ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସ୍ୱର୍ଣ୍ଣ ପଦକ ବିଜୟୀ ଭାରୋତଳନକାରୀ ଜେରେମି ଲାଲ୍‌ରିନୁଙ୍ଗାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ବର୍ମିଂହାମ୍ ଠାରେ କମନୱେଲ୍‌ଥ ଗେମ୍‌ସ ୨୦୨୨ରେ ସ୍ୱର୍ଣ୍ଣ ପଦକ ଜିତି ଥିବାରୁ ପ୍ରଧାନମନ୍ତ୍ରୀ ଭାରୋତଳନକାରୀ ଜେରେମି ଲାଲ୍‌ରିନୁଙ୍ଗାଙ୍କୁ ଅଭିନନ୍ଦନ ଜଣାଇଛନ୍ତି

Posted On: 31 JUL 2022 5:42PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ୍ ଠାରେ କମନୱେଲ୍‌ଥ ଗେମ୍‌ସ ୨୦୨୨ରେ ସ୍ୱର୍ଣ୍ଣ ପଦକ ଜିତି ଥିବାରୁ ଭାରୋତୋଳନକାରୀ  ଜେରେମି ଲାଲ୍‌ରିନୁଙ୍ଗାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏକ ଟ୍ୱିଟର କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି :

ଆମର ଯୁବ ଶକ୍ତି ଇତିହାସ ସୃଷ୍ଟି କରୁଛନ୍ତି ! ଜେରେମି ଲାଲ୍‌ରିନୁଙ୍ଗାଙ୍କୁ ଅଭିନନ୍ଦନ, ଯିଏ କମନୱେଲ୍‌ଥ ଗେମ୍‌ସରେ ତାଙ୍କର ପ୍ରଥମ ପଦାର୍ପଣରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଏବଂ ଏକ ଚମତ୍କାର କମନେଓଲ୍‌ଥ ଗେମ୍‌ସ ରେକର୍ଡ ମଧ୍ୟ ସ୍ଥାପନ କରିଛନ୍ତି । ଅଳ୍ପ ବୟସରେ ସେ ଦେଶ ପାଇଁ ଗର୍ବ ଏବଂ ଗୌରବ ଆଣିଛନ୍ତି । ଭବିଷ୍ୟତର ପ୍ରୟାସ ନିମନ୍ତେ ତାଙ୍କୁ ଶୁଭ କାମନା ଜଣାଉଛି ।

***

SSP



(Release ID: 1846824) Visitor Counter : 125