମାର୍ଗ ଉନ୍ମୁକ୍ତ କରିବ।

ମହାମହିମ,

ମୁଁ ପୁଣି ଥରେ ସ୍ବିଡେନର ନାଗରିକଙ୍କ ପ୍ରତି ଭାରତର ବହୁତ ଉତ୍ତମ ମିତ୍ରତାର ଆମର ଯାତ୍ରାକୁ ମନେ ପକାଇ ଆପଣଙ୍କ ମତାମତ ଆମନ୍ତ୍ରିତ କରିବାକୁ ଚାହୁଁଛି।

 

ପ୍ରତ୍ୟାଖ୍ୟାନ : ଏହା ପ୍ରଧାନମନ୍ତ୍ରୀଙ୍କ ଉଦବୋଧନର ଆଂଶିକ ଅନୁବାଦ ଅଟେ। ମୂଳ ଭାଷଣ ହିନ୍ଦୀରେ ପ୍ରଦାନ କରାଯାଇଛି।

 

BS



(Release ID: 1869966) Visitor Counter : 130