ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
ଦେଶର ପ୍ରଥମ ୟୁନେସ୍କୋ ୱାର୍ଲ୍ଡ ହେରିଟେଜ୍ ସହର ଭାବେ ଅହମ୍ମଦାବାଦ ଟାଇମ୍ ମାଗାଜିନରେ ବିଶ୍ଵର 50 ଟି ସର୍ବୋତ୍ତମ ସ୍ଥାନ ତାଲିକାରେ ସାମିଲ୍ ହେବା ହେତୁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ
ପ୍ରତ୍ୟେକ ଭାରତୀୟ ବିଶେଷ ଭାବରେ ଗୁଜରାଟର ଲୋକମାନଙ୍କ ପାଇଁ ଏହା ଅତ୍ୟନ୍ତ ଗୌରବ ଓ ଆନନ୍ଦର ବିଷୟ ଯେ ଭାରତର ପ୍ରଥମ ୟୁନେସ୍କୋ ବିଶ୍ଵ ଐତିହ୍ୟ ସହର, ଅହମ୍ମଦାବାଦକୁ ଏବେ ଟାଇମ ମାଗାଜିନ୍ ଦ୍ଵାରା 2022 ର ବିଶ୍ଵର 50 ସର୍ବଶ୍ରେଷ୍ଠ ସ୍ଥାନ ତାଲିକାରେ ସାମିଲ୍ କରାଯାଇଛି
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଗୁଜରାଟରେ ଯେଉଁ ବିଶ୍ଵସ୍ତରୀୟ ଭିତ୍ତିଭୂମି ନିର୍ମାଣ କରାଯାଇଛି ଏହା ତାର ପରିଣାମ ଅଟେ
ଅହମ୍ମଦାବାଦର ସାବରମତୀ ରିଭରଫ୍ରଣ୍ଟ ହେଉ ବା ସାଇନ୍ସ ସିଟି, ମୋଦୀ ଜି ସର୍ବଦା ନେକ୍ସଟ-ଜେନ୍ ଭିତ୍ତିଭୂମି ନିର୍ମାଣ ଏବଂ ଭାରତକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଉପରେ ଗୁରୁତ୍ଵ ପ୍ରଦାନ କରିଛନ୍ତି
ପୋଷ୍ଟ କରାଯିବା ଦିନାଙ୍କ:
14 JUL 2022 11:47AM by PIB Bhubaneswar
କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଦେଶର ପ୍ରଥମ ୟୁନେସ୍କୋ ୱାର୍ଲ୍ଡ ହେରିଟେଜ୍ ସହର ଅହମ୍ମଦାବାଦ ଟାଇମ୍ ମାଗାଜିନର ବିଶ୍ଵର 50 ଟି ସର୍ବୋତ୍ତମ ସ୍ଥାନ ତାଲିକାରେ ସାମିଲ୍ ହେବା ହେତୁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ନିଜ ଟୁଇଟରେ ଶ୍ରୀ ଅମିତ ଶାହ କହିଛନ୍ତି ଯେ ପ୍ରତ୍ୟେକ ଭାରତୀୟ ବିଶେଷ କରି ଗୁଜରାଟର ଲୋକଙ୍କ ପାଇଁ ଏହା ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ ଯେ ଭାରତର ପ୍ରଥମ ୟୁନେସ୍କୋ ୱାର୍ଲ୍ଡ ହେରିଟେଜ୍ ସହର, ଅହମ୍ମଦାବାଦକୁ ଏବେ ଟାଇମ୍ ପତ୍ରିକା ଦ୍ଵାରା ‘‘2022 ପାଇଁ ବିଶ୍ଵର 50 ସର୍ବୋତ୍ତମ ସ୍ଥାନ’’ ର ତାଲିକାରେ ସାମିଲ୍ କରାଯାଇଛି। ଏହି ଉପଲବ୍ଧି ପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି।
କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ କହିଛନ୍ତି ଯେ 2001 ରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଗୁଜରାଟରେ ଯେଉଁ ବିଶ୍ଵସ୍ତରୀୟ ଭିତ୍ତିଭୂମି କରିବାର ମୂଳଦୁଆ ରଖା ଯାଇଥିଲା ଏହା ତାହାର ପରିଣାମ ଅଟେ। ଅହମ୍ମଦାବାଦର ସାବରମତୀ ରିଭରଫ୍ରଣ୍ଟ ହେଉ ବା ସାଇନ୍ସ ସିଟି, ମୋଦୀ ଜି ସର୍ବଦା ନେକ୍ସଟ-ଜେନ୍ ଭିତ୍ତିଭୂମି ନିର୍ମାଣ ଏବଂ ଭାରତକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଉପରେ ଗୁରୁତ୍ଵ ପ୍ରଦାନ କରିଛନ୍ତି।
BS
(ରିଲିଜ ଆଡି: 1841523)
ପରିଦର୍ଶକ କାଉଣ୍ଟର : 269
ଏହି ରିଲିଜ ପଢନ୍ତୁ :
Bengali
,
English
,
Urdu
,
हिन्दी
,
Marathi
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam