ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ କୁସ୍ତି ଖେଳାଳି ପୂଜା ଗେହଲଟଙ୍କୁ ତାଙ୍କର ଆଗାମୀ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଉତ୍ସାହିତ କଲେ


‘‘ପୂଜା, ଆପଣଙ୍କ ପଦକ ଉତ୍ସବ ମନାଇବା ପାଇଁ ଉଦ୍ଦିଷ୍ଟ, କ୍ଷମା ପାଇଁ ନୁହେଁ’’

ପୋଷ୍ଟ କରାଯିବା ଦିନାଙ୍କ: 07 AUG 2022 11:35PM by PIB Bhubaneswar

ଏଏନଆଇର ଏକ ଟ୍ୱିଟରେ କୁସ୍ତି ଖେଳାଳି ପୂଜା ଗେହଲଟ ମହିଳା ୫୦ କିଲୋଗ୍ରାମ ଫ୍ରିଷ୍ଟାଇଲ କୁସ୍ତିରେ କାଂସ୍ୟ ପଦକ ଜିତି ଭାବୁକ ହୋଇଥିବା ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ଏହା ଉପରେ ଜବାବ ଦେଇ ପୂଜା ଗେହଲଟଙ୍କୁ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ ଉତ୍ସାହିତ କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

‘‘ପୂଜା, ଆପଣଙ୍କର ଏହି ପଦକ ଉତ୍ସବ ମନାଇବା ପାଇଁ ଉଦ୍ଦିଷ୍ଟ, କ୍ଷମା ପ୍ରାର୍ଥନା ପାଇଁ ନୁହେଁ । ଆପଣଙ୍କ ଜୀବନଯାତ୍ରା ଆମକୁ ପ୍ରେରଣା ଦେଉଛି, ଆପଣଙ୍କ ସଫଳତା ଆମକୁ ଖୁସି କରୁଛି । ଆପଣ ଆଗକୁ ବହୁତ ବଡ଼ ସଫଳତା ହାସଲ କରନ୍ତୁ, ଏହିଭଳି ଭାବେ ଚମକୁ ଥାଆନ୍ତୁ ।’’

 

SR


(ରିଲିଜ ଆଡି: 1849545) ପରିଦର୍ଶକ କାଉଣ୍ଟର : 149