ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ କୁସ୍ତି ଖେଳାଳି ପୂଜା ଗେହଲଟଙ୍କୁ ତାଙ୍କର ଆଗାମୀ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଉତ୍ସାହିତ କଲେ


‘‘ପୂଜା, ଆପଣଙ୍କ ପଦକ ଉତ୍ସବ ମନାଇବା ପାଇଁ ଉଦ୍ଦିଷ୍ଟ, କ୍ଷମା ପାଇଁ ନୁହେଁ’’

Posted On: 07 AUG 2022 11:35PM by PIB Bhubaneshwar

ଏଏନଆଇର ଏକ ଟ୍ୱିଟରେ କୁସ୍ତି ଖେଳାଳି ପୂଜା ଗେହଲଟ ମହିଳା ୫୦ କିଲୋଗ୍ରାମ ଫ୍ରିଷ୍ଟାଇଲ କୁସ୍ତିରେ କାଂସ୍ୟ ପଦକ ଜିତି ଭାବୁକ ହୋଇଥିବା ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ଏହା ଉପରେ ଜବାବ ଦେଇ ପୂଜା ଗେହଲଟଙ୍କୁ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ ଉତ୍ସାହିତ କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

‘‘ପୂଜା, ଆପଣଙ୍କର ଏହି ପଦକ ଉତ୍ସବ ମନାଇବା ପାଇଁ ଉଦ୍ଦିଷ୍ଟ, କ୍ଷମା ପ୍ରାର୍ଥନା ପାଇଁ ନୁହେଁ । ଆପଣଙ୍କ ଜୀବନଯାତ୍ରା ଆମକୁ ପ୍ରେରଣା ଦେଉଛି, ଆପଣଙ୍କ ସଫଳତା ଆମକୁ ଖୁସି କରୁଛି । ଆପଣ ଆଗକୁ ବହୁତ ବଡ଼ ସଫଳତା ହାସଲ କରନ୍ତୁ, ଏହିଭଳି ଭାବେ ଚମକୁ ଥାଆନ୍ତୁ ।’’

 

SR



(Release ID: 1849545) Visitor Counter : 112