ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବ୍ରାସିଲିଆ ଠାରେ ଏକାଦଶ ବ୍ରିକ୍ସ ଶିଖର ସମ୍ମିଳନୀରେ ବ୍ରିକ୍ସ ବାଣିଜ୍ୟ ପରିଷଦ ଓ ନ୍ୟୁ ଡେଭଲପମେଣ୍ଟ ବ୍ୟାଙ୍କ ସହ ନେତାମାନଙ୍କ ବକ୍ତବ୍ୟ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟର ଅନୁବାଦ

Posted On: 15 NOV 2019 1:56PM by PIB Bhubaneshwar

ମାନନୀୟ ଅଧ୍ୟକ୍ଷ,

ମାନ୍ୟବର,

ବ୍ରିକ୍ସ ବାଣିଜ୍ୟ ପରିଷଦର ସଦସ୍ୟ ଓ ନିଉ ଡେଭେଲପମେଣ୍ଟ ବ୍ୟାଙ୍କର ସଦସ୍ୟଗଣ,

ଏହି ଆଲୋଚନାରେ ଭାଗ ନେଇ ମୁଁ ଆନନ୍ଦିତ ।

ଏହି ମଞ୍ଚ ପାଇଁ ଦୁଇଟି ପ୍ରକ୍ରିୟା ଖୁବ ଜରୁରୀ ।

ବ୍ରିକ୍ସ ଗୋଷ୍ଠୀଭୁକ୍ତ ଦେଶଗୁଡିକ ମଧ୍ୟରେ ପ୍ରକୃତ ସହଭାଗିତା ପାଇଁ ମୁଁ ମାନ୍ୟବର ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଉଛି ।

ବିଶ୍ୱ ଅର୍ଥନୀତିର ଅଭିବୃଦ୍ଧି ପାଇଁ ବ୍ରିକ୍ସ ଗୋଷ୍ଠୀଭୁକ୍ତ ଦେଶଗୁଡିକ ଆଶାର ଆଲୋକ । ଆମ ବାଣିଜ୍ୟର ନବାଚାର ଓ କଠିନ ପରିଶ୍ରମ ଆମର ଶକ୍ତିର ଉତ୍ସ ।

ବର୍ତ୍ତମାନ ସମୟରେ ପ୍ରତ୍ୟେକ ବ୍ୟବସାୟର ସୁଯୋଗକୁ ଚିହ୍ନି ଏହାର ଲାଭ ଉଠାଇବା ଜରୁରୀ । ଏ ପ୍ରସଙ୍ଗରେ ମୁଁ କିଛି ପରାମର୍ଶ ଦେବାକୁ ଚାହେଁ ।

ପ୍ରଥମତଃ, ପରିଷଦ ଆଗାମୀ ଶିଖର ସମ୍ମିଳନୀ ମଧ୍ୟରେ ବ୍ରିକ୍ସ ଗୋଷ୍ଠୀଭୁକ୍ତ ଦେଶଗୁଡିକ ମଧ୍ୟରେ ବାଣିଜ୍ୟ ପରିମାଣ ୫୦୦ ବିଲିୟନ ଡଲାର କରିବାକୁ ସିଦ୍ଧାନ୍ତ ନେଇଛି । ଏହି ପ୍ରୟାସରେ ଆମେ ନିଜ ଅର୍ଥନୀତିର ପରିପକ୍ୱତା ଚିହ୍ନଟ ଗୁରୁତ୍ୱପୂର୍ଣ୍ଣ ।

ଦ୍ୱିତୀୟତଃ ପାଞ୍ଚଟି ଦେଶ ମଧ୍ୟରେ ଅନେକ କୃଷି ପ୍ରଯୁକ୍ତି ଷ୍ଟାର୍ଟଅପ ସମନ୍ୱିତ ହୋଇଛି । ସେମାନଙ୍କ ଯୌଥ ପ୍ରଚେଷ୍ଟାର ଲାଭ ଆମ ବୃହତ୍ତର ବଜାରରେ ମିଳିପାରିବ । କୃଷି କ୍ଷେତ୍ରରେ ପ୍ରଯୁକ୍ତି ଓ ଡାଟା ବିଶ୍ଳେଷକ ଉପକରଣର ବ୍ୟବହାର ମଧ୍ୟ ଏହି ଷ୍ଟାର୍ଟ ଅପଗୁଡିକ ମାଧ୍ୟମରେ ପ୍ରୋତ୍ସାହନ ପାଇବ ।
ତୃତୀୟତଃ ସାର୍ବଜନୀନ ସ୍ୱାସ୍ଥ୍ୟ କଭରେଜ୍ ଆହ୍ୱାନର ମୁକାବିଲା ପାଇଁ ପରିଷଦ ଭାରତରେ ଡିଜିଟାଲ ହେଲଥ ଆପ୍ଲିକେସନର ବ୍ୟବହାର ପାଇଁ ଏକ ହାକାଥନ୍ ଆୟୋଜନ କରିବାକୁ ବିଚାର କରିପାରନ୍ତି ।

ଚତୁର୍ଥତଃ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡିକ ପାଇଁ ଏକ କାର୍ଯ୍ୟଗୋଷ୍ଠୀ ସର୍ବୋତ୍ତମ କାର୍ଯ୍ୟ ପ୍ରଣାଳୀ ଆଦାନପ୍ରଦାନ ସହଜ କରିବ ।

ବ୍ରିକ୍ସ ବାଣିଜ୍ୟ ଗୋଷ୍ଠୀ ବ୍ରିକ୍ସ ପେ, କ୍ରେଡିଟ୍ ରେଟିଂ ଏଜେନ୍ସି, ପୁନଃ ବୀମା ଉପକରଣ ଓ ବିହନ ବ୍ୟାଙ୍କ ଭଳି ବିଷୟରେ ଆଗେଇଥିବାରୁ ଲାଭାନ୍ୱିତ ହେବ ।

ନୂତନ ବିକାଶ ବ୍ୟାଙ୍କ ଏବଂ ବ୍ରିକ୍ସ ବାଣିଜ୍ୟ ପରିଷଦ ମଧ୍ୟରେ ସହଭାଗୀତା ଚୁକ୍ତି ଉଭୟ ଅନୁଷ୍ଠାନ ପାଇଁ ଉପଯୋଗୀ ହେବ ।

ଆମ ଅର୍ଥନୀତିଗୁଡିକ ଅଧିକ ଭିତ୍ତିଭୂମି ପାଣ୍ଠି ଆବଶ୍ୟକ କରୁଛି । ମୋର ବିଶ୍ୱାସ ଯେ ନିଉ ଡେଭେଲପମେଣ୍ଟ ବ୍ୟାଙ୍କ ଏ କ୍ଷେତ୍ରରେ ବିଶେଷ ସାହାଯ୍ୟ କରିପାରିବ ।

ଏନଡିବି ଦ୍ୱାରା ପ୍ରକଳ୍ପ ପ୍ରସ୍ତୁତି ପାଣ୍ଠିର ଶୁଭାରମ୍ଭକୁ ମୁଁ ସ୍ୱାଗତ କରୁଛି ।

ଏନଡିବି ପୋର୍ଟଫୋଲିଓରେ ଘରୋଇ ପ୍ରକଳ୍ପର ଉପସ୍ଥିତି ବ୍ୟାଙ୍କର ଉପସ୍ଥିତି ବୃଦ୍ଧି କରିବ ।

ବନ୍ଧୁଗଣ,
ମୁଁ ବ୍ରିକ୍ସ ଦେଶ ସମୂହ ଓ ଏନଡିବିକୁ ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ଉପକ୍ରମରେ ସାମିଲ ହେବାକୁ ଆହ୍ୱାନ ଜଣାଉଛି ।

ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତି ପାଇଁ ଏନଡିବି ସହ କାର୍ଯ୍ୟ କରିବା ଭାରତ ଖୁସି ହେବ ।

ଭାରତରେ ଏନଡିବିର ଆଞ୍ଚଳିକ କାର୍ଯ୍ୟାଳୟ ପ୍ରତିଷ୍ଠା କାର୍ଯ୍ୟ ଶୀଘ୍ର ସାରିବାକୁ ମୁଁ ଅନୁରୋଧ କରୁଛି । ଆମ ପ୍ରାଥମିକତା କ୍ଷେତ୍ରରେ ପ୍ରକଳ୍ପକୁ ଏହା ପ୍ରୋତ୍ସାହିତ କରିବ ।
 

ବନ୍ଧୁଗଣ,
ଆପଣ ଭାରତରେ ନିବେଶ ସୁଯୋଗ ଓ ନବାଚାର ପରିବେଶ ପ୍ରଣାଳୀ ସମ୍ପର୍କରେ ଜାଣିଥିବେ ।

୨୦୨୨ ସୁଦ୍ଧା ନୂଆ ଭାରତ ନିର୍ମାଣ ଓ ଭାରତର ବିକାଶ ଯାତ୍ରାର ଅଂଶୀଦାର ହେବାକୁ ମୁଁ ଆପଣମାନଙ୍କୁ ଆମନ୍ତ୍ରଣ ଜଣାଉଛି ।

ମାନ୍ୟବର, ବନ୍ଧୁଗଣ,
ମୁଁ ନିଜ ବକ୍ତବ୍ୟ ଶେଷରେ କହିବାକୁ ଚାହେଁ ଏନଡିବି ଓ ପରିଷଦର ସମ୍ପୂର୍ଣ୍ଣ ସହଯୋଗରେ ବ୍ରିକ୍ସ ଅର୍ଥନୈତିକ ସହଭାଗିତାକୁ ମଜବୁତ କରିବା ପାଇଁ ଆମର ସ୍ୱପ୍ନ ସାକାର ହୋଇପାରିବ ।

ଏହି ଉଦ୍ଦେଶ୍ୟ ପାଇଁ ହେଉଥିବା ପ୍ରୟାସରେ ଭାରତ ଆପଣଙ୍କ ସହିତ ରହିଛି ।

ଆପଣଙ୍କୁ ଅନେକ ଧନ୍ୟବାଦ ।

ସ୍ୱଷ୍ଟୀକରଣ: ଏହା ପ୍ରଧାନମନ୍ତ୍ରୀ ହିନ୍ଦୀରେ ପ୍ରଦାନ କରିଥିବା ଭାଷଣର ଆନୁମାନିକ ଅନୁବାଦ ।

 

SR



(Release ID: 1869745) Visitor Counter : 61