ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଗୁଜରାଟରେ ପିଏମଜେଏୱାଇ- ଏମଏ ଯୋଜନା ଆୟୁଷ୍ମାନ କାର୍ଡ଼ ବିତରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
16 OCT 2022 12:41PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 17 ଅକ୍ଟୋବର ଅପରାହ୍ନ 4 ଟାରେ ଗୁଜରାଟରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ପିଏମଜେଏୱାଇ- ଏମଏ ଯୋଜନା ଆୟୁଷ୍ମାନ କାର୍ଡ଼ ବିତରଣର ଶୁଭାରମ୍ଭ କରିବେ।
ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଭାବରେ ପ୍ରଧାନମନ୍ତ୍ରୀ ଗରିବ ନାଗରିକମାନଙ୍କୁ ରୋଗ ଓ ଚିକିତ୍ସା ଉପଚାର ଜନିତ ଅତ୍ୟଧିକ ଖର୍ଚ୍ଚରୁ ସୁରକ୍ଷା ଦେବା ପାଇଁ 2012 ରେ ‘‘ମୁଖ୍ୟମନ୍ତ୍ରୀ ଅମୃତ (ଏମଏ)’’ ଯୋଜନାର ଶୁଭାରମ୍ଭ କରିଥିଲେ। ବର୍ଷ 2014 ରେ, ‘‘ଏମଏ’’ ଯୋଜନାର ସଂପ୍ରସାରଣ ସେହି ପରିବାର ଗୁଡ଼ିକୁ କଭର କରିବା ପାଇଁ କରାଯାଇଛି ଯାହାଙ୍କର ବାର୍ଷିକ ଆୟ ସୀମା 4 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିଲା। ଏହାପରେ, ଏହି ଯୋଜନାର ଅନ୍ୟ କେତେକ ଗୋଷ୍ଠୀଙ୍କ ପାଇଁ ବିସ୍ତାର କରାଯାଇଛି। ଏହି ଯୋଜନାକୁ ମୁଖ୍ୟମନ୍ତ୍ରୀ ଅମୃତମ୍ ବାତ୍ସଲ୍ୟ (ଏମଏଭି) ଯୋଜନା ଭାବରେ ନୂଆ ନାମ ପ୍ରଦାନ କରିଛନ୍ତି।
ଯୋଜନାର ସଫଳତାର ଅନୁଭବ ଦ୍ବାରା ଆକର୍ଷିତ ହୋଇ, ପ୍ରଧାନମନ୍ତ୍ରୀ 2018 ରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେଏୱାଇ) ର ଶୁଭାରମ୍ଭ କରିଛନ୍ତି – ଯାହା ବିଶ୍ବର ସବୁଠାରୁ ବଡ଼ ସ୍ବାସ୍ଥ୍ୟ ବୀମା ଯୋଜନା ଅଟେ ଏବଂ ପ୍ରତି ପରିବାର ପାଇଁ ପ୍ରତି ବର୍ଷ 5 ଲକ୍ଷ ଟଙ୍କାର କଭରେଜ୍ ପ୍ରଦାନ କରିଥାଏ। ଏହି ଯୋଜନା ଅନ୍ତର୍ଗତ ପରିବାର ସଦସ୍ୟମାନଙ୍କ ସଂଖ୍ୟା ଏବଂ ବୟସର କୌଣସି ସୀମା ବିନା ପ୍ରାଥମିକ, ଦ୍ବିତୀୟ ଓ ତୃତୀୟ ସ୍ତରର ଯତ୍ନ ପାଇଁ ହସ୍ପିଟାଲରେ ଭର୍ତ୍ତି ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ। ଏବି-ପିଏମଜେଏୱାଇର ଶୁଭାରମ୍ଭ ସହିତ ଗୁଜରାଟ 2019 ରେ ଏବି- ପିଏମଜେଏୱାଇ ଯୋଜନା ରେ ଏମଏ/ ଏମଏଭି ଯୋଜନାର ବିଲୟ କରି ଦେଇଛନ୍ତି ଏବଂ ଏହାକୁ ପିଏମଜେଏୱାଇ- ଏମଏ ର ନୂତନ ନାମ ଦେଇଛନ୍ତି। ଏମଏ/ ଏମଏଭି ଏବଂ ଏବି-ପିଏମଜେଏୱାଇର ହିତାଧିକାରୀ ଏକିକୃତ ପିଏମଜେଏୱାଇ-ଏମଏ କାର୍ଡ଼ର ଯୋଗ୍ୟ ହୋଇଛନ୍ତି।
କାର୍ଯ୍ୟକ୍ରମ ସମୟରେ, ପ୍ରଧାନମନ୍ତ୍ରୀ ଏହି କାର୍ଡ଼ର ବିତରଣର ଶୁଭାରମ୍ଭ କରିବେ। ହିତାଧିକାରୀମାନଙ୍କୁ ଇ-କେୱାଇସିକୁ ସମ୍ପୂର୍ଣ୍ଣ କରିବା ପରେ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ପ୍ରାଧୀକରଣଙ୍କ ପ୍ୟାନେଲରେ ରହିଥିବା ଏଜେନ୍ସି ଦ୍ବାରା ଗୁଜରାଟରେ ଥିବା ସମସ୍ତ ହିତାଧିକାରୀଙ୍କୁ 50 ଲକ୍ଷ କଲର ଆୟୁଷ୍ମାନ କାର୍ଡ଼ ତାଙ୍କର ଘରେ ଘରେ ବିତରଣ କରାଯିବ।
BS
(ରିଲିଜ ଆଡି: 1868291)
ପରିଦର୍ଶକ କାଉଣ୍ଟର : 218
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam