ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଖ୍ୟାତ ପ୍ରତ୍ନତତ୍ତ୍ୱବିତ୍‍ ଶ୍ରୀ ବ୍ରଜ ବାସୀ ଲାଲଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ

Posted On: 10 SEP 2022 3:21PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଖ୍ୟାତ ପ୍ରତ୍ନତତ୍ତ୍ୱବିତ୍‍ ଶ୍ରୀ ବ୍ରଜ ବାସୀ ଲାଲଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ଶ୍ରୀ ବିବି ଲାଲ ଜଣେ ଉଲ୍ଲେଖନୀୟ ବ୍ୟକ୍ତିତ୍ୱ ଥିଲେ । ସଂସ୍କୃତି ଏବଂ ପ୍ରତ୍ନତତ୍ତ୍ୱ କ୍ଷେତ୍ରକୁ ତାଙ୍କର ଅବଦାନ ଅତୁଳନୀୟ । ସେ ଜଣେ ମହାନ ବୁଦ୍ଧିଜୀବୀ ଭାବରେ ସ୍ମରଣୀୟ ଯିଏ ଆମର ସମୃଦ୍ଧ ଅତୀତ ସହିତ ଆମର ସଂମ୍ପର୍କକୁ ଗଭୀର କରିଥିଲେ । ତାଙ୍କ ଦେହାନ୍ତରେ ମୁଁ ଦୁଃଖିତ । ମୋର ଚିନ୍ତାଧାରା ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କ ସହିତ ଅଛି । ଓମ୍ ଶାନ୍ତି ।” 

HS



(Release ID: 1858338) Visitor Counter : 113