କ୍ୟାବିନେଟ
azadi ka amrit mahotsav

ନ୍ୟାୟିକ ସେବା କ୍ଷେତ୍ରରେ ଭାରତ – ମାଳଦ୍ୱୀପ ରାଜିନାମା ସ୍ୱାକ୍ଷରକୁ କ୍ୟାବିନେଟ୍ ମଞ୍ଜୁରି


କେନ୍ଦ୍ର କ୍ୟାବିନେଟ୍ ମାଳଦ୍ୱୀପର ନ୍ୟାୟିକ ସେବା ଆୟୋଗ ସହିତ ନ୍ୟାୟିକ ସହଯୋଗ କ୍ଷେତ୍ରରେ ରାଜିନାମା ସ୍ୱାକ୍ଷରକୁ ଅନୁମୋଦନ ଦେଇଛି

प्रविष्टि तिथि: 20 JUL 2022 2:32PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ଭାରତ ଏବଂ ମାଳଦ୍ୱୀପ ଗଣରାଜ୍ୟର ନ୍ୟାୟିକ ସେବା ଆୟୋଗ ମଧ୍ୟରେ ନ୍ୟାୟିକ ସହଯୋଗ କ୍ଷେତ୍ରରେ ରାଜିନାମା (ଏମ୍ଓୟୁ) ସ୍ୱାକ୍ଷର କରିବା ନିମନ୍ତେ ମଞ୍ଜୁରି ପ୍ରଦାନ କରିଛି ଭାରତ ଏବଂ ଅନ୍ୟାନ୍ୟ ଦେଶ ମାନଙ୍କ ମଧ୍ୟରେ ନ୍ୟାୟିକ ସହଯୋଗ କ୍ଷେତ୍ରରେ ଏହା ହେଉଛି ଅଷ୍ଟମ ରାଜିନାମା

ଏହି ରାଜିନାମା ଅଦାଲତର ଡିଜିଟାଲକରଣ ନିମନ୍ତେ ସୂଚନା ପ୍ରଯୁକ୍ତିର ଲାଭକୁ ଉଠାଇବା ପାଇଁ ଏକ ମଂଚ ପ୍ରଦାନ କରିବ ଏବଂ ଉଭୟ ଦେଶ ମଧ୍ୟରେ ଆଇଟି କମ୍ପାନୀ ଗୁଡିକ ପାଇଁ ଏବଂ ଷ୍ଟାର୍ଟ - ଅପ୍ ଗୁଡିକ ନିମନ୍ତେ ଏକ ସମ୍ଭାବ୍ୟ ବିକଶିତ କ୍ଷେତ୍ର ହୋଇ ପାରିବ

ସାମ୍ପ୍ରତିକ ବର୍ଷ ଗୁଡିକରେ, ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ବହୁ କ୍ଷେତ୍ରରେ ସମ୍ବନ୍ଧ ପ୍ରଗାଢ଼ ହୋଇଛି ଆଇନ୍ ଏବଂ ନ୍ୟାୟ କ୍ଷେତ୍ରରେ ସହଯୋଗ ଉପରେ ଏହି ରାଜିମାନା ଉପରେ ସ୍ୱାକ୍ଷର ସହିତ, ଦୁଇ ଦେଶ ମଧ୍ୟରେ ଭଲ ସମ୍ପର୍କକୁ ମଧ୍ୟ ପ୍ରୋତ୍ସାହନ ମିଳିବ ଏହା ଦୁଇ ଦେଶ ମଧ୍ୟରେ ନ୍ୟାୟିକ ଏବଂ ଅନ୍ୟ ଆଇନ୍ କ୍ଷେତ୍ର ଗୁଡିକରେ ଜ୍ଞାନ ଏବଂ ପ୍ରଯୁକ୍ତିର ଆଦାନ - ପ୍ରଦାନକୁ ସକ୍ଷମ କରିବା ସହିତ, “ପ୍ରଥମେ ପଡୋଶୀନୀତିର ଉଦ୍ଦେଶ୍ୟ ଗୁଡିକୁ ଆଗକୁ ବଢ଼ାଇବ

*****

SSP        


(रिलीज़ आईडी: 1843172) आगंतुक पटल : 198
इस विज्ञप्ति को इन भाषाओं में पढ़ें: Urdu , English , हिन्दी , Marathi , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam