ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
                
                
                
                
                
                    
                    
                        ଏସସିଓ ସମ୍ମିଳନୀ ଅବସରରେ ଇରାନ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
                    
                    
                        
                    
                
                
                    Posted On:
                16 SEP 2022 11:02PM by PIB Bhubaneshwar
                
                
                
                
                
                
                ୧. ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଇସଲାମିକ୍ ରିପବ୍ଲିକ୍ ଅଫ୍ ଇରାନର ରାଷ୍ଟ୍ରପତି ମହାମହିମ ଶ୍ରୀ ଇବ୍ରାହିମ ରାଇସିଙ୍କୁ ଉଜବେକିସ୍ତାନର ସମରକନ୍ଦରେ ସାକ୍ଷାତ କରିଥିଲେ । ୨୦୨୧ ମସିହାରେ ରାଷ୍ଟ୍ରପତି ରାଇସିଙ୍କ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ରାଇସିଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ ହୋଇଥିଲା ।
୨. ବୈଠକ ଅବସରରେ ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କ ସମ୍ବନ୍ଧୀୟ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ଏବଂ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ସେମାନଙ୍କର ଆଗ୍ରହ ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି ଯେ ଭାରତ- ଇରାନ ଦ୍ୱିପାକ୍ଷିକ ସମ୍ପର୍କ ଐତିହାସିକ ଏବଂ ସଭ୍ୟତାଗତ ସଂଯୋଗ ଦ୍ୱାରା ଚିହ୍ନିତ ହୋଇଛି, ଯେଉଁଥିରେ ଲୋକଙ୍କ ସହ ଲୋକଙ୍କର ଶକ୍ତିଶାଳୀ ସମ୍ପର୍କ ଅର୍ନ୍ତଭୁକ୍ତ ।
୩. ଦୁଇ ନେତା ଶାହିଦ୍ ବେହେସ୍ତି ଟର୍ମିନାଲ, ଚାବାହାର ବନ୍ଦର ବିକାଶ ଅଗ୍ରଗତିର ସମୀକ୍ଷା କରିଥିଲେ ଏବଂ ଆଞ୍ଚଳିକ ସଂଯୋଗ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ଗୁରୁତ୍ୱକୁ ଦର୍ଶାଇଥିଲେ ।
୪. ଦୁଇ ନେତା ଆଫଗାନିସ୍ତାନ ସମେତ ଆନ୍ତର୍ଜାତୀୟ ତଥା ଆଞ୍ଚଳିକ ବିକାଶ ଉପରେ ମଧ୍ୟ ଆଲୋଚନା କରିଥିଲେ । ଆଫଗାନିସ୍ତାନର ଲୋକଙ୍କୁ ମାନବିକ ସହାୟତା ପ୍ରଦାନ ତଥା ଶାନ୍ତିପୂର୍ଣ୍ଣ, ସ୍ଥିର ତଥା ନିରାପଦ ଆଫଗାନିସ୍ତାନକୁ ସମର୍ଥନ କରିବା ପାଇଁ ଏକ ପ୍ରତିନିଧୀ ତଥା ଅନ୍ତର୍ଭୂକ୍ତି ରାଜନୈତିକ ବ୍ୟବସ୍ଥାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଭାରତର ପ୍ରାଥମିକତାକୁ ଦୋହରାଇଛନ୍ତି ।
୫. ରାଷ୍ଟ୍ରପତି ରାଇସି ଜେସିପିଓଏ ବୁଝାମଣାର ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଛନ୍ତି ।
୬. ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ରାଇସିଙ୍କୁ ଅତି ଶୀଘ୍ର ଭାରତ ଗସ୍ତରେ ଆସିବା ପାଇଁ ନିମନ୍ତ୍ରଣ କରିଥିଲେ ।
HS
                
                
                
                
                
                (Release ID: 1862746)
                Visitor Counter : 126
                
                
                
                    
                
                
                    
                
                Read this release in: 
                
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Malayalam