ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଗୁଜୁରାଟର ମୋଧେରା ସ୍ଥିତ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ
Posted On:
09 OCT 2022 10:56PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜୁରାଟର ମୋଧେରା ସ୍ଥିତ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି । ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀ ମୋଦୀ ସୂର୍ଯ୍ୟ ମନ୍ଦିରରେ ଐତିହ୍ୟ ଆଲୋକୀକରଣର ଉଦଘାଟନ କରିଛନ୍ତି ଯାହାକି ଭାରତର ପ୍ରଥମ ଐତିହ୍ୟ ସ୍ଥଳୀ ଅଟେ ଯାହା କେବଳ ସୌର ଶକ୍ତି ଦ୍ୱାରା ଚାଳିତ । ସେ ମୋଧେରା ସୂର୍ଯ୍ୟ ମନ୍ଦିରର ୩ଡି ପ୍ରୋଜେକ୍ସନ ମ୍ୟାପିଂର ଉଦଘାଟନ ମଧ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ମନ୍ଦିରର ଇତିହାସକୁ ନେଇ ପ୍ରସ୍ତୁତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦେଖିଥିଲେ ।
ପ୍ରଧାନମନ୍ତ୍ରୀଙ୍କ ସହିତ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ପଟେଲ, ସାଂସଦ ଶ୍ରୀ ସି ଆର ପାଟିଲ, ଗୁଜରାଟ ସରକାରଙ୍କ ମନ୍ତ୍ରୀ ଶ୍ରୀ ପୂର୍ଣ୍ଣେଶଭାଇ ମୋଦୀ ଏବଂ ଶ୍ରୀ ଅରବିନ୍ଦଭାଇ ରାୟାନୀ ପ୍ରମୁଖ ଗସ୍ତ କରିଥିଲେ ।
ଏହାପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ଗୁଜୁରାଟର ମେହସାନା, ମୋଧେରାରେ ୩୯୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉତ୍ସର୍ଗ କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ମୋଧେରାକୁ ଭାରତର ପ୍ରଥମ ୨୪ଘଣ୍ଟିଆ ସୌରଶକ୍ତି ଚାଳିତ ଗ୍ରାମ ବୋଲି ଘୋଷଣା କରିଥିଲେ । ଶ୍ରୀ ମୋଦୀ ମଧ୍ୟ ଗୁଜୁରାଟର ମୋଧେରା ସ୍ଥିତ ମୋଧେଶ୍ୱରୀ ମାତା ମନ୍ଦିରରେ ଦର୍ଶନ ଏବଂ ପୂଜାର୍ଚ୍ଚନା କରିଥିଲେ ।
HS
(Release ID: 1866339)
Visitor Counter : 238
Read this release in:
English
,
Urdu
,
Marathi
,
Hindi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam