ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଗୁଜରାଟର ସୁରଟରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

Posted On: 29 SEP 2022 2:29PM by PIB Bhubaneshwar

ଭାରତ ମାତା କି  - ଜୟ

ଭାରତ ମାତା କି - ଜୟ

ଆପଣ ସମସ୍ତ ସୁରଟବାସୀଙ୍କୁ ନବରାତ୍ରୀର ଅନେକ ଅନେକ ଶୁଭକାମନା । ଏମିତି ନବରାତ୍ରୀର ସମୟ ମୋ ଭଳି ବ୍ୟକ୍ତିଙ୍କୁ ସୁରଟ ଆସିବା ଆନନ୍ଦଦାୟକ ଅଟେ, ଭଲ ଲାଗୁଛି; କିନ୍ତୁ ନବରାତ୍ରୀର ବ୍ରତ ଚାଲିଥିବ, ସେତେବେଳେ ସୁରଟ ଆସିବାରେ ଟିକିଏ କଠିନ ଲାଗିଥାଏ । ସୁରଟକୁ ଆସ ଏବଂ ସୁରଟୀ ଖାଦ୍ୟ ଖାଇବା ବିନା ଯାଅ ।

ଏହା ମୋର ସୌଭାଗ୍ୟ ଯେ ନବରାତ୍ରୀର ଏହି ଶୁଭ ଅବସରରେ ଆଜି ଏବଂ ଆସନ୍ତାକାଲି, ଗୁଜରାଟର ମାଟିରେ ଭିତ୍ତିଭୂମି, କ୍ରୀଡ଼ା, ସଂସ୍କୃତି ଏବଂ ବିଶ୍ୱାସ ସହ ଜଡ଼ିତ ଅନେକ ବଡ଼ ଆୟୋଜନଗୁଡ଼ିକର ଅଂଶ ହେବି । ଗୁଜରାଟର ଗୌରବକୁ ଆହୁରି ବଢ଼ାଇବାର ଏହି ସୌଭାଗ୍ୟ ମିଳିବା, ଆପଣମାନଙ୍କ ମଧ୍ୟକୁ ଆସିବା, ଏବଂ ଆପଣଙ୍କର ଏହି ଉତ୍ସାହ ଦିନକୁ ଦିନ ବଢ଼ିବାରେ ଲାଗିଛି । ଗୁଜରାଟର ଲୋକମାନଙ୍କୁ, ସୁରଟର ଲୋକମାନଙ୍କୁ ଧନ୍ୟବାଦ ଦେବା ପାଇଁ ମୋର ଶବ୍ଦ ମଧ୍ୟ କମ ପଡ଼ୁଛି, ଏତେ ଭଲପାଇବା ଆପଣମାନେ ଦେଇଛନ୍ତି । ସୁରଟରେ ବିକାଶର ଲାଭ ଯେଉଁଭଳି ଭାବରେ ପ୍ରତ୍ୟେକ ଘର ପର୍ଯ୍ୟନ୍ତ ପହଂଚିପାରୁଛି, ତାହାକୁ ଯେତେବେଳେ ମୁଁ ଦେଖୁଛି, ଶୁଣୁଛି ସେତେବେଳେ ମୋର ଖୁସି ଅନେକ ଗୁଣ ବଢ଼ିଯାଇଥାଏ, ଏହି କ୍ରମରେ ଆଜି ସୁରଟରେ ବିକାଶ ସହିତ ଜଡ଼ିତ ଅନେକ ପ୍ରକଳ୍ପର ଉଦଘାଟନ କରାଯାଇଛି କିମ୍ବା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏଥିମଧ୍ୟରୁ ଅଧିକାଂଶ ପ୍ରକଳ୍ପ, ସାଧାରଣ ସୁରଟବାସୀଙ୍କୁ, ମଧ୍ୟବିତ୍ତଙ୍କୁ, ବ୍ୟବସାୟୀ ବର୍ଗଙ୍କୁ ଅନେକ ପ୍ରକାରର ସୁବିଧା ଏବଂ ଲାଭ ଦେବ । ମୋତେ କୁହାଯାଇଛି ଯେ ୭୫ ଅମୃତ ସରୋବର ନିର୍ମାଣର କାର୍ଯ୍ୟ ଅତି ଦ୍ରୁତ ଗତିରେ ଚାଲିଛି । ଏଥିପାଇଁ ଜିଲ୍ଲାର ସମସ୍ତ ସହକର୍ମୀ, ପ୍ରଶାସନ; ସମସ୍ତେ ଏବଂ ମୋର ସୁରଟବାସୀ ମଧ୍ୟ ଅଭିନନ୍ଦନ ପାଇବାକୁ ଯୋଗ୍ୟ ଅଟନ୍ତି ।

ସାଥୀମାନେ,

ସୁରଟ ସହର ଲୋକମାନଙ୍କର ଉଭୟ ଏକତା ଏବଂ ଜନଭାଗିଦାରୀ ଦୁଇଟିଯାକ ଏକ ବହୁତ ବଡ଼ ଉତ୍ତମ ଉଦାହରଣ ଅଟେ । ଭାରତର କୌଣସି ଅଞ୍ଚଳ ଏମିତି ନାହିଁ, ଯାହାର ଲୋକମାନେ ସୁରଟର ଭୂମିରେ ବାସ କରନ୍ତି ନାହିଁ, ଏକ ପ୍ରକାରରେ ଛୋଟ ହିନ୍ଦୁସ୍ଥାନ । ସୁରଟର ସବୁଠାରୁ ବଡ଼ ବୈଶିଷ୍ଟ୍ୟ ହେଉଛି ଏହି ସହର ସୁରଟ, ଏଥିପାଇଁ ମୁଁ ସର୍ବଦା ଗର୍ବିତ, ଏହି ସହର ହେଉଛି ଶ୍ରମକୁ ସମ୍ମାନ କରୁଥିବା ସହର । ଏଠାରେ ପ୍ରତିଭାକୁ ସମ୍ମାନ ଦିଆଯାଇଥାଏ, ପ୍ରଗତିର ଆକାଂକ୍ଷା ପୂରଣ ହୋଇଥାଏ, ଆଗକୁ ବଢ଼ିବାର ସ୍ୱପ୍ନ ସାକାର ହୋଇଥାଏ ଏବଂ ସବୁଠୁ ବଡ଼ କଥା ହେଉଛି, ଯିଏ ବିକାଶର ଦୌଡ଼ରେ ପଛରେ ରହିଯାଏ, ଏହି ସହର ତାଙ୍କୁ ଅଧିକ ସୁଯୋଗ ଦେଇଥାଏ, ତାଙ୍କର ହାତ ଧରି ଆଗକୁ ଆଣିବାକୁ ଚେଷ୍ଟା କରିଥାଏ । ସୁରଟର ଏହି ଶକ୍ତି ସ୍ୱାଧୀନତାର ଅମୃତ କାଳରେ ବିକଶିତ ଭାରତ ଗଠନ ପାଇଁ ବହୁତ ବଡ଼ ପ୍ରେରଣା ଅଟେ ।

ସାଥୀମାନେ,

ଏହି ଶତାବ୍ଦୀର ପ୍ରାରମ୍ଭ ଦଶନ୍ଧିରେ ଯେତେବେଳେ ବିଶ୍ୱର ତିନୋଟି ‘ପି’ ଅର୍ଥାତ ସରକାରୀ ବେସରକାରୀ ଭାଗିଦାରୀ ବିଷୟରେ ଚର୍ଚ୍ଚା ହେଉଥିଲା, ସେତେବେଳେ ମୁଁ କହୁଥିଲି ଯେ ସୁରଟ ଚାରୋଟି ‘ପି’ର ଉଦାହରଣ ଅଟେ । ଚାରୋଟି ‘ପି’ ଅର୍ଥାତ, ଲୋକ, ଜନସାଧାରଣ, ବ୍ୟକ୍ତିଗତ, ସହଭାଗିତା । ଏହି ମଡେଲ ସୁରଟକୁ ସ୍ୱତନ୍ତ୍ର କରିଥାଏ । ସୁରଟର ଲୋକମାନେ ସେ ସମୟ କେବେ ଭୁଲିପାରିବେ ନାହିଁ, ଯେତେବେଳେ ମହାମାରୀକୁ ନେଇ, ବନ୍ୟାର ସମସ୍ୟାକୁ ନେଇ ଏଠାରେ ଅପପ୍ରଚାରକୁ ବହୁମାତ୍ରାରେ ଭୁଲ ତଥ୍ୟ ପ୍ରଦାନ କରାଯାଉଥିଲା । ସେହି ସମୟ ମଧ୍ୟରେ ଏଠିକାର ବ୍ୟବସାୟୀ ଏବଂ ବ୍ୟବସାୟୀ ସମାଜର ଅନେକ ଲୋକମାନଙ୍କୁ ମୁଁ ଗୋଟିଏ କଥା କହିଥିଲି । ମୁଁ କହିଥିଲି ଯେ ଯଦି ସୁରଟ ସହରର ବ୍ରାଣ୍ଡିଂ ହୋଇଯାଏ ତେବେ ପ୍ରତ୍ୟେକ କ୍ଷେତ୍ର, ପ୍ରତ୍ୟେକ କମ୍ପାନୀ ନିଜେ ବ୍ରାଣ୍ଡିଂ ହୋଇଯିବ । ଏବଂ ଆଜି ଦେଖନ୍ତୁ, ସୁରଟର ଆପଣ ସମସ୍ତ ଲୋକମାନେ ଏହା କରିଛନ୍ତି ।

ମୋତେ ଖୁସି ଯେ ଆଜି ଦୁନିଆର ସବୁଠାରୁ ଅଭିବୃଦ୍ଧିଶୀଳ ସହର ମଧ୍ୟରୁ ସୁରଟର ନାମ ଅଛି ଏବଂ ଏହାର ଲାଭ ଏଠିକାର ପ୍ରତ୍ୟେକ ବ୍ୟବସାୟ- କାରବାରରେ ପ୍ରତିଫଳିତ ହେଉଛି ।

ଭାଇ ଏବଂ ଭଉଣମାନେ,

ଗତ ୨ଠ ବର୍ଷ ମଧ୍ୟରେ ଦେଶର ଅନ୍ୟ ସହର ତୁଳନାରେ ସୁରଟ ବହୁତ ଦ୍ରୁତ ଗତିରେ ଅଗ୍ରଗତି କରିଛି, ଦ୍ରୁତ ଗତିରେ ପ୍ରଗତି କରିଛି । ଆଜି ଆମେ ଗର୍ବର ସହିତ ସୁରଟକୁ ଦେଶର ସବୁଠାରୁ ପରିଷ୍କାର ସହର ଭାବରେ ଉଲ୍ଲେଖ କରୁଛୁ । କିନ୍ତୁ ଏହା ସୁରଟବାସୀଙ୍କର ନିରନ୍ତର ପରିଶ୍ରମର ଏହା ହେଉଛି ଫଳାଫଳ । ଶହ ଶହ କିଲୋମିଟରରୁ ଅଧିକ ନୂତନ ଡ୍ରେନେଜ୍ ନେଟୱାର୍କ ସୁରଟକୁ ଏକ ନୂତନ ଜୀବନ ପ୍ରଦାନ କରିଛି । ଦୁଇ ଦଶନ୍ଧି ଧରି ଏହି ସହରରେ ନିର୍ମିତ ଜଳ ନିଷ୍କାସନ କ୍ଷମତା ମଧ୍ୟ ସହରକୁ ସଫା ରଖିବାରେ ସାହାଯ୍ୟ କରିଛି । ଆଜି ଭାକର ଏବଂ ବାମରୋଲିରେ ନୂତନ କ୍ଷମତା ଯୋଡ଼ି ହୋଇଯାଇଛି । ୨ଠ ବର୍ଷରୁ ଅଧିକ ସମୟ ଧରି ଏଠାରେ କାର୍ଯ୍ୟ କରୁଥିବା ସହକର୍ମୀମାନେ, ସେମାନେ ଏହି ପରିବର୍ତ୍ତନର ବହୁତ ବଡ଼ ସାକ୍ଷୀ ଅଟନ୍ତି । ବିଗତ ବର୍ଷରେ ସୁରଟରେ ଝୁମ୍ପୁଡ଼ିର ସଂଖ୍ୟା ମଧ୍ୟ ବହୁତ ହ୍ରାସ ପାଇଛି । ଏହି ଦୁଇ ଦଶନ୍ଧି ମଧ୍ୟରେ ଏଠାରେ ଗରିବ ଲୋକମାନଙ୍କ ପାଇଁ, ବସ୍ତି ବାସିନ୍ଦାଙ୍କ ପାଇଁ ପ୍ରାୟ ୮ଠ ହଜାର ଘର ନିର୍ମାଣ କରାଯାଇଛି । ସୁରଟ ସହରର ଲକ୍ଷ ଲକ୍ଷ ଲୋକଙ୍କ ଜୀବନଧାରଣରେ ଉନ୍ନତି ଆସିଛି ।

ସାଥୀମାନେ,

ଡବଲ ଇଞ୍ଜିନ ସରକାର ଗଠନ ହେବା ପରେ ଏବେ ଘର ନିର୍ମାଣରେ ଆଗେଇବା ଦେଖାଦେଇଛି ଏବଂ ସୁରଟର ଗରିବ, ମଧ୍ୟବିତ୍ତ ଶ୍ରେଣୀର ଲୋକମାନଙ୍କୁ ମଧ୍ୟ ଅନେକ ସୁବିଧା ଯୋଗାଇ ଦିଆଯାଉଛି । ଆୟୁଷ୍ମାନ ଭାରତ ଯୋଜନା ଅନୁଯାୟୀ ଦେଶରେ ପ୍ରାୟତଃ ୪ କୋଟି ଗରିବ ରୋଗୀ ମାଗଣାରେ ଚିକିତ୍ସା ସେବା ପାଇଛନ୍ତି । ଏଥିରେ ୩୨ ଲକ୍ଷରୁ ଅଧିକ ରୋଗୀ ଗୁଜରାଟର ଏବଂ ପ୍ରାୟ ୧.୨୫ ଲକ୍ଷ ରୋଗୀ, ଏମାନେ ମୋର ସୁରଟରେ ଅଛନ୍ତି ।

ଅନ୍ୟପକ୍ଷରେ, ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଅନ୍ତର୍ଗତ ଦେଶରେ ପ୍ରାୟ ୩୫ ଲକ୍ଷ ସାଥି ରାସ୍ତାଘାଟ ବିକ୍ରେତା ଯେଉଁମାନେ ଠେଲାରେ କାମ କରନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ବ୍ୟାଙ୍କରୁ ବିନା ଗ୍ୟାରେଣ୍ଟିରେ ଶସ୍ତା ଋଣ ପାଇଛନ୍ତି । ବର୍ତ୍ତମାନ ବୋଧହୁଏ ଆମର ଦୁନିଆରେ ବହୁତ ଜଣାଶୁଣା ଦାନବୀର ବିଲ ଗେଟସଙ୍କର ଏକ ଆର୍ଟିକିଲ ପଢ଼ିଥିବେ, ସେଥିରେ ସେ ଏହି କଥା ଉପରେ କହିଥିଲେ । ଗୋଟିଏ ଲେଖା ଲେଖିଥିଲେ, ସେଥିରେ ଏହିସବୁ ଜିନିଷ ଉପରେ ସେ କହିଛନ୍ତି- “ସାଥୀମାନେ, ଏଥିରେ ଗୁଜରାଟର ପାଖାପାଖି ୨.୫ ଲକ୍ଷରୁ ଅଧିକ ଲୋକ ଏବଂ ସୁରଟର ପ୍ରାୟ ୪ଠ ହଜାର ସାଥିମାନଙ୍କୁ ଏହାର ସହାୟତା ମିଳିପାରିଛି ।”

ସାଥୀମାନେ,

ସୁରଟ ସହରର ପଶ୍ଚିମ ଭାଗରେ ରାନଦେର, ଅରାୟଣ, ପାଲ, ହଜୀରା, ପାଲନପୁର, ଜହାଙ୍ଗୀରପୁରା ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଆଜି ଯେତିକି ଚଳପ୍ରଚଳ ଦେଖାଯାଉଛି, ତାହା ୨ଠ ବର୍ଷର ଅଖଣ୍ଡ ଏକନିଷ୍ଠ ପରିଶ୍ରମର ପରିଣାମ ଅଟେ । ସହରର ଭିନ୍ନ ଭିନ୍ନ ଭାଗରେ ତାପି ଉପରେ ଆଜି ଏକ ଡର୍ଜନରୁ ଅଧିକ ସେତୁ ଅଛି, ଯାହା ସହରକୁ ମଧ୍ୟ ସଂଯୋଗ କରୁଛି ଏବଂ ସୁରଟବାସୀଙ୍କର ସମୃଦ୍ଧତା ସହିତ ସଂଯୋଗ କରୁଛି । ଏଭଳି ସ୍ତରରେ ଅନ୍ତତଃ ସଂଯୋଗୀକରଣ ବହୁତ କମ ଦେଖିବାକୁ ମିଳିଥାଏ । ସୁରଟ ପ୍ରକୃତରେ ସେତୁମାନଙ୍କର ସହର ଅଟେ ଯାହା ମାନବିକତା, ଜାତୀୟତା ଏବଂ ସମୃଦ୍ଧିର ଦୂରତାକୁ ଭାଗ କରି ଯୋଡ଼ିବାରେ କାର୍ଯ୍ୟ କରିଥାଏ ।

ଭାଇ ଏବଂ ଭଉଣମାନେ,

ଆଜି ଯେଉଁ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ ହୋଇଛି, ଏହା ସମସ୍ତ ସୁରଟର ଏହି ପରିଚୟକୁ ସଶକ୍ତ କରିବାକୁ ଯାଉଛନ୍ତି । ସୁରଟର କପଡ଼ା ଏବଂ ହୀରା ବ୍ୟବସାୟ ଦେଶରେ ୍ରନେକ ପରିବାରର ଜୀବନ ବଂଚାଇଥାଏ । ଯେତେବେଳେ ଡ୍ରିମ ସିଟି ପ୍ରକଳ୍ପ ଶେଷ ହୋଇଯିବ ସେତେବେଳେ ସୁରଟ, ବିଶ୍ୱର ସବୁଠାରୁ ସୁରକ୍ଷିତ ଏବଂ ସୁବିଧାଜନକ ହୀରା ବ୍ୟବସାୟ ହବରେ ପରିଣତ ହେବ । ସେ ଦିନ ଆଉ ଦୂର ନାହିଁ ଯେତେବେଳେ ସୁରଟ, ସାରା ବିଶ୍ୱରେ ହୀରା ବ୍ୟବସାୟୀ ଏବଂ କମ୍ପାନୀମାନଙ୍କ ପାଇଁ ଏକ ଆଧୁନିକ କାର୍ଯ୍ୟାଳୟ ସ୍ଥାନ ଭାବରେ ମାନ୍ୟତା ପାଇବ ।

କେବଳ ଏତିକି ନୁହେଁ, କିଛି ମାସ ପୂର୍ବରୁ କେନ୍ଦ୍ର ସରକାର ସୁରଟ ପାୱାରଲୁମ ମେଗାକ୍ଳଷ୍ଟର, ଏହା ଭାରତ ସରକାରଙ୍କ ବହୁତ ବଡ଼ ନିଷ୍ପତ୍ତି, ପାୱାରଲୁମ ମୋଗାକ୍ଲଷ୍ଟର, ତାହାର ସ୍ୱୀକୃତି ଦେଇ ଏବଂ ଏହା ଦ୍ୱାରା ସାୟନ ଓ ଓଲପାଡ଼ୋ, ଏହି କ୍ଷେତ୍ରରେ ପୱାରଲୁମ ଲୋକମାନଙ୍କର ଯେଉଁ ସମସ୍ୟା ସବୁ ଆସୁଥିଲା ସେହି ସମସ୍ୟାଗୁଡ଼ିକ କମ ହେବ । କେବଳ ଏତିକି ନୁହେଁ, ଏହାଦ୍ୱାରା ପ୍ରଦୂଷଣ ସମ୍ବନ୍ଧୀୟ ସମସ୍ୟାର ସମାଧାନ ମଧ୍ୟ ହେବ ।

ସାଥୀମାନେ,

ସୁରଟୀ ଲୋକମାନଙ୍କର ବିଶେଷତ୍ୱ ହେଉଛି ଯେ ସୁରଟୀଲାଲା ସହିତ ମଜା ନ କରି ଛାଡ଼ନ୍ତି ନାହିଁ, ଏବଂ ବାହାରୁ ଆସୁଥିବା ବ୍ୟକ୍ତି ମଧ୍ୟ ସୁରଟିଲା ରଙ୍ଗରେ ରଙ୍ଗୀନ ହୋଇଯାଆନ୍ତି । ଏବଂ ମୁଁ ତ କାଶୀର ସାଂସଦ, ସେଥିପାଇଁ ଲୋକମାନେ ମୋତେ ପ୍ରତିଦିନ କୁହନ୍ତି ଯେ ସୁରଟର ଭୋଜନ ଆଉ କାଶୀର ମୃତୁ୍ୟ । ସନ୍ଧ୍ୟା ହୋଇ ନ ଥିବା ଏବଂ ତାପ୍ତି ନଦୀର ଆଖପାଖ ଇଲାକାରେ ଲୋକମାନେ ବୁଲନ୍ତି ଏବଂ ଥଣ୍ଡା ପବନକୁ ଉପଭୋଗ କରନ୍ତି ଏବଂ କିଛି ଖାଦ୍ୟ ଓ ପାନୀୟ ପରେ ଘରକୁ ଫେରିଥାନ୍ତି । ସେଥିପାଇଁ ତାପ୍ତି ନଦୀର କୂଳ ସହିତ ସୁରଟକୁ ଆହୁରି ଆଧୁନିକୀକରଣ କରିବା ପାଇଁ ପ୍ରୟାସକୁ ଆଗକୁ ବଢ଼ାଇବା ପାଇଁ ଭୂପେନ୍ଦ୍ର ଭାଇ ଏବଂ ସି.ଆର. ପାଟିଲ ଏବଂ କର୍ପୋରେସନ ସହିତ ଜଡ଼ିତ ଲୋକମାନଙ୍କୁ, ସ୍ଥାନୀୟ ବିଧାୟକ, ଏ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି । ଆପଣମାନଙ୍କର ଏହି ପ୍ରୟାସ ପାଇଁ ଜୈବ ବିବିଧତା ପାର୍କ ପ୍ରକଳ୍ପ ହେବା ଦ୍ୱାରା ସୁରଟବାସୀଙ୍କ ଚାଲିବାର ଏହି ଅଭ୍ୟାସ ଆହୁରି ସୁବିଧା ହେବ । ଉଠିବା ବସିବା ଶିଖିବା ପାଇଁ ନୂତନ ସ୍ଥାନ ଉପଲବ୍ଧ ହେବ ।

ଭାଇ ଓ ଭଉଣୀମାନେ,

ବିମାନବନ୍ଦର ସହିତ ସହରକୁ ସଂଯୋଗ କରୁଥିବା ରାସ୍ତା ଯାହା ତିଆରି ହୋଇଛି, ତାହା ସୁରଟର ସଂସ୍କୃତି, ସମୃଦ୍ଧି ଏବଂ ଆଧୁନିକତାକୁ ଦର୍ଶାଉଛି । କିନ୍ତୁ ଏଠାରେ ଅନେକ ସାଥୀ ଏମିତି ଅଛନ୍ତି, ଯେଉଁମାନେ ବିମାନବନ୍ଦର ପାଇଁ ଆମର ଦୀର୍ଘ ସମୟର ସଂଗ୍ରାମ ଦେଖିଛନ୍ତି, ସେମାନେ ମଧ୍ୟ ଏହାର ଏକ ଅଂଶ ହୋଇଛନ୍ତି । ସେତେବେଳେ ଦିଲ୍ଲୀରେ ଯେଉଁ ସରକାର ଥିଲେ, ଆମେ ତାଙ୍କୁ କହି କହି ଥକିଗଲୁ ଯେ ସୁରଟକୁ ବିମାନବନ୍ଦରର ଆବଶ୍ୟକତା କ’ଣ ପାଇଁ ଅଛି, ଏହି ସହରର ସାମର୍ଥ୍ୟ କ’ଣ ଅଟେ । ଆଜି ଦେଖନ୍ତୁ, ଏଠାରୁ କେତେ ବିମାନ ଚଳାଚଳ କରୁଛି, ବିମାନବନ୍ଦରରେ ପ୍ରତିଦିନ କେତେ ଲୋକ ଏଠାରେ ଅବତରଣ କରୁଛନ୍ତି । ଆପଣଙ୍କର ମନେ ଥିବ, ଏହି ସ୍ଥିତି ମେଟ୍ରୋକୁ ନେଇ ମଧ୍ୟ ଥିଲା । କିନ୍ତୁ ଆଜି ଯେତେବେଳେ ଡବଲ ଇଞ୍ଜିନର ସରକାର ଅଛି, ସେତେବେଳେସ୍ୱୀକୃତି ମଧ୍ୟ ଦ୍ରୁତ ଗତିରେ ମିଳୁଛି ଏବଂ କାର୍ଯ୍ୟ ମଧ୍ୟ ସେତିକି ଦ୍ରୁତ ଗତିରେ କରାଯାଉଛି ।

ଭାଇ ଓ ଭଉଣୀମାନେ,

ବ୍ୟବସାୟ - କାରବାରରେ ଲଜିଷ୍ଟିକ୍ସର କେତେ ମହତ୍ତ୍ୱ ରହିଛି, ଏହି ସୁରଟବାସୀ ସେ ବିଷୟରେ ଭଲ ଭାବରେ ଜାଣିଛନ୍ତି । ନୂତନ ଜାତୀୟ ଲଜିଷ୍ଟିକ୍ସ ପଲିସିରୁ ସୁରଟ ବହୁତ ଲାଭବାନ ହେବାକୁ ଯାଉଛି । ମଲ୍ଟି ମୋଡାଲ କନେକ୍ଟିଭିଟି ପାଇଁ ମଧ୍ୟ ସୁରଟରେ ଏକ ବଡ଼ ଯୋଜନା ଉପରେ କାମ ଆରମ୍ଭ ହୋଇସାରିଛି । ଗୋଗା - ହାଜିରା ରୋପାକ୍ସ ଫେରି ସେବା ସୌରାଷ୍ଟ୍ରର କୃଷି ହବକୁ ସୁରଟର ବ୍ୟବସାୟ ହବ ସହିତ ସଂଯୋଗ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଗୋଗା ଏବଂ ହାଜିରା ମଧ୍ୟରେ ରୋ - ରେ ଫେରି ସେବା ଯୋଗୁ ଲୋକମାନେ ସମୟ ଏବଂ ଅର୍ଥ ମଧ୍ୟ ସଂଚୟ କରୁଛନ୍ତି । ସଡ଼କର ରାସ୍ତା ଗୋଗା ଏବଂ ହାଜିରା ମଧ୍ୟରେ ଦୂରତା ପ୍ରାୟ ପାଖାପାଖି ୪ଠଠ କିଲୋମିଟର ହେବ । ଯେତେବେଳେ କି ଏହି ଦୂରତା ସମୁଦ୍ର ମଧ୍ୟ ଦେଇ ମାତ୍ର କିଛି କିଲୋମିଟର ହୋଇ ଯାଇଥାଏ, ବର୍ତ୍ତମାନ ଏହାଠାରୁ କ’ଣ ଅଧିକ ସୁବିଧା ହୋଇପାରେ । ଏହି କାରଣରୁ, ଯେଉଁଠାରେ ପୂର୍ବରୁ ଗୋଗା ଠାରୁ ହାଜିରା ଯିବା ଆସିବାରେ ୧ଠ-୧୨ ଘଣ୍ଟା ଲାଗୁଥିଲା, କିନ୍ତୁ ବର୍ତ୍ତମାନ ଏହି ଯାତ୍ରା ସାଢ଼େ ତିନିରୁ ୪ ଘଣ୍ଟା ଭିତରେ ହୋଇଯାଇଥାଏ । ଆମେ ଫେରି ଯୋଗୁ, ଭାବ ନଗର, ଅମରେଲି ଏବଂ ସୌରାଷ୍ଟ୍ରରୁ ଏବଂ ଅନ୍ୟାନ୍ୟ ସ୍ଥାନରୁ ସୁରଟକୁ ଆସୁଥିବା ଲୋକମାନେ ବହୁ ଉପକୃତ ହେବେ । ସ୍ଥାୟୀ ଟର୍ମିନାଲ ବର୍ତ୍ତମାନ ପ୍ରସ୍ତୁତ ହୋଇଥିବାରୁ ଆଗାମୀ ଦିନରେ ଅଧିକ ରୁଟ ଖୋଲିବାର ସମ୍ଭାବନା ବୃଦ୍ଧି ପାଇଛି । ଏହାଦ୍ୱାରା ଏଠିକାର ଶିଳ୍ପଗୁଡ଼ିକୁ, କୃଷକମାନଙ୍କୁ ପୂର୍ବ ଅପେକ୍ଷା ଲାଭ ହେବ ।

ସାଥୀମାନେ,

ଆମର ସରକାର ସୁରଟର ବ୍ୟବସାୟୀ - ବ୍ୟବସାୟୀଙ୍କ ପ୍ରତ୍ୟେକ ଆବଶ୍ୟକତାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରୁଛନ୍ତି, ନୂତନ ଉଦ୍ଭାବନ କରୁଛନ୍ତି । ମୁଁ ଆପଣଙ୍କୁ ଗୋଟିଏ ଉଦାହରଣ ଦେଉଛି । ଆପଣ ଜାଣିଛନ୍ତି ଯେ ସୁରଟରେ ବସ୍ତ୍ର ପାଇଁ ଏକ ବଡ଼ ବଜାର କାଶୀ ଏବଂ ପୂର୍ବ ଉତ୍ତର ପ୍ରଦେଶ ସହିତ ମଧ୍ୟ ଯୋଡ଼ି ହୋଇଛି । ଏଠାରୁ ବହୁ ସଂଖ୍ୟକ ଟ୍ରକ ମାଧ୍ୟମରେ ପୂର୍ବୀ ୟୁପିକୁ ସାମଗ୍ରୀ ପଠାଯାଉଛି । ବର୍ତ୍ତମାନ ରେଳବାଇ ଏବଂ ଡାକ ବିଭାଗ ମଧ୍ୟ ଏକ ନୂତନ ସମାଧାନ ପାଇଛନ୍ତି, ଏକ ନୂତନ ଉଦ୍ଭାବନ ମଧ୍ୟ କରାଯାଇଛି । ରେଳବାଇ ଏହାର କୋଚଗୁଡ଼ିକର ଡିଜାଇନକୁ ଏପରି ଭାବରେ ବଦଳାଇ ଦେଇଛି ଯେ କାର୍ଗୋ ଏଥିରେ ସହଜରେ ଫିଟ ଫିଟ ହୋଇପାରିବ । ଏଥିପାଇଁ ଏକ ଟନ ପାତ୍ର ମଧ୍ୟ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି । ଏହି ପାତ୍ରଗୁଡ଼ିକ ସହଜରେ ଲୋଡ ଏବଂ ଅନଲୋନ ହୋଇଥାଏ । ପ୍ରାରମ୍ଭିକ ସଫଳତା ପରେ ବର୍ତ୍ତମାନ ସୁରଟରୁ କାଶୀ ପର୍ଯ୍ୟନ୍ତ ଏକ ନୂତନ ଟ୍ରେନ ଚଳାଇବାକୁ ଚେଷ୍ଟା କରାଯାଉଛି । ଏହି ଟ୍ରେନ ସୁରଟରୁ କାଶୀ ପର୍ଯ୍ୟନ୍ତ ସାମଗ୍ରୀ ପରିବହନ କରିବ । ଏହାର ବହୁତ ବଡ଼ ଲାଭ ସୁରଟର ବ୍ୟବସାୟୀଙ୍କୁ ହେବ, ଏଠିକାର ବ୍ୟବସାୟକୁ ହେବ, ଏଠିକାର ମୋର ଶ୍ରମିକ ଭାଇ ଓ ଭଉଣୀମାନଙ୍କୁ ହେବ ।

ଖୁବଶୀଘ୍ର ସୁରଟ ବିଦୁତ ତ୍ୱାରା ଚାଲୁଥିବା ବୈଦୁତିକ ଯାନ, ବିଦୁତ ଦ୍ୱାରା ଚାଲୁଥିବା ଗାଡ଼ି ପାଇଁ ମଧ୍ୟ ସୁରଟ ଚିହ୍ନିତ ହେବ । ସୁରଟକୁ ପ୍ରତିଦିନ ଏକ ନୂତନ ପରିଚୟ ମିଳୁଛି । କେବେ ସିଲ୍କ ସିଟି, କେବେ ଡାଇମଣ୍ଡ ସିଟି, କେବେ ସେତୁ ସିଟି ଏବଂ ବର୍ତ୍ତମାନ ବୈଦୁତିକ ଯାନ ସିଟି ଭାବରେ ପରିଚିତ ହେବ । କେନ୍ଦ୍ର ସରକାର ଆଜି ପୁରା ଦେଶରେ ବୈଦୁତିକ ଯାନକୁ ଚଳାଇବାକୁ ସରକାରଙ୍କୁ ସାହାଯ୍ୟ କରୁଛନ୍ତି । ଦେଶର ଅନ୍ୟ ସହର ତୁଳନାରେ ସୁରଟ ମଧ୍ୟ ଏହି ପ୍ରସଙ୍ଗରେ ବହୁତ ଦ୍ରୁତ ଗତିରେ କାର୍ଯ୍ୟ କରୁଛି ଏବଂ ମୁଁ ଏହି କାର୍ଯ୍ୟ ପାଇଁ ସୁରଟକୁ ଅଭିନନ୍ଦନ ଜଣାଉଛି । ଆଜି ସୁରଟ ସହରରେ ୨୫ଟି ଚାର୍ଜିଂ ଷ୍ଟେସନର ଉଦଘାଟନ କରାଯାଇଛି ଏବଂ ଏତିକି ଷ୍ଟେସନର ଶିଳାନ୍ୟାସ ହୋଇଛି, ଆଗାମୀ ସମୟରେ ସୁରଟରେ ୫ଠଠ ଚାର୍ଜିଂ ଷ୍ଟେସନ ସ୍ଥାପନ ଦିଗରେ ଏହା ଏକ ବଡ଼ ପଦକ୍ଷେପ ଅଟେ ।

ସାଥୀମାନେ,

ଗତ ଦୁଇ ଦଶନ୍ଧି ଧରି ସୁରଟ ଯେଉଁ ପଥରେ ଚାଲିଆସୁଛି, ତାହା ଆଗାମୀ ବର୍ଷରେ ଆହୁରି ତ୍ୱରାନ୍ୱିତ ହେବାକୁ ଯାଉଛି । ଏହି ବିକାଶ ଆଜି ଡବଲ ଇଞ୍ଜିନ ସରକାରଙ୍କ ଉପରେ ବିଶ୍ୱାସ ଆକାରରେ ପ୍ରତିଫଳିତ ହୋଇଛି । ଯେତେବେଳେ ବିଶ୍ୱାସ ବଢ଼ିଥାଏ, ସେତେବେଳେ ପ୍ରୟାସ ବଢ଼ିଥାଏ । ଏବଂ ସମସ୍ତ ଉଦ୍ୟମ ସହିତ ଜାତିର ବିକାଶର ଗତି ତ୍ୱରାନ୍ୱିତ ହୋଇଥାଏ । ଏହି ଗତିକୁ ଆମେ ବଜାୟ ରଖିବୁ, ଏହି ଆଶା ସହିତ ସୁରଟବାସୀଙ୍କୁ ମୁଁ ଯେତେ କୃତଜ୍ଞତା ଜଣାଇବି, ସେତିକି କମ ହେବ । ସୁରଟ ଉଦାହରଣସ୍ୱରୂପ ଅଗ୍ରଗତି କରୁଛି । ସାଥୀମାନେ, ଭାରତରେ ସୁରଟ ସହିତ ସମକକ୍ଷ କୌଣସି ସହର ଅଛି, କିନ୍ତୁ ସୁରଟ ସମସ୍ତଙ୍କୁ ପଛରେ ପକାଇ ଦେଇଛି । ଏବଂ ଏହି ଶକ୍ତି କେବଳ ଗୁଜରାଟରେ ଅଛି ସାଥୀମାନେ, ଏହି ଗୁଜରାଟର ଶକ୍ତିକୁ ସାମାନ୍ୟ କ୍ଷତି ପହଂଚାଇବା ଉଚିତ ନୁହେଁ, ଗୁଜରାଟର ବିକାଶ ଯାତ୍ରାରେ କୌଣସି ଅଭାବ ରହିବା ଉଚିତ ନୁହେଁ, ଏଥିପାଇଁ କୋଟି କୋଟି ଗୁଜରାଟୀ ପ୍ରତିବଦ୍ଧ, ସଂକଳ୍ପବଦ୍ଧ । ଏହି ବିଶ୍ୱାସ ସହିତ ଆପଣ ସମସ୍ତଙ୍କୁ ପୁଣିଥରେ ବହୁତ ବହୁତ ଧନ୍ୟବାଦ ।

ଭାରତ ମାତା କି - ଜୟ,

ଭାରତ ମାତା କି - ଜୟ,

ଭାରତ ମାତା କି - ଜୟ,

ଧନ୍ୟବାଦ!



(Release ID: 1863636) Visitor Counter : 112