ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav g20-india-2023

ହିମାଚଳ ପ୍ରଦେଶର ଉନାରେ ଏକାଧିକ ଔଷଧ ପାର୍କର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ


ଆଇଆଇଆଇଟି ଉନାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ

“ଏକାଧିକ ଔଷଧ ପାର୍କ ଏବଂ ବନ୍ଦେ ଭାରତ ଟ୍ରେନ୍ ହିମାଚଳ ପ୍ରଦେଶ ପ୍ରତି ଆମର ସ୍ନେହ ଏବଂ ଉତ୍ସର୍ଗର ପ୍ରତୀକ”

“ହିମାଚଳ ପ୍ରଦେଶରେ ରେଳ ସଂଯୋଗକୁ ସୁଦୃଢ଼ କରିବା ପାଇଁ ଡବଲ୍ ଇଞ୍ଜନ ସରକାର ପ୍ରତିବଦ୍ଧ”

“ନୂଆ ଭାରତ ଅତୀତର ଆହ୍ୱାନକୁ ଦୂର କରୁଛି ଏବଂ ଦ୍ରୁତ ଗତିରେ ଆଗକୁ ବଢୁଛି”

“ଆମ ସରକାର ଏକବିଂଶ ଶତାବ୍ଦୀର ଭାରତର ଆକାଂକ୍ଷା ପୂରଣ କରୁଛି”

“ପୂର୍ବରୁ ହିମାଚଳକୁ ଏହାର ଶକ୍ତି ପାଇଁ କମ୍ ଏବଂ ଏହାର ସଂସଦୀୟ ଆସନ ସଂଖ୍ୟା ଆଧାରରେ ଅଧିକ ଗୁରୁତ୍ୱ ଦିଆଯାଉଥିଲା”

“ଆମେ କେବଳ ପୂର୍ବ ସରକାର ଛାଡିଥିବା ବିକାଶର ବ୍ୟବଧାନକୁ ପୂରଣ କରୁନାହୁଁ ବରଂ ରାଜ୍ୟ ପାଇଁ ଦୃଢ଼ ମୂଳଦୁଆ ର୍ନିମାଣ କରୁଛୁ”

“ସମଗ୍ର ବିଶ୍ୱ ହିମାଚଳ ପ୍ରଦେଶରେ ର୍ନିମିତ ଔଷଧର ଶକ୍ତି ଦେଖିଛି”

“ହିମାଚଳକୁ ଆଇଆଇଟି, ଆଇଆଇଆଇଟି, ଏବଂ ଆଇଆଇଏମ୍‍ ପାଇବାକୁ ଡବଲ୍ ଇଞ୍ଜିନ୍ ସରକାରକୁ ଅପେକ୍ଷା କରିବାକୁ ପଡିଲା”

“ମୁଁ ବିଶ୍ୱାସ କରେ ଯେ ହିମାଚଳର ବିକାଶର ସୁବର୍ଣ୍ଣ ସମୟ ଆଜାଦି କା ଅମୃତ ମହୋତ୍ସବରେ ଆରମ୍ଭ ହେବାକୁ ଯାଉଛି”

Posted On: 13 OCT 2022 11:51AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକାଧିକ ଔଷଧ ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ୍ ଟେକ୍ନୋଲୋଜି (ଆଇଆଇଆଇଟି) ଉନାକୁ ଆଜି ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ଏହାପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ଉନାର ଅମ୍ବ ଅନ୍ଦାଉରା ଠାରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‍ର ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି

ପ୍ରଧାନମନ୍ତ୍ରୀ ଗୁରୁ ନାନକ ଦେବ ଜୀ, ଶିଖ ଧର୍ମର ଗୁରୁ ତଥା ମା ଚିନ୍ତପୂର୍ଣ୍ଣିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ଅଭିଭାଷଣ ଆରମ୍ଭ କରିବା ସହ ଧନତରାସ ଏବଂ ଦିୱାଲୀ ପୂର୍ବରୁ ହିମାଚଳ ପ୍ରଦେଶ ପାଇଁ ଉପହାର ପ୍ରଦାନ କରି ଖୁସି ବ୍ୟକ୍ତ କରିଥିଲେ ହିମାଚଳ ପ୍ରଦେଶ ସହିତ ତାଙ୍କର ସମ୍ପର୍କକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପରେ ମନ୍ତବ୍ୟ ଦେଇ କହିଛନ୍ତି ଯେ ମା ଚିନ୍ତପୂର୍ଣ୍ଣିଙ୍କ ଆଗରେ ମୁଣ୍ଡ ନୁଆଁଇ ସେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି

ଶିଳ୍ପାୟନ ପାଇଁ ଏହା ଏକ ବିରାଟ ଦିନ ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଏବଂ ସଂଯୋଗ ରାଜ୍ୟ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ସଂକ୍ରାନ୍ତରେ ଉଲ୍ଲେଖ କରିଥିଲେ ଆଜି ଉନା ଠାରେ ଦେଶର ଦ୍ୱିତୀୟ ଏକାଧିକ ଔଷଧ ପାର୍କର କାମ ଆରମ୍ଭ ହୋଇଛି ଆଜି ହିମାଚଳ ପ୍ରଦେଶରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରାଯାଇଛି କିମ୍ବା ସେମାନଙ୍କର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ଏହା ଲୋକମାନଙ୍କ ପାଇଁ ବହୁତ ଲାଭଦାୟକ ହେବ ବୋଲି ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ହିମାଚଳ ଏକ ବହୁଳ ଔଷଧ ପାର୍କ ପାଇବା ପାଇଁ ଅନ୍ୟତମ ରାଜ୍ୟ ଭାବରେ ମନୋନୀତ ହୋଇଛନ୍ତି ଏକାଧିକ ଔଷଧ ପାର୍କ ପାଇଁ କେବଳ ତିନୋଟି ରାଜ୍ୟ ମଧ୍ୟରୁ ଗୋଟିଏ ଭାବରେ ମନୋନୀତ ହେବା ରାଜ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଏବଂ ଏହା ରାଜ୍ୟ ପ୍ରତି ଆମର ସ୍ନେହ ଏବଂ ଉତ୍ସର୍ଗର ପ୍ରତିଫଳନ ବୋଲି ସେ କହିଛନ୍ତି ସେହିଭଳି ବନ୍ଦେ ଭାରତକୁ ହିମାଚଳ ପ୍ରଦେଶକୁ ଆଣିବା ନିଷ୍ପତ୍ତି ମଧ୍ୟ ରାଜ୍ୟକୁ ପ୍ରାଥମିକତା ଦେଇଛି ସେ ଦର୍ଶାଇଛନ୍ତି ଯେ ରାଜ୍ୟର ପୂର୍ବ ପୀଢ଼ି ଏପରି ଟ୍ରେନ୍ ମଧ୍ୟ ଦେଖି ନଥିଲେ ଏବଂ ଆଜି ହିମାଚଳର ଅନ୍ୟତମ ଉନ୍ନତ ଟ୍ରେନ୍ ଏଠାରୁ ଚଳାଚଳ ଆରମ୍ଭ କରିଛି ଡବଲ ଇଞ୍ଜିନ ସରକାର କିପରି ଲୋକଙ୍କ ଅଗ୍ରଗତି ପାଇଁ କାର୍ଯ୍ୟ କରୁଛନ୍ତି ସେ ନେଇ ସେ ସନ୍ତୋଷ ବ୍ୟକ୍ତ କରିଥିଲେ

ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ହିମାଚଳ ପ୍ରଦେଶ ଏବଂ କେନ୍ଦ୍ରର ପୂର୍ବ ସରକାରମାନେ ହିମାଚଳ ପ୍ରଦେଶର ନାଗରିକଙ୍କ ଆବଶ୍ୟକତା ଏବଂ ଆକାଂକ୍ଷା ପ୍ରତି ଧ୍ୟାନ ଦେଇନାହାଁନ୍ତି ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଭଳି ପରିସ୍ଥିତି ହେତୁ ଆମର ମାଏବଂ ଭଉଣୀମାନେ ଅଧିକ କଷ୍ଟ ପାଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ସମୟ ଭଲରେ ବଦଳିଛି ଏବଂ ବର୍ତ୍ତମାନର ସରକାର କେବଳ ଲୋକଙ୍କ ଆବଶ୍ୟକତା ପୂରଣ କରିବା ପାଇଁ କାର୍ଯ୍ୟ କରୁନାହାଁନ୍ତି ବରଂ ସେମାନଙ୍କର ଆଶା ଏବଂ ଆକାଂକ୍ଷାକୁ ଅତ୍ୟଧିକ ଉତ୍ସର୍ଗୀକୃତ ତଥା ବଳବତ୍ତର କରିବାକୁ ଲକ୍ଷ୍ୟ ରଖିଛନ୍ତି ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ କେବଳ ପୂର୍ବ ସରକାର ଛାଡିଥିବା ବିକାଶର ବ୍ୟବଧାନ ପୂରଣ କରୁନାହୁଁ ବରଂ ରାଜ୍ୟ ପାଇଁ ମୂଳଦୁଆର ଦୃଢ଼ ସ୍ତମ୍ଭ ମଧ୍ୟ ର୍ନିମାଣ କରୁଛୁ

ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଗତ ଶତାବ୍ଦୀର ଆରମ୍ଭରେ ଅନେକ ଦେଶ, ଏବଂ ଗୁଜୁରାଟ ଭଳି କେତେକ ରାଜ୍ୟ ମଧ୍ୟ ନାଗରିକମାନଙ୍କୁ ଶୌଚାଳୟ, ଗ୍ରାମୀଣ ରାସ୍ତା ଏବଂ ଆଧୁନିକ ସ୍ୱାସ୍ଥ୍ୟସେବା ଭଳି ମୌଳିକ ସୁବିଧା ଯୋଗାଇବାରେ ସଫଳ ହୋଇଥିଲେ ଭାରତରେ, ତଥାପି, ପୂର୍ବ ସରକାର ସାଧାରଣ ଲୋକଙ୍କ ପାଇଁ ଏହି ମୌଳିକ ସେବାକୁ ମଧ୍ୟ କଷ୍ଟସାଧ୍ୟ କରିଥିଲେ ଏହା ଦ୍ୱାରା ପାହାଡିଆ ଅଞ୍ଚଳ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ଏଠାରେ ରହିବା ସମୟରେ ମୁଁ ଏହାକୁ ନିକଟରୁ ଅନୁଭବ କରିଥିଲି ବୋଲି ସେ କହିଛନ୍ତି ନୂତନ ଭାରତ ଅତୀତର ଆହ୍ୱାନକୁ ଦୂର କରୁଛି ଏବଂ ଦ୍ରୁତ ଗତିରେ ଆଗକୁ ବଢୁଛି ଗତ ଶତାବ୍ଦୀରେ ଲୋକଙ୍କ ନିକଟରେ ପହଞ୍ଚିବାର ଉନ୍ନତ ସୁବିଧା ବର୍ତ୍ତମାନ ଉପଲବ୍ଧ ହେଉଛି ଆମେ ବିଂଶ ଶତାବ୍ଦୀର ସୁବିଧା ପାଇବୁ ଏବଂ ହିମାଚଳ ପ୍ରଦେଶକୁ ଏକବିଂଶ ଶତାବ୍ଦୀର ଆଧୁନିକ ସୁବିଧା ସହିତ ସଂଯୋଗ କରିବୁ ବୋଲି ସେ କହିଛନ୍ତି ଦୁଇଗୁଣ ବେଗରେ ଗ୍ରାମୀଣ ରାସ୍ତା ର୍ନିମାଣ କରାଯାଉଛି ଏବଂ ଗ୍ରାମ ପଞ୍ଚାୟତକୁ ବ୍ରଡବ୍ୟାଣ୍ଡ୍‍ ସଂଯୋଗ ନିଆଯାଉଛି ବୋଲି ସେ କହିଛନ୍ତି ଏକବିଂଶ ଶତାବ୍ଦୀର ଭାରତର ଆକାଂକ୍ଷା ଆମ ସରକାର ପୂରଣ କରୁଛି

ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ହିମାଚଳ ପ୍ରଦେଶ ଭାରତକୁ ବିଶ୍ୱର ଏକ ନମ୍ବର ଔଷଧ ଉତ୍ପାଦନକାରୀ ଭାବେ ପରିଣତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଏବଂ ଏହାର ସମ୍ଭାବନା କେବଳ ବୃଦ୍ଧି ପାଇବ ଶ୍ରୀ ମୋଦୀ ଆହୁରି କହିଛନ୍ତି, ସମଗ୍ର ବିଶ୍ୱ ହିମାଚଳ ପ୍ରଦେଶରେ ର୍ନିମିତ ଔଷଧର ଶକ୍ତି ଦେଖିଛି ସେ ଆହୁରି ମଧ୍ୟ ସୂଚାଇ ଦେଇଛନ୍ତି ଯେ ବର୍ତ୍ତମାନ ହିମାଚଳ ପ୍ରଦେଶରେ ଔଷଧ ଉତ୍ପାଦନ ପାଇଁ କଞ୍ଚାମାଲ ଉତ୍ପାଦନ ହେବ, ଅନ୍ୟ ଦେଶ ଉପରେ ଭାରତର ର୍ନିଭରଶୀଳତା ଯଥେଷ୍ଟ ହ୍ରାସ ପାଇବ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି ଯେ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଜନ ଔଷଧି କେନ୍ଦ୍ର ମାଧ୍ୟମରେ ଗରିବ ଏବଂ ଅସହାୟ ଲୋକଙ୍କ ପାଇଁ ସରକାର ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଖର୍ଚ୍ଚ ଯୋଗାଉଛନ୍ତି ଲୋକଙ୍କୁ ଗୁଣାତ୍ମକ ତଥା ସୁଲଭ ଚିକିତ୍ସା ସେବା ଯୋଗାଇବା ପାଇଁ ସରକାରଙ୍କ ଅଭିଯାନକୁ ଏକାଧିକ ଔଷଧ ପାର୍କ ଅଧିକ ଶକ୍ତି ପ୍ରଦାନ କରିବ ବୋଲି ସେ ଦର୍ଶାଇଛନ୍ତି କୃଷି ହେଉ କିମ୍ବା ଶିଳ୍ପ, ଏହା ହେଉଛି ସଂଯୋଗ ଯାହାକି ବିକାଶର ଗତି ପାଇଁ ପ୍ରେରଣା ଯୋଗାଇଥାଏ ବୋଲି ଶ୍ରୀ ମୋଦୀ କହିଛନ୍ତି ସେ ନାଙ୍ଗାଲ ଡ୍ୟାମ-ତାଲୱାରା ରେଳ ଲାଇନର ଉଦାହରଣ ଦେଇଛନ୍ତି ଯାହା ୪୦ ବର୍ଷ ପୂର୍ବେ ଅନୁମୋଦିତ ହୋଇଥିଲା ଏବଂ ବର୍ତ୍ତମାନର ସରକାର ଏହାକୁ ସଠିକ୍ ଭାବରେ ଗ୍ରହଣ ନକରିବା ପର୍ଯ୍ୟନ୍ତ ୪୦ ବର୍ଷ ପର୍ଯ୍ୟନ୍ତ ଭୂମିରେ କୌଣସି ଅଗ୍ରଗତି ଦେଖାଯାଇ ନଥିଲା ଡବଲ୍‌-ଇଞ୍ଜିନ୍ ସରକାର ହିମାଚଳ ପ୍ରଦେଶରେ ରେଳ ସଂଯୋଗକୁ ସୁଦୃଢ କରିବାକୁ ପ୍ରତିଶ୍ରୁତିବଦ୍ଧ ଆଜି ଯେତେବେଳେ ଦେଶ ମେଡ୍ ଇନ୍ ଇଣ୍ଡିଆ ବନ୍ଦେ ଭାରତ ଟ୍ରେନ୍ ସହିତ ସଂଯୁକ୍ତ, ସେତେବେଳେ ହିମାଚଳ ଦେଶର ଏକ ଅଗ୍ରଣୀ ରାଜ୍ୟ ପାଲଟିଛି ବୋଲି ସେ କହିଛନ୍ତି

ପ୍ରତିଶ୍ରୁତି ଦେବା ଏବଂ ସମୟ ପୂର୍ବରୁ ପାଳନ କରିବାର ନୂତନ କାର୍ଯ୍ୟଶୈଳୀକୁ ପ୍ରଧାନମନ୍ତ୍ରୀ ସୂଚିତ କରିଛନ୍ତି ସେ କହିଛନ୍ତି ଯେ ପୂର୍ବ ସମୟ ତୁଳନାରେ ହିମାଚଳକୁ ଏହାର ଶକ୍ତି ଉପରେ କମ୍ ମୂଲ୍ୟ ଦିଆଯାଉଥିଲା ଏବଂ ସଂସଦୀୟ ଆସନ ସଂଖ୍ୟା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିଲା, ରାଜ୍ୟରେ ଶିକ୍ଷାନୁଷ୍ଠାନଗୁଡ଼ିକର ଦୀର୍ଘ ଦିନର ଆବଶ୍ୟକତାକୁ ତ୍ୱରାନ୍ୱିତ କରାଯାଉଛି ହିମାଚଳକୁ ଆଇଆଇଟି, ଆଇଆଇଆଇଟି, ଏବଂ ଆଇଆଇଏମ୍‍ ପାଇବା ପାଇଁ ଡବଲ୍ ଇଞ୍ଜିନ୍ ସରକାରକୁ ଅପେକ୍ଷା କରିବାକୁ ପଡିଲା ହିମାଚଳ ପ୍ରଦେଶରେ ଶିକ୍ଷା କ୍ଷେତ୍ର ସମ୍ବନ୍ଧୀୟ ପଦକ୍ଷେପ ଛାତ୍ରଛାତ୍ରୀଙ୍କ ପାଇଁ ବହୁତ ଲାଭଦାୟକ ହେବ ଉନାରେ ଆଇଆଇଆଇଟିର ସ୍ଥାୟୀ ସୌଧରୁ ଛାତ୍ରମାନେ ଅଧିକ ସୁବିଧା ପାଇବେ ବୋଲି ସେ କହିଛନ୍ତି ଆଇଆଇଆଇଟି ସୌଧର ଭିତ୍ତିପ୍ରସ୍ତର ପକାଇଥିବା ପ୍ରଧାନମନ୍ତ୍ରୀ ଆଜି ପରିବର୍ତ୍ତିତ କାର୍ଯ୍ୟ ସଂସ୍କୃତିକୁ ଦର୍ଶାଇବା ସହିତ ଏହି କୋଠାକୁ ଉତ୍ସର୍ଗ କରିଛନ୍ତି ମହାମାରୀର ଆହ୍ୱାନ ସତ୍ତ୍ୱେ ଧାର୍ଯ୍ୟ ସମୟରେ ଏହା ସମ୍ପୂର୍ଣ୍ଣ ହୋଇଥିବାରୁ ଏହି ପ୍ରକଳ୍ପରେ ଜଡ଼ିତ ଲୋକମାନଙ୍କୁ ସେ ପ୍ରଶଂସା କରିଥିଲେ

ସମଗ୍ର ଦେଶରେ ଦକ୍ଷତା ଏବଂ ନବସୃଜନ ଅନୁଷ୍ଠାନର ଆବଶ୍ୟକତାକୁ ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯୁବପୀଢିଙ୍କ ଦକ୍ଷତା ଏବଂ ସାମର୍ଥ୍ୟକୁ ବୃଦ୍ଧି କରିବା ଆଜି ଆମର ସବୁଠାରୁ ବଡ ପ୍ରାଥମିକତା ସେନାବାହିନୀରେ ସେବା କରି ଦେଶର ନିରାପତ୍ତାରେ ନୂତନ ଦିଗ ସୃଷ୍ଟି କରିଥିବା ହିମାଚଳ ଯୁବକଙ୍କ ଅବଦାନକୁ ମଧ୍ୟ ସେ ଉଲ୍ଲେଖ କରିଛନ୍ତି ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ବିଭିନ୍ନ ପ୍ରକାରର କୌଶଳ ସେମାନଙ୍କୁ ସେନାରେ ଉଚ୍ଚ ପଦବୀକୁ ନେବାକୁ ସାହାଯ୍ୟ କରିବ

ଉଦବୋଧନ ସମାପ୍ତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ ସ୍ୱପ୍ନ ଏବଂ ସଂକଳ୍ପଗୁଡ଼ିକ ସମ୍ମାନଜନକ ହୁଏ, ସେତେବେଳେ ପ୍ରୟାସ ମଧ୍ୟ ସମାନ ଭାବରେ କରାଯାଏ ଶ୍ରୀ ମୋଦୀ କହିଛନ୍ତି ଯେ ଡବଲ ଇଞ୍ଜିନ ସରକାରୀ ମଡେଲରେ ଏଭଳି ଉଦ୍ୟମ ସବୁଠାରେ ଦୃଶ୍ୟମାନ ହେଉଛି ଏବଂ ଏହା ଏକ ନୂତନ ଇତିହାସ ସୃଷ୍ଟି କରିବ ଏବଂ ଏକ ନୂତନ ପ୍ରଥା ସହିତ ଉଭା ହେବ ମୁଁ ବିଶ୍ୱାସ କରେ ଯେ ହିମାଚଳରେ ବିକାଶର ସୁବର୍ଣ୍ଣ ସମୟ ଆଜାଦୀ କା ଅମୃତ ମହୋତ୍ସବରେ ଆରମ୍ଭ ହେବାକୁ ଯାଉଛି ଏହି ସୁବର୍ଣ୍ଣ ସମୟ ହିମାଚଳକୁ ସେହି ବିକାଶର ଉଚ୍ଚତାକୁ ନେଇଯିବ ଯାହା ପାଇଁ ଆପଣ ସମସ୍ତେ ଦଶନ୍ଧି ଧରି ଅପେକ୍ଷା କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ଏହି ଅବସରରେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଜୟ ରାମ ଠାକୁର, ହିମାଚଳ ପ୍ରଦେଶର ରାଜ୍ୟପାଳ ଶ୍ରୀ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର, କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ଏବଂ ବିଜେପି ରାଜ୍ୟ ସଭାପତି ଶ୍ରୀ ସୁରେଶ କାଶ୍ୟପ ପ୍ରମୁଖ ଉପସ୍ଥିତ ଥିଲେ

ପୃଷ୍ଠଭୂମି

ଆତ୍ମନିର୍ଭର ଭାରତ ପାଇଁ ପ୍ରଧାନମନ୍ତ୍ରୀଙ୍କ ସ୍ପଷ୍ଟ ଆହ୍ୱାନ ସରକାରଙ୍କ ବିଭିନ୍ନ ନୂତନ ପଦକ୍ଷେପକୁ ସମର୍ଥନ କରି ଏକାଧିକ କ୍ଷେତ୍ରରେ ଆତ୍ମର୍ନିଭରଶୀଳ ହେବା ଦିଗରେ ଦ୍ରୁତ ଗତିରେ ଦେଶ ଆଗେଇ ଚାଲିଛି ଏହିପରି ଏକ ପ୍ରମୁଖ କ୍ଷେତ୍ର ହେଉଛି ଔଷଧ ଏବଂ ଏହି କ୍ଷେତ୍ରରେ ଆତ୍ମନିର୍ଭରତା ଆଣିବା ପାଇଁ ପ୍ରଧାନମନ୍ତ୍ରୀ ଉନା ଜିଲ୍ଲାର ହରୋଲି ଠାରେ ଏକାଧିକ ଔଷଧ ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି, ଯାହା ୧୯୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ର୍ନିମିତ ହେବ ପାର୍କ ଏପିଆଇ ଆମଦାନୀ ଉପରେ ର୍ନିଭରଶୀଳତା ହ୍ରାସ କରିବାରେ ସାହାଯ୍ୟ କରିବ ଏହା ପାଖାପାଖି ୧୦,୦୦୦ କୋଟି କୋଟି ଟଙ୍କାର ବିନିଯୋଗକୁ ଆକର୍ଷିତ କରିବ ବୋଲି ଆଶା କରାଯାଉଛି ଏବଂ ୨୦,୦୦୦ ରୁ ଅଧିକ ଲୋକଙ୍କୁ ରୋଜଗାର ଯୋଗାଇବ   ଏହା ମଧ୍ୟ ଏହି ଅଞ୍ଚଳର ଅର୍ଥନୈତିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବ

ପ୍ରଧାନମନ୍ତ୍ରୀ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ୍ ଟେକ୍ନୋଲୋଜି (ଆଇଆଇଆଇଟି) ଉନାକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି ଏହାର ଭିତ୍ତିପ୍ରସ୍ତର ୨୦୧୭ ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା ବର୍ତ୍ତମାନ ୫୩୦ ରୁ ଅଧିକ ଛାତ୍ରଛାତ୍ରୀ ଏହି ଅନୁଷ୍ଠାନରେ ଅଧ୍ୟୟନ କରୁଛନ୍ତି

ନୂତନ ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ଏଏମ୍‍ବି ଅନ୍ଦାଉରା ଠାରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଚାଲୁଥିବା ଏହା ଚତୁର୍ଥ ବନ୍ଦେ ଭାରତ ଟ୍ରେନ୍ ହେବ ଏବଂ ଏହା ପୂର୍ବ ତୁଳନାରେ ଏକ ଉନ୍ନତ ସଂସ୍କରଣ ଅଟେ, ଏହା ଅଧିକ ହାଲୁକା ଏବଂ ସ୍ୱଳ୍ପ ସମୟ ମଧ୍ୟରେ ଦ୍ରୁତ ଗତିରେ ପହଞ୍ଚିବାରେ ସକ୍ଷମ ଏହା ମାତ୍ର ୫୨ ସେକେଣ୍ଡରେ ୧୦୦ କିଲୋମିଟର ଗତି ଧରିବ   ଏହି ଟ୍ରେନର ଚଳାଚଳ ଏହି ଅଞ୍ଚଳରେ ପର୍ଯ୍ୟଟନକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ ଏବଂ ଏକ ଆରାମଦାୟକ ଏବଂ ଦ୍ରୁତ ଗତିରେ ଯାତ୍ରା ଯୋଗାଇବ

HS



(Release ID: 1867461) Visitor Counter : 297