ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସ୍କ୍ୱାସ୍ ମିକ୍ସଡ୍ ଡବଲ୍ସ କ୍ରୀଡାରେ ବ୍ରୋଞ୍ଜ ପଦକ ଜିତିଥିବାରୁ ସୌରଭ ଘୋଷାଲ ଏବଂ ଦୀପିକା ପାଲିକଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 11 AUG 2022 4:38PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ ରାଜ୍ୟଗୋଷ୍ଠି କ୍ରୀଡା ୨୦୨୨ ରେ ସ୍କ୍ୱାସ୍ ମିକ୍ସଡ ଡବଲ୍ସ କ୍ରୀଡାରେ ବ୍ରୋଞ୍ଜ ପଦକ ଜିତିଥିବାରୁ ସୌରଭ ଘୋଷାଲ ଏବଂ ଦୀପିକା ପାଲିକଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ଆମ କ୍ରୀଡାବିତମାନେ ସିଡବ୍ଳ୍ୟୁଜି ରେ ବିଭିନ୍ନ କ୍ରୀଡ଼ାରେ ଉତ୍କର୍ଷ ପ୍ରଦର୍ଶନ କରିବା ସର୍ବଦା ଆନନ୍ଦଦାୟକ ଅଟେ । ସ୍କ୍ୱାସ୍ ମିକ୍ସଡ୍ ଡବଲ୍ସ କ୍ରୀଡାରେ ବ୍ରୋଞ୍ଜ ପଦକ ଜିତିବା ପାଇଁ  ସୌରଭ ଘୋଷାଲ ଏବଂ  ଡିପିକା ପାଲିକଲଙ୍କୁ ଅଭିନନ୍ଦନ । ସେମାନେ ବହୁତ କୌଶଳ ଏବଂ ଦଳଗତ ଖେଳ ପ୍ରଦର୍ଶନ କରିଥିଲେ । ସେମାନଙ୍କୁ ଶୁଭେଚ୍ଛା ।  #Cheer4India”

HS


(ରିଲିଜ ଆଡି: 1850925) ପରିଦର୍ଶକ କାଉଣ୍ଟର : 128