ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ

ପୋଷଣ ଅଭିଯାନ 2022 : ଦେଶବ୍ୟାପୀ ଟି3 କ୍ୟାମ୍ପ (ଟେଷ୍ଟ, ଟ୍ରିଟ୍, ଟ୍ରାକ୍)


ଆଇଏଫଏ ବିତରଣ, ସେମିନାର, ଆନେମିଆ ପାଇଁ ଆୟୁଷ, ୱେବିନାର, କୁଇଜ୍ ପରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ

ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା, ପାରମ୍ପରିକ ଖାଦ୍ୟ ପଦ୍ଧତି ଏବଂ ସଚେତନତା ରାଲି ମଧ୍ୟ ଆୟୋଜନ

ପୋଷଣ ପଖୱାଡ଼ା 2022 ସମୟରେ ସମୁଦାୟ 12.77 ଲକ୍ଷ କାର୍ଯ୍ୟକ୍ରମ କରାଯାଇଛି, ଆନେମିଆର ନିୟନ୍ତ୍ରଣରେ 5,03,411କାର୍ଯ୍ୟକ୍ରମ, ଗର୍ଭାବସ୍ଥା ସମୟରେ ଆନେମିଆ ପାଇଁ ଆୟୁଷ ରେ 7,18,149 କାର୍ଯ୍ୟକ୍ରମ ଏବଂ ଆନେମିଆର ନିରାକରଣ କରିବା ପାଇଁ ଆୟୁଷର ଭୂମିକା ଉପରେ 56,168 ୱେବିନାର ଆଧାରିତ କାର୍ଯ୍ୟକ୍ରମ ଆୟୋଜିତ

Posted On: 27 SEP 2022 1:06PM by PIB Bhubaneshwar

ବର୍ତ୍ତମାନ ପୋଷଣ ମାସ 2022 ଅବସରରେ, ପିଲା, କିଶୋରୀ ଗର୍ଭବତୀଙ୍କ ଉପଚାର ପାଇଁ ଦେଶ ବ୍ୟାପୀ ଟି3 ଶିବିର (ଟେଷ୍ଟ, ଟ୍ରିଟ, ଟକ୍) ଆଇଏଫଏ ବିତରଣ, ସେମିନାର, ଆନେମିଆ ପାଇଁ ଆୟୁଷ, ୱେବିନାର, ପ୍ରଶ୍ନୋତ୍ତରି  ଏବଂ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗୀତା, ପାରମ୍ପରିକ ଖାଦ୍ୟ ପଦ୍ଧତି, ସଚେତନତା ରାଲି ପରି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।

ଆନେମିଆ ହେଉଛି ଏକ ସ୍ଥିତି ଯେଉଁଥିରେ ଲୋହିତ ରକ୍ତ କଣିକା (ଆରବିସି) ର ସଂଖ୍ୟା ଏବଂ ଫଳସ୍ବରୂପ ତାଙ୍କର ଅକ୍ସିଜେନ-ବହନ କ୍ଷମତା, ଶରୀରର ଶାରିରୀକ ଆବଶ୍ୟକତାକୁ ପୂରଣ କରିବାରେ ଅଭାବ ଦେଖା ଦେଇଥାଏ।

ଆଇରନର ଅଭାବ ହେବା ଏବଂ ଏହାପରେ ଆଇରନ୍ ର ଅଭାବ ସହିତ ଆନେମଆ ହେବାରେ ଖାଦ୍ୟ ସମ୍ବନ୍ଧିତ ଅଭ୍ୟାସର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଯଦିଓ ଆଇରନର ଅଭାବ କାରଣରୁ ହେଉଥିବା ଆନେମିଆ ସବୁଠାରୁ ସାଧାରଣ ଏବଂ ଆହାର ପରିବର୍ତ୍ତନ ମାଧ୍ୟମରେ ଏହାର ଚିକିତ୍ସା କରିବା ଅପେକ୍ଷାକୃତ ସହଜ ଅଟେ। ଖାଦ୍ୟରେ ଉନ୍ନତି/ ସୁଦୃଢ଼ୀକରଣ/ ବିବିଧକରଣ ମାଧ୍ୟମରେ ଆଇରନର ମାତ୍ରା ବଢ଼ାଇବା ପାଇଁ ଆହାର ଆଧାରିତ ଦୃଷ୍ଟିକୋଣ ଏବଂ ସ୍ବଚ୍ଛ ବାତାବରଣର ବ୍ୟବସ୍ଥା ମହତ୍ବପୂର୍ଣ୍ଣ ସ୍ଥାୟୀ କୌଶଳ ଅଟେ ଯଦ୍ବାରା ସାଧାରଣ  ଜନସଂଖ୍ୟାରେ ଆଇରନର ଅଭାବରୁ ହେଉଥିବା ଆନେମିଆକୁ ନିୟନ୍ତ୍ରଣ କରାଯାଇପାରେ।

ଆନେମିଆକୁ ଦୂର କରିବା ପାଇଁ ନିଜର ବ୍ୟାପକ କୌଶଳର ଅଂଶସ୍ବରୂପ, ଭାରତ ସରକାର ଅନେକ ରାଜ୍ୟରେ ଯୋଜନା/ କାର୍ଯ୍ୟକ୍ରମ ପାଇଁ କେନ୍ଦ୍ରୀୟ ମନ୍ତ୍ରଣାଳୟରୁ ମୁଖ୍ୟ ଖାଦ୍ୟ ଫର୍ଟିଫିକେସନକୁ ସାମିଲ୍ କରିଛନ୍ତି।

ଜନ ଆନ୍ଦୋଳନ ଅନ୍ତର୍ଗତ ସାମାଜିକ ଏବଂ ବ୍ୟବହାର ପରିବର୍ତ୍ତନ ଯୋଗାଯୋଗ (ଏସବିସିସି) ରଣନୀତିର ଏକ ଭାଗ ରୂପେ, ମାର୍ଚ୍ଚରେ ପୋଷଣ ପଖୱାଡ଼ା, 2022 ସମୟରେ ପ୍ରାୟ 6278 ଆନେମିଆ ଶିବିର, ସହରୀ ବସ୍ତିରେ 1853 ଆଉଟରିଚ୍ କାର୍ଯ୍ୟ, ଛାତ୍ରଙ୍କ ପାଇଁ 855 ପ୍ରଶ୍ନୋତ୍ତରୀ ପ୍ରତିଯୋଗୀତା ଏବଂ ଆନେମିଆ ଉପରେ 1,63,436 କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ବିଷୟ ଯେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଆୟୁଷ ମନ୍ତ୍ରଣାଳୟ ସହିତ ମିଶି ପୋଷଣ ପଖୱାଡ଼ା 2022 ସମୟରେ ସମୁଦାୟ 12.77 ଲକ୍ଷ କାର୍ଯ୍ୟକ୍ରମର ଆୟୋଜନ କରିଛି, ଯେଉଁଥିରେ ଆନେମିଆର ନିୟନ୍ତ୍ରଣ ଉପରେ 5,03,411 କାର୍ଯ୍ୟକ୍ରମ, ଗର୍ଭାବସ୍ଥା ସମୟରେ ଆନେମିଆ ପାଇଁ ଆୟୁଷରେ 7,18,149 କାର୍ଯ୍ୟକ୍ରମ ଏବଂ ଆନେମିଆକୁ ଦୂର କରିବା ପାଇଁ ଆୟୁଷର ଭୂମିକା ଉପରେ 56,168 ୱେବିନାର ଆଧାରିତ କାର୍ଯ୍ୟକ୍ରମ ସାମିଲ୍ ରହିଛି।

ଏହା ବ୍ୟତୀତ, ପୋଷଣ ମାସ 2021 ସମୟରେ, ଗର୍ଭାବସ୍ଥା ସମୟରେ ଆନେମିଆ ପାଇଁ ଆୟୁଷରେ 27,55,905 କାର୍ଯ୍ୟକ୍ରମ ଏବଂ 63,013 ଆନେମିଆ ଶିବିର ଆଧାରିତ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି।

ପୋଷଣ ଅଭିଯାନ କୁପୋଷଣ ସମ୍ବନ୍ଧିତ ବିଷୟର ସମାଧାନ ପାଇଁ ଏକ ବ୍ୟାବହାରିକ ଦୃଷ୍ଟିକୋଣ ଅଟେ। ପ୍ରମୁଖ ମନ୍ତ୍ରଣାଳୟ/ ବିଭାଗ, ମୁଖ୍ୟ ରୂପେ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ (ଏମଓଏଚ୍ ଆଣ୍ଡ ଏଫଡବ୍ଲୁ) ସହିତ ସମନ୍ବୟରେ ଆନେମିଆକୁ କମ୍ କରିବା ପୋଷଣ ଅଭିଯାନର ଏକ ମହତ୍ତ୍ବପୂର୍ଣ୍ଣ ଉଦ୍ଦେଶ୍ୟରୁ ଗୋଟିଏ ଅଟେ। ବିଭିନ୍ନ କୌଶଳଗତ ଉପାୟ ମାଧ୍ୟମରେ ପୋଷଣ ସମ୍ବନ୍ଧିତ ନିବେଶରେ ଉନ୍ନତି ଆଣି ଏଗୁଡ଼ିକୁ ପ୍ରଚଳିତ ସ୍ବାସ୍ଥ୍ୟ ପ୍ଲାଟଫର୍ମରେ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି।

ପୋଷଣ ଅଭିଯାନ ଅନ୍ତର୍ଗତ ଗୋଷ୍ଠୀ ସମ୍ପର୍କ, ହିତାଧିକାରୀମାନଙ୍କର ସଶକ୍ତିକରଣ ଏବଂ ଉନ୍ନତ ପୋଷଣ ପ୍ରଦାନ ଦିଗରେ ବ୍ୟବହାର ପରିବର୍ତ୍ତନ ପାଇଁ ବ୍ୟବସ୍ଥା କ୍ରମକୁ ମଜବୁତ୍ କରିବାର ପ୍ରୟାସ ମଧ୍ୟ କରାଯାଉଛି, ଯେଉଁଥିପାଇଁ ଅଭିଯାନ ଅଙ୍ଗନବାଡ଼ି କେନ୍ଦ୍ରରେ ଗୋଷ୍ଠୀ ଆଧାରିତ କାର୍ଯ୍ୟକ୍ରମ (ସିବିଇ) ଆୟୋଜିତ କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିଥାଏ। ପୋଷଣରେ ଉନ୍ନତି ଏବଂ ରୋଗକୁ କମ୍ କରିବା ପାଇଁ ସାର୍ବଜନିକ ସ୍ବାସ୍ଥ୍ୟ ସମ୍ବନ୍ଧିତ ବାର୍ତ୍ତା, ଆନେମିଆର ନିୟନ୍ତ୍ରଣ, ପୁଷ୍ଟିକର ଭୋଜନର ମହତ୍ବ, ଆହାର ବିବିଧତା ଆଦି ପରି ଗୋଷ୍ଠୀ ଆଧାରିତ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଅନେକ ରାଜ୍ୟ/ କେନ୍ଦ୍ର ଶାସିତ ଅଞ୍ଚଳ ଆଇରନର ଅଭାବକୁ କମ୍ କରିବା ପାଇଁ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ଲୁହା ବାସନର ଉପଯୋଗ ପରି ସର୍ବୋତ୍ତମ ସ୍ବଦେଶୀ ପ୍ରଥାର ପ୍ରୋତ୍ସାହନ କରିଛନ୍ତି। ପରିପୂରକ ପୋଷକ ଆଦି ସହିତ ଆୟୁର୍ବେଦ ଉତ୍ପାଦ ଏବଂ ଯୋଗର ସମନ୍ବିତ କରିବାର କାମ କରିଛି।

ପୋଷଣ ମାସ 2022 ସମୟରେ ରାଜ୍ୟ/ କେନ୍ଦ୍ର ଶାସିତ ଅଞ୍ଚଳ ଦ୍ବାରା ଆନେମିଆ  ସମ୍ପର୍କିତ କାର୍ଯ୍ୟକ୍ରମର ଝଲକ

https://static.pib.gov.in/WriteReadData/userfiles/image/image001IJQ2.jpg

https://static.pib.gov.in/WriteReadData/userfiles/image/image002JXL5.jpg

https://static.pib.gov.in/WriteReadData/userfiles/image/image003TI1H.jpg

https://static.pib.gov.in/WriteReadData/userfiles/image/image0043OI6.jpg

https://static.pib.gov.in/WriteReadData/userfiles/image/image005A7B2.jpg

https://static.pib.gov.in/WriteReadData/userfiles/image/image006VB8D.jpg

 

BS



(Release ID: 1862662) Visitor Counter : 153