ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଥମ ଅରୁଣ ଜେଟଲୀ ସ୍ମାରକୀ ବକ୍ତୃକ୍ତାମାଳାରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ
“ସିଞ୍ଜୋ ଆବେ ଆଗାମୀ ଦିନମାନଙ୍କରେ ଭାରତୀୟଙ୍କ ହୃଦୟରେ ରହିବେ”
“ଅରୁଣ ଜେଟଲୀଙ୍କ ବ୍ୟକ୍ତିତ୍ୱ ବିବିଧତାରେ ପରିପୂର୍ଣ୍ଣ ଥିଲା ଏବଂ ତାଙ୍କର ଆଚରଣ ସମସ୍ତଙ୍କ ପାଇଁ ବନ୍ଧୁତ୍ୱପୂର୍ଣ୍ଣ ଥିଲା । ସମସ୍ତେ ତାଙ୍କ ଅନୁପସ୍ଥିତି ଅନୁଭବ କରୁଛନ୍ତି”
“ସରକାରର ମୁଖ୍ୟ ଭାବରେ ୨୦ ବର୍ଷର ମୋର ଅଭିଜ୍ଞତାର ମୂଳ ବିଷୟ ହେଉଛି - ଅନ୍ତର୍ଭୂକ୍ତ ନକରି, ପ୍ରକୃତ ଅଭିବୃଦ୍ଧି ଏବଂ ଅଭିବୃଦ୍ଧି ବିନା ଅନ୍ତର୍ଭୂକ୍ତିର ଲକ୍ଷ୍ୟ ପୂରଣ ହୋଇପାରିବ ନାହିଁ”
“ଗତ ୮ ବର୍ଷରେ ଗତି ଏବଂ ଅନ୍ତର୍ଭୂକ୍ତିର ପରିମାଣ ଅଦୃଶ୍ୟ”
“ଆଜିର ଭାରତ ଆସନ୍ତା ୨୫ ବର୍ଷ ପାଇଁ ‘ବାଧ୍ୟତାମୂଳକ ସଂସ୍କାର’ ପରିବର୍ତ୍ତେ ‘ବିଶ୍ୱାସ ଦ୍ୱାରା ସଂସ୍କାର' ସହିତ ଏକ ରୋଡମ୍ୟାପ ପ୍ରସ୍ତୁତ କରୁଛି ।
“ଆମେ ସଂସ୍କାରକୁ ଏକ ଆବଶ୍ୟକୀୟ କ୍ଷତି ବୋଲି ଭାବୁନାହୁଁ ବରଂ ଏକ ବିଜୟ-ସୂଚକ ପସନ୍ଦ”
“ଆମର ନୀତି ର୍ନିଣ୍ଣୟ ଲୋକଙ୍କ ମତ ଉପରେ ଆଧାରିତ”
“ଆମେ ନୀତିକୁ ଜନମତର ଚାପରେ ଆସିବାକୁ ଦେଇ ନାହୁଁ”
“ବର୍ତ୍ତମାନ ସମୟ ଆସିଛି ଯେ ସରକାର ବେସରକାରୀ କ୍ଷେତ୍ରକୁ ଅଂଶୀଦାର ଭାବରେ ଉତ୍ସାହିତ କରିବା ଉଚିତ ଏବଂ ଆମେ ଏହି ଦିଗରେ ଆଗକୁ ବଢୁଛୁ”
ପୋଷ୍ଟ କରାଯିବା ଦିନାଙ୍କ:
08 JUL 2022 9:12PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ସିଙ୍ଗାପୁର ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଶ୍ରୀ ଥରମାନ ଶାନମୁଗରାତନମ୍ ଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ପ୍ରଥମ ‘ଅରୁଣ ଜେଟଲୀ ସ୍ମାରକୀ ବକ୍ତୃକ୍ତାମାଳା’ (ଏଜେଏମ୍ଏଲ୍) ରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମଧ୍ୟ ସମାବେଶକୁ ସମ୍ବୋଧିତ କରିଥିଲେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ସିଞ୍ଜୋ ଆବେଙ୍କ ସହ ତାଙ୍କର ଘନିଷ୍ଠ ବନ୍ଧୁତାକୁ ମନେ ପକାଇଛନ୍ତି । ଶ୍ରୀ ଆବେଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ତାଙ୍କ ପାଇଁ ଅପୂରଣୀୟ କ୍ଷତି ଏବଂ ଅସହ୍ୟ ଯନ୍ତ୍ରଣା । ଶ୍ରୀ ଆବେଙ୍କୁ ଭାରତର ଜଣେ ବିଶ୍ୱସ୍ତ ବନ୍ଧୁ ବୋଲି କହି ପ୍ରଧାନମନ୍ତ୍ରୀ ଶ୍ରୀ ସିଞ୍ଜୋ ଆବେଙ୍କ କାର୍ଯ୍ୟକାଳ ମଧ୍ୟରେ ଦୁଇ ଦେଶର ସହଭାଗୀ ଐତିହ୍ୟକୁ ଆଧାର କରି ଭାରତ-ଜାପାନ ସମ୍ପର୍କର ଅଭିବୃଦ୍ଧି ଉପରେ ଆଲୋକପାତ କରିଛନ୍ତି । ଜାପାନ ସହାୟତାରେ କରାଯାଉଥିବା ପ୍ରକଳ୍ପ ମାଧ୍ୟମରେ ଶ୍ରୀ ଆବେ ଆଗାମୀ ଦିନରେ ଭାରତୀୟଙ୍କ ହୃଦୟରେ ରହିବେ ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ ତାଙ୍କର ଅନ୍ୟତମ ବନ୍ଧୁ ଶ୍ରୀ ଅରୁଣ ଜେଟଲୀଙ୍କୁ ସ୍ନେହରେ ମନେ ପକାଇଥିଲେ ଯାହାଙ୍କ ସ୍ମୃତିରେ ଆଜିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀ କହିଛନ୍ତି ଯେତେବେଳେ ଆମେ ଅତୀତକୁ ମନେ ପକାଉ, ସେତେବେଳେ ମୁଁ ସେମାନଙ୍କ ବିଷୟରେ ଅନେକ କଥା, ସେମାନଙ୍କ ସହ ଜଡିତ ଅନେକ ଘଟଣାକୁ ମନେ କରେ । ଆମେ ସମସ୍ତେ ତାଙ୍କ ବକ୍ତବ୍ୟରେ ଭୟଭୀତ ହୋଇପଡୁଥିଲୁ । ତାଙ୍କର ବ୍ୟକ୍ତିତ୍ୱ ବିବିଧତାରେ ପରିପୂର୍ଣ୍ଣ ଥିଲା, ତାଙ୍କ ପ୍ରକୃତି ସମସ୍ତଙ୍କ ପାଇଁ ବନ୍ଧୁତ୍ୱପୂର୍ଣ୍ଣ ଥିଲା । ପ୍ରଧାନମନ୍ତ୍ରୀ ଶ୍ରୀ ଜେଟଲୀଙ୍କୁ ସ୍ଥାୟୀ ଏକକ ଲାଇନର ଭାବେ ମନେ ପକାଇଲେ । ଶ୍ରୀ ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମସ୍ତେ ତାଙ୍କ ଅନୁପସ୍ଥିତି ଅନୁଭବ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ତାଙ୍କର "ଜେଟଲୀ ସ୍ମାରକୀ ବକ୍ତୃକ୍ତାମାଳା” ପାଇଁ ସିଙ୍ଗାପୁର ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଶ୍ରୀ ଥର୍ମନ୍ ଶାନମୁଗରାଟନମ୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ତାଙ୍କର ବୁଦ୍ଧିର ଗଭୀରତା, ଅନୁସନ୍ଧାନ ଏବଂ ତାଙ୍କ ଅନୁସନ୍ଧାନରେ ସ୍ଥାନୀୟ ବିଷୟର ଅନ୍ତର୍ଭୁକ୍ତତାକୁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ବକ୍ତବ୍ୟର ବିଷୟବସ୍ତୁ ଅର୍ନ୍ତଭୁକ୍ତି ମାଧ୍ୟମରେ ଅଭିବୃଦ୍ଧି, ଅଭିବୃଦ୍ଧି ମାଧ୍ୟମରେ ଅନ୍ତର୍ଭୂକ୍ତତା ସରକାରଙ୍କ ବିକାଶ ନୀତିର ମୂଳଦୁଆ ଅଟେ । ସେ କହିଛନ୍ତି, ସରଳ ଭାଷାରେ, ମୋ ମତରେ ଏହି ବିଷୟ ହେଉଛି ସବକା ସାଥ୍ ସବକା ବିକାଶ ।
ବିଷୟବସ୍ତୁ ଉପରେ ବକ୍ତବ୍ୟ ଜାରି ରଖି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ନୀତି ର୍ନିମାତା ଆହ୍ୱାନ ଏବଂ ଦ୍ୱନ୍ଦ୍ୱକୁ କାବୁ କରିଛନ୍ତି । ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ ଅନ୍ତର୍ଭୁକ୍ତ ନକରି ସଠିକ୍ ଅଭିବୃଦ୍ଧି ସମ୍ଭବ କି? ଅଭିବୃଦ୍ଧି ବିନା ଅନ୍ତର୍ଭୂକ୍ତିକୁ ଚିନ୍ତା କରାଯାଇପାରିବ କି? ପ୍ରଧାନମନ୍ତ୍ରୀ ଉତ୍ତର ଦେଇଛନ୍ତି ସରକାରର ମୁଖ୍ୟ ଭାବରେ ମୋର ୨୦ ବର୍ଷର ଅଭିଜ୍ଞତାର ମୂଳ ବିଷୟ ହେଉଛି - ଅନ୍ତର୍ଭୁକ୍ତ ନକରି ପ୍ରକୃତ ଅଭିବୃଦ୍ଧି ସମ୍ଭବ ନୁହେଁ । ଏବଂ ଅଭିବୃଦ୍ଧି ବିନା ଅନ୍ତର୍ଭୂକ୍ତିର ଲକ୍ଷ୍ୟ ମଧ୍ୟ ପୂରଣ ହୋଇପାରିବ ନାହିଁ । ସେଥିପାଇଁ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଅନ୍ତର୍ଭୂକ୍ତିର ଅଭିବୃଦ୍ଧିର ମାର୍ଗ ଗ୍ରହଣ କରିଥିଲୁ ଏବଂ ସମସ୍ତଙ୍କ ଅନ୍ତର୍ଭୂକ୍ତ ପାଇଁ ଚେଷ୍ଟା କରିଥିଲୁ ।
ସେ କହିଛନ୍ତି ଯେ ଗତ ୮ ବର୍ଷ ମଧ୍ୟରେ ଅନ୍ତର୍ଭୂକ୍ତିର ଗତି ଏବଂ ଆକାର ବିଶ୍ୱରେ ଅଦୃଶ୍ୟ ହୋଇସାରିଛି । ତାଙ୍କ ମତକୁ ବର୍ଣ୍ଣନା କରିବା ପାଇଁ ପ୍ରଧାନମନ୍ତ୍ରୀ ୯ କୋଟିରୁ ଅଧିକ ମହିଳାଙ୍କୁ ଗ୍ୟାସ ସଂଯୋଗ, ଗରିବଙ୍କ ପାଇଁ ୧୦ କୋଟିରୁ ଅଧିକ ଶୌଚାଳୟ, ୪୫ କୋଟିରୁ ଅଧିକ ଜନ ଧନ ଆକାଉଣ୍ଟ, ଗରିବ ଲୋକଙ୍କୁ ୩ କୋଟି ପକ୍କା ଘର ଭଳି ପଦକ୍ଷେପ ତାଲିକାଭୁକ୍ତ କରିଛନ୍ତି । ସେ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଆୟୁଷ୍ମାନ ଯୋଜନା ଅନ୍ତର୍ଗତ ୫୦ କୋଟି ଲୋକଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁନିଶ୍ଚିତ କରି ଏବଂ ଗତ ୪ ବର୍ଷ ମଧ୍ୟରେ ୩.୫ କୋଟିରୁ ଅଧିକ ରୋଗୀ ମାଗଣାରେ ଚିକିତ୍ସା ପାଇଥଲେ, ଏଥିରେ ଅନ୍ତର୍ଭୂକ୍ତ କରାଯାଇଥିଲା କିନ୍ତୁ ଏହା ଚାହିଦା ବଢ଼ାଇଲା ଏବଂ ବହୁ ଉନ୍ନତ ଅଭିବୃଦ୍ଧି ଘଟାଇଲା । ଏବଂ ଭାରତର ପ୍ରାୟ ଏକ ତୃତୀୟାଂଶ ଜନସଂଖ୍ୟା ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇଁ ଆସିଥିବା ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭାରତରେ ପରିବର୍ତ୍ତନ ଆଣିଛି ବୋଲି ସେ କହିଛନ୍ତି ଏବଂ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିରେ ହୋଇଥିବା ପଦକ୍ଷେପ ବିଷୟରେ ବର୍ଣ୍ଣନା କରିଛନ୍ତି । ସେ ଦର୍ଶାଇଛନ୍ତି ଯେ ୨୦୧୪ ପୂର୍ବରୁ ଆମ ଦେଶର ହାରାହାରି ୧୦ ବର୍ଷରେ ୫୦ ଟି ମେଡିକାଲ କଲେଜ ର୍ନିମାଣ କରାଯାଉଥିଲା । ଗତ ୭-୮ ବର୍ଷ ମଧ୍ୟରେ ଭାରତରେ ୨୦୯ ଟି ନୂତନ ମେଡିକାଲ କଲେଜ ର୍ନିମାଣ କରାଯାଇଛି ଯାହା ପୂର୍ବ ଅପେକ୍ଷା ୪ ଗୁଣ ଅଧିକ । ଅଧିକନ୍ତୁ, ଗତ ୭-୮ ବର୍ଷ ମଧ୍ୟରେ ଭାରତରେ ସ୍ନାତକୋତ୍ତର ମେଡିକାଲ ଆସନରେ ୭୫% ବୃଦ୍ଧି ଘଟିଛି । ବର୍ତ୍ତମାନ ଭାରତରେ ବାର୍ଷିକ ମୋଟ ମେଡିକାଲ ଆସନ ସଂଖ୍ୟା ପ୍ରାୟ ଦ୍ୱିଗୁଣିତ ହୋଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଆକଳନ ମାଧ୍ୟମରେ ଆମେ ତଳସ୍ତରର ଅଭିବୃଦ୍ଧି ଉପରେ ଏକ ଅନ୍ତର୍ଭୂକ୍ତ ଯୋଜନାର ପ୍ରଭାବ ଦେଖିପାରୁ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୫ ଲକ୍ଷ ସାଧାରଣ ସେବା କେନ୍ଦ୍ର ମାଧ୍ୟମରେ ରାସ୍ତାକଡ ବିକ୍ରେତାଙ୍କ ପାଇଁ ୟୁପିଆଇ ଏବଂ ପିଏମ୍ ଏସ୍ଭିଏନିଧି ଯୋଜନା ମାଧ୍ୟମରେ ଅନ୍ତର୍ଭୂକ୍ତିର ଆଭିମୁଖ୍ୟ ବ୍ୟାପକ ହୋଇଛି । ସେହିଭଳି, ଆଙ୍କାକ୍ଷୀ ଜିଲ୍ଲାରେ ଶିକ୍ଷା, ବିମାନ ଯାତ୍ରାକୁ ସୁଗମ କରିବା ପାଇଁ ଏନ୍ଇପି ଉଡାନ ଯୋଜନାରେ ମାତୃଭାଷାରେ ଶିକ୍ଷାଦାନ, ଉଭୟ ଅନ୍ତର୍ଭୂକ୍ତ ଏବଂ ଅଭିବୃଦ୍ଧି ଆଡକୁ ଗତି କରୁଛି । ସେ ୬ କୋଟି ଟ୍ୟାପ୍ ୱାଟର ସଂଯୋଗ ଯୋଗାଇ ହର ଘର ଜଳ ଯୋଜନା ମାଧ୍ୟମରେ ବ୍ୟାପକ ଅନ୍ତର୍ଭୂକ୍ତ ବିଷୟରେ ମଧ୍ୟ କହିଥିଲେ । ସ୍ୱାମୀତ୍ୱ ସ୍କିମ୍ ମାଧ୍ୟମରେ ସବୁଠାରୁ ଅସୁରକ୍ଷିତ ବର୍ଗର ସମ୍ପତ୍ତି ଅଧିକାର ନିଶ୍ଚିତ କରାଯାଉଛି । ପୂର୍ବରୁ ୮୦ ଲକ୍ଷ ସମ୍ପତ୍ତି କାର୍ଡ ଜାରି ହୋଇସାରିଛି, ଯାହା ସେମାନଙ୍କୁ ଆର୍ଥିକ ଲାଭ ଦେବାକୁ ସକ୍ଷମ କରିଥାଏ ।
ଆଜିର ଭାରତ ଆଗାମୀ ୨୫ ବର୍ଷ ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରୁଛି ଯାହା ବାଧ୍ୟତାମୂଳକ ସଂସ୍କାର ପରିବର୍ତ୍ତେ ବିଶ୍ୱାସ ଦ୍ୱାରା ସଂସ୍କାର ସହିତ ହେବ । ଏହାପୂର୍ବରୁ, ଭାରତରେ ପ୍ରମୁଖ ସଂସ୍କାର ଘଟିଥିଲା ଯେତେବେଳେ ପୂର୍ବ ସରକାରମାନେ ଅନ୍ୟ କୌଣସି ବିକଳ୍ପ ଛାଡି ନଥିଲେ । ଆମେ ସଂସ୍କାରକୁ ଏକ ଆବଶ୍ୟକୀୟ ମନ୍ଦ ବୋଲି ବିବେଚନା କରୁନାହୁଁ ବରଂ ଏକ ବିଜୟ-ପସନ୍ଦ, ଯେଉଁଥିରେ ଜାତୀୟ ସ୍ୱାର୍ଥ ଏବଂ ଜନସାଧାରଣଙ୍କ ସ୍ୱାର୍ଥ ରହିଛି ବୋଲି ସେ କହିଛନ୍ତି । ସଂସ୍କାର ପାଇଁ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଧାନମନ୍ତ୍ରୀ ବର୍ଣ୍ଣନା ଜାରି ରଖି କହିଛନ୍ତି ଯେ ଆମର ନୀତି ର୍ନିଣ୍ଣୟ ଲୋକଙ୍କ ମତ ଉପରେ ଆଧାରିତ । ଆମେ ଅଧିକରୁ ଅଧିକ ଲୋକଙ୍କ କଥା ଶୁଣିବା, ସେମାନଙ୍କର ଆବଶ୍ୟକତା ଏବଂ ସେମାନଙ୍କର ଆକାଂକ୍ଷାକୁ ବୁଝିବା । ସେଥିପାଇଁ ଆମେ ନୀତିକୁ କାହାର ଚାପରେ ଆସିବାକୁ ଦେଇ ନାହୁଁ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସର୍ବନିମ୍ନ ସରକାର ଏବଂ ସର୍ବାଧିକ ଶାସନର ଆଭିମୁଖ୍ୟ ବହୁତ ଭଲ ଫଳାଫଳ ଦେଉଛି । ସେ କୋଭିଡ ପାଇଁ ଟିକା ବିକାଶରେ ବେସରକାରୀ ଏବଂ ସରକାରୀ କ୍ଷେତ୍ରର ସହଭାଗୀତାର ଏକ ଉଦାହରଣ ଦେଇଛନ୍ତି । ଆମ ଦେଶର ଘରୋଇ ଟିକା ପ୍ରସ୍ତୁତକାରୀମାନେ ବହୁତ ଭଲ କାମ କରିଛନ୍ତିୟ କିନ୍ତୁ ସେମାନଙ୍କ ପଛରେ ସରକାରଙ୍କର ପୂର୍ଣ୍ଣ ଶକ୍ତି ଠିଆ ହୋଇଥିଲା । ଆଜି ଭାରତ ସମଗ୍ର ବିଶ୍ୱରେ ସବୁଠାରୁ ବିଶ୍ୱସ୍ତ ଏବଂ ଅତ୍ୟାଧୁନିକ ମହାକାଶ ସେବା ପ୍ରଦାନକାରୀମାନଙ୍କ ମଧ୍ୟରୁ ଅନ୍ୟତମ । ଆମର ବେସରକାରୀ କ୍ଷେତ୍ରର ଇକୋସିଷ୍ଟମ୍ ମଧ୍ୟ ଏହି କ୍ଷେତ୍ରରେ ବହୁତ ଭଲ କାମ କରୁଛି । କିନ୍ତୁ ସେମାନଙ୍କ ପଛରେ, ‘ପ୍ରଗତିରେ ଭାଗିଦାରୀ\' ଭାବରେ ସରକାର ସମ୍ପୂର୍ଣ୍ଣ ଶକ୍ତିର ସହ ଠିଆ ହୋଇଛନ୍ତି ବୋଲି ସେ କହିଛନ୍ତି । ବର୍ତ୍ତମାନ କେବଳ ବେସରକାରୀ କ୍ଷେତ୍ର କିମ୍ବା ସରକାର ଦ୍ୱାରା ପରିଚାଳିତ କେତେକ ମଡେଲଗୁଡ଼ିକ ପୁରୁଣା ହୋଇଯାଇଛି । ବର୍ତ୍ତମାନ ସମୟ ଆସିଛି ଯେ ସରକାର ବେସରକାରୀ କ୍ଷେତ୍ରକୁ ଅଂଶୀଦାର ଭାବରେ ଉତ୍ସାହିତ କରିବା ଉଚିତ ଏବଂ ଆମେ ଏହି ଦିଗରେ ଅ ।ଗକୁ ବଢୁଛୁ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତରେ ପର୍ଯ୍ୟଟନ ବିଷୟରେ ଚିନ୍ତା ମଧ୍ୟ ବିସ୍ତାର କରୁଛି । ସେ କହିଛନ୍ତି ଯେ ନିକଟରେ ୭୫ ଟି ପ୍ରସିଦ୍ଧ ସ୍ଥାନରେ ଯୋଗ ଦିବସ ପାଳନ ଲୋକଙ୍କୁ ପର୍ଯ୍ୟଟନର ଅନେକ ନୂତନ ସ୍ଥାନ ବିଷୟରେ ଅବଗତ କରାଇଥିଲା ।
ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ଆଜାଦି କା ଅମୃତ କାଳ ଦେଶ ପାଇଁ ଅନେକ ସୁଯୋଗ ଆଣିଛି ଏବଂ ସେଗୁଡିକ ହାସଲ କରିବା ପାଇଁ ଆମର ସଂକଳ୍ପ ଅଦମ୍ୟ ।
ପ୍ରଥମ ଏଜେଏମ୍ଏଲ୍ରେ ମୁଖ୍ୟ ଅଭିଭାଷଣରେ ସିଙ୍ଗାପୁର ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଶ୍ରୀ ଥର୍ମନ୍ ଶାନମୁଗୁରାତନମ୍ ଅର୍ନ୍ତଭୁକ୍ତି ମାଧ୍ୟମରେ ଅଭିବୃଦ୍ଧି, ଅଭିବୃଦ୍ଧି ମାଧ୍ୟମରେ ଅନ୍ତର୍ଭୂକ୍ତତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଆଲୋଚନା ପରେ ଶ୍ରୀ ମାଥିଆସ୍ କରମାନ୍ (ଓଇସିଡି ମହାସଚିବ) ଏବଂ ଶ୍ରୀ ଅରବିନ୍ଦ ପାନାଗରିଆ (ପ୍ରଫେସର, କଲମ୍ବିଆ ବିଶ୍ୱବିଦ୍ୟାଳୟ) ଙ୍କ ଦ୍ୱାରା ଏକ ପ୍ୟାନେଲ୍ ଆଲୋଚନା କରାଯାଇଥିଲା ।
ଅର୍ଥ ମନ୍ତ୍ରାଳୟ ଅଧିନରେ ଥିବା ଅର୍ଥନୈତିକ ବ୍ୟାପାର ବିଭାଗ ଶ୍ରୀ ଅରୁଣ ଜେଟଲୀଙ୍କ ଦେଶ ପାଇଁ ଅମୂଲ୍ୟ ଅବଦାନକୁ ସ୍ୱୀକୃତି ଦେଇ ପ୍ରଥମ "ଅରଣୁ ଜେଟଲୀ ସ୍ମାରକୀ ବକ୍ତୃକ୍ତାମାଳା” ଆୟୋଜନ କରିଥିଲା ।
୮ ରୁ ୧୦ ଜୁଲାଇ ପର୍ଯ୍ୟନ୍ତ ତିନି ଦିନିଆ କାର୍ଯ୍ୟକ୍ରମ ଅ ।ୟୋଜିତ ହେଉଥିବା କୌଟିଲ୍ୟ ଅର୍ଥନୈତିକ ସମ୍ମିଳନୀ (କେଇସି) ରେ ଅଂଶଗ୍ରହଣ କରୁଥିବା ପ୍ରତିନିଧୀଙ୍କ ସହ ପ୍ରଧାନମନ୍ତ୍ରୀ ମଧ୍ୟ ଆଲୋଚନା କରିଥିଲେ ।
HS
(ରିଲିଜ ଆଡି: 1840350)
ପରିଦର୍ଶକ କାଉଣ୍ଟର : 184
ଏହି ରିଲିଜ ପଢନ୍ତୁ :
Telugu
,
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Punjabi
,
Odia
,
Tamil
,
Kannada
,
Malayalam