ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତୀୟ ମହିଳା ହକି ଦଳ ସିଡବ୍ଲ୍ୟୁଜି ୨୦୨୨ ରେ ବ୍ରୋଞ୍ଜ ପଦକ ଜିତିବା ପରେ ପ୍ରଧାନମନ୍ତ୍ରୀ ଗର୍ବ ଅନୁଭବ କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 07 AUG 2022 5:23PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡାରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଭାରତୀୟ ମହିଳା ହକି ଦଳ ବ୍ରୋଞ୍ଜ ପଦକ ହାସଲ କରିବା ପରେ ଗର୍ବ ଅନୁଭବ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ହକି ସହିତ ଭାରତର ଏକ ବିଶେଷ ସମ୍ପର୍କ ରହିଛି । ତେଣୁ, ଏହା ନିଶ୍ଚିତ ଯେ ପ୍ରତ୍ୟେକ ଭାରତୀୟ ବ୍ରୋଞ୍ଜ ପଦକ ଜିତିବା ପାଇଁ ଆମର ଅସାଧାରଣ ମହିଳା ହକି ଦଳ ପାଇଁ ଗର୍ବିତ । ବହୁ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ପାଇଁ ମହିଳା ଦଳ ସିଡବ୍ଳ୍ୟୁଜି ମଞ୍ଚରେ ଅଛନ୍ତି । ଦଳ ପାଇଁ ଗର୍ବିତ! #Cheer4India”

HS


(ରିଲିଜ ଆଡି: 1849536) ପରିଦର୍ଶକ କାଉଣ୍ଟର : 202