ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନୂଆଦିଲ୍ଲୀ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନରେ ପିଏମ୍ କିଷାନ ସମ୍ମାନ ସମ୍ମିଳନୀ-୨୦୨୨ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ
୬୦୦ ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ର ମଧ୍ୟ ଉଦ୍ଘାଟିତ
‘ଗୋଟିଏ ଦେଶ ଗୋଟିଏ ସାର’ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଉର୍ବରକ ପରିଯୋଜନାକୁ କଲେ ଉଦ୍ଘାଟନ
ଭାରତ ୟୁରିଆ ବ୍ୟାଗ୍ ପ୍ରଚଳନ ଆରମ୍ଭ
୧୬ହଜାର କୋଟି ଟଙ୍କାର ପିଏମ୍ କିଷାନ ପାଣ୍ଠି ପ୍ରଦାନ
୩.୫ ଲକ୍ଷ ସାର ପାଇକାରୀ ଦୋକାନ ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ରରେ ପର୍ଯ୍ୟାୟକ୍ରମେ ପରିଣତ ହୋଇ କୃଷକମାନଙ୍କ ବହୁବିଧ କାର୍ଯ୍ୟରେ ସହାୟକ ହେବ
“ପ୍ରଯୁକ୍ତିଭିତ୍ତିକ ଆଧୁନିକ କୃଷି କୌଶଳ ଆପଣାଇବା ବର୍ତ୍ତମାନର ଆବଶ୍ୟକତା”
“ଗତ ୭-୮ବର୍ଷ ମଧ୍ୟରେ ୭୦ଲକ୍ଷ ହେକ୍ଟରରୁ ଅଧିକ ଜମି ଅଣୁ ଜଳସେଚନ ଅଧୀନକୁ ଆସଛି”
“୧.୭୫ କୋଟି କୃଷକ ଓ ୨.୫ଲକ୍ଷ ବ୍ୟବସାୟୀ ଇ-ନାମ ସହ ଯୋଡି ହୋଇଛନ୍ତି । ଇ-ନାମ ଜରିଆରେ ଦେଣନେଣ ୨ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି”
“କୃଷି କ୍ଷେତ୍ରରେ ଅଧିକରୁ ଅଧିକ ଷ୍ଟାର୍ଟଅପ୍ ଉଭୟ କୃଷି କ୍ଷେତ୍ର ଓ ଗ୍ରାମ୍ୟ ଅର୍ଥନୀତି ପାଇଁ ଉତ୍ତମ”
Posted On:
17 OCT 2022 2:09PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୭-୧୦-୨୦୨୨) ନୂଆଦିଲ୍ଲୀର ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ସମ୍ମେଳନ -୨୦୨୨କୁ ଉଦ୍ଘାଟନ କରିଛନ୍ତି । ରସାୟନ ଓ ସାର ମନ୍ତ୍ରଣାଳୟ ଅଧୀନରେ ୬୦୦ ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ର (ପିଏମକେଏସ୍କେ)କୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଛନ୍ତି । ଏହାଛଡା ଶ୍ରୀ ମୋଦୀ ଗୋଟିଏ ଦେଶ, ଗୋଟିଏ ସାର- ପ୍ରଧାନମନ୍ତ୍ରୀ ଜନ ଉର୍ବରକ ପରିଯୋଜନାକୁ ମଧ୍ୟ ଉଦ୍ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଶ୍ରୀ ମୋଦୀ ପ୍ରତ୍ୟକ୍ଷ ପୁଞ୍ଜି ହସ୍ତାନ୍ତରଣ ଦ୍ୱାରା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଜରିଆରେ ୧୬ହଜାର କୋଟି ଟଙ୍କାର ଦ୍ୱାଦଶ କିସ୍ତି ମଧ୍ୟ ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ଏଗ୍ରୀ ଷ୍ଟାର୍ଟଅପ୍ ଆଲୋଚନାଚକ୍ରଟି ପ୍ରଦର୍ଶନୀ ଏବଂ ସାର ଉପରେ ଇ-ପତ୍ରିକା ‘ଇଣ୍ଡିଆନ ଏଜ’ମଧ୍ୟ ଉଦ୍ଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ଅବସରରେ ବିଷୟବସ୍ତୁ ପର୍ଯ୍ୟବେସିତ ଷ୍ଟାର୍ଟଅପ୍ ପ୍ରଦର୍ଶନୀ ବୁଲି ଦେଖିବା ସହ ସେଠାରେ ପ୍ରଦର୍ଶିତ ବିଭିନ୍ନ ସାମଗ୍ରୀର ମଧ୍ୟ ନିରୀକ୍ଷଣ କରିଥିଲେ ।
ଏଥିରେ ଉଦ୍ବୋଧନ ଦେଇ ଗୋଟିଏ ପରିସର ଥିବା ଜୟ ଯବାନ, ଜୟ କିଷାନ, ଜୟ ବିଜ୍ଞାନ ଓ ଜୟ ଅନୁସନ୍ଧାନ ଉପସ୍ଥିତିକୁ ସ୍ୱୀକାର କରିବା ସହ ଆଜି ଆମେ ଏହି ମନ୍ତ୍ରକୁ ସାମ୍ନାରେ ଅନୁଭବ କରୁଛି ବୋଲି କହିଥିଲେ । କିଷାନ ସମ୍ମେଳନ କୃଷକମାନଙ୍କ ଜୀବନକୁ ସହଜ କରିବା ସହ ସେମାନଙ୍କ ସାମର୍ଥ୍ୟ ବୃଦ୍ଧି ଓ ଆଗୁଆ କୃଷି କୌଶଳ ଶିକ୍ଷା ଦେଇଥାଏ ବୋଲି କହିଥିଲେ ।
“୬୦୦ରୁ ଅଧିକ ପ୍ରଧାନମନ୍ତ୍ରୀ ସମୃଦ୍ଧି କେନ୍ଦ୍ର ଆଜି ଉଦ୍ଘାଟିତ ହୋଇଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହା କେବଳ ମାତ୍ର ସାର କେନ୍ଦ୍ର ନୁହେଁ ବରଂ ଚାଷୀମାନଙ୍କୁ ଏକ ନିବିଡ ସମ୍ପର୍କ ସୂତ୍ରରେ ବାନ୍ଧି ରଖିବାର କେନ୍ଦ୍ର ଭାବେ କାର୍ଯ୍ୟ କରିବ । ପ୍ରଧାନମନ୍ତ୍ରୀ କିଷାନ ସମ୍ମେଳନ ନିଧି(ପିଏମ୍-କିଷାନ)ର ତାଜା କିସ୍ତି ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ କୌଣସି ମଧ୍ୟସ୍ଥି ବିନା ଅର୍ଥ ସିଧାସଳଖ ଚାଷୀର ବ୍ୟାଙ୍କ ଖାତାରେ ଜମା ହେବ । “୧୬ହଜାର କୋଟି ଟଙ୍କାର ଆଉ ଏକ କିସ୍ତି ପିଏମ୍ ସମ୍ମାନନିଧି ଯୋଜନା ଅଧୀନରେ ଚାଷୀ ପରିବାର ନିକଟକୁ ଯାଉଛି ଓ ଦୀପାବଳୀ ଆଗରୁ ଏହା ସେମାନଙ୍କ ନିକଟରେ ପହଞ୍ଚିବା ନେଇ ଶ୍ରୀ ମୋଦୀ ଖୁସି ବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀୟ ଜନ ଉର୍ବରକ ପରିଯୋଜନା-ଗୋଟିଏ ଦେଶ ଗୋଟିଏ ସାର- ମଧ୍ୟ ଆଜିଠାରୁ ଆରମ୍ଭ ହୋଇଛି ଓ ଏହି ଯୋଜନା ଜରିଆରେ ‘ଭାରତ’ ଛାପାର କମ୍ ବ୍ୟୟ ସାପେକ୍ଷ ଗୁଣାତ୍ମକ ସାର କୃଷକମାନଙ୍କୁ ଉପଲବ୍ଧ ହେବ ।
୨୦୧୪ର ପୂର୍ବ ଅବସ୍ଥାକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚାଷୀମାନଙ୍କୁ ସେତେବେଳେ ୟୁରିଆର କଳାବଜାରୀ ସହିତ କୃଷି କ୍ଷେତ୍ରରେ ଅତ୍ୟନ୍ତ କଷ୍ଟ ପରିସ୍ଥିତି ସାମ୍ନା କରିବା ସହ ନିଜର ନାର୍ଯ୍ୟ ହକ୍ ପାଇବାକୁ ମଧ୍ୟ ଲାଠି ମାଡ ଖାଇବାକୁ ପଡିଥିଲା ।
ଭାଷଣ ମଝିରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ୟୁରିଆର କଳାବଜାର ରୋକିବା ପାଇଁ ସରକାର ଏହାକୁ ଶତପ୍ରତିଶତ ନିମ ପ୍ରଲୋପ ଯୁକ୍ତ କଲେ । “ଆମେ ଦେଶର ଛ’ଟି ବୃହତ୍ତମ ୟୁରିଆ ସାର କାରଖାନା ଯାହା ଦୀର୍ଘଦିନ ଧରି ବନ୍ଦ ପଡିଥିଲା ସେଗୁଡିକ ଚାଲୁ କରିବା ପାଇଁ କଠିନ ପରିଶ୍ରମ କଲୁ” ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ତରଳ ନାନୋ ୟୁରିଆ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା ଦିଗରେ ଆଗେଇ ଚାଲିଛି । “ନାନୋ ୟୁରିଆ ହେଉଛି କମ୍ ଖର୍ଚ୍ଚରେ ଅଧିକ ଉତ୍ପାଦନର ଏକ ମାଧ୍ୟମ” ବୋଲି ସେ କହିଥିଲେ । ଏହାର ସୁବିଧା ହେଉଛି ଏକ ବସ୍ତା ୟୁରିଆ ଏକ ବୋତଲ ନାନୋ ସହ ୟୁରିଆ ସମାନ । ଏହା ବ୍ୟତୀତ ଏବାବଦ ପରିବହନ ଖର୍ଚ୍ଚ ମଧ୍ୟ ଆଶାତୀତ ଭାବେ ହ୍ରାସ ପାଇବ ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ ଭାରତର ସାର କ୍ଷେତ୍ରରେ ଦୁଇଟି ନୂତନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ପ୍ରଥମ ହେଲା ଦେଶରେ ଥିବା ୩.୨୫ ଲକ୍ଷ ସାର ଦୋକାନକୁ ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କ୍ଷେତ୍ରରେ ପରିଣତ କରିବାକୁ ଆଜି ପଦକ୍ଷେପ ନିଆଯାଇଛି । ଏହି କେନ୍ଦ୍ରଗୁଡିକରେ ଚାଷୀମାନେ ସାର ବିହନ କ୍ରୟ କରିବା ସହିିତ କୃଷି କୌଶଳ ସମ୍ପର୍କୀତ ସୂଚନା ମଧ୍ୟ ପାଇପାରିବେ । ଦ୍ୱିତୀୟତଃ ଗୋଟିଏ ଦେଶ ଗୋଟିଏ ସାର ଯୋଜନା କାର୍ଯ୍ୟକାରୀ କରିବା ଦ୍ୱାରା ଚାଷୀ ସାରର ଗୁଣାତ୍ମକ ମାନ ଓ ଏହାର ଉପଲବ୍ଧତା ସମ୍ପର୍କୀୟ ଗୋଳମାଳିଆ ସ୍ଥିତିରୁ ମୁକ୍ତ ହୋଇପାରିବ । ବର୍ତ୍ତମାନ ଦେଶରେ ବିକ୍ରି ହେବାକୁ ଥିବା ୟୁରିଆର ଗୋଟିଏ ନାମ, ଗୋଟିଏ ଛାପ ଓ ଗୋଟିଏ ଗୁଣ ରହିବ ଓ ସେହି ଛାପ ହେଉଛି ‘ଭାରତ’ । ଏଣିକି ୟୁରିଆ କେବଳ ‘ଭାରତ’ ଛାପ ନାମରେ ସମଗ୍ର ଦେଶରେ ଉପଲବ୍ଧ ହେବ ବୋଲି ଶ୍ରୀ ମୋଦୀ କହିଥିଲେ । ଏହାଦ୍ୱାରା ସାରର ମୂଲ୍ୟ ହ୍ରାସ ପାଇବା ସହ ଏହାର ଉପଲବ୍ଧତା ମଧ୍ୟ ଅଧିକ ହେବ ।
ବୈଷୟିକ ଜ୍ଞାନ ଯୁକ୍ତ ଆଧୁନିକ କୃଷି କୌଶଳ ବର୍ତ୍ତମାନର ଆବଶ୍ୟକତା ହୋଇଥିବାରୁ ଏହା ଉପରେ ଗୁରୁତ୍ୱ ଆରୋପ କରି କହିଥିଲେ ଯେ ଆମକୁ କୃଷି କ୍ଷେତ୍ରରେ ନୂତନ କୌଶଳ ଅବଲମ୍ବନ କରିବାକୁ ପଡିବ ଓ ଖୋଲା ମନର ଅଧିକ ବୈଜ୍ଞାନିକ ଓ ପ୍ରଯୁକ୍ତିବିଦ୍ୟା ଆପଣାଇବାକୁ ହେବ ।
ଏହି ଭାବନା ରଖି ଆମେ କୃଷିରେ ବୈଜ୍ଞାନିକ ପଦ୍ଧତି ଓ ସର୍ବାଧିକ ବୈଷୟିକ ଜ୍ଞାନ ପ୍ରୟୋଗ ଉପରେ ଗୁରୁତ୍ୱ ଦେଉଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏପର୍ଯ୍ୟନ୍ତ ୨୨କୋଟି ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଥିବାବେଳେ ସର୍ବୋତ୍ତମ ଗୁଣ ଯୁକ୍ତ ବିହନ ଦେବା ପାଇଁ ଉଦ୍ୟମ ଜାରି ରହିଛି । “ଗତ ୭-୮ବର୍ଷ ମଧ୍ୟରେ ପ୍ରାୟ ୧୭୦୦ପ୍ରଜାତିର ଜଳବାୟୁ ପରିବର୍ତ୍ତନ ବ୍ୟବସ୍ଥାକୁ ସୁହାଇବା ଭଳି ବିହନ ବିକଶିତ ହୋଇଛି” ବୋଲି ସେ କହିଥିଲେ ।
ବୈଶ୍ୱିକ ସ୍ତରରେ ଚଣା ଓ ବାଜରା ଜାତୀୟ ଫସଲ ଉପରେ ଧ୍ୟାନ ଦିଆଯାଇଥିବା ନେଇ ପ୍ରଧାନମନ୍ତ୍ରୀ କହିଥିଲେ। “ଆଜି ଦେଶର ଅନେକ ସ୍ଥାନରେ ମୋଟା ବା ବାଜରା ଜାତୀୟ ଶସ୍ୟ ଉତ୍ପାଦନ ପାଇଁ ବିହନ ଉତ୍ପାଦ ସ୍ଥଳୀମାନ ବିକଶିତ ହେଉଛି । ଭାରତୀୟ ମୋଟା ଖାଦ୍ୟଶସ୍ୟକୁ ବିଶ୍ୱରେ ପରିଚିତ କରିବାକୁ ସରକାରଙ୍କ ପ୍ରୟାସ ଦାବି ରହିଛି । ଆସନ୍ତାବର୍ଷକୁ ଆନ୍ତର୍ଜାତିକ ମୋଟା ଓ ଚଣା ଜାତୀୟ ଫସଲ ବର୍ଷ ଭାବେ ଘୋଷଣା କରାଯାଇଥିବା ମଧ୍ୟ ସେ ସୂଚନା ଦେଇଥିଲେ ।
ଜଳସେଚନ ପାଇଁ ମନଇଚ୍ଛା ଜଳର ବ୍ୟବହାର ନେଇ ସାବଧାନ କରାଇ ଦେବା ସହ ସରକାରଙ୍କ ଉଦ୍ୟମ ଗୋଟିଏ ବୁନ୍ଦା ପାଣି, ଅଧିକ ଶସ୍ୟ ନୀତି ଆଧାରରେ ଅଣୁ ଓ ବୁନ୍ଦା ଜଳସେଚନ ପ୍ରତି ଗୁରୁତ୍ୱ ଦେବାକୁ ସେ ନିବେଦନ କରିଥିଲେ । ଗତ ୭-୮ବର୍ଷ ମଧ୍ୟରେ ଦେଶର ୭୦ଲକ୍ଷ ହେକ୍ଟର ଜଳ ସେଚନ ଅଧୀନକୁ ଅଣାଯାଇ ପାରିଛି ବୋଲି ସେ କହିଥିଲେ ।
ପ୍ରାକୃତିକ କୃଷି ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଭବିଷ୍ୟତର ଆହ୍ୱାନଗୁଡିକୁ ମୁକାବିଲା କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ । ଏ ସମ୍ପର୍କରେ ଆଜି ଆମେ ଦେଶର ଅନେକ ସଚେତନତା ନେଇ ଜାଣୁଛୁ । ଚାଷୀମାନେ ବହୁଳ ଭାବେ ଗୁଜରାଟ, ହିମାଚଳପ୍ରଦେଶ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ପ୍ରାକୃତିକ କୃଷିରେ ମନୋନିବେଶ କରିଛନ୍ତି । ଗୁଜରାଟର ଜିଲ୍ଲା ଓ ଗ୍ରାମ ପଞ୍ଚାୟତସ୍ତରରେ ଏଥିପାଇଁ ଯୋଜନାମାନ ମଧ୍ୟ ହେଉଛି ।
ପିଏମ୍ କିଷାନର ଅବସ୍ଥାନ୍ତର ପଦକ୍ଷେପ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ କ୍ଷୁଦ୍ରଚାଷୀମାନେ କିପରି ଆଧୁନିକ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରିବେ ପିଏମ୍ କିଷାନ ତାହାର ଏକ ଉଦାହରଣ । “ଏହି ଯୋଜନାର ଆରମ୍ଭ ପରଠାରୁ ଦୁଇଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥ ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ପଠାଯାଇଛି । ଦେଶର ଶତକଡା ୮୫ଭାଗରୁ ଅଧିକ କ୍ଷୁଦ୍ର ଚାଷୀଙ୍କ ନିମନ୍ତେ ଏହା ଏକ ବିରାଟ ସହାୟତା ବୋଲି ସେ କହିଥିଲେ ।
ଆମ ଚାଷୀମାନଙ୍କ ସୁଖ ସ୍ୱାଚ୍ଛନ୍ଦ୍ୟ ସୁନିଶ୍ଚିତ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆଧୁନିକ ପ୍ରଯୁକ୍ତି ବିଦ୍ୟା ଉପଯୋଗ ଦ୍ୱାରା ଆମେ ଚାଷ ଜମି ଓ ବଜାର ମଧ୍ୟରେ ଦୂରତ୍ୱ ମଧ୍ୟ ହ୍ରାସ କରିପାରିଛୁ ।” ଏହାର ସବୁଠାରୁ ଅଧିକ ଲାଭ କ୍ଷୁଦ୍ରଚାଷୀର ହିଁ ହୋଇଥାଏ ଯେ କି ପଚିସଢି ଯାଇଥିବା ଫଳ ଓ ପନିପରିବା/ କ୍ଷୀର ଓ ମାଛ ଚାଷ କରିଥାଏ । ଏ ଦିଗରେ କିଶାନ ରେଲ ଓ କିଶାନ ବିମାନ ସେବା ବିଶେଷ ସହାୟକ ହୋଇଛି । ଏହି ଆଧୁନିକ ସୁବିଧା କୃଷିକୁ ତା ଜମିରୁ ଦେଶର ପ୍ରମୁଖ ନଗରୀ ଓ ବିଦେଶ ସହ ମଧ୍ୟ ଯୋଡୁଛି । ଭାରତ ବିଶ୍ୱର ଦଶ ଜଣଙ୍କ ମଧ୍ୟରେ କୃଷିଜାତ ସାମଗ୍ରୀ ରପ୍ତାନୀରେ ଜଣେ ହୋଇଥିବାବେଳେ, ଏହା ବୈଶ୍ୱିକ ମହାମାରୀ ସତ୍ୱେ ଶତକଡା ୧୮ଭାଗ ବୃଦ୍ଧି ପାଇଛି ବୋଲି ସେ କହିଥିଲେ । ନିର୍ଦ୍ଦିଷ୍ଟ ଅଞ୍ଚଳ ରପ୍ତାନୀ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଥିପାଇଁ ଗୋଟିଏ ଜିଲା ଗୋଟିଏ ସାମଗ୍ରୀ ଉତ୍ପାଦନ ପଦକ୍ଷେପ ନିଆଯାଇଛି । ଜିଲ୍ଲା ସ୍ତରରେ ରପ୍ତାନୀ ପେଣ୍ଠମାନ ସୃଷ୍ଟି କରାଯାଇଛି । ସେହିପରି ପକ୍ରିୟାକୃତ ଖାଦ୍ୟ ମଧ୍ୟ ଚାଷୀଙ୍କ ଆୟ ବୃଦ୍ଧିରେ ସହାୟକ ହେଉଛି । ବୃହତ୍ ଫୁଡ ପାର୍କ ସଂଖ୍ୟା ଦୁଇରୁ ୨୩କୁ ବୃଦ୍ଧି ପାଇଛି । ଏହି ପାର୍କରେ ଏଫପିଓ ଓ ଏସଏଚଜିମାନଙ୍କୁ ସଂଯୋଗ କରାଯାଉଛି । ଚାଷୀମାନଙ୍କ ଜୀବନରେ ଇ-ନାମ ସକରାତ୍ମକ ପ୍ରଭାବ ପକାଇ ପାରିଛି । ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗରେ ଇ-ନାମ ଜରିଆର କୃଷକ ତାର ସାମଗ୍ରୀକୁ ୍ଯେକୌଣସି ନଗରରୀରେ ବିକ୍ରୟ କରିପାରୁଛି । “୧.୭୫ କୋଟି ଚାଷୀ ଓ ୨. ୫ ଲକ୍ଷ ବ୍ୟବସାୟୀ ଇ-ନାମ୍ ସହ ଯୋଡି ହୋଇଥିବାବେଳେ ଏହାଦ୍ୱାରା ଦେଣନେଣ ୨ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି” ବୋଲି ସେ କହିଥିଲେ ।
କୃଷି କ୍ଷେତ୍ରରେ ବୃଦ୍ଧି ପାଉଥିବା ଷ୍ଟାର୍ଟଅପ ସଂଖ୍ୟା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା କୃଷି ଓ ଗ୍ରାମ୍ୟ ଅର୍ଥନୀତି ବିକାଶ କ୍ଷେତ୍ରରେ ମଧ୍ୟ ସହାୟକ ହେବ । “ଷ୍ଟାର୍ଟ-ଅପ୍ ଓ ନୂତନ ଉଦଭାବନ କରୁଥିବା ଯୁବଶକ୍ତି ଭାରତୀୟ କୃଷିର ଭବିଷ୍ୟତ ଅଭିବୃଦ୍ଧିର ସହାୟକ । ଖର୍ଚ୍ଚଠାରୁ ଆରମ୍ଭ କରି ପରିବହନ ପର୍ଯ୍ୟନ୍ତ ସବୁ ସମସ୍ୟାର ସମାଧାନ ଆମ ଷ୍ଟାର୍ଟ ଅପ ମାନଙ୍କ ନିକଟରେ ରହିଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଆତ୍ମନିର୍ଭର ଭାରତ ପାଇଁ ସେ ଦେଉଥିବା ଗୁରୁତ୍ୱର କାରଣ ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ ଖାଇବା ତେଲ, ସାର, ଅଶୋଧିତ ତେଲ ଓ ନଡିଆ ଇତ୍ୟାଦିରେ ଯଥେଷ୍ଟ ଖର୍ଚ୍ଚ ହେଉଥିଲେ ମଧ୍ୟ ବିଶ୍ୱ ପରିସ୍ଥିତି ଏହାର ଯୋଗାଣକୁ ବାଧାପ୍ରାପ୍ତ କରୁଛି । ସେ ଡିଏପି ଅନ୍ୟାନ୍ୟ ସାରର ଦୃଷ୍ଟାନ୍ତ ଦେଇ କହିଥିଲେ ଯେ ଏ ସବୁର ଦର ଯଥେଷ୍ଟ ବୃଦ୍ଧି ପାଇଛି ଓ ଭାରତ ୟୁରିଆ କିଲୋ ପିଛା ୭୫ରୁ ୮୦ ଟଙ୍କାରେ କ୍ରୟ କରୁଛି । ଯଦିଓ ଏହା ଚାଷୀଙ୍କୁ କିଲୋପିଛା ୫ରୁ ୬ ଟଙ୍କାରେ ପ୍ରଦାନ କରାଯାଉଛି, କମ୍ ମୂଲ୍ୟରେ ଚାଷୀଙ୍କୁ ସାର ଯୋଗାଇବା ପାଇଁ ସରକାର ଏବର୍ଷ ୨.୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ସେ କହିଥିଲେ । ଅଶୋଧିତ ତୈଳ ଓ ଗ୍ୟାସ କ୍ଷେତ୍ରରେ ବୈଦେଶିକ ନିର୍ଭରଶୀଳତା ହ୍ରାସ ପାଇଁ ଜୈବ ଇନ୍ଧନ ଓ ଇଥାନେଲ ପାଇଁ ପଦକ୍ଷେପ ନିଆଯାଉଥିବା ସେ ପ୍ରକାଶ କରିଥିଲେ ।
ଉଦ୍ବୋଧନ ଶେଷରେ ପ୍ରଧାନମନ୍ତ୍ରୀ ଭାରତର ଚାଷୀଙ୍କୁ ତାଳତେଲ ଅଭିଯାନ କ୍ଷେତ୍ରରେ ପଦକ୍ଷେପ ନେଇ ଖାଇବା ତେଲରେ ଆତ୍ମନିର୍ଭର ଦେଶକୁ କରାଇବାକୁ ନିବେଦନ କରିଥିଲେ । ସେ ଆହୁରି କହିଥିଲେ ଯେ “ତୈଳବୀଜ ଉତ୍ପାଦନ ବୃଦ୍ଧି କରି ଦେଶ ଖାଇବା ତେଲ ବ୍ୟବହାର ହ୍ରାସ କରିପାରିବ । ଆମର ଚାଷୀମାନେ ଏ କ୍ଷେତ୍ରରେ ଖୁବ୍ ସମର୍ଥ ।” ୨୦୧୫ ମସିହାରେ ସେ ଡାଲିଜାତୀୟ ଶସ୍ୟ ଉତ୍ପାଦନ ପାଇଁ ଯେଉଁ ଆହ୍ୱାନ ଦେଇଥିଲେ ସେଥିପାଇଁ ଏହା ଶତକଡା ୭୦ଭାଗ ବୃଦ୍ଧି ପାଇଥିବାରୁ ସେ ଚାଷୀମାନଙ୍କୁ ଧନ୍ୟବାଦ ଦେଇଥିଲେ। “ଆଜାଦୀ କା ଅମ୍ରିତ ମହୋତ୍ସବରେ କୃଷିକୁ ଅଧିକ ଆକର୍ଷଣୀୟ ଓ ସମୃଦ୍ଧ କରିବ ବୋଲି କହି ସେ ଚାଷୀ ଓ ଷ୍ଟାର୍ଟ ଅପର ଶୁଭକାମନା କରି ତାଙ୍କ ବକ୍ତବ୍ୟ ଶେଷ କରିଥିଲେ ।
କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମାର, କେନ୍ଦ୍ର ରାସାୟନ ଓ ସାର ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ, କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଶୋଭା କାରନ୍ଦଲାଜେ ଓ ଶ୍ରୀ କୈଳାସ ଚୌଧୁରୀ ଓ କେନ୍ଦ୍ର ରସାୟକ ଓ ସାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଭଗୱନ୍ତ ଖୁବା ଏହି ଅବସରରେ ଉପସ୍ଥିତ ଥିଲେ ।
ପୃଷ୍ଟଭୂମି
ଏହି ସମାରୋହରେ ଦେଶର ବିଭିନ୍ନ ସ୍ଥାନରୁ ୧୩, ୫୦୦ ଚାଷୀ ଓ ପାଖାପାଖି ୧୫ଶହ କୃଷି ଷ୍ଟାର୍ଟଅପ ଯୋଗ ଦେଇଛନ୍ତି । ଅଭାସୀ ମାଧ୍ୟମରେ ବିଭିନ୍ନ ଅନୁଷ୍ଠାନରୁ ପ୍ରାୟ ଏକ କୋଟି ଚାଷୀ ଏଥିରେ ଯୋଗ ଦେବା ଆଶା କରାଯାଉଛି । ଏହି ସମ୍ମେଳନରେ ଗବେଷକ, ନୀତି ନିର୍ଦ୍ଦାରକ ଓ ଅନ୍ୟାନ୍ୟ ଭାଗୀଦାରମାନେ ମଧ୍ୟ ଯୋଗଦେବେ ।
ରସାୟନ ଓ ସାର ମନ୍ତ୍ରଣାଳୟ ଅଧୀନରେ ପ୍ରଧାନମନ୍ତ୍ରୀ ୬୦୦ କିଷାନ ସମୃଦ୍ଧି କେନ୍ଦ୍ର (ପିଏମକେଏସକେ) ଉଦ୍ଘାଟନ କରିଥିଲେ ଓ ପାଇକାରୀ ସାର ଦୋକାନଗୁଡିକ ପର୍ଯ୍ୟାୟକ୍ରମେ ପିଏମ୍କେଏସକେ କେନ୍ଦ୍ରରେ ପରିଣତ ହେବ । ପିଏମ୍କେଏସକେ ଗୁଡିକ ଚାଷମାନଙ୍କୁ ସାର, ବିହନ, କୃଷି ଉପକରଣ, ମୃତ୍ତିକା, ବିହନ ଓ ସାରର ପରୀକ୍ଷା ସୁବିଧା ଯୋଗାଇବା ସହ ସେମାନଙ୍କୁ ବିଭିନ୍ନ ସରକାରୀ କୃଷି ଯୋଜନା ଓ ସାମର୍ଥ୍ୟ ବୃଦ୍ଧି ନେଇ ସଚେତନ କରିବ । ଦେଶର ୩.୩ ଲକ୍ଷରୁ ଅଧିକ ସାର ଦୋକାନ ପିଏମକେଏସକେରେ ପରିଣତ ହେବାର ଯୋଜନା ରହିଛି ।
ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଉର୍ବରକ ପରିଯୋଜନା-ଗୋଟିଏ ଦେଶ ଗୋଟିଏ ସାର ଯୋଜନା ଉଦ୍ଘାଟନ କରିଥିଲେ । ପ୍ରଧାନମନ୍ତ୍ରୀ ଭାରତ ୟୁରିଆ ବ୍ୟାଗ ଉଦଘାଟନ କରିବେ ଯାହା କମ୍ପାନୀମାନେ ଗୋଟିଏ ଛାପ ‘ଭାରତ’ ଅଧୀନରେ ସାର ବଜାରକୁ ଛାଡିବେ ।
ଚାଷୀଙ୍କୁ ସହାୟତା ଯୋଗାଇବା ନେଇ ପ୍ରଧାନମନ୍ତ୍ରୀଙ୍କ ନିରବଚ୍ଛିନ୍ନ ଉଦ୍ୟମ ପରିପ୍ରେକ୍ଷୀରେ ଏହି ଅବସରରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି (ପିଏମ-କିଷାନ) ଅଧୀନରେ ପ୍ରତ୍ୟକ୍ଷ ପୁଞ୍ଜି ହସ୍ତାନ୍ତର ଜରିଆରେ ୧୬ହଜାର କୋଟି ଟଙ୍କାର ଦ୍ୱାଦଶ କିସ୍ତି ପ୍ରଦାନ କରିଥିଲେ । ଏହି ଯୋଜନା ଅଧୀନରେ ହିତାଧିକାରୀ ଚାଷୀ ପରିବାର ତିନିଟି ସମାନ କିସ୍ତିରେ ବାର୍ଷିକ ଛଅହଜାର ଟଙ୍କା ସହାୟତା ପାଇଥାନ୍ତି । ଏପର୍ଯ୍ୟନ୍ତ ଯୋଜନା ଅଧୀନରେ ଚାଷୀ ପରିବାରମାନେ ୨ଲକ୍ଷ କୋଟିରୁ ଅଧିକ ଟଙ୍କାର ସହାୟତା ପାଇଛନ୍ତି ।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ଏଗ୍ରି ଷ୍ଟାର୍ଟଅପ୍ ସମ୍ମିଳନୀ ଓ ପ୍ରଦର୍ଶନୀ ଉଦ୍ଘାଟନ କରିଥିଲେ । ପ୍ରାୟ ୩୦୦ ଷ୍ଟାର୍ଟଅପ ଚାଷର ନିର୍ଦ୍ଧିଷ୍ଟ ଆଭିମୁଖ୍ୟ ଯୁକ୍ତ ଉଦ୍ଭାବନ, ଅମଳ ପରବର୍ତ୍ତୀ ମୂଲ୍ୟଭିତ୍ତିକ ସମାଧାନ, ମିଶ୍ରିତ ଚାଷ, କ୍ଷୁଦ୍ର ଚାଷୀଙ୍କ ନିମନ୍ତେ ଯାନ୍ତ୍ରିକ ବ୍ୟବସ୍ଥା, ଯୋଗାଣ ଚେନ ପରିଚାଳନା ଓ କୃଷି ରଣନୀତି ନେଇ ଉଦ୍ଭାବନ ବିଷୟବସ୍ତୁ ପ୍ରଦର୍ଶନ କରିଛନ୍ତି । ଏହି ମଞ୍ଚ ଷ୍ଟାର୍ଟଅପଗୁଡିକ ଚାଷୀ, ଏଫପିଓ, କୃଷି ବିଶେଷଜ୍ଞ, ବାଣିଜିକ୍ୟ ସଂସ୍ଥା ଗୁଡିକ ସହ ମତ ବିନିମୟ କରିବେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ସାର ଉପରେ ଇ-ପତ୍ରିକା ‘ଇଣ୍ଡିଆନ ଏଜ’ର ମଧ୍ୟ ଉଦ୍ଘାଟନ କରିଥିଲେ । ଏହା ଘରୋଇ ଓ ଆନ୍ତର୍ଜାତିକ ସାର ବ୍ୟବସ୍ଥା ସହିତ ନୂତନ ବିକାଶ, ବଜାର ବିଶ୍ଳେଷଣ, ବ୍ୟବହାର ଓ ଚାଷୀମାନଙ୍କ ସଫଳ କାହାଣୀ ଉପରେ ଆଲୋକପାତ କରିବେ ।
*****
SM/SLP
(Release ID: 1868651)
Read this release in:
English
,
Urdu
,
Marathi
,
Hindi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam