ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କେରଳର ପାଲକ୍କଡରେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ


ପିଏମ୍‍ଏନ୍‍ଆରଏଫ୍‍ରୁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା

ପୋଷ୍ଟ କରାଯିବା ଦିନାଙ୍କ: 06 OCT 2022 2:11PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେରଳର ପାଲକ୍କଡ ଜିଲ୍ଲାରେ ଏକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି   ପ୍ରଧାନମନ୍ତ୍ରୀ ମଧ୍ୟ ପିଏମ୍‍ଏନଆରଏଫ୍‍ରୁ ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ୨ଲକ୍ଷ ଟଙ୍କା ଏବଂ ଆହତ ମାନଙ୍କୁ ୫୦,୦୦୦ ଟଙ୍କା କରି ଦିଆଯିବ ବୋଲି ଘୋଷଣା କରିଛନ୍ତି

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟୁଇଟ୍‍ କରିଛି;

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳର ପାଲକ୍କଡ ଜିଲ୍ଲାରେ ଦୁର୍ଘଟଣା ଯୋଗୁଁ ମୃତ୍ୟୁ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ସେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି

ପିଏମ୍‍ଏନଆରଏଫ୍‍ ରୁ ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ଲକ୍ଷ ଟଙ୍କା ଦିଆଯିବ ଆହତମାନଙ୍କୁ ୫୦,୦୦୦ ଟଙ୍କା କରି ପ୍ରଦାନ କରାଯିବ

HS


(ରିଲିଜ ଆଡି: 1865699) ପରିଦର୍ଶକ କାଉଣ୍ଟର : 173