ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ
ଖୋଲା କିମ୍ବା ଖୁଚୁରା ବିକ୍ରୟ ହେଉଥିବା ପୋଷାକ କିମ୍ବା ହୋସିୟାରୀ ବିକ୍ରି ଉପରୁ ସର୍ତ୍ତାବଳୀ ହ୍ରାସ କରି ବ୍ୟବସାୟକୁ ସହଜ କରିବା ପାଇଁ ବୈଧ ମାପ ବିଜ୍ଞାନ (ପ୍ୟାକେଟ ସାମଗ୍ରୀ)ନିୟମ, ୨୦୧୧କୁ କେନ୍ଦ୍ର ସରକାର ସଂଶୋଧନ କରିଛନ୍ତି
ଏହି ସଂଶୋଧନ ଫଳରେ ବୈଧ ମାପ ବିଜ୍ଞାନ (ପ୍ୟାକେଟ ସାମଗ୍ରୀ)ନିୟମ, ୨୦୧୧ ଅନ୍ତର୍ଗତ ଖୋଲା କିମ୍ବା ଖୁଚୁରା ବିକ୍ରୟ ହେଉଥିବା ପୋଷାକ କିମ୍ବା ହୋସିୟାରୀ ବିକ୍ରି ପାଇଁ ୬ଟି ଘୋଷଣାନାମା ଦେବାରୁ ଛାଡ ମିଳିବ
ଉପଭୋକ୍ତାଙ୍କ ସ୍ୱାର୍ଥ ରକ୍ଷା ପାଇଁ ପ୍ରାସଙ୍ଗିକ କେବଳ ୪ଟି ଘୋଷଣାନାମା ଦେବାକୁ ହେବ
प्रविष्टि तिथि:
25 AUG 2022 11:56AM by PIB Bhubaneshwar
ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ ଅଧିନସ୍ଥ ଖାଉଟି ବ୍ୟାପାର ବିଭାଗ ଖୋଲା କିମ୍ବା ଖୁଚୁରା ବିକ୍ରୟ ହେଉଥିବା ପୋଷାକ କିମ୍ବା ହୋସିୟାରୀ ବିକ୍ରିକୁ ବୈଧ ମାପ ବିଜ୍ଞାନ (ପ୍ୟାକେଟ ସାମଗ୍ରୀ)ନିୟମ, ୨୦୧୧ରୁ ଛାଡ ଦେବାକୁ ବିଭିନ୍ନ ଦାବିପତ୍ର ପାଇଥିଲେ । ତେଣୁ ଖାଉଟି ବ୍ୟାପାର ବିଭାଗ ବୈଧ ମାପ ବିଜ୍ଞାନ (ପ୍ୟାକେଟ ସାମଗ୍ରୀ) (ତୃତୀୟ ସଂଶୋଧନ) ନିୟମ- ୨୦୨୨ ମାଧ୍ୟମରେ ଖୋଲା କିମ୍ବା ଖୁଚୁରା ବିକ୍ରୟ ହେଉଥିବା ପୋଷାକ କିମ୍ବା ହୋସିୟାରୀ ବିକ୍ରିକୁ ଛାଡ ପ୍ରଦାନ କରିଛନ୍ତି । ଏହାଦ୍ୱାରା ବ୍ୟବସାୟ ସହଜ ହେବ ଓ ସର୍ତ୍ତାବଳୀ ବୋଝ କମିବ । ସେହି ଘୋଷଣାଗୁଡିକ ହେଲା:
କ) ସାମଗ୍ରୀର ସାଧାରଣ/ଜେନେରିକ ନାମ
ଖ) ପ୍ୟାକେଟରେ ଥିବା ସାମଗ୍ରୀର ସଂଖ୍ୟା କିମ୍ବା ସେଗୁଡିକର ସମୁଦାୟ ସଂଖ୍ୟା ପୁରୁଷ କିମ୍ବା ମହିଳା ମାନକ ସୂଚକ ପ୍ରଦାନ
ଗ) ପ୍ରତି ୟୁନିଟ ବିକ୍ରି ମୂଲ୍ୟ
ଘ) ପ୍ରସ୍ତୁତି କିମ୍ବା ପ୍ୟାକେଟ ହେବା ପୂର୍ବରୁ କିମ୍ବା ରପ୍ତାନୀ ହେବାର ମାସ ଓ ବର୍ଷ
ଙ) ସମୟ ପରେ ବ୍ୟବହାର ଉପଯୋଗୀ ରହୁନଥିବା ସାମଗ୍ରୀ କ୍ଷେତ୍ରରେ ସାମଗ୍ରୀର ସର୍ବଶ୍ରେଷ୍ଠ ବ୍ୟବହାର ଉପଯୋଗୀ ତିଥି, ମାସ ଓ ବର୍ଷ ସମ୍ପର୍କରେ ସୂଚନା
ଚ) ଉପଭୋକ୍ତା ପରିସେବା ନାମ ଓ ଠିକଣା
ଏବେ ଉପଭୋକ୍ତାଙ୍କ ପାଇଁ ପ୍ରାସଙ୍ଗିକ ଚାରିଟି ସୂଚନା ପ୍ରଦାନ କରିବାକୁ ହେବ । ସେଗୁଡିକ ହେଲା:
କ) ପ୍ରସ୍ତୁତକର୍ତ୍ତା/ବିପଣନକାରୀ/ବ୍ରାଣ୍ଡ/ଆମଦାନୀ ହୋଇଥିବା ସାମଗ୍ରୀ କ୍ଷେତ୍ରରେ ଆମଦାନୀକାରୀଙ୍କ ନାମ ଓ ଠିକଣା ସହ ପ୍ରସ୍ତୁତ ହୋଇଥିବା ଦେଶର ସୂଚନା
ଖ) ଉପଭୋକ୍ତା ପରିସେବା ଇମେଲ ଆଇଡି ଓ ଫୋନ ନମ୍ବର
ଗ) ଆନ୍ତର୍ଜାତିକ ସ୍ୱୀକୃତି ପାଇଥିବା ମାପକ ଯେପରିକି S, M, L, XL, XXL ଏବଂ XXXL ସହିତ ସେଣ୍ଟିମିଟର କିମ୍ବା ମିଟରରେ ସୂଚନା ଦେବାକୁ ହେବ ।
ଘ) ସର୍ବୋଚ୍ଚ ପାଇକାରୀ ମୂଲ୍ୟ ।
ଉପଭୋକ୍ତାଙ୍କ ସ୍ୱାର୍ଥ ସହ ବୁଝାମଣା ନକରି ସେମାନଙ୍କ ପାଇଁ ପ୍ରାସଙ୍ଗିକ ସୂଚନାଗୁଡିକୁ ପ୍ରଦାନ କରି ଉଦ୍ୟୋଗଗୁଡିକ ପାଇଁ ବ୍ୟବସାୟ ସହଜ କରିବା ସହ ସର୍ତ୍ତାବଳୀ ହ୍ରାସ କରିବାକୁ ଖାଉଟି ବ୍ୟାପାର ବିଭାଗ ଏହି ବିଜ୍ଞପ୍ତି ଜାରି କରିଛନ୍ତି ।
SR
(रिलीज़ आईडी: 1854455)
आगंतुक पटल : 265