ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମିଳିତ ଜାତିସଂଘର ମହାସଚିବ ମାନ୍ୟବର ଆଣ୍ଟୋନିଓ ଗୁଟେରସଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

Posted On: 29 JUL 2022 10:26PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମିଳିତ ଜାତିସଂଘର ମହାସଚିବ (ୟୁଏନ୍‌ଏସଜି) ମାନ୍ୟବର ଆଣ୍ଟୋନିଓ ଗୁଟେରସ୍‌ଙ୍କ ସହ ଟେଲିଫୋନରେ ଆଲୋଚନା କରିଛନ୍ତି ।

ଉଭୟ ନେତା ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ (ମୋନୋସ୍କୋ) ରେ ମିଳିତ ଜାତିସଂଘର ସଂଗଠନ ସ୍ଥିରୀକରଣ ମିଶନ ଉପରେ ହୋଇଥିବା ଆକ୍ରମଣ ସଂକ୍ରାନ୍ତରେ ଆଲୋଚନା କରିଥିଲେ ଯେଉଁଠାରେ ଦୁଇ ଭାରତୀୟ ଶାନ୍ତି ରକ୍ଷାକାରୀ ସହିଦ ହୋଇଥିଲେ ।

ଏହି ଘଟଣାର ଅପରାଧୀଙ୍କୁ ଦଣ୍ଡ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଜାତିସଂଘ ସୁରକ୍ଷା ଜେନେରାଲଙ୍କୁ ଅନୁରୋଧ କରିଛନ୍ତି । ଜାତିସଂଘର ଶାନ୍ତି ରକ୍ଷା ପାଇଁ ଭାରତର ଅବିରତ ପ୍ରତିବଦ୍ଧତାକୁ ସେ ଦର୍ଶାଇଛନ୍ତି ଏବଂ ୨,୫୦,୦୦୦ ରୁ ଅଧିକ ଭାରତୀୟ ଶାନ୍ତି ରକ୍ଷାକାରୀ ଜାତିସଂଘର ଶାନ୍ତି ରକ୍ଷା ମିଶନ ଅଧୀନରେ କାର୍ଯ୍ୟ କରିଛନ୍ତି । ଜାତିସଂଘର ଶାନ୍ତି ରକ୍ଷା ମିଶନରେ ସେବା କରିବା ସମୟରେ ୧୭୭ ଭାରତୀୟ ଶାନ୍ତି ରକ୍ଷାକାରୀ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି, ଯେକୌଣସି ଯୋଗଦାନକାରୀ ଦେଶର ସୁରକ୍ଷାକର୍ମୀଙ୍କ ତୁଳନାରେ ଏହା ସର୍ବ ବୃହତ ଅଟେ ।

ୟୁଏନଏସଜି ଦୁଇ ଶହୀଦ ଭାରତୀୟ ସୀମା ସୁରକ୍ଷା ବଳର ଜବାନଙ୍କ ପରିବାର ତଥା ସରକାର ଏବଂ ଭାରତବାସୀଙ୍କୁ ସମବେଦନା ଜଣାଇଛନ୍ତି । ସେ ମୋନୋସ୍କୋ ବିରୋଧରେ ହୋଇଥିବା ଆକ୍ରମଣକୁ ର୍ନିଦ୍ଦିଷ୍ଟ ଭାବେ ନିନ୍ଦା କରିବା ସହ ଶୀଘ୍ର ତଦନ୍ତ କରିବାରେ ସମସ୍ତ ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କଙ୍ଗୋର ଗଣତାନ୍ତ୍ରିକ ଲୋକଙ୍କ ଶାନ୍ତି ଏବଂ ସ୍ଥିରତା ପାଇଁ ଭାରତର ନିରନ୍ତର ସମର୍ଥନ ଉପରେ ଆଲୋକପାତ କରିଛନ୍ତି, ଯେଉଁଠାରେ ମୋନୋସ୍କୋରେ ପ୍ରାୟ ୨୦୪୦ ଭାରତୀୟ ସୈନିକ ନିୟୋଜିତ ଅଛନ୍ତି ।

HS



(Release ID: 1846828) Visitor Counter : 144