ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ କାଂସ୍ୟ ପଦକ ବିଜେତା ସୌରଭ ଘୋଷାଲଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ପୋଷ୍ଟ କରାଯିବା ଦିନାଙ୍କ: 03 AUG 2022 11:30PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ, ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ କାଂସ୍ୟ ପଦକ ବିଜେତା ସ୍କ୍ୱାଶ ଖେଳାଳି ସୌରଭ ଘୋଷାଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“@SauravGhosal ସଫଳତାର ନୂତନ ଦିଗନ୍ତ ହାସଲ କରିଥିବାରୁ ଆନନ୍ଦିତ । ବର୍ମିଂହାମରେ ସେ ଜିତିଥିବା କାଂସ୍ୟ ପଦକ ବେଶ ନିଆରା । ତାଙ୍କୁ ଅଭିନନ୍ଦନ । ତାଙ୍କ ସଫଳତା ଭାରତୀୟ ଯୁବପୀଢିଙ୍କ ମଧ୍ୟରେ ସ୍କ୍ୱାଶକୁ ଅଧିକ ଲୋକପ୍ରିୟ କରାଉ ବୋଲି କାମନା ।”

SR


(ରିଲିଜ ଆଡି: 1848925) ପରିଦର୍ଶକ କାଉଣ୍ଟର : 119