ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଗୁଜରାଟର ଭାବନଗରଠାରେ ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
Posted On:
29 SEP 2022 6:14PM by PIB Bhubaneshwar
ଭାବନଗରର ସମସ୍ତ ସ୍ୱଜନମାନଙ୍କୁ ନବରାତ୍ରୀର ବହୁତ- ବହୁତ ଶୁଭକାମନା । ସର୍ବପ୍ରଥମେ ମୋତେ ଭାବନଗରକୁ କ୍ଷମା ମାଗିବାର ଅଛି, ମୁଁ ଅତୀତରେ କେବେ ହେଲେ ମଧ୍ୟ ଏତେ ଦୀର୍ଘ ସମୟ ପରେ ଭାବନଗରକୁ ଆସିନଥିଲି, ଏହା ହେଉଛି ଏଭଳି ପ୍ରଥମ ଘଟଣା । ମଝିରେ ଆସି ପାରିଲି ନାହିଁ, ଏଥିପାଇଁ କ୍ଷମା ମାଗୁଛି । ଆଉ ପୁଣି ମଧ୍ୟ ଆଜି ଆପଣମାନେ ନିଜର ଯେଉଁ ଆଶୀର୍ବାଦର ବର୍ଷା କରିଛନ୍ତି, ଯେଉଁ ଭଲ ପାଇବା ଦେଇଛନ୍ତି, ଏହାକୁ ମୁଁ କେବେ ହେଲେ ମଧ୍ୟ ଭୁଲିବି ନାହିଁ । ଦୂର-ଦୂରାନ୍ତ ପର୍ଯ୍ୟନ୍ତ ମୋର ଦୃଷ୍ଟି ଯାଉଛି, ଏତେ ବଡ଼ ସଂଖ୍ୟାରେ ଆଉ ତାହା ମଧ୍ୟ ଏତେ ଗରମରେ, ଆପଣମାନଙ୍କୁ ସମସ୍ତଙ୍କୁ ଶତ- ଶତ ପ୍ରଣାମ ଜଣାଉଛି ।
ଆଜିର ମୋର ଭାବନଗର ସହିତ ସାକ୍ଷାତ ହେଉଛି ସ୍ୱତନ୍ତ୍ର । ଗୋଟିଏ ପଟେ ଦେଶ ଯେଉଁଠି ସ୍ୱାଧୀନତାର 75 ବର୍ଷ ପୂରଣ କରି ସାରିଛି, ସେହିଠାରେ ଚଳିତ ବର୍ଷ ଭାବନଗର ନିଜର ସ୍ଥାପନାର 300 ବର୍ଷ ପୂରଣ କରିବାକୁ ଯାଉଛି । 300 ବର୍ଷର ନିଜର ଏହି ଯାତ୍ରାରେ ଭାବନଗର ଶତତ ବିକାଶ କରିଛି, ସୌରାଷ୍ଟ୍ରର ସାଂସ୍କୃତିକ ରାଜଧାନୀ ରୂପେ ନିଜର ଏକ ପରିଚୟ ସୃଷ୍ଟି କରି ପାରିଛି । ଏହି ବିକାଶ ଯାତ୍ରାକୁ ନୂତନ ଗତି ପ୍ରଦାନ କରିବା ପାଇଁ ଆଜି ଏଠାରେ କୋଟି- କୋଟି ଟଙ୍କାର ଅନେକ ପ୍ରକଳ୍ପଗୁଡ଼ିକର ଲୋକାର୍ପଣ ଏବଂ ଶିଳାନ୍ୟାସ କରାଯାଇଛି । ଏହି ପ୍ରକଳ୍ପଗୁଡ଼ିକ ଭାବନଗରର ପରିଚୟକୁ ସଶକ୍ତ କରିବେ, ସୌରାଷ୍ଟ୍ରର କୃଷକମାନଙ୍କୁ ଜଳସେଚନର ନୂତନ ଉପହାର ପ୍ରଦାନ କରିବେ, ଆତ୍ମନିର୍ଭର ଭାରତ ଅଭିଯାନକୁ ଆହୁରି ଦୃଢ଼ତା ପ୍ରଦାନ କରିବେ । ଆଂଚଳିକ ବିଜ୍ଞାନ କେନ୍ଦ୍ର ନିର୍ମାଣ ହେବା ଯୋଗୁଁ ଶିକ୍ଷା ଏବଂ ସଂସ୍କୃତିର ସହର ରୂପେ ଭାବନଗରର ପରିଚୟ ଆହୁରି ସମୃଦ୍ଧ ହେବ। ଏହି ସମସ୍ତ ପ୍ରକଳ୍ପଗୁଡ଼ିକ ପାଇଁ ଆପଣ ସମସ୍ତଙ୍କୁ ବହୁତ- ବହୁତ ଶୁଭେଚ୍ଛା ।
ଭାଇ ଓ ଭଉଣୀମାନେ,
ଯେତେବେଳେ ମଧ୍ୟ ମୁଁ ଭାବନଗର ଆସିଛି ସେତେବେଳେ ଗୋଟିଏ କଥା ନିଶ୍ଚିତ ଭାବେ କହି ଆସିଛି । ବିଗତ ଅଢ଼େଇ- ତିନି ଦଶକରେ ଯେଉଁ ସ୍ୱର ସୁରଟ, ବଡୋଦରା ଆଉ ଅହମ୍ମଦାବାଦର ରହି ଆସିଛି, ଏବେ ସେହି ସ୍ୱର ରାଜକୋଟ, ଜାମନଗର, ଭାବନଗରର ହେବାକୁ ଯାଉଛି । ସୌରାଷ୍ଟ୍ରର ସମୃଦ୍ଧିକୁ ନେଇ ମୋର ବିଶ୍ୱାସ ଏଇଥିପାଇଁ ପ୍ରଗାଢ଼ ରହିଛି, କାରଣ ଏଠାରେ ଉଦ୍ୟୋଗ, କୃଷି, ପର୍ଯ୍ୟଟନ, ଏହି ତିନୋଟି ପାଇଁ ହିଁ ଅଦ୍ଭୁତପୂର୍ବ ସମ୍ଭାବନା ସବୁ ରହିଛି । ଆଜିକାର ଏହି କାର୍ଯ୍ୟକ୍ରମ ଏହି ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ଡବଲ ଇଂଜିନ ସରକାରଙ୍କ ପ୍ରୟାସଗୁଡ଼ିକର ହେଉଛି ଏକ ଜ୍ୱଳନ୍ତ ଉଦାହରଣ । ଭାବନଗର ହେଉଛି ସମୁଦ୍ର କୂଳରେ ଗଢ଼ି ଉଠିଥିବା ଏକ ଜିଲ୍ଲା । ଗୁଜରାଟ ପାଖରେ ଦେଶର ସବୁଠାରୁ ଦୀର୍ଘ ଉପକୂଳବର୍ତୀ ଅଂଚଳ ରହିଛି । କିନ୍ତୁ ସ୍ୱାଧୀନତା ପରେ କେତେ ଦଶକରେ ଉପକୂଳର ବିକାଶ ଉପରେ ସେତେ ପରିମାଣରେ ଧ୍ୟାନ ନ ଦିଆ ଯିବା କାରଣରୁ, ଏହି ବିଶାଳ ଉପକୂଳବର୍ତୀ ଅଚଳ ଏକ ପ୍ରକାରରେ ଲୋକମାନଙ୍କ ପାଇଁ ଏକ ବଡ଼ ଆହ୍ୱାନ ଭାବେ ଠିଆ ହୋଇ ଯାଇଥିଲା । ସମୁଦ୍ରର ଲୁଣିଆ ପାଣି, ଏଠାକାର ଅଂଚଳ ପାଇଁ ଅଭିଶାପ ହୋଇ ଯାଇଥିଲା । ସମୁଦ୍ର କୂଳରେ ଗଢ଼ି ଉଠିଥିବା ଗାଁ, ଗାଁଗୁଡିକ ଖାଲି ହୋଇ ଯାଇଥିଲା । ଲୋକମାନେ ଏଠାକୁ- ସେଠାକୁ ପଳାୟନ କରିବାକୁ ଲାଗିଥିଲେ । କେତେ ହିଁ ଯୁବକ ସୁରଟ ଚାଲି ଯାଉଥିଲେ, ସେଠାରେ ଗୋଟିଏ ହିଁ କୋଠରୀରେ 10- 10, 15- 15, 20- 20 ଲୋକ ଯେମିତି- ସେମିତି ରହି ଯାଉଥିଲେ । ଏହି ସ୍ଥିତି ବହୁତ ଦୁଃଖଦ ଥିଲା ।
ସାଥୀଗଣ,
ବିଗତ 2 ଦଶକରେ ଗୁଜରାଟର ଉପକୂଳବର୍ତୀ ଅଂଚଳକୁ ଭାରତର ସମୃଦ୍ଧିର ଦ୍ୱାର କରିବା ପାଇଁ ଆମେ ବିଶ୍ୱସ୍ତନୀୟତାର ସହିତ ପ୍ରୟାସ କରିଛୁ । ରୋଜଗାରର ଅନେକ ନୂତନ ଅବସର ସୃଷ୍ଟି କରିଛୁ । ଗୁଜରାଟରେ ଆମେ ଅନେକ ବନ୍ଦରଗୁଡ଼ିକର ବିକାଶ କଲୁ, ବହୁତ ଗୁଡ଼ିଏ ବନ୍ଦରଗୁଡ଼ିକର ଆଧୁନିକୀକରଣ କଲୁ, ଗୁଜରାଟରେ ଆଜି ତିନୋଟି ବଡ଼ ବଡ଼ ଏଲଏନଜି ଟର୍ମିନାଲ ରହିଛି, ପେଟ୍ରୋକେମିକାଲ କେନ୍ଦ୍ର ରହିଛି ଆଉ ଗୁଜରାଟ ଦେଶର ପ୍ରଥମ ରାଜ୍ୟ ଥିଲା, ଯେଉଁଠାରେ ପ୍ରଥମ ଏଲଏନଜି ଟର୍ମିନାଲ ନିର୍ମାଣ କରାଯାଇଥିଲା । ରାଜ୍ୟର ଉପକୂଳବର୍ତୀ ଅଂଚଳଗୁଡ଼ିକରେ ଆମେ ଶହ- ଶହ ଉପକୂଳ ଶିଳ୍ପ ବିକଶିତ କଲୁ, ଛୋଟ- ବଡ଼ ଅନେକ ଉଦ୍ୟୋଗ ବିକଶିତ କଲୁ । ଉଦ୍ୟୋଗଗୁଡ଼ିକର ଉର୍ଜ୍ଜା ଜନିତ ଚାହିଦାକୁ ପୂରଣ କରିବା ପାଇଁ ଆମେ କୋଇଲା- ଟର୍ମିନାଲର ନେଟୱର୍କ ମଧ୍ୟ ପ୍ରସ୍ତୁତ କରିଛୁ । ଆଜି ଗୁଜରାଟର ଉପକୂଳବର୍ତୀ ଅଂଚଳଗୁଡ଼ିକରେ ଅନେକଗୁଡ଼ିଏ ପାୱାର ପ୍ଲାଂଟ୍ସ ଯାହାକି କେବଳ ଗୁଜରାଟ ହିଁ ନୁହେଁ ସମଗ୍ର ଦେଶକୁ ଉର୍ଜ୍ଜା ପ୍ରଦାନ କରୁଛି । ଆମର ମତ୍ସ୍ୟଜୀବୀ ଭାଇ ଭଉଣୀମାନଙ୍କୁ ସାହାଯ୍ୟ କରିବା ପାଇଁ ଆମେ ମାଛଧରା ଜେଟି ନିର୍ମାଣ କଲୁ, ମାଛ ରଖିବା କେନ୍ଦ୍ରମାନ ଏବଂ ମତ୍ସ୍ୟ ପ୍ରକ୍ରିୟାକରଣକୁ ମଧ୍ୟ ପ୍ରୋତ୍ସାହନ ଦେଲୁ । ମାଛଧରା ଜେଟିର ଯେଉଁ ସୁଦୃଢ଼ ନେଟୱର୍କ ଆମେ ପ୍ରସ୍ତୁତ କରିଛୁ, ତାହାର ମଧ୍ୟ ନିରନ୍ତର ବିସ୍ତାର କରାଯାଉଛି, ତାହାର ଆଧୁନିକୀକରଣ ମଧ୍ୟ କରାଯାଉଛି । ଗୁଜରାଟର ଉପକୂଳବର୍ତୀ ଅଂଚଳଗୁଡ଼ିକରେ ହେନ୍ତାଳ ବଣଗୁଡ଼ିକର ବିକାଶ କରି ଆମେ ଉପକୂଳବର୍ତୀ ଅଂଚଳଗୁଡ଼ିକରେ ଇକୋ ସିଷ୍ଟମକୁ ଆହୁରି ସୁରକ୍ଷିତ କରି ଦେଇଛୁ, ଆହୁରି ସୁଦୃଢ଼ କରି ଦେଇଛୁ, ଆଉ ସେହି ସମୟରେ ଭାରତ ସରକାରରେ ଯେଉଁମାନେ ମନ୍ତ୍ରୀ ଥିଲେ, ସେମାନେ ଥରେ କହିଥିଲେ ଯେ ହିନ୍ଦୁସ୍ତାନର ଉପକୂଳବର୍ତୀ ଅଂଚଳଗୁଡ଼ିକରେ ହେନ୍ତାଳ ବଣଗୁଡ଼ିକର କିଭଳି ଭାବେ ବିକାଶ ହୋଇ ପାରିବ, ଗୁଜରାଟ ଠାରୁ ଏହା ଶିଖିବା ଦରକାର । ଏହି କାର୍ଯ୍ୟଟି ଆପଣମାନଙ୍କ ସହଯୋଗ ଫଳରେ ଗୁଜରାଟରେ ହୋଇଛି ।
ଆମେ ମତ୍ସ୍ୟଚାଷକୁ ମଧ୍ୟ ନିରନ୍ତର ଭାବେ ପ୍ରୋତ୍ସାହନ ଦେଲୁ । ଗୁଜରାଟ ହେଉଛି ଦେଶର ସେହି ଅଗ୍ରଣୀ ରାଜ୍ୟଗୁଡ଼ିକ ମଧ୍ୟରୁ ଗୋଟିଏ, ଯେଉଁଠାରେ ସମୁଦ୍ର-ଘାସର କୃଷିକୁ ନେଇ ବଡ଼- ବଡ଼ ପ୍ରୟାସ କରାଯାଇଛି । ଆଜି ଗୁଜରାଟର ଉପକୂଳବର୍ତୀ ଅଂଚଳ, ଦେଶର ଆମଦାନୀ- ରପ୍ତାନୀରେ ବହୁତ ବଡ଼ ଭୂମିକା ତୁଲାଇବା ସହିତ ଲକ୍ଷ- ଲକ୍ଷ ଲୋକମାନଙ୍କର ରୋଜଗାରର ମାଧ୍ୟମ ମଧ୍ୟ ହୋଇଛି । ଆଜି ଗୁଜରାଟର ଉପକୂଳବର୍ତୀ ଅଂଚଳଗୁଡ଼ିକ, ନବୀକରଣ ଯୋଗ୍ୟ ଶକ୍ତି ଏବଂ ହାଇଡ୍ରୋଜେନ ଇକୋ ସିଷ୍ଟମ ତାହାର ପର୍ଯ୍ୟାୟ କରି ଉପରକୁ ଉଠୁଛି । ଆମେ ସୌରାଷ୍ଟ୍ରକୁ ମଧ୍ୟ ଉର୍ଜ୍ଜାର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର କରିବାର ପ୍ରୟାସ କରିଛୁ। ଗୁଜରାଟ ଏବଂ ଦେଶର ଉର୍ଜ୍ଜା ତାହାର ଯେଉଁ ଆବଶ୍ୟକତା ରହିଛି । ସେଥିପାଇଁ ଯାହା କିଛି ମଧ୍ୟ ଆବଶ୍ୟକ, ଆଜି ଏହି କ୍ଷେତ୍ର ତାହାର ବଡ଼ କେନ୍ଦ୍ର ହେବାକୁ ଯାଉଛି । ଏବେ ତ’ ସୌର ଉର୍ଜ୍ଜାର ମଧ୍ୟ ଅନେକ ପ୍ରକଳ୍ପ ଏହି କ୍ଷେତ୍ରରେ ଲାଗୁଛି । ପାଲିତାନାରେ ଆଜି ଯେଉଁ ସୌର ଶକ୍ତି ପ୍ରକଳ୍ପର ଉଦଘାଟନ ହୋଇଛି, ତାହାଦ୍ୱାରା ଏହି କ୍ଷେତ୍ରର ଅନେକ ପରିବାରଗୁଡ଼ିକୁ ଶସ୍ତା ଏବଂ ପର୍ଯ୍ୟାପ୍ତ ପରିମାଣରେ ବିଜୁଳି ମିଳି ପାରିବ । ଏକ ସମୟ ଥିଲା, ଯାହା ଆଜି 20- 22 ବର୍ଷର ହୋଇଥିବ, ସେମାନଙ୍କୁ ତ’ଏହିସବୁ ବିଷୟରେ ଜଣା ମଧ୍ୟ ନଥିବ, ଏହିଠାରେ ଆମ ଗୁଜରାଟରେ ଏପରି ଏକ ସମୟ ଥିଲା, ଯେତେବେଳେ ସନ୍ଧ୍ୟାରେ ଖାଦ୍ୟ ଖାଇବା ସମୟରେ ଯଦି ବିଜୁଳି ଆସିଗଲା, ତେବେ ତାହା ଖୁସୀର ଦିନ ହେଉଥିଲା । ଆଉ ମୋର ମନେଅଛି, ମୁଁ ମୁଖ୍ୟମନ୍ତ୍ରୀ ହେଲି, ପ୍ରଥମ ଦିନରୁ ହିଁ ଲୋକମାନେ କହୁଥିଲେ ଯେ ଅତି କମରେ ଖାଦ୍ୟ ଖାଇବା ସମୟରେ ବିଜୁଳି ମିଳି ପାରିବ ଏପରି ତ’ ବ୍ୟବସ୍ଥା କରନ୍ତୁ। ସେହି ସମସ୍ତ ଦୁଃଖଭରା ଦିନ ଚାଲିଗଲାଣି ବନ୍ଧୁଗଣ ।
ଆଜି ଏଠାରେ ପର୍ଯ୍ୟାପ୍ତ ପରିମାଣରେ ବିଜୁଳି ରହିଥିବା କାରଣରୁ ବ୍ୟବସାୟର ନୂତନ ସୁଯୋଗ ଏଠାରେ ସୃଷ୍ଟି ହୋଇ ପାରୁଛି, ଉଦ୍ୟୋଗ- ରୋଜଗାରର ମାଧ୍ୟମ ଏଠାରେ ପ୍ରସ୍ଫୁଟିତ ହେଉଛି । ଧୋଲେରାରେ ନବୀକରଣ ଯୋଗ୍ୟ ଶକ୍ତି, ମହାକାଶ ଏବଂ ସେମିକଣ୍ଡକ୍ଟର ଶିଳ୍ପକୁ ନେଇ ଯେଉଁ ନିବେଶ ହେବାକୁ ଯାଉଛି, ତାହାର ଲାଭ ମଧ୍ୟ ଭାବନଗରର ଲୋକମାନଙ୍କୁ ମିଳିବାକୁ ଯାଉଛି । କାରଣ ଏକ ପ୍ରକାରରେ ତାହା ଭାବନଗର ପଡୋଶୀ ଅଂଚଳ ବିକଶିତ ହେଉଛି ଏବଂ ସେହି ଦିନ ଆଉ ଦୂରରେ ନାହିଁ ଯେତେବେଳେ ଅହମ୍ମଦାବାଦରୁ ଧୋଲେରା, ଭାବନଗର ଏହି ସମଗ୍ର କ୍ଷେତ୍ର ବିକାଶର ନୂତନ- ନୂତନ ଶୀଖରକୁ ପ୍ରାପ୍ତ କରିବାକୁ ଯାଉଛି ।
ଭାଇ ଓ ଭଉଣୀମାନେ,
ଭାବନଗର ଆଜି ବନ୍ଦର ଆଧାରିତ ବିକାଶର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ରୂପରେ ବିକଶିତ ହେଉଛି। ସାରା ଦେଶରେ ଏହି ବନ୍ଦରର ଭିନ୍ନ- ଭିନ୍ନ ଔଦ୍ୟୋଗିକ କ୍ଷେତ୍ରଗୁଡ଼ିକ ସହିତ ମଲ୍ଟିମଡେଲ ଯୋଗାଯୋଗ ସୁନିଶ୍ଚିତ ହୋଇ ପାରିବ । ମାଲଗାଡ଼ିଗୁଡ଼ିକ ପାଇଁ ଭିନ୍ନ ଭାବେ ଯେଉଁ ଟ୍ରାକ୍ ବିଛା ଯାଉଛି, ସେଥିରେ ମଧ୍ୟ ଏହି ବନ୍ଦର ଯୋଡ଼ି ହେବ ଏବଂ ଅନ୍ୟାନ୍ୟ ରାଜପଥ, ରେଳ ନେଟୱର୍କ ସହିତ ମଧ୍ୟ ଉନ୍ନତ ଧରଣର ଯୋଗାଯୋଗ ହୋଇ ପାରିବ । ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଏହି ଯୋଗାଯୋଗର ପ୍ରକଳ୍ପ ଗୁଡ଼ିକୁ ଆହୁରି ନୂତନ ଶକ୍ତି ପ୍ରଦାନ କରିବାକୁ ଯାଉଛି । ଅର୍ଥାତ ଭାବନଗରର ଏହି ବନ୍ଦର ଆତ୍ମନିର୍ଭର ଭାରତର ନିର୍ମାଣରେ ବହୁତ ବଡ଼ ଭୂମିକା ତୁଲାଇବ ଆଉ ରୋଜଗାରର ଶହ- ଶହ ନୂତନ ସୁଯୋଗ ଏଠାରେ ସୃଷ୍ଟି ହେବ । ଏଠାରେ ଭଣ୍ଡାରଣ, ପରିବହନ ଏବଂ ଲଜିଷ୍ଟିକସ୍ ସହିତ ଜଡ଼ିତ ବ୍ୟବସାୟ- କାରବାରର ବିସ୍ତାର ହେବାକୁ ଯାଉଛି । ଏହି ବନ୍ଦର ଗାଡିଗୁଡ଼ିକର ସ୍କ୍ରାପିଂ, କଂଟେନର ଉତ୍ପାଦନ ଏବଂ ଧୋଲେରା ସ୍ପେଶାଲ ନିବେଶ ଅଂଚଳ ଭଳି ବଡ଼- ବଡ଼ ପ୍ରକଳ୍ପଗୁଡ଼ିକର ଆବଶ୍ୟକତାଗୁଡ଼ିକୁ ମଧ୍ୟ ପୂରଣ କରିବ । ଏହା ଫଳରେ ଏଠାରେ ନୂତନ ରୋଜଗାର ସୃଷ୍ଟି ହେବ, ସ୍ୱରୋଜଗାରର ସମ୍ଭାବନା ଗୁଡ଼ିକ ସୃଷ୍ଟି ହେବ ।
ସାଥୀଗଣ,
ଅଲଙ୍ଗକୁ ବିଶ୍ୱର ବଡ଼- ବଡ଼ ଜାହାଜ ଭାଙ୍ଗିବା କେନ୍ଦ୍ର ଗୁଡ଼ିକ ମଧ୍ୟରୁ ଅନ୍ୟତମ ଭାବେ ଜଣାଯାଏ । ବୋଧହୁଏ ଏମିତି କେହି ରହିଥିବେ, ଯାହାଙ୍କୁ ଅଲଙ୍ଗ ସମ୍ପର୍କରେ ଜଣା ନ ଥିବ । କେନ୍ଦ୍ର ସରକାର ଯେଉଁ ନୂତନ ଯାନବାହାନ ସ୍କ୍ରାପିଂ ନୀତି ଅର୍ଥାତ ପୁରୁଣା ଗାଡ଼ିଗୁଡ଼ିକୁ ସ୍କ୍ରାପ କରିବା ପାଇଁ ଯେଉଁ ନୀତି ପ୍ରସ୍ତୁତ କରିଛନ୍ତି । ତାହା ଯେତେବେଳେ ଲାଗୁ ହେବ, ସାଥୀଗଣ ମୁଁ ଜୋର୍ ଦେଇ କହି ପାରିବି । ସମଗ୍ର ହିନ୍ଦୁସ୍ତାନରେ ଏହି ଯାନବାହାନ ସ୍କ୍ରାପିଂ ନୀତିର ସର୍ବପ୍ରଥମ ଏବଂ ସବୁଠାରୁ ଅଧିକ ଲାଭ କାହାକୁ ମିଳିବାକୁ ଯାଉଛି, ତେବେ ତାହା ଆପଣମାନଙ୍କୁ ମିଳିବାକୁ ଯାଉଛି । ଏହାର କାରଣ ହେଉଛି, ଅଲଙ୍ଗ ପାଖରେ ତ ସ୍କ୍ରାପିଂ ସହିତ ଜଡ଼ିତ ବିଶେଷତା ରହିଛି । ବଡ଼- ବଡ଼ ଜାହାଜଗୁଡ଼ିକୁ କିପରି ସ୍କ୍ରାପ କରାଯାଏ, ସେ ବିଷୟରେ ସେମାନଙ୍କର ଜ୍ଞାନ ରହିଛି । ଏପରି ସ୍ଥିତିରେ ଜାହାଜଗୁଡ଼ିକ ସହିତ ଅନ୍ୟାନ୍ୟ ଛୋଟ- ଛୋଟ ବାହାନଗୁଡ଼ିକର ସ୍କ୍ରାପିଂର ମଧ୍ୟ ଏହା ଏକ ବଡ଼ କେନ୍ଦ୍ର ହୋଇ ପାରିବ । ଭାବନଗରର ମୋର ଦକ୍ଷ ଉଦ୍ୟମୀମାନଙ୍କୁ ମୋତେ ଏହି କଥା ମନେ ପକାଇ ଦେବାର ଆବଶ୍ୟକତା ନାହିଁ ଯେ ସେମାନେ ବିଦେଶରୁ ମଧ୍ୟ ଏହିସବୁ ଛୋଟ- ଚୋଟ ଗାଡ଼ିଗୁଡ଼ିକୁ ଆଣି, ସେଗୁଡ଼ିକୁ ସ୍କ୍ରାପ କରିବାର କାର୍ଯ୍ୟ ଏଠାରେ ମଧ୍ୟ ଆରମ୍ଭ କରିଦେବେ ।
ସାଥୀଗଣ,
ଏଠାରେ ଜାହାଜଗୁଡ଼ିକୁ ଭାଙ୍ଗି ଯେଉଁ ଲୁହା ବାହାର କରାଯାଏ, ଏ ପର୍ଯ୍ୟନ୍ତ ବିନିର୍ମାଣ କ୍ଷେତ୍ରରେ ତାହାର ବହୁତ ବଡ଼ ଉପଯୋଗ କରା ଯାଇଥାଏ । ନିକଟରେ ଆମେ ଦେଖିଛୁ ଯେ କଂଟେନରଗୁଡ଼ିକ ପାଇଁ କୌଣସି ଗୋଟିଏ ଦେଶ ଉପରେ ଅତି- ନିର୍ଭରତା ହେବା ଫଳରେ କେତେ ବଡ଼ ସଙ୍କଟ ସୃଷ୍ଟି ହୋଇପାରେ । ଭାବନଗରର ପାଇଁ ମଧ୍ୟ ଏହା ହେଉଛି ଏକ ନୂତନ ସୁଯୋଗ ଏବଂ ହେଉଛି ବଡ଼ ସୁଯୋଗ । ଗୋଟିଏ ପଟେ ବିଶ୍ୱସ୍ତରୀୟ ବ୍ୟବସାୟରେ ଭାରତର ଅଂଶୀଦାର ବୃଦ୍ଧି ପାଉଛି ଆଉ ଅନ୍ୟପଟେ ବିଶ୍ୱ ମଧ୍ୟ କଂଟେନର୍ସ ମାମଲାରେ ବିଶ୍ୱସ୍ତନୀୟ ଯୋଗାଣକାରୀର ସନ୍ଧାନରେ ରହିଛି । ସମଗ୍ର ବିଶ୍ୱକୁ ଲକ୍ଷ- ଲକ୍ଷ କଂଟେନରର ଆବଶ୍ୟକତା ରହିଛି । ଭାବନଗରରେ ନିର୍ମିତ କଂଟେନର, ଆତ୍ମନିର୍ଭର ଭାରତକୁ ମଧ୍ୟ ଉର୍ଜ୍ଜା ପ୍ରଦାନ କରିବ ଆଉ ଏଠାରେ ରୋଜଗାରର ଅନେକ ସୁଯୋଗ ମଧ୍ୟ ସୃଷ୍ଟି କରିବ ।
ସାଥୀଗଣ,
ଯେତେବେଳେ ମନରେ ଲୋକମାନଙ୍କ ପାଇଁ ସେବାର ଭାବନା ରହିଥିବ, ପରିବର୍ତନ ଆଣିବାର ଇଚ୍ଛାଶକ୍ତି ଥିବ, ସେତେବେଳେ ବଡ଼ରୁ ଅତି ବଡ଼ ଲକ୍ଷ୍ୟକୁ ହାସଲ କରିବା ସମ୍ଭବ ହୋଇଥାଏ । ସୁରଟରୁ ଭାବନଗର ଯିବା- ଆସିବା ବେଳେ ଗାଡ଼ିଗୁଡ଼ିକର ସ୍ଥିତି କ’ଣ ହୋଇଥାଏ, ଏହା ଆପଣମାନେ ଭଲଭାବେ ଜାଣିଛନ୍ତି । ଘଂଟା- ଘଂଟାର ଯାତ୍ରା, ସଡ଼କ ଦୁର୍ଘଟଣା, ପେଟ୍ରୋଲ- ଡିଜେଲର ଖର୍ଚ୍ଚ, କେତେ ସବୁ ଅସୁବିଧା ରହିଥିଲା। ଏବେ ଜୀବନ ଉପରେ ସଙ୍କଟ ମଧ୍ୟ କମ୍ ହୋଇଛି, ଟିକେଟ- ଭଡାର ଖର୍ଚ୍ଚ ଏବଂ ସମୟ ମଧ୍ୟ ସଂଚୟ ହୋଇଛି । ସମସ୍ତ ପ୍ରକାରର ଅସୁବିଧାଗୁଡ଼ିକ ପରେ ମଧ୍ୟ ଆମେ ଘୋଘା- ଦହେଜ ଫେରୀ ଆରମ୍ଭ କରି ଦେଖାଇଲୁ, ଏହି ସ୍ୱପ୍ନକୁ ପୂରଣ କଲୁ। ଘୋଘା- ହଜୀରା ରୋ- ରୋ ଫେରୀ ସେବା ଦ୍ୱାରା ସୌରାଷ୍ଟ୍ର ଏବଂ ସୁରଟର ଦୂରତା ପ୍ରାୟତଃ 400 କିଲୋମିଟରରୁ ହ୍ରାସ ପାଇ 100 କିଲୋମିଟରରୁ ମଧ୍ୟ କମ୍ ହୋଇ ଯାଇଛି । ବହୁତ ହିଁ କମ ସମୟରେ ଏହି ସେବା ଫଳରେ ପ୍ରାୟତଃ 3 ଲକ୍ଷ ଯାତ୍ରୀ ଯାତ୍ରା କରି ସାରିଛନ୍ତି । 80 ହଜାରରୁ ଅଧିକ ଗାଡ଼ିଗୁଡ଼ିକୁ ଏଠାରୁ ସେହିଠାକୁ ପହଂଚାଯାଇଛି ଆଉ ଏହି ବର୍ଷ ଏ ପର୍ଯ୍ୟନ୍ତ 40 ଲକ୍ଷ ଲିଟରରୁ ଅଧିକ ପେଟ୍ରୋଲ- ଡିଜେଲର ସଂଚୟ ହୋଇଛି, ଅର୍ଥାତ ସେତିକି ଅର୍ଥ ଆପଣମାନଙ୍କ ପକେଟର ସଂଚୟ ହୋଇଛି। ଆଜିଠାରୁ ଏହି ରୁଟରେ ବଡ଼- ବଡ଼ ଜାହାଜଗୁଡ଼ିକ ପାଇଁ ମଧ୍ୟ ରାସ୍ତା ସଫା ହୋଇଛି ।
ସାଥୀଗଣ,
ଆପଣମାନେ ବୁଝି ପାରୁଥିବେ ଏ କେତେ ବଡ଼ ସେବା ଏହି ଅଂଚଳର ସାଧାରଣ ଜନତା, କୃଷକ ଏବଂ ବ୍ୟବସାୟୀମାନଙ୍କ ପାଇଁ ହୋଇଛି। କିନ୍ତୁ ଏତେ ସବୁ କିଛି ବିନା କୌଣସି ହାଲାଗୁଲାରେ, ବଡ- ବଡ଼ ବିଜ୍ଞାପନରେ ଅର୍ଥ ଖର୍ଚ୍ଚ ନକରି ଏହି କାର୍ଯ୍ୟ ହୋଇଛି, ସାଥୀଗଣ । କାରଣ ଆମର ପ୍ରେରଣା ଏବଂ ଲକ୍ଷ୍ୟ କେବେ ମଧ୍ୟ କ୍ଷମତାର ସୁଖ ପାଇଁ ନୁହେଁ। ଅମେ ସଦା ସର୍ବଦା କ୍ଷମତାକୁ ସେବାର ମାଧ୍ୟମ ଭାବେ ଗ୍ରହଣ କରିଛୁ। ଏହା ଆମର ସେବାର ଯଜ୍ଞ ଚାଲୁ ରହିଛି। ଏହି ସେବା ଭାବ ଯୋଗୁଁ ହିଁ ଏତେ ଭଲ ପାଇବା, ଏତେ ଆଶୀର୍ବାଦ ନିରନ୍ତର ବଢି ଚାଲିଛି, ବଢି ଚାଲିବାରେ ଲାଗିଛି।
ସାଥୀଗଣ,
ଆମର ପ୍ରୟାସ ଦ୍ୱାରା ଏହି ଅଂଚଳରେ ନା କେବଳ ଯାତାୟତ, ପରିବହନ ହିଁ ନୁହେଁ, ଏତେ କିଛି ସୁବିଧା ହୋଇଛି ଏପରି ନୁହେଁ, କିନ୍ତୁ ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହନ ମିଳୁଛି। ନିଜର ପର୍ଯ୍ୟଟନ ପରମ୍ପରାକୁ ସାଇତି ରଖି ତାହାକୁ ପର୍ଯ୍ୟଟନର ଶକ୍ତି କରିବା ପାଇଁ ଗୁଜରାଟର ଉପକୂଳ ଅଂଚଳରେ ଅଦ୍ଭୁତପୂର୍ବ କାର୍ଯ୍ୟ ହେଉଛି। ଲøଥଲରେ ନିର୍ମାଣ ହେବାକୁ ଥିବା ନୌବାଣିଜ୍ୟ ସଂଗ୍ରହାଳୟ, ବୋଧହୁଏ ଆପଣମାନଙ୍କ ମଧ୍ୟରୁ ବହୁତ କମ୍ ଲୋକଙ୍କୁ ଜଣାଥିବ। ଲøଥଲ ବିଶ୍ୱରେ ସୁନାମ ଅର୍ଜନ କରୁ, ଏଭଳି ନୌବାଣିଜ୍ୟ ସଂଗ୍ରହାଳୟ ନିର୍ମାଣ ହେଉଛି। ଯେଭଳି ଏକତାର ପ୍ରତିମୂର୍ତି ତହା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହି ଲøଥଲର ନୌବାଣିଜ୍ୟ ସଂଗ୍ରହାଳୟ ମଧ୍ୟ ସେହିଭଳି ସୁନାମ ଅର୍ଜନ କରିବ। କାରଣ ଆମ ପାଇଁ ଏହା ହେଉଛି ଗର୍ବର କଥା। ବିଶ୍ୱର ସର୍ବ ପୁରାତନ ବନ୍ଦର ଲøଥଲ ଏହା ଆମର ଗୁଜରାଟ ମାଟିରେ ଅଛି, ଏହା ଆମର ଭାବନଗର କୂଳରେ ଅଛି। ଲøଥଲ ଆମର ପରମ୍ପରାର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ରହିଛି, ଯାହାକୁ ସମଗ୍ର ବିଶ୍ୱର ପର୍ଯ୍ୟଟନର ମାନଚିତ୍ରକୁ ଆଣିବା ପାଇଁ ବହୁତ ପରିଶ୍ରମ କରାଯାଉଛି। ଲøଥଲ ସହିତ ବେଲାବଦର ଜାତୀୟ ପାର୍କରେ ଇକୋ ଟୁରିଜିମ ସହିତ ଜଡ଼ିତ ସର୍କିଟର ଲାଭ ମଧ୍ୟ ଭାବନଗରକୁ ହେବାକୁ ଯାଉଛି, ବିଶେଷ କରି ଛୋଟ- ଛୋଟ ଯେଉଁ ବ୍ୟବସାୟୀମାନେ ଅଛନ୍ତି, ଛୋଟ- ଛୋଟ କାରବାର କରୁଛନ୍ତି, ବ୍ୟାପାରୀ ଅଛନ୍ତି, ସେମାନଙ୍କୁ ବିଶେଷ ଲାଭ ମିଳିବ।
ଭାଇ ଓ ଭଉଣୀମାନେ,
ସୌରାଷ୍ଟ୍ରରେ କୃଷକ ଏବଂ ମତ୍ସ୍ୟଜୀବୀ, ଉଭୟଙ୍କ ଜୀବନରେ ବିଗତ 2 ଦଶକରେ ବହୁତ ବଡ଼ ପରିବର୍ତନ ଆସିଛି। ଗୋଟିଏ ସମୟ ଥିଲା, ଯେତେବେଳେ ସୂଚନାର ଅଭାବରେ ପ୍ରାୟତଃ ମତ୍ସ୍ୟଜୀବୀଙ୍କ ଜୀବନ ବିପଦରେ ପଡ଼ି ଯାଉଥିଲା। ଯେତେବେଳେ ମୁଁ ଏଠାକାର ମୁଖ୍ୟମନ୍ତ୍ରୀ ଥିଲି, ସେତେବେଳେ ମତ୍ସ୍ୟଜୀବୀମାନଙ୍କୁ ଏକ ଲାଲ ରଙ୍ଗର ବାସ୍କେଟ ମଧ୍ୟ ଦିଆ ଯାଇଥିଲା, ଯେଉଁଥିରେ ଭିନ୍ନ- ଭିନ୍ନ ବଟନ ଲାଗିଥିଲା । ଦୁର୍ଘଟଣା ଭଳି ସ୍ଥିତିରେ ବଟନ ଚିପିଲେ କୋଷ୍ଟ ଗାର୍ଡର ଅଫିସକୁ ସିଧାସଳଖ ସତର୍କ ସୂଚନା ପହଂଚି ଯାଉଥିଲା । ଯାହାଦ୍ୱାରା ତୁରନ୍ତ ସହାୟତା ପହଂଚାଇବା ସମ୍ଭବ ହୋଇ ପାରୁଥିଲା । ଏହି ଭାବନାରେ 2014 ପରେ ସମଗ୍ର ଦେଶ ପାଇଁ ଆମେ ଏହାକୁ ସମ୍ପ୍ରସାରିତ କରିଛୁ। ମତ୍ସ୍ୟଜୀବୀଙ୍କ ଡଙ୍ଗାକୁ ଆଧୁନିକ କରିବା ପାଇଁ ରିହାତି ଦିଆଗଲା, କୃଷକମାନଙ୍କ ଭଳି ମତ୍ସ୍ୟଜୀବୀଙ୍କୁ କିଷାନ କ୍ରେଡିଟ କାର୍ଡ ଦେଇଛୁ।
ସାଥୀଗଣ,
ଆଜି ମୋତେ ବହୁତ ସନ୍ତୋଷ ମିଳିଛି ଯେ, ଯେତେବେଳେ ସାଉନି ଯୋଜନାରେ ହେଉଥିବା ପରିବର୍ତନକୁ ମୁଁ ଦେଖୁଛି। ମୋର ମନେ ଅଛି ମୁଁ ଯେତେବେଳେ ସାଉନି ଯୋଜନାର କଥା କହିଥିଲି, ସେତେବେଳେ ଆମର ସୌରାଷ୍ଟ୍ରରେ ମୁଁ ରାଜକୋଟ ଯାଇ ଏହାର ଶୁଭାରମ୍ଭ କରିଥିଲି। ସମଗ୍ର ଗଣମାଧ୍ୟମର ଲୋକ ଲେଖିଥିଲେ ଯେ ଦେଖ, ନିର୍ବାଚନ ଆସିଲା, ଏଥିପାଇଁ ମୋଦୀ ମହାଶୟ ଘୋଷଣା କରି ଦେଇଛନ୍ତି । ନିର୍ବାଚନ ସରିଯିବ, ଭୁଲିଯିବେ । କିନ୍ତୁ ମୁଁ ସମସ୍ତଙ୍କୁ ଭୁଲ ପ୍ରମାଣିତ କରିଦେଲି । ଆଜି ସାଉନି ଯୋଜନା ନର୍ମଦା ମାତାଙ୍କୁ ନେଇ ତାଙ୍କୁ ଯେଉଁ- ଯେଉଁଠାରେ ପହଂଚାଇବାର ସଂକଳ୍ପ କରିଥିଲେ, ଦ୍ରୁତ ଗତିରେ ପହଁଚୁଛନ୍ତି ଭାଇମାନେ। ଆମେ ହେଉଛୁ କଥା ଦେଇ ତାହାକୁ ରକ୍ଷା କରିବାର ଲୋକ, ଆମେ ହେଉଛୁ ସମାଜ ପାଇଁ ବଂଚୁଥିବା ଲୋକ।
ସାଥୀଗଣ,
ଏହି ସାଉନି ପ୍ରକଳ୍ପ, ଏହାର ଗୋଟିଏ ଅଂଶର ଉଦଘାଟନ ଆଜି ଅନୁଷ୍ଠିତ ହେଉଛି ଏବଂ ଅନ୍ୟ ଅଂଶର କାର୍ଯ୍ୟ ଆରମ୍ଭ ହେଉଛି । ଆମେ କାମ ବନ୍ଦ କରିବାକୁ ଦେଉ ନାହିଁ । ଆଜି ମଧ୍ୟ ଯେଉଁ ଅଂଶର ଲୋକାର୍ପଣ ହୋଇଛି, ତାହା ଦ୍ବାରା ଭାବନଗର ଏବଂ ଅମରେଲି ଜିଲ୍ଲାର ଅନେକ ଡ୍ୟାମ ପର୍ଯ୍ୟନ୍ତ ପାଣି ପହଞ୍ଚିଛି । ଏହାଦ୍ବାରା ଭାବନଗରର ଗରିଆଧର, ଜେସର ଏବଂ ମହୁବା ତାଲୁକ ଓ ରାଜୁଲା ଏବଂ ଅମରେଲି ଜିଲ୍ଲାର ରାଜୁଲା ଏବଂ ଖାମ୍ବା ତାଲୁକର ଅନେକ ଗାଁର ଚାଷୀ ଉପକୃତ ହେବାକୁ ଯାଉଛନ୍ତି । ଭାବନଗର, ଗିର୍ ସୋମନାଥ, ଅମରେଲି, ବୋଟାଡ, ଜୁନାଗଡ, ରାଜକୋଟ, ପୋରବନ୍ଦର ଜିଲ୍ଲାର ଶହ ଶହ ଗ୍ରାମ ଏବଂ ଡଜନ ଡଜନ ସହରକୁ ଜଳ ଯୋଗାଣ ପାଇଁ ଆଜି ମଧ୍ୟ ନୂତନ ଭାବେ କାର୍ଯ୍ୟକୁ ସାମିଲ କରାଯାଇଛି।
ଭାଇ ଓ ଭଉଣୀମାନେ,
ଅଭାବକୁ ଦୂର କରିବା ଏବଂ ଯେଉଁମାନେ ବିକାଶରେ ପଛରେ ରହିଯାଇଛନ୍ତି, ସେମାନଙ୍କ ହାତ ଧରି ଆଗକୁ ନେଇଯିବା, ଏହା ହେଉଛି ଡବଲ୍ ଇଞ୍ଜିନ୍ ସରକାରଙ୍କର ପ୍ରତିବଦ୍ଧତା । ଗରିବରୁ ଗରିବ ଲୋକଙ୍କୁ ଯେତେବେଳେ ସାଧନ ମିଳିଥାଏ, ଯେତେବେଳେ ସରକାର ସେମାନଙ୍କୁ ସଂସାଧନ ଦିଅନ୍ତି, ସେତେବେଳେ ସେମାନଙ୍କର ଭାଗ୍ୟ ପରିବର୍ତ୍ତନ ହେବା ଆରମ୍ଭ ହୋଇଥାଏ । ସେମାନେ ଦିନରାତି କଠିନ ପରିଶ୍ରମ କରନ୍ତି ଏବଂ ଦାରିଦ୍ର୍ୟର ମୁକାବିଲା କରି ଦାରିଦ୍ର୍ୟକୁ ପରାସ୍ତ କରିଥାନ୍ତି । ଗୁଜରାଟରେ ଆମେ ପ୍ରାୟତଃ ଗରିବ କଲ୍ୟାଣ ମେଳାମାନ ଆୟୋଜନ କରୁଥିଲୁ । ଏହିପରି ଏକ କାର୍ଯ୍ୟକ୍ରମ ସମୟରେ ମୁଁ ଭାବନଗରର ଜଣେ ଭଉଣୀକୁ ତିନି ଚକିଆ ସାଇକେଲ ଦେଇଥିଲି । ସେ ଜଣେ ଦିବ୍ୟାଙ୍ଗ ଭଉଣୀ ଥିଲେ, ସେତେବେଳେ ସେ ମୋତେ କ’ଣ କହିଥିଲେ ? ଆପଣ ଦେଖନ୍ତୁ, ଭାବନଗର ଲୋକଙ୍କ ମନୋବଳ ଦେଖନ୍ତୁ, ଗୁଜରାଟୀମାନଙ୍କର ଉତ୍ସାହକୁ ଦେଖନ୍ତୁ, ମୋର ଭଲଭାବେ ମନେ ଅଛି । ସେହି ଭଉଣୀ କହିଥିଲେ ଯେ, ମେତେ ସାଇକେଲ ଚଲାଇବା ଆସେ ନାହିଁ । ମୋତେ ଏକ ବିଦ୍ୟୁତ ଚାଳିତ ଟ୍ରାଇସାଇକେଲ ଦିଅନ୍ତୁ । ଏହି ମନୋଭାବ ହେଉଛି ମୋର ଗୁଜରାଟର, ଏହି ମନୋବଳ ହେଉଛି ମୋର ଭାବନଗରର ଏବଂ ମୋର ଯେଉଁ ବିଶ୍ୱାସ ଥିଲା, ସେହି ଭଉଣୀଙ୍କ ମନରେ ଯେଉଁ ବିଶ୍ବାସ ଥିଲା, ସେହି ଭରସା ମୋର ସବୁଠାରୁ ବଡ ପୁଞ୍ଜି ଥିଲା, ଭାଇମାନେ । ଗରିବଙ୍କର ଏହି ସ୍ୱପ୍ନ, ଗରିବ ଲୋକଙ୍କର ଏହି ଆକାଂକ୍ଷା ମୋତେ ନିରନ୍ତର କାର୍ଯ୍ୟ କରିବାକୁ ଉର୍ଜା ଦେଇଥାଏ । ଆପଣଙ୍କର ଆଶୀର୍ବାଦ ସହିତ ଏହି ଉର୍ଜା ଜାରି ରହୁ, ଏବଂ ନିରନ୍ତର ଆପଣଙ୍କର ଭଳପାଇବା ବଢିବାରେ ଲାଗିଛି । ଆଉ ମୁଁ ଆଜି ନିଶ୍ଚୟ କହିବି ଯେ ମୋତେ ଆସିବାକୁ କିଛି ବର୍ଷ ଲାଗିଗଲା, ମୁଁ ବିଳମ୍ବରେ ଆସିଲି, କିନ୍ତୁ ମୁଁ ଖାଲି ହାତରେ ଆସି ନାହିଁ । ଗତ ବର୍ଷର ଯାହା ବକେୟା ଥିଲା, ତାହା ମଧ୍ୟ ନେଇ କରି ଆସିଛି। ଆଉ ସେହିଭଳି ଭାବନଗରର ମୋ ଉପରେ ଅଧିକାର ରହିଛି ଭାଇ, ଆପଣ ଭାବନଗରକୁ ଆସନ୍ତୁ ଏବଂ ନରସିବାବାଙ୍କ ଗାଣ୍ଠିଆ, ଦାସଙ୍କ ପେଡା, ଆଉ ଯେତେବେଳେ ଗାଣ୍ଠିଆ କଥା ମନେ ପଡେ, ସେତେବେଳେ ମୋର ହରି ସିଂହ ଦାଦା ମନେ ପହନ୍ତି । ବହୁ ବର୍ଷ ପୂର୍ବେ ମୁଁ ଛୋଟ କାର୍ଯ୍ୟକର୍ତ୍ତା ଭାବେ, ସେତେବେଳେ ମୁଁ ରାଜନୀତିରେ ନଥିଲି। ମୋତେ ଯଦି କେହି ଗାଣ୍ଠିଆ ଖାଇବା କେହି ଶିଖାଇଥିଲେ, ତେବେ ହରି ସିଂହ ଦାଦା ମୋତେ ଶିଖାଇଥିଲେ । ଯେତେବେଳେ ସେ ଅହମ୍ମଦାବାଦକୁ ଆସୁଥିଲେ, ସେତେବେଳେ ଗାଣ୍ଠିଆ ଆଣି ଆସୁଥିଲେ, ସେ ଆମମାନଙ୍କ ବିଷୟରେ ବହୁତ ଚିନ୍ତା କରୁଥିଲେ। ଆଜି ଯେତେବେଳେ ମୁଁ ଭାବନଗରକୁ ଆସିଛି, ସେତେବେଳେ ଏବେ ନବରାତ୍ରିର ଉପବାସ ଚାଲିଛି, ନବରାତ୍ରିର ବ୍ରତ ଚାଲିଛି, ତେଣୁ ବର୍ତ୍ତମାନ ସେ ସବୁର କିଛି କାମ ନାହିଁ। ତଥାପି, ଭାବନଗରର ଗାଣ୍ଠିଆ ଦେଶ ତଥା ବିଶ୍ବରେ ହେଉଛି ପ୍ରସିଦ୍ଧ, ଏହା ଏକ ଛୋଟ- ମୋଟ କଥା ନୁହେଁ, ବନ୍ଧୁଗଣ । ଏହା ହେଉଛି ଭାବନଗରର ଶକ୍ତି । ସାଥୀଗଣ, ଆଜି ମୁଁ ଅନେକ ବିକାଶ ମୂଳକ ପ୍ରକଳ୍ପ ନେଇକରି ଆସିଛି । ଅନେକ ପ୍ରକଳ୍ପ ନେଇ କରି ଆସିଛି। ଏହା ହେଉଛି ଭାବନଗରର ଯୁବ ପିଢୀର ଭବିଷ୍ୟତ ସ୍ଥିର କରିବା ଭଳି ଯୋଜନା । ହେଉଛି ଭାବନଗରର ଭବିଷ୍ୟତକୁ ଚାରିଆଡୁ ବିକାଶ କରିବା ଭଳି ଯୋଜନା । କେହି କଳ୍ପନା କରିବାକୁ ସକ୍ଷମ ହେବେ ନାହିଁ, ଦ୍ରୁତ ଗତିରେ ଭାବନଗରର ବିକାଶ ହେଉ, ସେଥିପାଇଁ ଏହି ଯୋଜନାଗୁଡିକ ହୋଇଛି । ଆଉ ଏହାର ଲାଭ ସମଗ୍ର ସୌରାଷ୍ଟ୍ରକୁ ମିଳିବ, ସମଗ୍ର ଗୁଜରାଟକୁ ମିଳିବ ଏବଂ ଦେଶକୁ ମଧ୍ୟ ଏହାର ସୁଫଳର ସ୍ୱାଦ ଚାଖିବାକୁ ମିଳିବ । ଭାଇ ଓ ଭଉଣୀମାନେ, ଆପଣମାନେ ଯେଉଁ ଭଲପାଇବା ଦେଇଛନ୍ତି, ଯେଉଁ ଆଶୀର୍ବାଦ ଦେଇଛନ୍ତି । ଏତେ ବିଶାଳ ସଂଖ୍ୟାରେ ଆପଣମାନେ ଆସିଛନ୍ତି, ମୁଁ ଅନ୍ତଃକରଣ ପୂର୍ବକ ଆପଣମାନଙ୍କ ନିକଟରେ କୃତଜ୍ଞ। ମୋ ସହିତ ଦୁଇ ହାତ ଉପରକୁ କରି ଏବଂ ଆପଣମାନଙ୍କର ସମ୍ପୂର୍ଣ୍ଣ ଶକ୍ତିର ସହିତ କୁହନ୍ତୁ,
ଭାରତ ମାତା କୀ- ଜୟ,
ଭାରତ ମାତା କୀ- ଜୟ,
ଭାରତ ମାତା କୀ- ଜୟ,
ବହୁତ- ବହୁତ ଧନ୍ୟବାଦ।
*****
AH
(Release ID: 1863687)
Visitor Counter : 142
Read this release in:
English
,
Urdu
,
Marathi
,
Hindi
,
Bengali
,
Manipuri
,
Punjabi
,
Gujarati
,
Telugu
,
Kannada
,
Malayalam