ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କାରଗିଲ ବିଜୟ ଦିବସ ଅବସରରେ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 26 JUL 2022 9:18AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କାରଗିଲ ବିଜୟ ଦିବସ ଅବସରରେ କାରଗିଲ ଠାରେ ଦେଶର ସୁରକ୍ଷା ପାଇଁ ଅଦମ୍ୟ ସାହସ ପ୍ରଦର୍ଶନ ସହ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

“କାରଗିଲ ବିଜୟ ଦିବସ ମା ଭାରତୀଙ୍କ ସମ୍ମାନ ଓ ପ୍ରତିଷ୍ଠାର ପ୍ରତୀକ । ଏହି ଅବସରରେ ମାତୃଭୂମିର ସୁରକ୍ଷା ପାଇଁ ପରାକ୍ରମ ପ୍ରଦର୍ଶନ କରିଥିବା ଦେଶର ବୀର ସନ୍ତାନମାନଙ୍କୁ ମୋର ଶତ ଶତ ନମନ । ଜୟ ହିନ୍ଦ ।” 

 

SR



(Release ID: 1844928) Visitor Counter : 157