ସହଯୋଗ ମନ୍ତ୍ରଣାଳୟ

ଜାତୀୟ ସମବାୟ ନୀତି ଦସ୍ତାବିଜ ପ୍ରସ୍ତୁତ ପାଇଁ ଜାତୀୟସ୍ତରୀୟ କମିଟି ଘୋଷଣା କଲେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ‘ସମବାୟରୁ ସମୃଦ୍ଧି’ ଉଦ୍ଦେଶ୍ୟ ହାସଲ ନିମନ୍ତେ ଏହି ନୂତନ ଜାତୀୟ ସମବାୟ ନୀତି ତିଆରି ହେଉଛି

କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା ନିକଟରେ ଘୋଷଣା କରିଥିଲେ ଯେ ଏକ ଜାତୀୟ ସମବାୟ ନୀତି ଖୁବ୍ ଶୀଘ୍ର ପ୍ରସ୍ତୁତ ହେବ ଓ ପିଏସିଏସ୍‌କୁ ଉନ୍ନୀତ କରିବା ନିମନ୍ତେ ଏଥିରେ ସାମଗ୍ରିକ ଦୃଷ୍ଟିଭଙ୍ଗୀ ରହିବ

‘ସମବାୟରୁ ସମୃଦ୍ଧି’ ଦୃଷ୍ଟିକୋଣ ସହିତ ଦେଶରେ ତୃଣମୂଳ ସ୍ତର ପର୍ଯ୍ୟନ୍ତ ସମବାୟ ଆନ୍ଦୋଳନ ହେବ ମଜବୁତ

ସମବାୟ ଭିତ୍ତିକ ଆର୍ଥିକ ବିକାଶ ମଡେଲକୁ ମଧ୍ୟ ପ୍ରୋତ୍ସାହନ ମିଳିବ

Posted On: 06 SEP 2022 11:25AM by PIB Bhubaneshwar

କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା ଜାତୀୟ ସମବାୟ ନୀତି ଦସ୍ତାବିଜ୍ ପ୍ରସ୍ତୁତ ନିମନ୍ତେ ଜାତୀୟସ୍ତରୀୟ କମିଟି ଘୋଷଣା କରିଛନ୍ତି । ଏହି ନୂତନ ଜାତୀୟ ସମବାୟ ନୀତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ 'ସମବାୟରୁ ସମୃଦ୍ଧି' ଦୃଷ୍ଟିକୋଣକୁ ସାକାର କରିବା ନିମନ୍ତେ ପ୍ରସ୍ତୁତ ହେଉଛି ।

ପୂର୍ବତନ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭାକର ପ୍ରଭୁଙ୍କ ଅଧ୍ୟକ୍ଷତାରେ ଏହି ଜାତୀୟସ୍ତରୀୟ କମିଟି ଦେଶରେ ବିଭିନ୍ନ ଭାଗରୁ ୪୭ଜଣ ସଦସ୍ୟଙ୍କୁ ନେଇ ଗଠିତ ହୋଇଛି । ଏହି କମିଟିରେ ସମବାୟ କ୍ଷେତ୍ର, ଜାତୀୟ, ରାଜ୍ୟ, ଜିଲ୍ଲା ଓ ପ୍ରାଥମିକ ସମବାୟ ସମିତି ବିଶେଷଜ୍ଞ, ସମବାୟ ସଚିବ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସମବାୟ ସମିତିର ପଞ୍ଜୀକାର ଓ କେନ୍ଦ୍ର ମନ୍ତ୍ରଣାଳୟ/ ବିଭାଗର ଅଧିକାରୀଗଣ ସଦସ୍ୟ ରହିଛନ୍ତି । 

ନିକଟରେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା ପିଏସିଏସ୍‌‌ଗୁଡିକୁ ଉନ୍ନୀତ କରିବା ଲକ୍ଷ୍ୟ ରଖି ଜାତୀୟ ସମବାୟ ନୀତି ଖୁବ୍ ଶୀଘ୍ର ପ୍ରସ୍ତୁତ ହେବ ବୋଲି ଘୋଷଣା କରିଥିଲେ । 

ବର୍ତ୍ତମାନର ଜାତୀୟ ସମବାୟ ନୀତି ୨୦୦୨ ମସିହାରେ ପ୍ରଣୀତ ହୋଇଥିଲା । ସମବାୟ ସଂସ୍ଥାଗୁଡିକୁ ଆବଶ୍ୟକ ସହଯୋଗ ପ୍ରୋତ୍ସାହନ ଓ ସହାୟତା ପ୍ରଦାନ କରି ସେମାନେ ଯେପରି ସ୍ୱୟଂଶାସିତ ଭାବେ କାର୍ଯ୍ୟ କରିବେ ଓ ଆତ୍ମନିର୍ଭର ହୋଇ ଗଣତାନ୍ତ୍ରିକ ପଦ୍ଧତି ଅନୁସରଣ କରି ସଂସ୍ଥା ପରିଚାଳନା କରିବେ ଓ ତାହା ଜାତୀୟ ଅର୍ଥନୀତିକୁ ଉଲ୍ଲେଖନୀୟ ଅବଦାନ ଦେବ ତାହାର ପରିକଳ୍ପନା କରାଯାଇଥିଲା । ଆଜି ସମଗ୍ର ଦେଶରେ ପାଖାପାଖି ୮.୫ଲକ୍ଷ ସମବାୟ ସମିତି ଥିବାବେଳେ ଏହାର ପ୍ରାୟ ୨୯କୋଟି ସଦସ୍ୟ ଅଛନ୍ତି । ଏହି ସମବାୟ ସମିତି ଗୁଡିକ କୃଷି ପ୍ରକ୍ରିୟାକରଣ, ଦୁଗ୍ଧ ଉତ୍ପାଦନ, ମତ୍ସ୍ୟଚାଷ, ଘରତିଆରି, ବୟନ, ଋଣ, ବିପ୍ପଣନ ଭଳି କାର୍ଯ୍ୟରେ ସମ୍ପୃକ୍ତ ଅଛନ୍ତି ।

 ନୂତନ ଜାତୀୟ ସମବାୟ ନୀତି ଦସ୍ତାବିଜ୍ ନୂତନ, ସମବାୟ ମନ୍ତ୍ରଣାଳୟରୁ ମିଳିଥିବା ଜନମତ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ତିଆରି ହେଉଛି । ଏଥିରେ ଅନ୍ୟ ବିଷୟ ମଧ୍ୟରେ 'ସମାବେରୁ ସମୃଦ୍ଧି’ ଦୃଷ୍ଟିକୋଣକୁ ସାକାର କରିବା, ଦେଶର ସମବାୟ ଆନ୍ଦୋଳନକୁ ମଜବୁତ କରିବା ଓ ଏହାର ସୁଫଳ ତୃଣମୂଳ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ତଥା ସମବାୟ ଭିତ୍ତିକ, ଆର୍ଥିକ ମଡେଲ ପ୍ରବର୍ତ୍ତନ, ଉପଯୁକ୍ତ ନୀତି ନିର୍ଦ୍ଧାରଣ, ସମବାୟ ସଂସ୍ଥାଗୁଡିକ ସେମାନଙ୍କ ସାମର୍ଥ୍ୟକୁ ଉପଯୋଗ କରିବା ପାଇଁ ଆଇନ ଓ ଆନୁଷ୍ଠାନିକ ବ୍ୟବସ୍ଥା ଇତ୍ୟାଦି ଅନ୍ତର୍ଭୁକ୍ତ । ଏହି ନୂତନ ନୀତି ଦେଶର ସମବାୟ ଆନ୍ଦୋଳନକୁ ମଜବୁତ କରିବା ପାଇଁ ଯଥେଷ୍ଟ ପ୍ରୋତ୍ସାହନ ଦେବ ।  

 

*****

SM/SLP



(Release ID: 1857143) Visitor Counter : 159