ରେଳ ମନ୍ତ୍ରଣାଳୟ
‘ଆଜାଦି କି ରେଳଗାଡ଼ି ଔର ଷ୍ଟେସନ’ ସମାରୋହ 23 ଜୁଲାଇ 2022 ରେ ଉଦଯାପିତ ହେବ
ସ୍ଵାଧୀନତା ସଂଗ୍ରାମୀ ଏବଂ ତାଙ୍କର ପରିବାର ସହିତ ଆଲୋଚନା କରିବେ ରେଳ ମନ୍ତ୍ରୀ ଶ୍ରୀ ଅଶ୍ଵିନୀ ବୈଷ୍ଣବ
ସମାରୋହରେ ସମସ୍ତ କ୍ଷେତ୍ରୀୟ ରେଳ ଭାଗ ନେବେ
प्रविष्टि तिथि:
21 JUL 2022 1:09PM by PIB Bhubaneswar
ଭାରତୀୟ ରେଳ ଦ୍ବାରା 23 ଜୁଲାଇ 2022 ରେ ନୂଆ ଦିଲ୍ଲୀ ଠାରେ ସପ୍ତାହ ବ୍ୟାପୀ ପ୍ରତିଷ୍ଠିତ ସମାରୋହ ଆଜାଦି କି ରେଳଗାଡ଼ି ଏବଂ ଷ୍ଟେସନର ଉଦ୍ଯାପନୀ ସମାରୋହ ଆୟୋଜିତ କରାଯିବ। ଏହି ଅବସରରେ ରେଳମନ୍ତ୍ରୀ ଶ୍ରୀ ଅଶ୍ଵିନୀ ବୈଷ୍ଣବ ଉପସ୍ଥିତ ରହିବେ। ଶ୍ରୀ ବୈଷ୍ଣବ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ସ୍ବାଧୀନତା ସଂଗ୍ରାମୀ ଏବଂ ତାଙ୍କର ପରିବାର ସଦସ୍ୟଙ୍କ ସହିତ ଆଲୋଚନା କରିବେ।
ଆଜାଦିର ଅମୃତ ମହୋତ୍ସବ ସମାରୋହର ଅଂଶସ୍ବରୂପ ଭାରତୀୟ ରେଳ ଦ୍ବାରା 18 ଜୁଲାଇ 23 ଜୁଲାଇ ପର୍ଯ୍ୟନ୍ତ ଏକ ସପ୍ତାହର ‘ଆଜାଦିର ରେଳଗାଡ଼ି ଏବଂ ଷ୍ଟେସନ’ ସମାରୋହ ଆୟୋଜିତ କରାଯାଉଛି। ସମାରୋହ ସମୟରେ 75 ଚିହ୍ନିତ ଷ୍ଟେସନ / 27 ରେଳଗଡ଼ିର ସ୍ବାଧୀନତା ସଂଗ୍ରାମରେ ଗୁରୁତ୍ବକୁ ଦର୍ଶାଯାଇଛି।
ସମସ୍ତ କ୍ଷେତ୍ର/ ମଣ୍ଡଳ ନିଜର ନାମିତ ଷ୍ଟେସନ (ସମସ୍ତ 75 ସ୍ବାଧୀନ ଷ୍ଟେସନ) ଉଦ୍ଯାପନୀ ସମାରୋହରେ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ସାମିଲ୍ କରାଯିବ। ମହାପ୍ରବନ୍ଧକ ମାନେ ସମାରୋହରେ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଭାଗ ନେବେ। ଏହି ସମ୍ବନ୍ଧରେ ରେଳ ବୋର୍ଡ଼ ସମସ୍ତ କ୍ଷେତ୍ରୀୟ ରେଳ ମହାପ୍ରବନ୍ଧକକୁ ପୂର୍ବରୁ ଲେଖିଛନ୍ତି।
ସମସ୍ତ କ୍ଷେତ୍ର/ ମଣ୍ଡଳରେ ଅନେକ ନାମିତ ଷ୍ଟେସନ (ସମସ୍ତ 75 ସ୍ବାଧୀନ ଷ୍ଟେସନ) ମାଧ୍ୟମରେ ଦୁଇ ପକ୍ଷ ଯୋଗାଯୋଗ ଲିଙ୍କ ସହିତ ସମାରୋହର ଲାଇଭ୍ ଷ୍ଟ୍ରିମ କରାଯିବ।
BS
(रिलीज़ आईडी: 1843950)
आगंतुक पटल : 205
इस विज्ञप्ति को इन भाषाओं में पढ़ें:
English
,
हिन्दी
,
Marathi
,
Punjabi
,
Gujarati
,
Urdu
,
Kannada
,
Assamese
,
Tamil
,
Telugu
,
Malayalam