ଅର୍ଥ ମନ୍ତ୍ରଣାଳୟ

ପୂର୍ବରୁ ପ୍ୟାକେଜ୍ ଏବଂ ଲେବଲ୍ ହୋଇଥିବା ସାମଗ୍ରୀ ଉପରେ ଜିଏସ୍‌ଟି ଲାଗୁ ହେବା ଉପରେ ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ

Posted On: 18 JUL 2022 9:12AM by PIB Bhubaneshwar

ଜିଏସ୍‌ଟି ପରିଷଦ ଦ୍ୱାରା ଏହାର ୪୭ ତମ ବୈଠକରେ କରା ଯାଇଥିବା ସୁପାରିସ ଗୁଡିକ ଅନୁଯାୟୀ ଜିଏସ୍‌ଟି ଦର ସହିତ ସମ୍ବନ୍ଧିତ ପରିବର୍ତନ ଆଜି, ୧୮ଜୁଲାଇ ୨୦୨୨ରୁ ଲାଗୁ ହୋଇ ଯାଇଛି । ଏମିତି ଏକ ପରିବର୍ତନ ପଞ୍ଜୀକୃତ ବ୍ରାଣ୍ଡ ଧାରଣ କରିବା ସମୟରେ ନିର୍ଦ୍ଦିଷ୍ଟ ଦ୍ରବ୍ୟ ଗୁଡିକ ଉପରେ ଜିଏସ୍‌ଟି ଲାଗୁ ହେବା ପର ଠାରୁ ଆଗକୁ କରା ଯାଉଛି କିମ୍ବା ବ୍ରାଣ୍ଡ ଯାହା ସମ୍ବନ୍ଧରେ ପୂର୍ବରୁ ପ୍ୟାକେଜ୍ ଏବଂ ଲେବଲ୍ ହୋଇଥିବାବେଳେ ଏମିତି ସାମଗ୍ରୀ ଗୁଡିକ ଉପରେ ଜିଏସ୍‌ଟି ଲାଗୁ କରା ଯିବା ଉପରେ ଅଦାଲତରେ ଏକ କାର୍ଯ୍ୟାନୁଷ୍ଠାନ ଯୋଗ୍ୟ ଦାବି କିମ୍ବା ଲାଗୁ କରିବା ଯୋଗ୍ୟ ଅଧିକାର ଉପଲବ୍ଧ ଅଟେ ।

ଏହି ପରିବର୍ତନର ପରିସର ଉପରେ ସ୍ପଷ୍ଟୀକରଣ ମାଗିଥିବା କିଛି ଆବେଦନ ପ୍ରାପ୍ତ ହୋଇଛି, ବିଶେଷ ରୂପରେ ଡାଲି, ଅଟା, ଶସ୍ୟ ଇତ୍ୟାଦି ଭଳି ଖାଦ୍ୟ ପଦାର୍ଥ ଗୁଡିକ ସମ୍ବନ୍ଧରେ (ଶୁଳ୍କର ଅଧ୍ୟାୟ ୧ ରୁ ୨୧ ଅଧୀନରେ ଆସୁଥିବା ନିର୍ଦ୍ଦିଷ୍ଟ ସାମଗ୍ରୀ ସମୂହ), ଯେମିତିକି ଅଧିସୂଚନା ନଂ. ୬/୨୦୨୨ - କେନ୍ଦ୍ରୀୟ କର (ହାର) ଦିନାଙ୍କ ୧୩ ଜୁଲାଇ, ୨୦୨୨ ଏବଂ ଏସ୍‌ଜିଏସ୍‌ଟି ଏବଂ ଆଇଜିଏସ୍‌ଟି ନିମନ୍ତେ ସମ୍ବନ୍ଧିତ ଅଧିସୂଚନା ସମୂହ ଦ୍ୱାରା ସୂଚିତ କରା ଯାଇଛି ।

ଆଜି ଠାରୁ ଅର୍ଥାତ୍ ୧୮ ଜୁଲାଇ ୨୦୨୨ରୁ ଲାଗୁ ହୋଇଥିବା ପୂର୍ବରୁ ପ୍ୟାକେଜ୍ ଏବଂ ଲେବଲ୍ ହୋଇଥିବା ସାମଗ୍ରୀ ଉପରେ ଜିଏସ୍‌ଟି କର ସମ୍ବନ୍ଧରେ କିଛି ସନ୍ଦେହ/ ଅନୁସନ୍ଧିତ୍ସା ସୃଷ୍ଟି କରୁଥିବା ପ୍ରସଙ୍ଗ ଉପରେ ପ୍ରଶ୍ନ ଗୁଡିକୁ ସ୍ପଷ୍ଟ କରିବା ନିମନ୍ତେ ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ (ଏଫ୍‌ଏକ୍ୟୁ) ନିମ୍ନରେ ପ୍ରଦାନ କରା ଯାଇଛି :

 

 

S. No.

ପ୍ରଶ୍ନ    

ସ୍ପଷ୍ଟୀକରଣ

.

୧୮ ଜୁଲାଇ, ୨୦୨୨ରୁ ପ୍ୟାକ୍ ହୋଇଥିବା ଏବଂ ଲେବଲ୍ ହୋଇଥିବା ଦ୍ରବ୍ୟ ଉପରେ କଣ ପରିବର୍ତନ କରା ଯାଇଛି?

୧୮ ଜୁଲାଇ, ୨୦୨୨ ପୂର୍ବରୁ, ଜିଏସ୍‌ଟି ନିର୍ଦ୍ଦିଷ୍ଟ ଦ୍ରବ୍ୟ ଉପରେ ଲାଗୁ ହେଉଥିଲା, ଯେତେବେଳେ ସେଗୁଡିକୁ ଏକ ୟୁନିଟ୍ କଂଟେନର୍‌ରେ ରଖା ଯାଉଥିଲା ଏବଂ ତାହାର ଏକ ପଂଜୀକୃତ ବ୍ରାଣ୍ଡ ନାମ ରହୁଥିଲା କିମ୍ବା ତାହା ଏକ ବ୍ରାଣ୍ଡ ନାମ ଧାରଣ କରୁଥିଲା ଯାହା ସମ୍ବନ୍ଧରେ ଅଦାଲତରେ ଏକ କାର୍ଯ୍ୟାନୁଷ୍ଠାନ ଯୋଗ୍ୟ କିମ୍ବା ଲାଗୁ କରିବା ଯୋଗ୍ୟ ଅଧିକାର ଉପଲବ୍ଧ ହେଉଥିଲା ।  ୧୮ ଜୁଲାଇ ୨୦୨୨ରୁ, ଏହି ପ୍ରାବଧାନରେ ପରିବର୍ତନ ଆସିଛି ଏବଂ ଜିଏସ୍‌ଟିକୁ ଲିଗାଲ୍ ମେଟ୍ରୋଲୋଜି ନିୟମର ପ୍ରାବଧାନ ଗୁଡିକୁ ଆକର୍ଷିତ କରିବା ଭଳି ପୂର୍ବରୁ ପ୍ୟାକେଜ୍ ଏବଂ ଲେବଲ୍ ହୋଇଥିବା ଦ୍ରବ୍ୟର ଯୋଗାଣ ଉପରେ ଲାଗୁ କରା ଯାଇଛି, ଯାହା ସମ୍ପର୍କରେ ପର ପ୍ରଶ୍ନରେ ବ୍ୟାପକ ଭାବେ ଉଲ୍ଲେଖ କରା ଯାଇଛି ।

ଉଦାହରଣ ସ୍ୱରୂପ, ଡାଲି, ଶସ୍ୟ ଯେମିତିକି ଚାଉଳ, ଗହମ ଏବଂ ଅଟା, ଇତ୍ୟାଦି ଉପରେ ପ୍ରଥମେ ୫% ହାରରେ ଜିଏସ୍‌ଟି ଲାଗୁ ହେଉଥିଲା, ଯେତେବେଳେ ତାହା ବ୍ରାଣ୍ଡେଡ୍ ଏବଂ ୟୁନିଟ୍ କଂଟେନରରେ ପ୍ୟାକ୍ କରା ଯାଉଥିଲା (ଯେମିତି ଉପରେ ଉଲ୍ଲେଖ କରା ଯାଇଛି) । ୧୮.୦୭.୨୦୨୨ରୁ ଏହି ଦ୍ରବ୍ୟ ଗୁଡିକ ପୂର୍ବରୁ ପ୍ୟାକେଜ୍ ଏବଂ ଲେବଲ୍ ହେଲେ ଏହା ଉପରେ ଜିଏସ୍‌ଟି ଲାଗୁ ହେବ । ଏହା ସହିତ, କିଛି ଅନ୍ୟ ସାମଗ୍ରୀ ଯେମିତିକି ଦହି, ଲସି, ମୁଢ଼ି, ଇତ୍ୟାଦି ପ୍ୟାକ୍ ହୋଇଥିବା ଏବଂ ଲେବଲ୍ ହୋଇଥିବା ଦ୍ରବ୍ୟ ଉପରେ ୧୮ ଜୁଲାଇ ୨୦୨୨ରୁ ୫% ହାରରେ ଜିଏସ୍‌ଟି ଲାଗୁ ହେବ ।

ବାଧ୍ୟତାମୂଳକ ଭାବେ, ଏହି ବ୍ରାଣ୍ଡେଡ୍ ନିର୍ଦ୍ଦିଷ୍ଟ ଦ୍ରବ୍ୟ ଗୁଡିକ ଉପରେ ପୂର୍ବରୁ ପ୍ୟାକେଜ୍ ଏବଂ ଲେବଲ୍ ହୋଇଥିବା ନିର୍ଦ୍ଦିଷ୍ଟ ଦ୍ରବ୍ୟ ଉପରେ ଜିଏସ୍‌ଟି ଲାଗୁ ହେବାର ବିଧି ବିଧାନରେ ପରିବର୍ତନ ହୋଇଛି ।

(ଦୟାକରି ବିଜ୍ଞପ୍ତି ନଂ ୬/୨୦୦୨ କେନ୍ଦ୍ରୀୟ କର (ହାର) ଏବଂ ସମ୍ବନ୍ଧିତ ଏସ୍‌ଜିଏସ୍‌ଟି ନିୟମ, ଆଇଜିଏସ୍‌ଟି ନିୟମ ଅଧୀନରେ ଏଥି ସମ୍ବନ୍ଧିତ ବିଜ୍ଞପ୍ତି ଦେଖନ୍ତୁ) ।

.

ଡାଲି, ଶସ୍ୟ ଏବଂ ଅଟା ଭଳି ଖାଦ୍ୟ ପଦାର୍ଥ ଗୁଡିକ ଉପରେ ଜିଏସ୍‌ଟି ଲାଗୁ କରିବା ଉଦ୍ଦେଶ୍ୟରେ ପୂର୍ବରୁ ପ୍ୟାକ୍ ଏବଂ ଲେବଲ୍‌ର ପରିସର କଣ?

 

ଜିଏସ୍‌ଟିର ଉଦ୍ଦେଶ୍ୟ ଗୁଡିକ ନିମନ୍ତେ, ପୂର୍ବରୁ ପ୍ୟାକେଜ୍ ଏବଂ ଲେବଲ୍ ହେବାର ଅର୍ଥ ହେଉଛି ପୂର୍ବରୁ ପ୍ୟାକେଜ୍ ହୋଇଥିବା ସାମଗ୍ରୀ, ଯାହା ଲିଗାଲ୍ ମେଟ୍ରୋଲୋଜି ଆକ୍ଟ, ୨୦୦୯ର ଧାରା ୨ର କ୍ଲଜ୍ (୧) ରେ ଉଲ୍ଲେଖ ହୋଇଛି, ଯେଉଁଠାରେ ପ୍ୟାକେଜ୍ ହେଉଛି ପ୍ରି - ପ୍ୟାକେଜ୍‌ଡ ଦ୍ରବ୍ୟ । - ପ୍ୟାକ୍ କରା ଯାଇଥିବା, କିମ୍ବା ତାହା ଉପରେ ସୁରକ୍ଷିତ ଭାବରେ ଲଗା ଯାଇଥିବା ଏକ ଲେବଲ୍ ଲିଗାଲ ମେଟ୍ରୋଲୋଜି ନିୟମ ପ୍ରାବଧାନ ଅଧୀନରେ ଘୋଷଣା ଗୁଡିକୁ ବହନ କରିବା ଆବଶ୍ୟକ ଅଟେ ।

 ଲିଗାଲ ମେଟ୍ରୋଲୋଜି ନିୟମର ଧାରା ୨ ର ଖଣ୍ଡ (୧)ରେ ନିମ୍ନ ଅନୁସାରେ ଉଲ୍ଲେଖ କରାଯାଇଛି :

(୧) ପୂର୍ବରୁ ପ୍ୟାକେଜ୍ ହୋଇଥିବା ଦ୍ରବ୍ୟର ଅର୍ଥ ହେଉଛି ଏକ ଏମିତି ଦ୍ରବ୍ୟ, ଯାହା କ୍ରେତାଙ୍କ ବିନା ଉପସ୍ଥିତିରେ କୌଣସି ବି ପ୍ରକାରର ପ୍ୟାକେଜ୍ କରା ଯାଇଥାଏ । ତାହା ସିଲ୍ ହେଉ ବା ନହେଉ, କିନ୍ତୁ ସେଥିରେ ପୂର୍ବ ନିହିତ ଉତ୍ପାଦର ପୂର୍ବ ନିର୍ଦ୍ଧାରିତ ମାତ୍ରା ରହିବ ।

ଏହି ଭଳି, ନିମ୍ନଲିଖିତ ଦୁଇ ବିଶେଷତା ସମ୍ପନ୍ନ ଏହି ନିର୍ଦ୍ଦିଷ୍ଟ ସାମଗ୍ରୀର ଯୋଗାଣ ହେବ :

ଜିଏସ୍‌ଟିକୁ ଆକର୍ଷିତ କରିବ : 

(କ) ଏହା ପୂର୍ବରୁ ପ୍ୟାକ୍ ହୋଇଥିବ; ତଥା

(ଖ) ଲିଗାଲ ମେଟ୍ରୋଲୋଜି ନିୟମ, ୨୦୦୯ (୨୦୧୦ର ୧) ଏବଂ ଏହା ଅନୁସାରେ ପ୍ରସ୍ତୁତ କରା ଯାଇଥିବା ନିୟମ ଗୁଡିକର ପ୍ରାବଧାନ ଅନୁସାରେ ଘୋଷଣା ଗୁଡିକୁ ବହନ କରିବା ଆବଶ୍ୟକ ଅଟେ ।

ଯଦିଓ, ଯଦି ଏହି ନିର୍ଦ୍ଦିଷ୍ଟ ଦ୍ରବ୍ୟ ଗୁଡିକର ଯୋଗାଣ ଏଭଳି ପ୍ୟାକେଜ୍‌ରେ କରା ଯାଇଥାଏ ଯାହା ପାଇଁ ଲିଗାଲ୍ ମେଟ୍ରୋଲୋଜି ନିୟମ, ୨୦୦୯ (୨୦୧୦ର ୧) ଏବଂ ଏହା ଅନୁସାରେ ପ୍ରସ୍ତୁତ ନିୟମ ଗୁଡିକ ଅନୁସାରେ ଘୋଷଣା / ଅନୁପାଳନ କରିବାର ଆବଶ୍ୟକତା ନାହିଁ, ତେବେ ତାହାକୁ ପୂର୍ବରୁ ପ୍ୟାକେଜ୍ ଏବଂ ଲେବଲ ହୋଇଥିବା ନୁହେଁ ବୋଲି ଧରାଯିବ । ଜିଏସ୍‌ଟି କରର ପ୍ରୟୋଜନ ନିମନ୍ତେ ପୂର୍ବ - ପ୍ୟାକ୍ ଏବଂ ଲେବଲ୍ ବ୍ୟବସ୍ଥା କରା ଯାଇଛି ।

ଖାଦ୍ୟ ପଦାର୍ଥ ସମୂହ (ଯେମିତିକି ଡାଲି, ଚାଉଳ, ଗହମ, ଅଟା ଇତ୍ୟାଦି ଭଳି ଶସ୍ୟ) ଗୁଡିକ ସନ୍ଦର୍ଭରେ, ନିର୍ଦ୍ଦିଷ୍ଟ ପୂର୍ବ ପ୍ୟାକ୍ ଖାଦ୍ୟ ପଦାର୍ଥ ଗୁଡିକର ଯୋଗାଣ ଲିଗାଲ୍ ମେଟ୍ରୋଲୋଜି ଆକ୍ଟ ଅଧୀନରେ ପୂର୍ବରୁ ପ୍ୟାକ୍ ହୋଇଥିବା ଦ୍ରବ୍ୟର ପରିଭାଷାର ସୀମା ଭିତରେ ଆସିଥାଏ । ୨୦୦୯, ଏବଂ ସେହି ଅନୁସାରେ ପ୍ରସ୍ତୁତ କରା ଯାଇଥିବା ନିୟମ, ଯଦି ଏମିତି ପୂର୍ବରୁ ପ୍ୟାକେଜ୍ ଏବଂ ଲେବଲ୍ ହୋଇଥିବା ପ୍ୟାକେଜ୍‌ରେ ଲିଗାଲ୍ ମେଟ୍ରୋଲୋଜି (ପ୍ୟାକ୍ ହୋଇଥିବା ଦ୍ରବ୍ୟ) ନିୟମ, ୨୦୧୧ର ନିୟମ ୩ (ଏ) ଅନୁସାରେ ୨୫ କିଲୋଗ୍ରାମ୍ (ଅର୍ଥାତ୍ ୨୫ ଲିଟର) ପର୍ଯ୍ୟନ୍ତ ମାତ୍ରା ରହିଥାଏ, ତେବେ ରୁଲ୍ ୬ ଅଧୀନ ନିୟମ ଏବଂ ତାହା ଅନୁସାରେ ପ୍ରସ୍ତୁତ କରା ଯାଇଥିବା ନିୟମ ଗୁଡିକରେ ପ୍ରଦାନ କରା ଯାଇଥିବା କର ଛାଡ କରାଯିବ ।

୩.

ଲିଗାଲ୍ ମେଟ୍ରୋଲୋଜି ଆକ୍ଟ ଏବଂ ଏହା ଅଧୀନରେ ପ୍ରସ୍ତୁତ ହୋଇଥିବା ନିୟମ ଗୁଡିକ ଅନୁସାରେ ପ୍ରଦାନ କରା ଯାଇଥିବା ବିଭିନ୍ନ କର ଛାଡକୁ ଧ୍ୟାନରେ ରଖି ଏହି କଭରେଜ୍‌ର ପରିସର କଣ?

ଏଭଳି ଦ୍ରବ୍ୟ ଗୁଡିକ (ଖାଦ୍ୟ ପଦାର୍ଥ ଡାଲି, ଶସ୍ୟ, ଅଟା ଇତ୍ୟାଦି) ନିମନ୍ତେ, ଲିଗାଲ୍ ମେଟ୍ରୋଲୋଜି (ପ୍ୟାକ୍ ହୋଇଥିବା ଦ୍ରବ୍ୟ) ନିୟମ, ୨୦୧୧ର ଅଧ୍ୟାୟ ୨ ର ନିୟମ ୩ (କ) ରେ ୨୫ କିଲୋଗ୍ରାମ୍‌ରୁ ଅଧିକ ମାତ୍ରା ରହିଥିବା ସାମଗ୍ରୀ ଗୁଡିକର ପ୍ୟାକେଜ୍‌କୁ ନିର୍ଦ୍ଧାରିତ କରା ଯାଇଛି । ୨୫ ଲିଟର ନିମନ୍ତେ ନିୟମ ୬ ଅଧୀନରେ ଘୋଷଣା କରିବାର ଆବଶ୍ୟକତା ନାହିଁ । ସେହି ଅନୁସାରେ, ଜିଏସ୍‌ଟି  ଏମିତି ନିର୍ଦ୍ଦିଷ୍ଟ ଦ୍ରବ୍ୟ ଗୁଡିକ ଉପରେ ଲାଗୁ ହେବ ଯାହା ୨୫ କିଲୋଗ୍ରାମ୍‌ରୁ କମ୍ କିମ୍ବା ଏହା ସହିତ ସମାନ ମାତ୍ରା ଥିବା ଦ୍ରବ୍ୟର ପ୍ୟାକେଜ୍‌ରେ ପୂର୍ବରୁ ପ୍ୟାକ୍ କରା ଯାଇଥିବା ଦ୍ରବ୍ୟକୁ ଯୋଗାଣ କରା ଯାଇଥାଏ । 

ଉଦାହରଣ : ୨୫ କିଲୋଗ୍ରାମ୍‌ର ଅନ୍ତିମ ଉପଭୋକ୍ତାର ଖୁଚୁରା ବିକ୍ରି ନିମନ୍ତେ ପ୍ରି ପ୍ୟାକ୍ ଅଟାର ଯୋଗାଣ ଜିଏସ୍‌ଟି ନିମନ୍ତେ ଉତରଦାୟୀ ହେବ । ଏବେ, ଏମିତି ୩୦ କିଲୋ ପ୍ୟାକ୍‌ର ଯୋଗାଣକୁ ଜିଏସ୍‌ଟି ମୁକ୍ତ କରାଯିବ ।

ଏହି ଭଳି, ଏହା ସ୍ପଷ୍ଟ କରା ଯାଇଛି ଯେ, ଏହି ଦ୍ରବ୍ୟ ଗୁଡିକର ଏକ ପ୍ୟାକେଜ୍ (ଶସ୍ୟ, ଡାଲି, ଅଟା ଇତ୍ୟାଦି) ଯେଉଁଥିରେ ୨୫ କିଲୋଗ୍ରାମ୍ / ୨୫ ଲିଟରରୁ ଅଧିକ ମାତ୍ରା ରହିଥିବ, ଜିଏସ୍‌ଟିର ପ୍ରୟୋଜନ ନିମନ୍ତେ ପୂର୍ବରୁ - ପ୍ୟାକ୍ ଏବଂ ଲେବଲ୍ ହୋଇଥିବା ଦ୍ରବ୍ୟର ଶ୍ରେଣୀରେ ଆସିବ ନାହିଁ ଏବଂ ଏଥିପାଇଁ ଜିଏସ୍‌ଟି ଆକର୍ଷିତ କରିବ ନାହିଁ ।

୪.      

କଣ ଜିଏସ୍‌ଟି ଏମିତି ପ୍ୟାକେଜ୍ ଉପରେ ଲାଗୁ ହେବ ଯେଉଁଥିରେ ଅନେକ ଖୁଚୁରା ପ୍ୟାକେଜ୍ ରହିଥାଏ । ଉଦାହରଣ ସ୍ୱରୂପ, ୧୦ କିଲୋ ଅଟାର ୧୦ଟି ଖୁଚୁରା ପ୍ୟାକ୍‌?

ହଁ, ଯଦି ଅନ୍ତିମ ଉପଭୋକ୍ତାଙ୍କୁ ଖୁଚୁରା ବିକ୍ରି ନିମନ୍ତେ ଅନେକ ପ୍ୟାକେଜ୍‌, ଯେମିତିକି ୧୦ କିଲୋର ୧୦ଟି ପ୍ୟାକେଜ୍‌, ବଡ ପ୍ୟାକ୍‌ରେ ବିକ୍ରି କରା ଯାଇଥାଏ ତେବେ ଏଭଳି ଯୋଗାଣ ଉପରେ ଜିଏସ୍‌ଟି ଲାଗୁ ହେବ । ଏଭଳି ପ୍ୟାକେଜ୍ ନିର୍ମାତାଙ୍କ ଦ୍ୱାରା ବିତରକଙ୍କ ମାଧ୍ୟମରେ ବିକ୍ରି କରା ଯାଇ ପାରିବ । ୧୦ କିଲୋର ଭିନ୍ନ ଭିନ୍ନ ପ୍ୟାକ୍ ଖୁଚୁରା ଉପଭୋକ୍ତାଙ୍କୁ ଅନ୍ତିମ ବିକ୍ରି ନିମନ୍ତେ ଅଟେ ।

ତେବେ, ୫୦ କିଲୋଗ୍ରାମ୍ (ଏକ ବ୍ୟକ୍ତିଗତ ପ୍ୟାକେଜ୍ ରେ) ଯୁକ୍ତ ଚାଉଳର ପ୍ୟାକେଜ୍ କୁ ଜିଏସ୍‌ଟି କର ଉଦ୍ଦେଶ୍ୟ ଗୁଡିକ ନିମନ୍ତେ ପୂର୍ବରୁ ପ୍ୟାକେଜ୍ ଏବଂ ଲେବଲ୍ ହୋଇଥିବା ଦ୍ରବ୍ୟ ବୋଲି ଧରା ଯିବ ନାହିଁ, ଯଦିଓ ଲିଗାଲ ମେଟ୍ରୋଲୋଜି (ପ୍ୟାକେଜ୍‌ଡ ଦ୍ରବ୍ୟ) ନିୟମ, ୨୦୧୧ ନିୟମ ୨୪ରେ କୁହା ଯାଇଛି । ଏମିତିକି କେତେକ ହୋଲ୍‌ସେଲ ପ୍ୟାକେଜ୍ ଉପରେ କିଛି ଘୋଷଣା କରା ଯିବାକୁ ବାଧ୍ୟତାମୂଳକ କରାଯାଇଥିଲେ ସୁଦ୍ଧା । 

୫.               

ଏହି ପ୍ରକାରର ଯୋଗାଣ ଉପରେ ଜିଏସ୍‌ଟି କେଉଁ ସ୍ତରରେ ଲାଗୁ ହେବ, ଅର୍ଥାତ୍ କଣ ଜିଏସ୍‌ଟି ନିର୍ମାତା/ ଉତ୍ପାଦକ ଦ୍ୱାରା ହୋଲସେଲ୍ ଡିଲରଙ୍କୁ ବିକ୍ରି କରାଯିବାକୁ ଥିବା ନିର୍ଦ୍ଦିଷ୍ଟ ମାଲ୍ ଉପରେ ଲାଗୁ ହେବ, ଯାହା ପରେ ସେ ଖୁଚୁରା ବିକ୍ରେତାଙ୍କୁ ବିକ୍ରି କରିଥାଏ?

ଜିଏସ୍‌ଟି ସେତେବେଳେ ଲାଗୁ ହେବ ଯେତେବେଳେ କୌଣସି ବ୍ୟକ୍ତି ଦ୍ୱାରା ଏହି ପ୍ରକାରର ସାମଗ୍ରୀ ଯୋଗାଣ କରା ଯାଇଥାଏ, ଅର୍ଥାତ୍ ବିତରକଙ୍କୁ ଯୋଗାଣ କରୁଥିବା ନିର୍ମାତା, କିମ୍ବା ଖୁଚୁରା ବିକ୍ରେତାଙ୍କୁ ଯୋଗାଣ କରୁଥିବା ବିତରକ/ ଡିଲର/ କିମ୍ବା ବ୍ୟକ୍ତିଗତ ଉପଭୋକ୍ତାଙ୍କୁ ଯୋଗାଣ କରୁଥିବା ଖୁଚୁରା ବିକ୍ରେତା । ଏହା ସହିତ ନିର୍ମାତା/ ହୋଲସେଲ୍ ବିକ୍ରେତା/ ଖୁଚୁରା ବିକ୍ରେତା ଜିଏସ୍‌ଟିରେ ଇନ୍‌ପୁଟ୍ ଟାକ୍ସ କ୍ରେଡିଟ୍ ପ୍ରାବଧାନ ଅନୁସାରେ ନିଜର ଯୋଗାଣକାରୀ ମାନଙ୍କ ଦ୍ୱାରା ଲାଗୁ କରା ଯାଇଥିବା ଜିଏସ୍‌ଟି ଉପରେ  ଇନ୍‌ପୁଟ୍ ଟ୍ୟାକ୍ସ କ୍ରେଡିଟ୍‌ର ହକ୍‌ଦାର ହେବେ ।

ପ୍ରାରମ୍ଭିକ ରିହାତି କିମ୍ବା ସଂଯୋଜନ ଯୋଜନାର ଲାଭ ଉଠାଉ ଥିବା ଯୋଗାଣକାରୀ ସାମାନ୍ୟ ମାଧ୍ୟମରେ ରିହାତି କିମ୍ବା ସଂଯୋଜନ ହାର, ଯେମିତି ପ୍ରକାରର ମାମଲା ହେଉ, ଏହାର ହକଦାର ହେବେ ।

୬.          

କଣ ଏମିତି ମାଲ୍ ଖୁଚୁରା ବିକ୍ରେତାଙ୍କ ଦ୍ୱାରା ୨୫ କିଲୋ / ୨୫ ଲିଟର ପର୍ଯ୍ୟନ୍ତ ପ୍ୟାକେଜ୍‌ରେ କ୍ରୟ କରା ଯାଇଥାଏ, କିନ୍ତୁ ଖୁଚୁରା ବିକ୍ରେତା ଏହାକୁ କୌଣସି କାରଣରୁ ନିଜର ଦୋକାନରେ କମ୍ ମାତ୍ରାରେ ବିକ୍ରି କରିଥାଏ, ତେବେ କଣ କର ଦେୟ ହୋଇଥାଏ?

ଜିଏସ୍‌ଟି ସେତେବେଳେ ଲାଗୁ ହେବ ଯେତେବେଳେ ଏଭଳି ଦ୍ରବ୍ୟ ପୂର୍ବରୁ ପ୍ୟାକ୍ ଏବଂ ଲେବଲ୍ ହୋଇଥିବା ପ୍ୟାକ୍‌ରେ ବିକ୍ରି କରାଯିବ । ଏଥିପାଇଁ, ଜିଏସ୍‌ଟି ସେତେବେଳେ ଲାଗୁ ହେବ ଯେତେେବେଳେ କୌଣସି ବିତରକ/ ନିର୍ମାତା ଦ୍ୱାରା ଏମିତି ରିଟେଲରଙ୍କୁ ପୂର୍ବରୁ ପ୍ୟାକ୍ ଏବଂ ଲେବଲ୍ ହୋଇଥିବା ପ୍ୟାକେଜ୍ ବିକ୍ରି କରା ଯାଇଥାଏ । ଏବେ, କୌଣସି କାରଣରୁ, ଖୁଚୁରା ବିକ୍ରେତା ଏମିତି ପ୍ୟାକେଜ୍‌ରୁ କମ୍ ମାତ୍ରାରେ ଦ୍ରବ୍ୟର ଯୋଗାଣ କରିଥାଏ, ତେବେ ଖୁଚୁରା ବିକ୍ରେତା ଦ୍ୱାରା ଏଭଳି ଯୋଗାଣ ଜିଏସ୍‌ଟି କର ଉଦ୍ଦେଶ୍ୟ ନିମନ୍ତେ ପ୍ୟାକ୍ ହୋଇ ଦ୍ରବ୍ୟର ଯୋଗାଣ ହୋଇ ନଥାଏ ।

୭.                

ଯଦି ଔଦ୍ୟୋଗିକ ଉପଭୋକ୍ତା ମାନଙ୍କ ଦ୍ୱାରା କିମ୍ବା ସଂସ୍ଥାଗତ ଉପଭୋକ୍ତା ମାନଙ୍କ ଦ୍ୱାରା ଉପଯୋଗ ନିମନ୍ତେ ଏଭଳି ପ୍ୟାକେଜ୍ ଦ୍ରବ୍ୟ ଗୁଡିକର ଯୋଗାଣ କରା ଯାଇଥାଏ ତେବେ କଣ କର ଦେୟ ଅଟେ?

ଔଦ୍ୟୋଗିକ ଉପଭୋକ୍ତା କିମ୍ବା ସଂସ୍ଥାଗତ ଉପଭୋକ୍ତାଙ୍କ ଦ୍ୱାରା ଉପଭୋଗ ନିମନ୍ତେ ପ୍ୟାକ୍ ହୋଇଥିବା ଦ୍ରବ୍ୟର ଯୋଗାଣକୁ ଲିଗାଲ୍ ମେଟ୍ରୋଲୋଜି (ପ୍ୟାକ୍ ହୋଇଥିବା ଦ୍ରବ୍ୟ) ନିୟମ, ୨୦୧୧ ଅଧ୍ୟାୟ ୨ ର ନିୟମ ୩(ଗ) ଆଧାର ଉପରେ ଲିଗାଲ ମେଟ୍ରୋଲୋଜି ନିୟମର ପରିସର ବାହାରେ ରଖା ଯାଇଛି । ଏଥିପାଇଁ , ଯଦି ଯୋଗାଣ କରା ଯାଉଥାଏ ଉକ୍ତ ନିୟମ ୩ (ଜ) ଅଧୀନରେ ପ୍ରଦାନ କରା ଯାଇଥିବା ଛାଡକୁ ଆକର୍ଷିତ କରିବାର ମାଧ୍ୟମରେ , ଏହାକୁ ଜିଏସ୍‌ଟି ଲେଭିର ପ୍ରୟୋଜନ ଗୁଡିକ ନିମନ୍ତେ ପୂର୍ବରୁ ପ୍ୟାକ୍ ହୋଇଥିବା ଏବଂ ଲେବଲ ରୂପରେ ଧରା ଯିବ ନାହିଁ ।

.

ଏକ୍ସ ଏକ ଚାଉଳ ମିଲର୍ ଅଟନ୍ତି, ଯିଏ ୨୦ କିଲୋ ଚାଉଳ ପ୍ୟାକେଜ୍ ହୋଇଥିବା ଚାଉଳ ବିକ୍ରି କରିଥାନ୍ତି, କିନ୍ତୁ ଲିଗାଲ୍ ମେଟ୍ରୋଲୋଜି ଆକ୍ଟ ଏବଂ ଏହା ଅଧୀନରେ ଉଲ୍ଲେଖ ନିୟମ ଗୁଡିକ ଅନୁସାରେ ଆବଶ୍ୟକ ଘୋଷଣା କରି ନଥାନ୍ତି (ଏବେ ଅଧିନିୟମ ଏବଂ ନିୟମ ଗୁଡିକ ଅନୁସାରେ ତାଙ୍କୁ ଏକ ଘୋଷଣା କରିବାର ଆବଶ୍ୟକତା ରହିଛି), କଣ ଏହା ଏବେ ବି ପୂର୍ବ - ପ୍ୟାକ୍ ଏବଂ ଲେବଲ୍ ହୋଇଥିବା ସାମଗ୍ରୀ ରୂପରେ ମାନି ନିଆଯିବ ଏବଂ ଏଥିପାଇଁ ତାହା ଜିଏସ୍‌ଟି ନିମନ୍ତେ ଉତର ଦାୟୀ ହେବ?

ହଁ, ଏହି ପ୍ୟାକେଜ୍ ଗୁଡିକୁ ଜିଏସ୍‌ଟିର ପ୍ରୟୋଜନ ଗୁଡିକ ନିମନ୍ତେ ପୂର୍ବରୁ ପ୍ୟାକ୍  ଏବଂ ଲେବଲ୍ ହୋଇଥିବା ଦ୍ରବ୍ୟ ବୋଲି ଧରା ଯିବ ଏଥି ପାଇଁ ଲିଗାଲ୍ ମେଟ୍ରୋଲୋଜି (ପ୍ୟାକ୍ ହୋଇଥିବା ଦ୍ରବ୍ୟ) ନିୟମ, ୨୦୧୧ (ଏହାର ନିୟମ ୬) ଅଧୀନରେ ଏକ ଘୋଷଣା କରିବାର ଆବଶ୍ୟକତା ହୋଇଥାଏ । ଏଥିପାଇଁ, ମିଲର ଏକ୍ସ କୁ ଏମିତି ପ୍ୟାକେଜ୍ (ପ୍ୟାକେଜ୍ ଗୁଡିକ)ର ଯୋଗାଣ ଉପରେ ଜିଏସ୍‌ଟି ପ୍ରଦାନ କରିବାକୁ ହେବ ।

୯.

ଅନ୍ୟ କୌଣସି ପ୍ରାସଙ୍ଗିକ ବିଷୟ?

ଲିଗାଲ୍ ମେଟ୍ରୋଲୋଜି ଆକ୍ଟ ଏବଂ ତା ଅଧୀନରେ ପ୍ରସ୍ତୁତ ହୋଇଥିବା ନିୟମ ଗୁଡିକ କର ଛାଡ ପାଇଁ ମାନଦଣ୍ଡ (ଗୁଡିକ) ନିର୍ଦ୍ଦିଷ୍ଟ କରିଥାଏ ଏବଂ ଲିଗାଲ୍ ମେଟ୍ରୋଲୋଜି (ପ୍ୟାକ୍ ହୋଇଥିବା ଦ୍ରବ୍ୟ)ନିୟମ, ୨୦୧୧ର ନିୟମ ୨୬ ଅନୁଯାୟୀ କିଛି ରିହାତି ପ୍ରଦାନ କରିଥାଏ । ଛାଡକୁ ଆକର୍ଷିତ କରିବା ପାଇଁ, କିମ୍ବା ଏହିପରି ଛାଡ, ଜିଏସ୍‌ଟି ଆଦାୟ ଉଦ୍ଦେଶ୍ୟରେ ସାମଗ୍ରୀକୁ ପୂର୍ବ ପ୍ୟାକେଜ୍ ଦ୍ରବ୍ୟ ଭାବରେ ବ୍ୟବହାର କରାଯିବ ନାହିଁ । 

 

 

****

SSP



 



(Release ID: 1842489) Visitor Counter : 198