ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କ୍ୟାଡେଟ (୧୭ ବର୍ଷରୁ କମ) ବିଶ୍ୱ କୁସ୍ତି ଚାମ୍ପିଅନସିପରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଭାରତୀୟ କୁସ୍ତି ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

Posted On: 01 AUG 2022 6:44PM by PIB Bhubaneshwar

ଇଟାଲିର ରୋମ ଠାରେ ଆୟୋଜିତ କ୍ୟାଡେଟ (୧୭ ବର୍ଷରୁ କମ) ବିଶ୍ୱ କୁସ୍ତି ଚାମ୍ପିୟନସିପରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଭାରତୀୟ ଦଳ (୧୭ ବର୍ଷରୁ କମ)କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । 

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

୧୪ଟି ପଦକ ମଧ୍ୟରୁ ୭ ସ୍ୱର୍ଣ୍ଣ (୫ଟି ମହିଳା କ୍ରୀଡାବିତ ଜିତିଛନ୍ତି) ଓ ୩୨ ବର୍ଷ ପରେ ଗ୍ରେକୋ ରୋମାନରେ ସ୍ୱର୍ଣ୍ଣପଦକ ସହ କ୍ୟାଡେଟ (୧୭ ବର୍ଷରୁ କମ) ବିଶ୍ୱ କୁସ୍ତି ଚାମ୍ପିୟନସିପରେ ଏହା ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ । ପଦକ ତାଲିକାରେ ଭାରତ ଶୀର୍ଷରେ ରହିଛି । ଆମ ଦଳକୁ ଅଭିନନ୍ଦନ । 

SR



(Release ID: 1847167) Visitor Counter : 117