ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଅକ୍ଟୋବର ୧୯-୨ଠରେ ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ଗସ୍ତ।


ଗୁଜରାଟରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରାୟ ୧୫,୬୭ଠ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟନ

ଦେଶର ପ୍ରତିରକ୍ଷା ନିର୍ମାଣ ସାମର୍ଥ୍ୟ ପ୍ରଦର୍ଶନସ୍ୱରୂପ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ପ୍ରଧାନମନ୍ତ୍ରୀ ଡିଫେନ୍ସ ଏକ୍ସପୋ-୨୨ର କରିବେ ଉଦଘାଟନ

ପ୍ରଧାନମନ୍ତ୍ରୀ ମହାକାଶ ପ୍ରତିରକ୍ଷା ପଦକ୍ଷେପ ସ୍ୱରୂପ ଦିଶା ଏୟାରଫିଲ୍ଡର କରିବେ ଶିଳାନ୍ୟାସ ଓ ଭାରତୀୟ ତାଲିମ ଏୟାରକ୍ରାଫ୍ଟ ଏଚଟିଟି-୪ଠର କରିବେ ଉନ୍ମୋଚନ

କେଭାଡିଆରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମିଶନ ଲାଇଫର ଶୁଭାରମ୍ଭ

ପ୍ରଧାନମନ୍ତ୍ରୀ ମଧ୍ୟ କେଭାଡିଆ ଠାରେ ମିଶନ ମୁଖ୍ୟ ସମ୍ମିଳନୀରେ ଯୋଗ ଦେବେ

ପ୍ରଧାନମନ୍ତ୍ରୀ ରାଜକୋଟରେ ଭାରତ ସହରାଞ୍ଚଳ ଗୃହ ନିର୍ମାଣ ସମ୍ମିଳନୀ ୨ଠ୨୨କୁ ଉଦଘାଟନ କରିବେ । ସେ ମଧ୍ୟ ୫୮୬ଠ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଲୋକାର୍ପଣ କରିବେ

ପ୍ରଧାନମନ୍ତ୍ରୀ ପ୍ରାୟ ୪୨୬ଠ କୋଟି ଟଙ୍କାର ଗୁଜରାଟ ମିଶନ ସ୍କୁଲ ଅଫ ଏକ୍ସିଲେନ୍ସିର ଶୁଭାରମ୍ଭ କରିବେ

ପ୍ରଧାନମନ୍ତ୍ରୀ ଜୁନାଗଡ଼ ଠାରେ ୩୫୮ଠ କୋଟି ଓ ଭ୍ୟାରାରେ ୧୯୭ଠ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ

Posted On: 18 OCT 2022 10:36AM by PIB Bhubaneshwar

ପୁଞ୍ଜିନିବେଶକାରୀଙ୍କ ମଧ୍ୟ ଏକ ବୈଠକ ହେବ । ଏଥିରେ ଶହେରୁ ଅଧିକ ଷ୍ଟାର୍ଟଅପ ମନ୍ଥନ-୨ଠ୨୨ ଅଧୀନରେ ପ୍ରତିରକ୍ଷାରେ ନବୋନ୍ମେଷ ନେଇ ସେମାନଙ୍କ ସାମଗ୍ରୀ ଦେଖାଇବାର ସୁଯୋଗ ପାଇବେ । କାର୍ଯ୍ୟକ୍ରମ ବଂଧନ ଅଧୀନରେ ୪୫୧ଟି ଭାଗିଦାରୀ କାର୍ଯ୍ୟର ମଧ୍ୟ ଶୁଭାରମ୍ଭ ହେବ ।

ପ୍ରଧାନମନ୍ତ୍ରୀ ମଧ୍ୟ ଆଦାଲଜର ଶ୍ରୀମନ୍ଦିର ଠାରେ ମିଶନ ସ୍କୁଲ ଅଫ ଏକ୍ସିଲେନ୍ସିର ଶୁଭାରମ୍ଭ କରିବେ । ଦଶ ହଜାର କୋଟି ଟଙ୍କା ବ୍ୟୟରେ ଏହି ଯୋଜନା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ୪୨୬ଠ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିବେ । ଏହି ପ୍ରକଳ୍ପ ଗୁଜରାଟରେ ନୂତନ ଶ୍ରେଣୀ ଗୃହ, ସ୍ମାର୍ଟ ଶ୍ରେଣୀ ଗୃହ, କମ୍ପୁ୍ୟଟର ଲ୍ୟାବ ଓ ରାଜ୍ୟରେ ସାମଗ୍ରିକ ବିଦ୍ୟାଳୟ ଭିତ୍ତିଭୂମିକୁ ଉନ୍ନୀତ କରିବ ।

ଜୁନାଗଡ଼ରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଜୁନାଗଡ଼ରେ ୩୫୮ଠ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ସେ ଉପକୂଳ ରାଜପଥର ଉନ୍ନତିର ସହ ସଂଯୋଗ ବିଚ୍ଛିନ୍ନ ସ୍ଥାନର ନିର୍ମାଣର ମଧ୍ୟ ଶିଳାନ୍ୟାସ କରିବେ । ପ୍ରଥମ ପର୍ଯ୍ୟାୟରେ ପ୍ରକଳ୍ପର ୨୭ଠ କିଲୋମିଟର ରାଜ୍ୟପଥ ୧୩ଟି ଜିଲ୍ଲାରେ ନିର୍ମିତ ହେବ । ପ୍ରଧାନମନ୍ତ୍ରୀ ପୋରବନ୍ଦର ଠାରେ ମାଧବପୁର ଶ୍ରୀକୃଷ୍ଣ ରୁକ୍ମିଣୀ ମନ୍ଦିରର ଶିଳାନ୍ୟାସ କରିବେ । ସେ ପୋରବନ୍ଦର ମାଛଧରା ଉପକୂଳର ଖନନ ଜଳଯୋଗାଣ ଓ ନର୍ଦ୍ଦମା ପକଳ୍ପରେ ମଧ୍ୟ ଶିଳାନ୍ୟାସ କରିବେ । ଖୀର ସୋମନାଥରେ ସେ ମାଧୱାଡ଼ରେ ମାଛଧରା ବନ୍ଦର ସହ ଦୁଇଟି ପ୍ରକଳ୍ପର ଶିଳାନ୍ୟାସ କରିବେ ।

ରାଜକୋଟରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ରାଜକୋଟ ଠାରେ ୫୮୬ଠ କୋଟି ଟଙ୍କା ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ସେ ମଧ୍ୟ ଇଣ୍ଡିଆ ଅର୍ବାନ ହାଉସିଂ କନକ୍ଲେଭ-୨ଠ୨୨ ଉଦଘାଟନ କରିବେ । ଏଥିରେ ଭାରତରେ ଘର ତିଆରି ଯୋଜନା, ନୀତି, ପରିପାଟୀ, ନିୟନ୍ତ୍ରଣ ଓ କାର୍ଯ୍ୟାନ୍ୱୟନ ଉପରେ ବିଶେଷ କରି ଆଲୋଚନା ହେବ । ସାଧାରଣ ସମାରୋହ ପରେ ପ୍ରଧାନମନ୍ତ୍ରୀ ନିର୍ମାଣ ନବୋନ୍ମେଷ ପଦ୍ଧତି ମଧ୍ୟ ଉଦଘାଟନ କରିବେ ।

ଉତ୍ସବରେ ପ୍ରଧାନମନ୍ତ୍ରୀ ଲାଇଟ ହାଉସ ପ୍ରକଳ୍ପ ଅଧିନରେ ନିର୍ଗତ ୧୧ଠଠ ଗୃହକୁ ଲୋକାର୍ପଣ କରିବେ । ହିତାଧିକାରୀଙ୍କୁ ଘର ଚାବି ପ୍ରଦାନ କରାଯିବ । ସେ ମଧ୍ୟ ଏକ ଜଳ ଯୋଗାଣ ପ୍ରକଳ୍ପକୁ ଲୋକାର୍ପିତ କରିବେ । ଏହା ମୋରବି ବ୍ଲକ ପାଇପଲାଇନ ପ୍ରକଳ୍ପ ବ୍ରାହ୍ମଣୀ-୨ ଡ୍ୟାମରଚୁ ନର୍ମଦା କେନାଲ ପମ୍ପିଂ ଷ୍ଟେସନ ପର୍ଯ୍ୟନ୍ତ ଯିବ । ତାଙ୍କ ଦ୍ୱାରା ଲୋକାର୍ପଣ ହେବାକୁ ଥିବା ଅନ୍ୟାନ୍ୟ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଉଡ଼ନ୍ତା ପୋଲ ଓ ଅନ୍ୟାନ୍ୟ ସଡ଼କ କ୍ଷେତ୍ର ସମ୍ପର୍କିତ ପ୍ରକଳ୍ପ ଅନ୍ତର୍ଭୁକ୍ତ ।

ପ୍ରଧାନମନ୍ତ୍ରୀ ଗୁଜରାଟ ୨୭ ନମ୍ବର ରାଜପଥର ଗୁଜରାଟ-ଗୋଣ୍ଡାଲ-ଜେଟପୁରସ୍ଥିତ ଚାରିଥାକିଆ ରାସ୍ତା ଛଅଟିକିଆ କରିବା ପାଇଁ ହେବାକୁ ଥିବା ପ୍ରକଳ୍ପର ଶିଳାନ୍ୟାସ କରିବେ । ସେ ମୋରବି, ରାଜକୋଟ, ବୋଟାଡ଼, ଜାମନଗର ଓ କଚ୍ଛରେ ୨୯୫ଠ କୋଟି ଟଙ୍କାର ଜେଆଇଡିସି ଶିଳ୍ପାଞ୍ଚଳର ଶିଳାନ୍ୟାସ କରିବେ । ଅନ୍ୟାନ୍ୟ ଶିଳାନ୍ୟାସ ହେବାକୁ ଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ଗଡ଼କା ଅମୁଲ ପରିଚାଳିତ ଡାଏରୀ ପ୍ଲାଣ୍ଟ, ରାଜକୋଟ ଠାରେ ଇନଡୋର କ୍ରୀଡ଼ା ପରିସଯର, ଦୁଇଟି ଜଳ ଯୋଗାଣ ପରିସର ଓ ଅନ୍ୟାନ୍ୟ ସଡ଼କ ଓ ରେଳବାଇ କ୍ଷେତ୍ରର ପ୍ରକଳ୍ପ ଅନ୍ତର୍ଭୁକ୍ତ ।

 

କେଭାଡିଆରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଜାତିସଂଘ ମହାସଚିବ ଶ୍ରୀ ଆଣ୍ଟାନିଓ ଗୁଟେରସଙ୍କ ସହ ଏକ ଦ୍ୱିପାକ୍ଷିକ ବୈଠକରେ ମିଳିତ ହେବେ । ଜାତିସଂଘ ମହାସଚିବଙ୍କ ଉପସ୍ଥିତିରେ କେଭାଡ଼ିଆର ଏକତା ପ୍ରତିମୂର୍ତ୍ତି ନିକଟରେ ପ୍ରଧାନମନ୍ତ୍ରୀ ମିଶନ ଲାଇଫର ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀଙ୍କ ମାନସ ପ୍ରସତ ବୈରିକ ଗଣ ଆଂଦୋଳନ ପରିବେଶର ସୁରକ୍ଷା ଦିଗରେ ସହାୟକ ହେବା ଆଶା କରାଯାଏ ।

ସ୍ଥାୟୀ ଓ ନିରନ୍ତର ବିକାଶ ନିମନ୍ତେ ମିଶନ ଲାଇଫର ତିନିଟି ରଣନୀତି ରହିଛି । ପ୍ରଥମ, ବ୍ୟକ୍ତି ଦୈନନ୍ଦିନ ପରିବେଶ ଅନୁକୂଳ କାର୍ଯ୍ୟ କରିବେ । ଦ୍ୱିତୀୟରେ ଶିଳ୍ପ ଓ ବଜାରକୁ ଆବଶ୍ୟକତା ଅନୁସାରେ କାର୍ଯ୍ୟ କରାଇବେ ଓ ଉଭୟ ସରକାର ଓ ଶିଳ୍ପ ନୀତି ସ୍ଥାୟୀ ଓ ନିରନ୍ତର ବିକାଶରେ ପ୍ରୟାସ କରିବେ ।

ଅକ୍ଟୋବର ୨୦-୨୨ ମଧ୍ୟରେ କେଭାଡ଼ିଆ ଠାରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଦଶମ ହେଡ ଅଫ ମିଶନ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ । ଏଥିରେ ବିଶ୍ୱବ୍ୟାପୀ ଦେଶର ୧୧୮ ଦେଶ ରାଷ୍ଟଦୂତ ଓ ଉଚ୍ଚ ଆୟୁକ୍ତ ଯୋଗଦେବେ । ତିନିଦିନ ବ୍ୟାପୀ ଏହାର ୨୩ଟି ଅଧିବେଶନରେ ଭାରତର ଅଗ୍ରଣୀ ବୈଦେଶିକ ନୀତି ଉପରେ ଆଲୋଚନା ହେବ । ମିଶନ ମୁଖ୍ୟଗଣ ବର୍ତ୍ତମାନ ସେମାନଙ୍କ ନିଜ ରାଜ୍ୟରେ ନିଜକୁ ଭାରତୀୟ ଫ୍ଲାଗସିପ ଅଭିଯାନ ଯଥା ଆକାଂକ୍ଷିତ ଜିଲ୍ଲା, ଗୋଟିଏ ଜିଲ୍ଲା, ଗୋଟିଏ ସାମଗ୍ରୀ, ଅମୃତ ସରୋବର ଅଭିଯାନ ଉପରେ ଅନୁଧ୍ୟାନ କରୁଛନ୍ତି ।

ଭ୍ୟାରାରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ୧୭୯ଠ କୋଟଇ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଭ୍ୟାରା ଠାରେ କରିବେ । ସପୁତ୍ରରୁ ଏକତା ପ୍ରତିମୂର୍ତ୍ତି ରାସ୍ତାର ଉନ୍ନତି ସମେତ ୩ଠଠ କୋଟି ଟଙ୍କା ବ୍ୟୟରେ ତାପି ଓ ନର୍ମଦା ଜିଲ୍ଲାରେ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ ହେବ ।

 

SM/MB



(Release ID: 1869396) Visitor Counter : 108