ରେଳ ମନ୍ତ୍ରଣାଳୟ

ଭାରତୀୟ ରେଳବାଇ ଆଇଆରସିଟିସିର ଡିଜିଟାଲ୍ ସେବା ସମ୍ପ୍ରସାରିତ


ଭାରତୀୟ ରେଳବାଇ ଡିଜିଟାଲ କାରବାରକୁ ବ୍ୟାପକ ଭାବେ ଉତ୍ସାହିତ କରୁଛି

ରେଳବାଇ ଯାତ୍ରୀଙ୍କୁ ଡିଜିଟାଲ ଦେଣନେଣ ପାଇଁ ସୁଯୋଗ ସୃଷ୍ଟି କରାଯାଉଛି

ଇ-କ୍ୟାଟରିଂ ସେବା ୩୧୦ଟି ରେଳ ଷ୍ଟେସନରେ ଉପଲବ୍ଧ, ୧୭୫୫ ସେବା ପ୍ରଦାନକାରୀ ସଂସ୍ଥା, ୧୪ଟି ଖାଦ୍ୟ ପ୍ରସ୍ତୁତକାରୀ ସଂସ୍ଥା ଦିନକୁ ୪୧,୮୪୪ ମିଲ ଯୋଗାଉଛନ୍ତି

ବର୍ତ୍ତମାନ ୫୯୬ଟି ରେଳଗାଡିରେ ୩୦୮୧ଟି ପୋସ ମେସିନ ଦ୍ୱାରା ୪୩୧୬ଟି ୟୁନିଟର ସେବା ଯୋଗାଇବା ବ୍ୟବସ୍ଥା ଅଛି

Posted On: 22 SEP 2022 11:55AM by PIB Bhubaneshwar

ଡିଜିଟାଲ ଦେଣନେଣକୁ ଉତ୍ସାହିତ କରିବା ପାଇଁ ଭାରତୀୟ ରେଳବାଇ ଯାତ୍ରୀମାନଙ୍କୁ ଖାଦ୍ୟ ଯୋଗାଇବା କ୍ଷେତ୍ରରେ ଡିଜିଟାଲ କାରବାରକୁ ବ୍ୟାପକ କରିଛି । ବର୍ତ୍ତମାନ ୮୮୭୮ଟି ୟୁନିଟ ଡିଜିଟାଲ ଦେଣନେଣ ପାଇଁ ସୁବିଧା ଯୋଗାଉଛନ୍ତି । ଏହା ସହିତ ପଏଣ୍ଟ ଅଫ ସେଲ (ପୋସ) ମେସିନ କ୍ୟାଟେରିଂ ସେବା ପ୍ରଦାନକାରୀମାନଙ୍କୁ ଯୋଗାଇ ଦିଆଯାଇଛି । ଏହା ଫଳରେ ମୁଦ୍ରିତ ବିଲ ଯୋଗାଇ ଆର୍ଥିକ କାରବାରର ବିସ୍ତୃତ ବିବରଣୀକୁ ଏଥିରେ ଦର୍ଶାଇ ଦିଆଯାଉଛି । ବର୍ତ୍ତମାନ ୫୯୬ଟି ରେଳଗାଡିରେ ୩୦୮୧ଟି ପୋସ ମେସିନ ଉପଲବ୍ଧ ଅଛି । ନିର୍ଦ୍ଧାରିତ ହୋଇଥିବା ୪୩୧୬ଟି ୟୁନିଟ ଏହିସେବା ଯାତ୍ରୀମାନଙ୍କୁ ଯୋଗାଇ ଦେଉଛନ୍ତି ।

ଯାତ୍ରୀମାନଙ୍କ ପସନ୍ଦର ପରିସରକୁ ସଂପ୍ରସାରଣ କରିବା ନିମିତ୍ତ ଭାରତୀୟ ରେଳବାଇ ପକ୍ଷରୁ ଇ-କ୍ୟାଟେରିଂ ସେବା ବ୍ୟବସ୍ଥାର ପ୍ରଚଳନ କରାଯାଇଛି । ଏହି ସେବା ଆଇଆରସିଟିସି ଦ୍ୱାରା ପରିଚାଳିତ ହେଉଛି । ଆଗୁଆ ଇ-ଟିକେଟ ବୁକିଂ ସମୟରେ ଯାତ୍ରୀମାନେ ନିଜପାଇଁ ଖାଦ୍ୟ ଅର୍ଡର କରିପାରିବାର ବ୍ୟବସ୍ଥା କରାଯାଇଛି । କିମ୍ବା ଯାତ୍ରା ଆରମ୍ଭ କରିବା ସମୟରେ  ୧୩୨୩କୁ କଲ କରି କିମ୍ବା ୱେବସାଇଟରୁ କଲସେଣ୍ଟର ଆପ ମାଧ୍ୟମରେ ଏହି ସେବା ପାଇପାରିବେ । ବର୍ତ୍ତମାନ ୩୧୦ଟି ରେଳଷ୍ଟେସନରେ ୧୭୫୫ ସେବା ପ୍ରଦାନକାରୀ ସଂସ୍ଥା ମାଧ୍ୟମରେ ଏବଂ ୧୪ଟି ଖାଦ୍ୟ ପ୍ରସ୍ତୁତକାରୀ ସଂସ୍ଥା ସହଯୋଗରେ ଦୈନିକ ହାରାହାରି ୪୧,୮୪୪ଟି ମିଲ୍ ଯାତ୍ରୀମାନଙ୍କୁ ଯୋଗାଇ ଦିଆଯାଉଛି ।

SSD/DD



(Release ID: 1861535) Visitor Counter : 188