ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ରେ ଲନ୍ ବଲସରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଲଭଲି ଚୌବେ, ପିଙ୍କି ସିଂହ, ନୟନମୋନି ସାଇକିଆ ଏବଂ ରୁପା ରାଣୀ ତିର୍କୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
02 AUG 2022 8:03PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହୋମ ଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଲନ ବଲ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଲଭଲି ଚୌବେ, ପିଙ୍କି ସିଂହ, ନୟନମୋନି ସାଇକିଆ ଏବଂ ରୁପା ରାଣୀ ତିର୍କୀଙ୍କୁ ପ୍ରଶଂସା କରିଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ବର୍ମିଂହାମ୍ ରେ ଐତିହାସିକ ବିଜୟ! ଲନ ବଲସରେ ସମ୍ମାନଜନକ ସ୍ୱର୍ଣ୍ଣ ପଦକ ଆଣିଥିବାରୁ ଲଭଲି ଚୌବେ, ପିଙ୍କି ସିଂହ, ନୟନମୋନି ସାଇକିଆ ଏବଂ ରୁପା ରାଣୀ ତିର୍କୀଙ୍କ ପାଇଁ ଭାରତ ଗର୍ବିତ । ଦଳ ବହୁତ ଚତୁରତା ପ୍ରଦର୍ଶନ କରିଛି ଏବଂ ସେମାନଙ୍କର ସଫଳତା ଅନେକ ଭାରତୀୟଙ୍କୁ ଲନ୍ ବଲ୍ସ ପ୍ରତି ଉତ୍ସାହିତ କରିବ ।”
HS
(ରିଲିଜ ଆଡି: 1847632)
ପରିଦର୍ଶକ କାଉଣ୍ଟର : 166
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam