ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଗାନ୍ଧୀନଗରର ଗିଫ୍ଟ ସିଟିଠାରେ ଆଇଏଫଏସସିଏର ମୁଖ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଦତ୍ତ ଅଭିଭାଷଣ

Posted On: 29 JUL 2022 7:40PM by PIB Bhubaneshwar

ନମସ୍କାର !

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀମାନ୍ ଭୂପେନ୍ଦ୍ର ଭାଇ, କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳାଜୀ, ମନ୍ତ୍ରିମଣ୍ଡଳର ମୋର ଅନ୍ୟ ସହଯୋଗୀ, ବ୍ୟବସାୟିକ ଦୁନିଆର ସମସ୍ତ ଗଣ୍ୟମାଣ୍ୟ ସାଥୀ, ଏଠାରେ ଉପସ୍ଥିତ ଅନ୍ୟ ମସସ୍ତ ମହାନୁଭମ, ଭଦ୍ରମହିଳା ଓ ସଜ୍ଜନମଣ୍ଡଳୀ!

ଆଜି ଭାରତର ବର୍ଦ୍ଧିଷ୍ଣୁ ଆର୍ଥିକ ସାମର୍ଥ୍ୟ, ଭାରତର ବର୍ଦ୍ଧିଷ୍ଣୁ ପ୍ରଯୁକ୍ତି କ୍ଷମତା ଏବଂ ଭାରତ ଉପରେ ବୃଦ୍ଧି ପାଇ ଚାଲିଥିବା ବିଶ୍ୱର ଆସ୍ଥା ଓ ଭରସା ନିମନ୍ତେ ଆଜିର ଦିନଟି ବେଶ୍ ମହତ୍ତ୍ୱପୂର୍ଣ୍ଣ, ଏକ ବିଶେଷ ଦିନ । ଏହା ଏଭଳି ଏକ ସମୟ ଯେତେବେଳେ ଭାରତ ନିଜର ସ୍ୱାଧୀନତା ପ୍ରାପ୍ତିର ଅମୃତ ମହୋତ୍ସବ ପାଳନ କରୁଛି, ଆଧୁନିକତାର ସହିତ ଭାରତର ନୂତନ ସଂସ୍ଥାନ ଓ ନୂତନ ବ୍ୟବସ୍ଥାମାନ ଭାରତର ଗୌରବ ବୃଦ୍ଧି କରୁଛନ୍ତି ।

ଆଜି ଗିଫ୍ଟ ସିଟିରେ, ଅନ୍ତରାଷ୍ଟ୍ରୀୟ ଆର୍ଥିକ ସେମା କେନ୍ଦ୍ର ପ୍ରାଧିକରଣ ଅର୍ଥାତ୍ ଆଇଏଫଏସସିଏ ମୁଖ୍ୟାଳୟ ଭବନର ଶିଳାନ୍ୟାସ କରାଯାଇଛି । ମୋର ବିଶ୍ୱାସ, ଏହି ଭବନ ନିଜସ୍ୱ ନିର୍ମାଣଶୈଳୀରେ ଯେତିକି ଭବ୍ୟ ଭବନ ଭାବେ ମୁଣ୍ଡ ଟେକିବ, ଭାରତକୁ ଏକ ଆର୍ଥକ ମହାଶକ୍ତି ଭାବେ ସୁପ୍ରତିଷ୍ଠିତ କରିବା ନିମନ୍ତେ ସେତିକି ଅସୀମିତ ଅବସର ପ୍ରଦାନ କରିବ । ଆଇଏଫଏସସିଏ ଏକ ସୁଯୋଗ ପ୍ରଦାନକାରୀ ବ୍ୟବସ୍ଥା ଭାବେ ମୁଣ୍ଡ ଟେକିବ, ଏହା ସକଳ ପ୍ରକାର ନବସୃଜନକୁ ସମର୍ଥନ ଯୋଗାଇବ ଏବଂ ଏହା ସହିତ ବିକାଶ ସୁଯୋଗ ନିମନ୍ତେ ଏକ ପ୍ରୋତ୍ସାହକ ଭାବେ ମଧ୍ୟ କାର୍ଯ୍ୟ କରିବ । ଗିଫ୍ଟ ସିଟିରେ ଏନଏସଇ-ଆଇଏଫଏସସି-ଏସଜିଏକ୍ସ କନେକ୍ଟର ଶୁଭାରମ୍ଭ ମାଧ୍ୟମରେ ଆଜି ଏହାର ଶୁଭାରମ୍ଭ କରାଯାଇଛି ।

ସାଥୀଗଣ,

ଭାରତ ଆନ୍ତର୍ଜାତିକ ବୁଲିଅନ୍ ଏକ୍ସଚେଞ୍ଜ୍ ମଧ୍ୟ ଆଜି ଶୁଭାରମ୍ଭ କରାଯାଇଛି । ନିଉ ଡେଭଲପମେଣ୍ଟ ବ୍ୟାଙ୍କର ଭାରତୀୟ କ୍ଷେତ୍ରୀୟ କାର୍ଯ୍ୟାଳୟ, ତିନିଗୋଟି ବିଦେଶୀ ବ୍ୟାଙ୍କ୍ ଏବଂ ଚାରିଟି ଅନ୍ତରାଷ୍ଟ୍ରୀୟ ବାଣିଜିକ ଆର୍ଥିକ ସେବା ପ୍ଲାଟଫର୍ମ ସହିତ ଅନେକ ମହତ୍ତ୍ୱପୂର୍ଣ୍ଣ ପ୍ରତିବନ୍ଧକୁ ଆମେ ଆଜି ଅତିକ୍ରମ କରିପାରିଛୁ । ଏଥିରେ ୧୩୦ କୋଟି ଭାରତୀୟ ନାଗରିକଙ୍କ ସାମର୍ଥ୍ୟକୁ ଆଧୁନିକ ବୈଶ୍ୱିକ ଅର୍ଥବ୍ୟବସ୍ଥା ସହିତ ସଂଯୋଗ କରିବା ନିମନ୍ତେ ପର୍ଯ୍ୟାପ୍ତ ସୁଯୋଗ ମିଳିପାରିବ ।

ଭାରତ ଏବେ ଆମେରିକା, ବ୍ରିଟେନ୍ ଏବଂ ସିଙ୍ଗାପୁର ଭଳି ବିଶ୍ୱର ଏହିସବୁ ରାଷ୍ଟ୍ରମାନଙ୍କ ସହିତ ଗୋଟିଏ ଧାଡ଼ିରେ ଠିଆ ହୋଇପାରିବ ଯେଉଁଠାରେ ବୈଶ୍ୱିକ ଆର୍ଥିକ ବ୍ୟବସ୍ଥାକୁ ଦିଶାନିର୍ଦ୍ଦେଶ ମିଳିଥାଏ । ମୁଁ ଏହି ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ଏବଂ ସମସ୍ତ ଦେଶବାସୀଙ୍କୁ ଅନେକ ଅନେକ ବଧେଇ ଜଣାଉଛି । ମୁଁ ବିଶେଷ ଭାବେ ସିଙ୍ଗାପୁରରେ ଥିବା ଆମର ସାଥୀମାନଙ୍କୁ ମଧ୍ୟ ଅଭିନନ୍ଦନ ଜ୍ଞାପନ କରୁଛି ଯେଉଁମାନଙ୍କ ସହଯୋଗ ଦ୍ୱାରା ଉଭୟ ରାଷ୍ଟ୍ର ନିମନ୍ତେ ସମ୍ଭାବନାର ପ୍ରଶସ୍ତ ଦ୍ୱାର ଉନ୍ମୁକ୍ତ ହୋଇପାରିଛି ।

ସାଥୀଗଣ,

ଗୁଜରାଟରେ ରହି ଯେତେବେଳେ ମୁଁ ଗିଫ୍ଟ ସିଟିର ପରିକଳ୍ପନା କରିଥିଲି, ସେତେବେଳେ କେବଳ ବ୍ୟାବସାୟିକ କାରବାର କିମ୍ବା ଆର୍ଥିକ ଗତିବିଧିରେ ତାହା ସୀମିତ ନଥିଲା । ଗିଫ୍ଟ ସିଟିର ପରିକଳ୍ପନାରେ ଦେଶର ସାଧାରଣ ନାଗରିକମାନଙ୍କ ଆଶା ଆକାଂକ୍ଷା ଯୋଡ଼ିହୋଇ ରହିଛି । ଗିଫ୍ଟ ସିଟିରେ ଭାରତର ଭବିଷ୍ୟତର ପରିକଳ୍ପନା ସଂଯୁକ୍ତ ହୋଇରହିଛି, ଭାରତର ସ୍ୱର୍ଣ୍ଣିମ ଅତୀତର ସ୍ୱପ୍ନ ଯୋଡ଼ିହୋଇ ରହିଛି । 

 

ମୋର ସ୍ମରଣ ଅଛି, ୨୦୧୩ ମସିହା ଜାନୁଆରୀ ମାସରେ ମୁଁ ଯେତେବେଳେ “ଗିଫ୍ଟ ୱାନ୍”ର ଉଦ୍ଘାଟନ ନିମନ୍ତେ ଏଠାକୁ ଆସିଥିଲି ସେତେବେଳେ ଲୋକମାନେ ଏହାକୁ ଗୁଜରାଟର ସର୍ବୋଚ୍ଚ ଭବନ ବୋଲି କହୁଥିଲେ । କିଛି ଲୋକଙ୍କ ପାଇଁ ଏହି ଭବନ ଥିଲା ସେମାନଙ୍କର ପରିଚୟ । କିନ୍ତୁ ଗିଫ୍ଟ ସିଟି ଏଭଳି ଏକ ଚିନ୍ତାଧାରା ଥିଲା ଯାହା ନିଜ ସମୟରେ ହିଁ ବହୁତ ଆଗକୁ ଆଗେଇ ଯାଇଥିଲା । ଆପଣମାନେ ଥରେ ସ୍ମରଣ କରନ୍ତୁ, ୨୦୦୮ ମସିହାରେ ବିଶ୍ୱ ଆର୍ଥିକ ସଂକଟ ଏବଂ ମାନ୍ଦାବସ୍ଥାର ସମୟ ଥିଲା । ଭାରତରେ ମଧ୍ୟ ଦୁର୍ଭାଗ୍ୟକୁ ସେହି ସମୟରେ ନୀତିଗତ ଅଚଳାବସ୍ଥାର ପରିସ୍ଥିତି ବିରାଜମାନ କରୁଥିଲା । କିନ୍ତୁ ସେହି ସମୟ, ଅର୍ଥାତ୍ ଆପଣମାନେ କଳ୍ପନା କରନ୍ତୁ ସେହି ସମୟରେ ବିଶ୍ୱର ସ୍ଥିତି, ସେହି ସମୟରେ ଗୁଜରାଟ ଫିନଟେକ୍ କ୍ଷେତ୍ରରେ ନୂଆ ଏବଂ ବିରାଟ ପଦକ୍ଷେପର ସହିତ ଆଗକୁ ବଢ଼ି ଚାଲିଥିଲା । ମୁଁ ଆନନ୍ଦିତ ଯେ ସେହି ଚିନ୍ତାଧାରା ଆଜିସୁଦ୍ଧା ଏତେ ଆଗକୁ ବଢ଼ିସାରିଛି । ଗିଫ୍ଟ ସିଟି ବାଣିଜ୍ୟ ଏବଂ ପ୍ରଯୁକ୍ତର ପେଣ୍ଠସ୍ଥଳୀ ଭାବେ ନିଜର ମଜଭୁତ ପରିଚୟ ସୃଷ୍ଟି କରିସାରିଛି । ଗିଫ୍ଟ୍ ସିଟି ସମ୍ପଦ ଏବଂ ପ୍ରଜ୍ଞା, ଉଭୟକୁ ଆଜି ପାଳନ କରୁଛି । ମୁଁ ଏକଥା ଦେଖି ମଧ୍ୟ ଖୁସି ହେଉଛି ଯେ ଗିଫ୍ଟ ସିଟି ମାଧ୍ୟମରେ ଭାରତ, ବିଶ୍ୱ ସ୍ତରରେ ସେବା କ୍ଷେତ୍ରରେ ମଜଭୁତ ଦାବିଦାର ହେବା ସହିତ ଆଗକୁ ଅଗ୍ରସର ହୋଇଚାଲିଛି ।

ସାଥୀଗଣ,

ଗିଫ୍ଟ ସିଟିର ଆଉ ଗୋଟିଏ ବିଶେଷ ଗୁଣ ହେଲା ଏହା ଯେ ଐହା ତ୍ରି-ସିଟି କାର୍ଯ୍ୟପନ୍ଥାର ଏକ ସୁଦୃଢ଼ ସ୍ତମ୍ଭ । ଅହମ୍ମଦାବାଦ, ଗାନ୍ଧୀନଗର ଏବଂ ଗିଫ୍ଟ ସିଟି, ତିନୋଟିଯାକ ସହର ପରସ୍ପର ସହିତ କେବଳ ୩୦ ମିନିଟ ଦୂରତ୍ୱରେ ଅବସ୍ଥିତ ଏବଂ ତିନୋଟିଯାକ ସହରର ନିଜସ୍ୱ ସ୍ୱତନ୍ତ୍ର ପରିଚୟ ରହିଛି । ଅହମ୍ମଦାବାଦ ଏକ ଗୌରବଶାଳୀ ଇତିହାସକୁ ନିଜ ସହିତ ଧରି ରଖିଛି, ଗାନ୍ଧୀନଗର ପ୍ରଶାସନର କେନ୍ଦ୍ରସ୍ଥଳ ଏବଂ ନୀତି ଓ ନିର୍ଣ୍ଣୟର ପ୍ରମୁଖ ସ୍ଥଳୀ ତଥା ଗିଫ୍ଟ ସିଟି ଅର୍ଥତନ୍ତ୍ରର ପ୍ରମୁଖ କେନ୍ଦ୍ର ପାଲଟିଛି । ଅର୍ଥାତ୍ ଯଦି ଆପଣମାନେ ଏହି ତିନୋଟି ମଧ୍ୟରୁ କୌଣସି ଗୋଟିଏ ସହରକୁ ଯିବେ ତେବେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଠାରୁ ଆପଣମାତ୍ର ତିରିଶ ମିନିଟ୍ ଦୂରରେ ରହିଛନ୍ତି ବୋଲି ଅନୁଭବ କରିପାରିବେ ।

ସାଥୀଗଣ,

ଗିଫ୍ଟ ସିଟି ସହିତ ଯୋଡ଼ିହୋଇ ରହିଥିବା ପ୍ରୟାସ “ଇଜ୍ ଅଫ୍ ଡୁଇଂ ବିଜିନେସ୍” ଏବଂ “ଇଜ୍ ଅଫ୍ ଲିଭିଂ” ଦିଗରେ ଆମର ପ୍ରୟାସର ଏହା ଅଂଶବିଶେଷ ମଧ୍ୟ । ଆମମାନଙ୍କୁ ଏକଥା ସ୍ମରଣ ରଖିବାକୁ ହେବ ଯେ ଏକ ସ୍ପନ୍ଦିତ ଫିନ୍ଟେକ୍ କ୍ଷେତ୍ରର ଉଦ୍ଦେଶ୍ୟ କେବଳ ସହଜ ବ୍ୟବସାୟିକ ବାତାବରଣ, ସଂସ୍କାର ଏବଂ ନିୟନ୍ତ୍ରଣ ପର୍ଯ୍ୟନ୍ତ ସୀମିତ ରହିନଥାଏ । ଏହା ଭିନ୍ନ ଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରଫେସନାଲମାନଙ୍କୁ ମଧ୍ୟ ଏକ ଉତ୍ତମ ଜୀବନ ଏବଂ ନୂତନ ଅବସର ପ୍ରଦାନ କରିବାର ମାଧ୍ୟମ ଅଟେ ।

ଗିଫ୍ଟ ସିଟି ଏଭଳି ଏକ ସ୍ଥାନ ଭାବେ ନିର୍ମିତ ହେଉଛି ଯେଉଁଠାରେ ନୂଆ ନୂଆ ଚିନ୍ତାଧାରାମାନ ବାହାରିବ, ସଂପଦ ସୃଷ୍ଟି ହୋଇପାରିବ ଏବଂ ବିା୍ ସର୍ବୋକୃଷ୍ଟ ମାଇଣ୍ଡମାନେ ଆସି ଏଠାରେ ଅନେକ କଥା ଶିକ୍ଷାଲାଭ କରୁଛନ୍ତି, ଆଗକୁ ବଢ଼ୁଛନ୍ତି । ଅର୍ଥାତ୍, ଗିଫ୍ଟ ସିଟି ଗୋଟିଏ ପଟେ ଭାରତର ପ୍ରାଚୀନ ଆର୍ଥିକ ଗୌରବକୁ ପ୍ରାପ୍ତ କରିବା ସକାଶେ ମଧ୍ୟ ଏକ ମାଧ୍ୟମରେ ପରିଣତ ହେଉଛି । ଏଠାରେ ଶିଳ୍ପସଂସ୍ଥାମାନଙ୍କର ଯେଉଁ ଗରିମା ଓ ସୁଖ୍ୟାତି ରହିଛି ଏବଂ ସେମାନେ ଜାଣିଛନ୍ତି ଯେ ଭାରତର ଲୋକମାନେ ଶହ ଶହ ବର୍ଷ ପୂର୍ବରୁ ବାଣିଜ୍ୟ ଓ ବ୍ୟବସାୟ ନିମନ୍ତେ ସମଗ୍ର ବିଶ୍ୱର ବିଭିନ୍ନ ସ୍ଥାନକୁ ଯାତାୟାତ କରିଆସୁଛନ୍ତି । ବିଶ୍ୱରେ ଏଭଳି ସମ୍ଭବତଃ କୌଣସି କ୍ଷେତ୍ର ନାହିଁ ଯେଉଁଠାରେ ଭାରତୀୟମାନେ ପହଂଚି ନାହାନ୍ତି । ଭାରତୀୟ ବାଣିଜ୍ୟ, ଏହାର ଅଭିନବ ଆର୍ଥିକ ପ୍ରଯୁକ୍ତି ଏହାର ମଧ୍ୟ ଉପଯୋଗ ସେମାନେ କରିଆସୁଛନ୍ତି ।

ମୁଁ ଯେଉଁ ସ୍ଥାନରୁ ଆସିଛି, ମୋର ଯାହା ଜନ୍ମସ୍ଥାନ - ବଡ଼ନଗର, ସେଠାରେ ଖନନ କାର୍ଯ୍ୟ ଚାଲିଛି ଏବଂ ଏଠାରେ ମଧ୍ୟ ଖନନ କାର୍ଯ୍ୟ ଚାଲିଥିବାବେଳେ ପ୍ରାଚୀନ କାଳର ମୁଦ୍ରା ମିଳୁଛି । ଏହା ଏହି କଥାକୁ ପ୍ରମାଣିତ କରୁଛି ଯେ ଆମର ବାଣିଜ୍ୟ କାରବାର ବ୍ୟବସ୍ଥା ଏବଂ ସମ୍ପର୍କ କେତେ ବ୍ୟାପକ ଥିଲା । କିନ୍ତୁ ସ୍ୱାଧୀନତା ପରେ ପରେ ଆମେ ନିଜେ ହି ଏହି ବୈଭବକୁ ନିଜର ଏହି ଶକ୍ତିକୁ ଚିହ୍ନିପାରିଲୁ ନାହିଁ, ଏହାକୁ ଅଣଦେଖା କରି ଦୂରୁକୁ ଠେଲିଦେଲୁ । ସମ୍ଭବତଃ ଏହା ଗୋଲାମୀ ଓ ଦୁର୍ବଳ ଆତ୍ମବିଶ୍ୱାସର ପ୍ରଭାବ ହିଁ ଥିଲା ଯେ ଆମେ ନିଜର ବ୍ୟାବସାୟିକ, ସାଂସ୍କୃତିକ ଏବଂ ଅନ୍ୟାନ୍ୟ ସମ୍ବନ୍ଧକୁ ଯେତେଦୂର ସମ୍ଭବ ସୀମିତ କରିପକାଇଲୁ । କିନ୍ତୁ ଏବେ ନୂତନ ଭାରତ ଏହି ପ୍ରାଚୀନ ଚିନ୍ତାଧାରାକୁ ପରିବର୍ତ୍ତନ କରୁଛି । ଆଜି ସମନ୍ୱୟ ଆମ ପାଇଁ ସବୁଠାରୁ ବଡ଼ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ପରିଣତ ହୋଇଛି । ଏକ ବୈଶ୍ୱିକ ବଜାର ସହିତ ବୈଶ୍ୱିକ ଯୋଗାଣ ଚେନ୍ ସହିତ ଦ୍ରୁତ ବେଗରେ ସମନ୍ୱୟ ଘଟିଚାଲିଛି । ପୁଣି ଗିଫ୍ଟ ସିଟି ଭାରତ ସହିତ ବୈଶ୍ୱିକ ସୁଯୋଗ ସହିତ ସଂଶ୍ଳିଷ୍ଟ ଏକ ମହତ୍ତ୍ୱପୂର୍ଣ୍ଣ ତୋରଣ । ଯେତେବେଳେ ଆପଣ ଗିଫ୍ଟି ସିଟି ସହିତ ସମନ୍ୱିତ ହୋଇଯିବେ, ସେତେବେଳେ ଆପଣ ସମଗ୍ର ଦୁନିଆ ସହିତ ଯୋଡ଼ି ହୋଇଯିବେ ।

ସାଥୀଗଣ,

ଆଜି ଭାରତ ବିଶ୍ୱର ସବୁଠାରୁ ବଡ଼ ଅର୍ଥବ୍ୟବସ୍ଥାମାନଙ୍କ ଭିତରୁ ଗୋଟିଏ ହୋଇପାରିଛି । ସେଥିପାଇଁ ଭବିଷ୍ୟତରେ ଯେତେବେଳେ ଆମର ଅର୍ଥବ୍ୟବସ୍ଥା ଆଜି ଠାରୁ ଆହୁରି ଅନେକ ଗୁଣ ଆଗକୁ ବଢ଼ି ସାରିଥିବ, ଆମେ ସେଥିପାଇଁ ନିଜକୁ ଆହୁରି ପ୍ରସ୍ତୁତ କରିବାକୁ ପଡ଼ିବ ଏବଂ ନିଜକୁ ବଡ଼ ହେବା ପାଇଁ ସ୍ୱପ୍ନ ଦେଖିପାରିବା । ଏଥିପାଇଁ ଆମମାନଙ୍କର ଏଭଳି ଅନୁଷ୍ଠାନମାନ ଦରକାର ଯାହା ବୈଶ୍ୱିକ ଅର୍ଥବ୍ୟବସ୍ଥା ସହିତ ଆମର ଆଜିର ଏବଂ ଭବିଷ୍ୟତର ଆବଶ୍ୟକ ଭୂମିକାକୁ ପୂରଣ କରିପାରୁଥିବ । ଭାରତ ଅନ୍ତରାଷ୍ଟ୍ରୀୟ ବୁଲିଅନ୍ ଏକ୍ସଚେଞ୍ଜ୍ - ଆଇଆଇବିଏକ୍ସ ଏହି ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ।

ସୁନା ପାଇଁ ଭାରତୀୟମାନଙ୍କ ମନରେ ଥିବା ଶ୍ରଦ୍ଧା କଥା କାହାକୁ ଅଛପା ନାହିଁ । ସୁନା ଭାରତୀୟ ମହିଳାମାନଙ୍କର ଆର୍ଥିକ ଶକ୍ତିର ସବୁଠାରୁ ବଡ଼ ମାଧ୍ୟମ । ମହିଳାମାନଙ୍କ ମନରେ ଥିବା ବିଶେଷ ଶ୍ରଦ୍ଧା ସକାଶେ ସୁନା ଆମର ସାମାଜିକ ଓ ସାଂସ୍କୃତିକ ବ୍ୟବସ୍ଥାରେ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ବିବେଚିତ ହୋଇଥାଏ । ଏହା ଏକ ବଡ଼ କାରଣ ଯେ ସେଥିପାଇଁ ଆଜି ଭାରତ ସୁନା- ରୁପା କ୍ଷେତ୍ରରେ ବିଶ୍ୱର ଏକ ବୃହତ୍ ବଜାରରେ ପରିଣତ ହୋଇଛି । କିନ୍ତୁ, ଭାରତର ପରିଚୟ କ’ଣ କେବଳ ଏତିକିରେ ସୀମିତ ରହିବା ଉଚିତ ? ଭାରତର ପରିଚୟ ଏକ ବଜାର ସୃଷ୍ଟିକାରୀ ଭାବେ ମଧ୍ୟ ହେବା ବାଂଛନୀୟ ।

ଏହି ଦିଗରେ ଆଇଆଇବିଏକ୍ସ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ । ଆମର ସୁନା ସହିତ ସଂଶ୍ଳିଷ୍ଟ ଶିଳ୍ପସଂସ୍ଥାର ପ୍ଲେୟର୍ସମାନଙ୍କୁ, ବିଶେଷ କରି ଗହଣାନିର୍ମାତାମାନଙ୍କୁ ଏହା ବିସ୍ତାରିତ କରିବାରେ ସହାୟକ ହୋଇପାରିବ । ସେମାନଙ୍କ ପାଇଁ ନୂଆ ନୂଆ ଅବସରର ମାର୍ଗ ସୃଷ୍ଟି କରିବ । ସେମାନେ ପ୍ରତ୍ୟକ୍ଷ ଏବଂ ସ୍ୱଚ୍ଛ ଉପାୟରେ ସିଧା ବୁଲିଅନ୍ କିଣିପାରିବେ ଏବଂ ଅନ୍ତରାଷ୍ଟ୍ରୀୟ ଏକ୍ସଚେଞ୍ଜ ମାଧ୍ୟମରେ ସିଧା ସୁନା ବ୍ୟବସାୟ କରିବାର ଅବସର ଲାଭ କରିପାରିବେ । ସୁନା ବ୍ୟବସାୟ ଯେତିକି ଯେତିକ ସୁସଂଗଠିତ ହେବ, ଭାରତରେ ସୁନାର ଚାହିଦା, ସୁନା ମୂଲ୍ୟକୁ ପ୍ରଭାବିତ କରିବ ଏବଂ ନିର୍ଦ୍ଧାରିତ ମଧ୍ୟ କରିବ ।

ସାଥୀଗଣ,

ଆଗାମୀ ଦିନରେ ଭାରତରେ ଯାହା କିଛି ହେବାକୁ ଯାଉଛି, ଏହାର ପ୍ରଭାବ ସମଗ୍ର ବିଶ୍ୱ ଉପରେ ପଡ଼ିବ, ସେଥିରୁ ସାରା ବିଶ୍ୱକୁ ଦିଶା ପ୍ରାପ୍ତ ହେବ । ଆମେ ସ୍ଥାନୀୟ ଆଶା ଆକାଂକ୍ଷାକୁ ମହତ୍ତ୍ୱ ପ୍ରଦାନ କରୁଛୁ ଏବଂ ବୈଶ୍ୱିକ ସହଯୋଗୀତାର ମହତକୁ ମଧ୍ୟ ହୃଦୟଙ୍ଗମ କରୁଛୁ । ଗୋଟିଏ ପଟେ ଆମେ ବୈଶ୍ୱିକ ପୁଂଜିକୁ ସ୍ଥାନୀୟ କଲ୍ୟାଣ ନିମନ୍ତେ ଉପଲବ୍ଧ କରାଉଛୁ । ଅନ୍ୟ ପକ୍ଷରେ ଆମେ ସ୍ଥାନୀୟ ଉତ୍ପାଦକୁ ବିଶ୍ୱ କଲ୍ୟାଣ ନିମନ୍ତେ ଉପଯୋଗୀ ମଧ୍ୟ କରୁଛୁ । ଆଜି ଭାରତକୁ ରେକର୍ଡ ପରିମାଣର ବିଦେଶୀ ପ୍ରତ୍ୟକ୍ଷ ପୁଂଜି ନିବେଶ ଆସୁଛି । ଏଭଳି ପୁଂଜି ନିବେଶ ଦ୍ୱାରା ଦେଶରେ ନୂତନ ଅବସର ସୃଷ୍ଟି ହୋଇପାରିବ, ଯୁବଗୋଷ୍ଠୀଙ୍କ ଆଶାଆକାଂକ୍ଷା ପୂରଣ ହୋଇପାରିବ । ଏହା ଆମର ଶିଳ୍ପସଂସ୍ଥାମାନଙ୍କୁ ନୂତନ ଶକ୍ତି ଯୋଗାଉଛି, ଆମର ଉତ୍ପାଦିକା ଶକ୍ତି ବୃଦ୍ଧି କରୁଛି । ଆହୁରି ମଧ୍ୟ ଏଭଳି ଉତ୍ପାଦିକା ଶକ୍ତି କେବଳ ଭାରତର ସାମର୍ଥ୍ୟ ବୃଦ୍ଧି କରୁନାହିଁ ବରଂ ଏହାର ଲାଭ ସମଗ୍ର ବିଶ୍ୱକୁ ହେଉଛି । ଏକଥା ସତ ଯେ ଆଜି ଯେଉଁ ନିବେଶକମାନେ ଭାରତରେ ନିବେଶ କରୁଛନ୍ତି, ସେମାନେ ନିଜର ନିବେଶ ଉପରେ ଖୁବ୍ ଫାଇଦା କମାଉଛନ୍ତି । କିନ୍ତୁ ପ୍ରଭାବ, ଏବଂ ଏଥି ସହିତ ସଂଶ୍ଳିଷ୍ଟ ଥିବା ସମ୍ଭାବନା ତା’ଠାରୁ କେଇଗୁଣ ଅଧିକ ବ୍ୟାପକ । ଆଜି ଆମର ରପ୍ତାନି ରେକର୍ଡ ସ୍ତର ଛୁଇଁଛି । ଆମର ଉତ୍ପାଦ ନୂଆ ନୂଆ ଦିଗରେ, ନୂଆ ନୂଆ ବଜାରରେ ପହଂଚିବାରେ ଲାଗିଛି । ଏହା ଏଭଳି ଏକ ସମୟ ଯେତେବେଳେ ବୈଶ୍ୱିକ ଯୋଗାଣ ଚେନ୍ ଅନିଶ୍ଚିତତାର ଶିକାର ହୋଇଛି । ବିଶ୍ୱ ଏହି ଅନିଶ୍ଚିତତାକୁ ନେଇ ଆଶଙ୍କିତ ଅବସ୍ଥାରେ ରହିଛି । ଭାରତ ବିଶ୍ୱକୁ ଗୁଣାତ୍ମକ ଉତ୍ପାଦ ଏବଂ ସେବାର ଭରସା ପ୍ରଦାନ କରୁଛି । ସେଇଥିପାଇଁ ମୁଁ କହୁଛି, ଏହି ସ୍ଥାନୀୟ କଲ୍ୟାଣ ନିମନ୍ତେ ବୈଶ୍ୱିକ ପୁଂଜି ଏବଂ ବୈଶ୍ୱିକ କଲ୍ୟାଣ ନିମନ୍ତେ ସ୍ଥାନୀୟ ଉତ୍ପାଦର ଏକ ଅଦ୍ଭୁତ ସଂଯୋଗ ରହିଛି । ଗିଫ୍ଟ ସିଟି ସହିତ ସଂଶ୍ଳିଷ୍ଟ ସମସ୍ତ ଅନୁଷ୍ଠାନ ଏହି ଘନିଷ୍ଠାତାକୁ ଅଧିକ ମଜଭୁତ କରିବା ଦିଗରେ କାମ କରିବେ । ଏଠାରେ ଏଭଳି କିଛି ଅନୁଷ୍ଠାନ ଅଛନ୍ତି ଯାହାଙ୍କ ନିକଟରେ ବୈଶ୍ୱିକ ଫୁଟପ୍ରିଣ୍ଟ୍ ମଧ୍ୟ ରହିଛି ଏବଂ ସେମାନଙ୍କର ସ୍ଥାନୀୟ ସଂଯୋଗ ମଧ୍ୟ ଅଛି ।

ସାଥୀଗଣ,

ନୂତନ ଭାରତ ପାଇଁ ନୂତନ ସଂସ୍ଥାନମାନଙ୍କଠାରୁ, ନୂତନ ବ୍ୟବସ୍ଥା ଠାରୁ ମୋର ଢେର୍ କିଛି ପ୍ରତ୍ୟାଶା ରହିଛି ଏବଂ ଆପଣମାନଙ୍କ ଉପରେ ମୋର ପୂର୍ଣ୍ଣ ଆସ୍ଥା ରହିଛି । ଆଜି ଏକବିଂଶ ଶତାବ୍ଦୀରେ ପୁଂଜି ଏବଂ ପ୍ରଯୁକ୍ତି ପରସ୍ପର ସହିତ ଘନିଷ୍ଠ ଭାବେ ସଂଯୁକ୍ତ ହୋଇ ରହିଛନ୍ତି । ପୁଣି ଆମେ ଯେତେବେଳେ ପ୍ରଯୁକ୍ତିର କଥା କହୁଛେ, ବିଜ୍ଞାନର କଥା କହୁଛେ ଏବଂ ସଫ୍ଟୱେର କଥା କହୁଛେ, ସେତେବେଳେ ଭାରତ ନିକଟରେ ସାମର୍ଥ୍ୟର ଏକ ସୁଯୋଗ ରହିଛି ଏବଂ ଅଭିଜ୍ଞତା ମଧ୍ୟ ରହିଛି । ଆଜି ରିଅଲ୍ ଟାଇମ୍ ଡିଜିଟାଲ ପେମେଣ୍ଟ୍ କାରବାରରେ ସମଗ୍ର ବିଶ୍ୱର ୪୦ ପ୍ରତିଶତ ଭାଗ କେବଳ ଭାରତର । ଆଜି ଆମେ ଏଥିରେ ନେତୃତ୍ୱ ନେଇପାରିଛେ । ଫିନ୍ଟେକ୍; କ୍ଷେତ୍ରରେ ଭାରତର ଏହି ସାମର୍ଥ ସମଗ୍ର ବିଶ୍ୱକୁ ଆକର୍ଷିତ କରୁଛି । ସେଥିପାଇଁ, ମୋର ଆପଣମାନଙ୍କ ଠାରୁ ଏହି ପ୍ରତ୍ୟାଶା ଯେ ଫିନଟେକରେ ଆପଣମାନେ ନୂଆ ନୂଆ ନବସୃଜନକୁ ଟାର୍ଗେଟ୍ କରନ୍ତୁ । ଗିଫ୍ଟ ଆଇଏଫଏସସି ଫିନଟେକର ବୈଶ୍ୱିକ ପରୀକ୍ଷାଗାର ଭାବେ ମୁଣ୍ଡ ଟେକୁ ।

ବନ୍ଧୁଗଣ,

ମୁଁ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଆପଣମାନଙ୍କ ଧ୍ୟାନ ଆକର୍ଷିତ କରିବାକୁ ଚାହେଁ । ଭାରତ ନିମନ୍ତେ ସଫଳତା ଓ ସେବା ଉଭୟର ପର୍ଯ୍ୟାପ୍ତ ସୁଯୋଗ ରହିଛି । ଜନକଲ୍ୟାଣ ଦ୍ୱାରା ଜଗତକଲ୍ୟାଣ – ଏହା ହେଲା ଆମର ଭାବନା । ସେଇଥିପାଇଁ ଆଜି ଭାରତ ପୋଷଣୀୟ ବିକାଶ କ୍ଷେତ୍ରରେ ବୈଶ୍ୱିକ ସମ୍ଭାବନାମାନଙ୍କର ନେତୃତ୍ୱ ନେଇଛି । ଆମେ ନିଜ ପାଇଁ ନେଟ୍ ଜିରୋ କାର୍ବନ ଉତ୍ସର୍ଜନର ଲକ୍ଷ୍ୟ ନିର୍ଦ୍ଧାରଣ କରିଛୁ । ରାଷ୍ଟ୍ରୀୟ ସ୍ତରରେ ଆମେ ଗତିଶକ୍ତି ମାଷ୍ଟର ପ୍ଲାନକୁ ଆଗକୁ ବଢ଼ାଇ ଚାଲିଛୁ । ଅକ୍ଷୟ ଶକ୍ତି ଉତ୍ପାଦନ ଏବଂ ଇ-ମୋବିଲିଟି କ୍ଷେତ୍ରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଚାଲିଛୁ । ଆନ୍ତର୍ଜାତିକ ସ୍ତରରେ ଭାରତ ଅନ୍ତରାଷ୍ଟ୍ରୀୟ ସୌର ସଂଗଠନକୁ ଦିଶା ନିର୍ଦ୍ଦେଶ ପ୍ରଦାନ କରୁଛି । ଏହା ଏଭଳି ଏକ କ୍ଷେତ୍ର ଯେଉଁଥିରେ ଆମର ସମର୍ପଣ ଅସୀମ ସମ୍ଭାବନାକୁ ଉନ୍ମୁକ୍ତ କରିବ । ମୁଁ ଭାବୁଛି ଯେ ଗିଫ୍ଟ ଆଇଏଫଏସସି, ପୋଷଣୀୟ ଏବଂ ଜଳବାୟୁ ପ୍ରକଳ୍ପ ନିମନ୍ତେ ବୈଶ୍ୱିକ ଋଣ ଏବଂ ଇକୁଇଟି ପୁଂଜିର ଏକ ଦ୍ୱାର ଭାବେ ଉଭା ହେଉ । ଏହିପରି ଭାବେ ଭାରତକୁ ଏୟାରକ୍ରାଫ୍ଟ ଲିଜିଂ, ସିପ୍ ଫାଇନାନ୍ସିଂ, କାର୍ବନ ଟ୍ରେଡିଂ, ଡିଜିଟାଲ କରେନ୍ସି ଏବଂ ବୌଦ୍ଧିକ ସମ୍ପତ୍ତିର ଅଧିକାର ସହିତ ନିବେଶ ପରିଚାଳନା ପର୍ଯ୍ୟନ୍ତ ଅନେକ ଆର୍ଥିକ ନବସୃଜନର ଆବଶ୍ୟକତା ରହିଛି । ଆଇଏଫଏସସିଏକୁ ଏହି ଦିଗରେ କାର୍ଯ୍ୟ କରିବା ଆବଶ୍ୟକ । ଆଇଏଫଏସସିଏକୁ ନିୟନ୍ତ୍ରଣ ଏବଂ କାର୍ଯ୍ୟାନ୍ୱୟନ ମୂଲ୍ୟକୁ ମଧ୍ୟ କେବଳ ଭାରତ ନୁହେଁ ବରଂ ଦୁବାଇ, ସିଙ୍ଗାପୁର ଭଳି ରାଷ୍ଟ୍ରଙ୍କ ତୁଳନାରେ ପ୍ରତିଦ୍ୱନ୍ଦ୍ୱୀ ହେବା ଆବଶ୍ୟକ । ଆପଣମାନଙ୍କର ଲକ୍ଷ୍ୟ ଏହା ହେବା ଆବଶ୍ୟକ ଯେ ଆଇଏଫଏସସିଏ ନିୟନ୍ତ୍ରଣ କ୍ଷେତ୍ରରେ ନେତୃତ୍ୱ ଭାବେ ମୁଣ୍ଡ ଟେକୁ ଏବଂ ଏକ ପସନ୍ଦଯୋଗ୍ୟ ବିବାଦ ସମାଧାନ କେନ୍ଦ୍ର ଭାବେ ସୁପ୍ରତିଷ୍ଠିତ ହେଉ ।

ସାଥୀଗଣ,

ବ୍ୟାଙ୍କିଙ୍ଗ୍ କ୍ଷେତ୍ରର ଯେଉଁ ସାଥୀମାନେ ଏଠାରେ ଉପସ୍ଥିତ ଅଛନ୍ତି, ସେମାନଙ୍କ ସହଯୋଗ ଦ୍ୱାରା ବିଗତ ୮ ବର୍ଷରେ ଦେଶ ଆର୍ଥିକ ସମାଯୋଜନର ଏକ ନୂଆ ଢେଉ ସୃଷ୍ଟି ହୋଇଥିବାର ଲକ୍ଷ୍ୟ କରିଛି । ଏପରିକି ଦରିଦ୍ର ଠାରୁ ଦରିଦ୍ରତମ ଲୋକମାନେ ସୁଦ୍ଧା ଆଜି ବିଧିବଦ୍ଧ ଆର୍ଥିକ ଅନୁଷ୍ଠାନମାନଙ୍କ ସହିତ ସଂଶ୍ଳିଷ୍ଟ ହୋଇପାରିଛନ୍ତି । ଆଜି ଯେତେବେଳେ ଆମ ଜନସଂଖ୍ୟାର ଏକ ପ୍ରମୁଖ ଭାଗ ଆର୍ଥିକ ବ୍ୟବସ୍ଥା ସହିତ ଯୋଡ଼ି ହୋଇପାରିଛନ୍ତି, ଏହା ସମୟର ଆବଶ୍ୟକତା ଯେ ସରକାରୀ ସଂସ୍ଥା ଏବଂ ଘରୋଇ ସଂସ୍ଥାମାନେ ପରସ୍ପର ସହିତ ମିଳିମିଶି ଆଗକୁ ବଢ଼ିବା ଉଚିତ । ଉଦାହରଣ ସ୍ୱରୂପ, ଆଜି ମୌଳିକ ବ୍ୟାଙ୍କିଙ୍ଗ୍ ଠାରୁ ଉପରକୁ ଉଠି ଆର୍ଥିକ ସାକ୍ଷରତା କ୍ଷେତ୍ରରେ ଆର୍ଥିକ ଶିକ୍ଷା ନିମନ୍ତେ ବହୁତ ବଡ଼ ସୁଯୋଗରେ ପରିଣତ ହୋଇଛି । ଆଜି ଭାରତରେ ଏକ ବଡ଼ ଆକାଂକ୍ଷୀ ଶ୍ରେଣୀ ଅଛନ୍ତି ଯେଉଁମାନେ ବିକାଶ ନିମନ୍ତେ ନିବେଶ କରିବାକୁ ଆଗ୍ରହୀ ଅଛନ୍ତି । ଯଦି ସେମାନଙ୍କ ଲାଗି ଏଭଳି ଆର୍ଥିକ ପାଠ୍ୟକ୍ରମ କରାଯିବ ଯାହା ସେମାନଙ୍କୁ ଭିନ୍ନ ଭିନ୍ନ ଆର୍ଥିକ ଅନୁଷ୍ଠାନ ଏବଂ ସେଗୁଡ଼ିକର ବୈଶିଷ୍ଟ୍ୟ, ସେସବୁ ସଂପର୍କରେ ଶିକ୍ଷା ପ୍ରଦାନ କରିବେ, ତେବେ ଏହା ଫଳରେ ସେମାନଙ୍କୁ ବେଶ୍ ଫାଇଦା ପ୍ରାପ୍ତ ହେବ ।

ଏକ ଉଦାହରଣ ଭାବେ ମୁ୍ଚ୍ୟୁଆଲ୍ ଫଣ୍ଡକୁ ନିଆଯାଇପାରେ । ମୁ୍ଚ୍ୟୁଆଲ୍ ଫଣ୍ଡ୍ ସଂଘର ସୂଚନା ଅନୁସାରେ ୨୦୧୪ରେ ଭାରତରେ ମୁଚ୍ୟୁଆଲ୍ ଫଣ୍ଡ୍ ଶିଳ୍ପର ସମ୍ପତ୍ତି ଯାହାକି ପରିଚାଳନା ଅନ୍ତର୍ଗତ ଥିଲା ତାହାର ମୋଟ ପରିମାଣ ପାଖାପାଖି ୧୦ ଲକ୍ଷ କୋଟି ଟଙ୍କା ଥିଲା । ଏହି ଆଠବର୍ଷ ମଧ୍ୟରେ ଜୁନ୍ ୨୦୨୨ ପର୍ଯ୍ୟନ୍ତ ଏଥିରେ ୨୫୦ ପ୍ରତିଶତ ଅଭିବୃଦ୍ଧି ଘଟି ୩୫ ଲକ୍ଷ କୋଟି ଟଙ୍କା ଛୁଇଁଛି । ଅର୍ଥାତ୍, ଲୋକମାନେ ପୁଂଜି ଖଟାଇବାକୁ ଚାହାନ୍ତି ଏବଂ ସେଥିପାଇଁ ସେମାନେ ପ୍ରସ୍ତୁତ ଅଛନ୍ତି । ଆମକୁ ଏତିକି ଦରକାର ଯେ ଆମେ ସେମାନଙ୍କ ପାଇଁ ଶିକ୍ଷା ଏବଂ ସୂଚନା ସୁନିଶ୍ଚିତ କରିବା ଆବଶ୍ୟକ । ମୁଁ ତ କହିବି ଯେ ଆମର ଆର୍ଥିକ ପରିସ୍ଥିତିକୁ ଅଣ-ଆର୍ଥିକ ଶିକ୍ଷନୁଷ୍ଠାନମାନଙ୍କ ସହିତ ଯୋଡ଼ାଯିବା ଆବଶ୍ୟକ । ଯୁବଗୋଷ୍ଠୀଙ୍କୁ ପ୍ରଶିକ୍ଷିତ କରାଯିବା ଜରୁରି । ଏହା ସତ୍ୟ ଯେ ସେମାନେ ଯୁବକ ଏବଂ ସେଇମାନେ ହିଁ ଆଗାମୀ ଦିନରେ ରୋଜଗାରକାରୀ ଏବଂ ନିବେଶକରେ ପରିଣତ ହେବେ । ଏହି ସହ-ବ୍ୟବହର୍ତ୍ତା ଲୋକମାନଙ୍କ ମନରେ ଭରସା ସୃଷ୍ଟି କରାଯିବା ଦରକାର । ଏଥିପାଇଁ ସେମାନଙ୍କ କେବଳ ଲାଭ ଉପାର୍ଜନ ମାନସିକତା ପାଇଁ ନୁହେଁ ଭାବନାରେ ଆଗକୁ ଚଲାଇବା ଦରକାର । ଗିଫ୍ଟ ସିଟି ମଧ୍ୟ ଘରୋଇ ସଂସ୍ଥାମାନଙ୍କ କାର୍ଯ୍ୟଧାରାକୁ ଦେଖି ସେଥିପାଇଁ ଏକ ଉତ୍ତମ ରୋଡମ୍ୟାପ୍ ଏବଂ ଗ୍ରାଉଣ୍ଡ୍ ରୁଲ୍ସ ପ୍ରସ୍ତୁତ କରିବା ଲାଗି କାମ କରିପାରିବେ । ଚଳିତ ବର୍ଷ ବଜେଟରେ ଗିଫ୍ଟ ସିଟିରେ ବିଦେଶୀ ବିଶ୍ୱବିଦ୍ୟାଳୟମାନଙ୍କ ସଂପର୍କରେ ଯେଉଁ ଘୋଷଣା କରାଯାଇଛି, ତାହାଦ୍ୱାରା ମଧ୍ୟ ଏହାକୁ ଫାଇଦା ମିଳିବ ।

ସାଥୀଗଣ,

ମୋର ବିଶ୍ୱାସ ଯେ ଆପଣମାନେ ଦେଶର ସାମର୍ଥ୍ୟକୁ ସଂପୂର୍ଣ୍ଣ ସଦୁପଯୋଗ କରନ୍ତୁ ଏବଂ ଏହି ଅମୃତକାଳରେ ଦେଶର ପ୍ରତ୍ୟାଶାକୁ ପୂରଣ କରିବାରେ ସଫଳତା ଅର୍ଜନ କରନ୍ତୁ । ଏହି ଭାବନାର ସହ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ! ମୁଁ ଗୁଜରାଟ ସରକାରଙ୍କୁ ମଧ୍ୟ ଧନ୍ୟବାଦ କରୁଛି ଯେ ଗିଫ୍ଟ ସିଟିର ଏତେବଡ଼ ମିଶନରେ ଗୁଜରାଟ ସରକାରଙ୍କ ନୀତି ବହୁତ ପୂରକ ଏବଂ ପୋଷକରେ ପରିଣତ ହୋଇଛି ଏବଂ ସେଥିପାଇଁ ମଧ୍ୟ ଗୁଜରାଟ ସରକାରଙ୍କର ସମସ୍ତ ପ୍ରୟାସକୁ ମୁଁ ସାଧୁବାଦ ଜଣାଉଛି, ଗୁଜରାଟ ମୁଖ୍ୟମନ୍ତ୍ରୀଜୀଙ୍କୁ ଅଭିନନ୍ଦନ ଜଣାଉଛି ।

ମୁଁ ଏଠାରେ ଦେଖିପାରୁଛି ଯେ ଜିଇଏମ ଏବଂ ଜୁଏଲରୀ ଦୁନିଆର ଲୋକମାନେ ବହୁସଂଖ୍ୟାରେ ଦୃଶ୍ୟ ହେଉଛନ୍ତି । ମୋର ପୂର୍ଣ୍ଣ ବିଶ୍ୱାସ ଯେ ଏହି ଅବସରକୁ ସେମାନେ ଉତ୍ତମ ରୂପେ ହୃଦୟଙ୍ଗମ କରନ୍ତୁ । ସେମାନଙ୍କ ପାଇଁ ଏହା କେତେ ବଡ଼ ଅବସର ସୃଷ୍ଟି କରିଛି ତାହାର ଧାରଣା ସେମାନଙ୍କୁ ଉତ୍ତମ ରୂପେ ଜଣା ଏବଂ ଏହାର ଲାଭ ସେମାନେ ଭରପୂର ଭାବେ ଉଠାଇବେ । ଏହି ବିଶ୍ୱାସର ସହିତ ମୁଁ ପୁଣି ଥରେ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି, ବହୁତ ବହୁତ ଶୁଭକାମନା ଦେଉଛି!

ଧନ୍ୟବାଦ!

SS/DD



(Release ID: 1846690) Visitor Counter : 146