ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜୁଲାଇ ୬ତାରିଖରେ ଅଗ୍ରଦୂତ ଗ୍ରୁପ୍‍ ଖବରକାଗଜର ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

Posted On: 05 JUL 2022 10:02AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ୬ ଜୁଲାଇ, ୨୦୨୨ ଅପରାହ୍ନ ୪.୩୦ ରେ ଅଗ୍ରଦୂତ ଗ୍ରୁପ୍‍ ଖବରକାଗଜର ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ଆସାମର ମୁଖ୍ୟମନ୍ତ୍ରୀ ଡକ୍ଟର ହିମନ୍ତ ବିଶ୍ୱଶର୍ମା ଯିଏ କି ଅଗ୍ରଦୂତ ସୁବର୍ଣ୍ଣ ଜୟନ୍ତୀ ସମାରୋହ କମିଟିର ମୁଖ୍ୟ ସଂରକ୍ଷକ ସେ ମଧ୍ୟ ଉପସ୍ଥିତ ରହିବେ ।

ଆସାମ ଭାଷାରେ ଦ୍ୱି-ସାପ୍ତାହିକ ଭାବରେ ଅଗ୍ରଦୂତ ଆରମ୍ଭ ହୋଇଥିଲା । ଆସାମର ବରିଷ୍ଠ ସାମ୍ବାଦିକ କନକ ସେନ ଡେକା ଏହା ପ୍ରତିଷ୍ଠା କରିଥିଲେ । ୧୯୯୫ ରେ, ଦୈନିକ ଖବରକାଗଜ ଅଗ୍ରତୂତ ଆରମ୍ଭ ହୋଇଥିଲା ଏବଂ ଏହା ଆସାମର ଏକ ବିଶ୍ୱସ୍ତ ଏବଂ ପ୍ରଭାବଶାଳୀ ସ୍ୱର ଭାବରେ ବିକଶିତ ହୋଇଥିଲା ।

HS



(Release ID: 1839338) Visitor Counter : 148