ସହଯୋଗ ମନ୍ତ୍ରଣାଳୟ
ଜାତୀୟ ସମବାୟ ନୀତି ଦସ୍ତାବିଜ ପ୍ରସ୍ତୁତ ପାଇଁ ଜାତୀୟସ୍ତରୀୟ କମିଟି ଘୋଷଣା କଲେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ‘ସମବାୟରୁ ସମୃଦ୍ଧି’ ଉଦ୍ଦେଶ୍ୟ ହାସଲ ନିମନ୍ତେ ଏହି ନୂତନ ଜାତୀୟ ସମବାୟ ନୀତି ତିଆରି ହେଉଛି
କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା ନିକଟରେ ଘୋଷଣା କରିଥିଲେ ଯେ ଏକ ଜାତୀୟ ସମବାୟ ନୀତି ଖୁବ୍ ଶୀଘ୍ର ପ୍ରସ୍ତୁତ ହେବ ଓ ପିଏସିଏସ୍କୁ ଉନ୍ନୀତ କରିବା ନିମନ୍ତେ ଏଥିରେ ସାମଗ୍ରିକ ଦୃଷ୍ଟିଭଙ୍ଗୀ ରହିବ
‘ସମବାୟରୁ ସମୃଦ୍ଧି’ ଦୃଷ୍ଟିକୋଣ ସହିତ ଦେଶରେ ତୃଣମୂଳ ସ୍ତର ପର୍ଯ୍ୟନ୍ତ ସମବାୟ ଆନ୍ଦୋଳନ ହେବ ମଜବୁତ
ସମବାୟ ଭିତ୍ତିକ ଆର୍ଥିକ ବିକାଶ ମଡେଲକୁ ମଧ୍ୟ ପ୍ରୋତ୍ସାହନ ମିଳିବ
ପୋଷ୍ଟ କରାଯିବା ଦିନାଙ୍କ:
06 SEP 2022 11:25AM by PIB Bhubaneswar
କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା ଜାତୀୟ ସମବାୟ ନୀତି ଦସ୍ତାବିଜ୍ ପ୍ରସ୍ତୁତ ନିମନ୍ତେ ଜାତୀୟସ୍ତରୀୟ କମିଟି ଘୋଷଣା କରିଛନ୍ତି । ଏହି ନୂତନ ଜାତୀୟ ସମବାୟ ନୀତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ 'ସମବାୟରୁ ସମୃଦ୍ଧି' ଦୃଷ୍ଟିକୋଣକୁ ସାକାର କରିବା ନିମନ୍ତେ ପ୍ରସ୍ତୁତ ହେଉଛି ।
ପୂର୍ବତନ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭାକର ପ୍ରଭୁଙ୍କ ଅଧ୍ୟକ୍ଷତାରେ ଏହି ଜାତୀୟସ୍ତରୀୟ କମିଟି ଦେଶରେ ବିଭିନ୍ନ ଭାଗରୁ ୪୭ଜଣ ସଦସ୍ୟଙ୍କୁ ନେଇ ଗଠିତ ହୋଇଛି । ଏହି କମିଟିରେ ସମବାୟ କ୍ଷେତ୍ର, ଜାତୀୟ, ରାଜ୍ୟ, ଜିଲ୍ଲା ଓ ପ୍ରାଥମିକ ସମବାୟ ସମିତି ବିଶେଷଜ୍ଞ, ସମବାୟ ସଚିବ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସମବାୟ ସମିତିର ପଞ୍ଜୀକାର ଓ କେନ୍ଦ୍ର ମନ୍ତ୍ରଣାଳୟ/ ବିଭାଗର ଅଧିକାରୀଗଣ ସଦସ୍ୟ ରହିଛନ୍ତି ।
ନିକଟରେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା ପିଏସିଏସ୍ଗୁଡିକୁ ଉନ୍ନୀତ କରିବା ଲକ୍ଷ୍ୟ ରଖି ଜାତୀୟ ସମବାୟ ନୀତି ଖୁବ୍ ଶୀଘ୍ର ପ୍ରସ୍ତୁତ ହେବ ବୋଲି ଘୋଷଣା କରିଥିଲେ ।
ବର୍ତ୍ତମାନର ଜାତୀୟ ସମବାୟ ନୀତି ୨୦୦୨ ମସିହାରେ ପ୍ରଣୀତ ହୋଇଥିଲା । ସମବାୟ ସଂସ୍ଥାଗୁଡିକୁ ଆବଶ୍ୟକ ସହଯୋଗ ପ୍ରୋତ୍ସାହନ ଓ ସହାୟତା ପ୍ରଦାନ କରି ସେମାନେ ଯେପରି ସ୍ୱୟଂଶାସିତ ଭାବେ କାର୍ଯ୍ୟ କରିବେ ଓ ଆତ୍ମନିର୍ଭର ହୋଇ ଗଣତାନ୍ତ୍ରିକ ପଦ୍ଧତି ଅନୁସରଣ କରି ସଂସ୍ଥା ପରିଚାଳନା କରିବେ ଓ ତାହା ଜାତୀୟ ଅର୍ଥନୀତିକୁ ଉଲ୍ଲେଖନୀୟ ଅବଦାନ ଦେବ ତାହାର ପରିକଳ୍ପନା କରାଯାଇଥିଲା । ଆଜି ସମଗ୍ର ଦେଶରେ ପାଖାପାଖି ୮.୫ଲକ୍ଷ ସମବାୟ ସମିତି ଥିବାବେଳେ ଏହାର ପ୍ରାୟ ୨୯କୋଟି ସଦସ୍ୟ ଅଛନ୍ତି । ଏହି ସମବାୟ ସମିତି ଗୁଡିକ କୃଷି ପ୍ରକ୍ରିୟାକରଣ, ଦୁଗ୍ଧ ଉତ୍ପାଦନ, ମତ୍ସ୍ୟଚାଷ, ଘରତିଆରି, ବୟନ, ଋଣ, ବିପ୍ପଣନ ଭଳି କାର୍ଯ୍ୟରେ ସମ୍ପୃକ୍ତ ଅଛନ୍ତି ।
ନୂତନ ଜାତୀୟ ସମବାୟ ନୀତି ଦସ୍ତାବିଜ୍ ନୂତନ, ସମବାୟ ମନ୍ତ୍ରଣାଳୟରୁ ମିଳିଥିବା ଜନମତ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ତିଆରି ହେଉଛି । ଏଥିରେ ଅନ୍ୟ ବିଷୟ ମଧ୍ୟରେ 'ସମାବେରୁ ସମୃଦ୍ଧି’ ଦୃଷ୍ଟିକୋଣକୁ ସାକାର କରିବା, ଦେଶର ସମବାୟ ଆନ୍ଦୋଳନକୁ ମଜବୁତ କରିବା ଓ ଏହାର ସୁଫଳ ତୃଣମୂଳ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ତଥା ସମବାୟ ଭିତ୍ତିକ, ଆର୍ଥିକ ମଡେଲ ପ୍ରବର୍ତ୍ତନ, ଉପଯୁକ୍ତ ନୀତି ନିର୍ଦ୍ଧାରଣ, ସମବାୟ ସଂସ୍ଥାଗୁଡିକ ସେମାନଙ୍କ ସାମର୍ଥ୍ୟକୁ ଉପଯୋଗ କରିବା ପାଇଁ ଆଇନ ଓ ଆନୁଷ୍ଠାନିକ ବ୍ୟବସ୍ଥା ଇତ୍ୟାଦି ଅନ୍ତର୍ଭୁକ୍ତ । ଏହି ନୂତନ ନୀତି ଦେଶର ସମବାୟ ଆନ୍ଦୋଳନକୁ ମଜବୁତ କରିବା ପାଇଁ ଯଥେଷ୍ଟ ପ୍ରୋତ୍ସାହନ ଦେବ ।
*****
SM/SLP
(ରିଲିଜ ଆଡି: 1857143)
ପରିଦର୍ଶକ କାଉଣ୍ଟର : 232
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam