ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଦିଲ୍ଲୀ ଠାରେ ‘ଉଦ୍ୟମୀ ଭାରତ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

Posted On: 30 JUN 2022 3:56PM by PIB Bhubaneshwar

କେନ୍ଦ୍ର ମନ୍ତ୍ରୀମଣ୍ଡଳର ମୋର ସହଯୋଗୀ ଶ୍ରୀମାନ ନାରାୟଣ ରାଣେ ଜୀ, ଶ୍ରୀ ଭାନୁପ୍ରତାପ ସିଂହ ବର୍ମା ଜୀ, ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟ, ଦେଶର ଭିନ୍ନ ଭିନ୍ନ ରାଜ୍ୟରୁ ଆସିଥିବା ମନ୍ତ୍ରୀଗଣ, ସମଗ୍ର ଦେଶର ଏମ୍ଏସ୍ଏମ୍ଇ କ୍ଷେତ୍ର ସହିତ ଜଡ଼ିତ ମୋର ସମସ୍ତ ଉଦ୍ୟମୀ ଭାଇ-ଭଉଣୀମାନେ, ଅନ୍ୟ ସମସ୍ତ ମହାନୁଭବ, ମହିଳା ଏବଂ ଭଦ୍ର ବ୍ୟକ୍ତିମାନେ,

ଆମର ଏଠାରେ ଛୋଟବେଳୁ ଗୋଟିଏ ଶ୍ଳୋକ ଶିଖାଯାଇଥାଏ, ଏବଂ ଏହି ଶ୍ଳୋକ ଆମେ ସମସ୍ତେ ଶୁଣିଛନ୍ତି-

ଉଦ୍ୟମେନ ହସିଧ୍ୟାନ୍ତି, କାର୍ଯ୍ୟାଣି ନା ମନୋରଥେଃ

ଅର୍ଥାତ ଉଦ୍ୟମ କରିବା ଦ୍ବାରା ସିଦ୍ଧି ପ୍ରାପ୍ତ ହୋଇଥାଏ, କେବଳ ଚିନ୍ତା କଲେ କିଛି ହେବ ନାହିଁ ଏବଂ ଚିନ୍ତା କରିବା ଲୋକଙ୍କର ଅଭାବ ହୁଏ ନାହିଁ। ଏହି ଶ୍ଳୋକର ଭାବକୁ ଯଦି ମୁଁ ଆଜି ସମୟାନୁସାରେ ଯଦି ଟିକିଏ ପରିବର୍ତ୍ତନ କରି କହିବି ତେବେ ମୁଁ ଏହା କହିବି ଯେ ଏମ୍ଏସ୍ଏମ୍ଇର ଉଦ୍ୟମ ଯୋଗୁ ଆତ୍ମନିର୍ଭର ଭାରତ ଅଭିଯାନକୁ ସିଦ୍ଧି ମିଳିପାରିବ, ଭାରତ ସଶକ୍ତ ହେବ, କହିବାକୁ ଗଲେ ଆପଣମାନେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟମୀ ଅଟନ୍ତି, କିନ୍ତୁ ଏକବିଂଶ ଶତାବ୍ଦୀର ଭାରତ ଯେଉଁ ଶିଖରକୁ ପାଇପାରିବେ, ସେଥରେ ଆପଣ ସମସ୍ତଙ୍କ ଭୂମିକା ବହୁତ ଗୁରୁତ୍ବପୂର୍ଣ୍ଣ ରହିଛି।

ଭାରତର ରପ୍ତାନୀ କ୍ରମାଗତ ଭାବେ ବଢୁ, ଭାରତର ଉତ୍ପାଦିତ ଦ୍ରବ୍ୟ ନୂଆ ବଜାରରେ ପହଞ୍ଚି ଏଥିପାଇଁ ଦେଶର ଏମ୍ଏସ୍ଏମ୍ଇ କ୍ଷେତ୍ର ସଶକ୍ତ ହେବା ବହୁତ ଜରୁରୀ ଅଟେ। ଆମ ସରକାର, ଆପଣଙ୍କର ଏହି ସାମର୍ଥ୍ୟ, ଏହି କ୍ଷେତ୍ରରେ ଥିବା ଅସୀମ ସମ୍ଭାବନାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଉଛନ୍ତି, ନୂତନ ନୀତିମାନ ପ୍ରସ୍ତୁତ କରୁଛନ୍ତି। ଆମ ଦେଶରେ ପ୍ରତ୍ୟେକ ଜିଲ୍ଲାରେ, ପ୍ରତ୍ୟେକ ଭାଗରେ ଯେଉଁ ଆମ ଅଦ୍ଭୁତ ଉତ୍ପାଦ ରହିଛି, ସେହି ସ୍ଥାନୀୟ ଉତ୍ପାଦକୁ ଆମେ ଗ୍ଲୋବାଲ କରିବାକୁ ସକଂଳ୍ପ ନେଇଛୁ।

ପ୍ରୟାସ ଏହା ରହିଛି ଯେ ମେକ୍ ଇନ୍ ଇଣ୍ଡିଆ ପାଇଁ ସ୍ଥାନୀୟ ସପ୍ଲାଇ ଚେନ୍ ତିଆରି ହେଉ, ଭାରତର ବିଦେଶ ଉପରେ ନିର୍ଭରତା କମ୍ ହୋଇପାରୁ। ବର୍ତ୍ତମାନ ସେଥିପାଇଁ ଏମ୍ଏସ୍ଏମ୍ଇ କ୍ଷେତ୍ରର ବିସ୍ତାର କରିବା ଦ୍ବାରା ଅଦ୍ଭୁତପୂର୍ବ ଶକ୍ତି ଦିଆଯାଉଛି। ଏହି କଡ଼ରେ ଆଜି ଅନେକ ନୂତନ ଯୋଗଦାନ ଶୁଭାରମ୍ଭ କରାଯାଇଛି। ହଜାର ହଜାର କୋଟି ଟଙ୍କାର ଏହି ଯୋଜନା, ଏମ୍ଏସ୍ଏମ୍ଇର ଗୁଣବତ୍ତା ଏବଂ ପଦୋନ୍ନତି ସହିତ ଜଡ଼ିତ ଅଛି। ଏମ୍ଏସ୍ଏମ୍ଇ ଇକୋ ସିଷ୍ଟମକୁ ଆହୁରି ସଶକ୍ତ କରିବା ପାଇଁ ପ୍ରାୟତଃ ୬ ହଜାର କୋଟି ଟଙ୍କାର ରାମ୍ପ ଯୋଜନା ହେଉ, ପ୍ରଥମ ଥର ପାଇଁ ରପ୍ତାନୀକାରୀଙ୍କୁ ପ୍ରୋତ୍ସାହନ ଦେବାର କାର୍ଯ୍ୟକ୍ରମ ହେଉ ଏବଂ ପ୍ରଧାନମନ୍ତ୍ରୀ ରୋଜଗାର ଶ୍ରୀଜନ କାର୍ଯ୍ୟକ୍ରମ ପରିସରକୁ ବଢ଼ାଇବାର ନିର୍ଣ୍ଣୟ ହେଉ, ସରକାରଙ୍କ ଏହି ମହତ୍ବପୂର୍ଣ୍ଣ ପ୍ରୟାସଗୁଡ଼ିକ ଦ୍ବାରା ଭାରତର ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଆହୁରି ଶକ୍ତି ମିଳିପାରିବ।

କିଛି ସମୟ ପୂର୍ବରୁ ଦେଶର ୧୮ ହଜାର ଏମ୍ଏସ୍ଏମ୍ଇକୁ ୫୦୦ କୋଟି ଟଙ୍କାରୁ ଅଧକ ସ୍ଥାନାନ୍ତର କରାଯାଇଛି, ଆପଣଙ୍କ ସମ୍ମୁଖରେ ଡିଜିଟାଲ, ନିର୍ଦ୍ଧାରିତ ସମୟ ପୂର୍ବରୁ ତାଙ୍କ ଆକାଉଣ୍ଟକୁ ପଇସା ଚାଲିଯାଇଛି। ୫୦ ହଜାର କୋଟି ଟଙ୍କାର ସେଲ୍ଫ ରିଲାଏଣ୍ଟ ଇଣ୍ଡିଆ ଫଣ୍ଡ ଅନ୍ତର୍ଗତ ୪୦୦ କୋଟି ଟଙ୍କାରୁ ଅଧକ ଏମ୍ଏସ୍ଏମ୍ଇ ପାଇଁ ରିଲିଜ ହୋଇଛି। ସମସ୍ତ ଲାଭାର୍ଥୀମାନଙ୍କୁ, ସମ୍ପୂର୍ଣ୍ଣ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ମୁଁ ଏଥିପାଇଁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି, ଅନେକ ଅନେକ ଶୁଭକାମନା ଜଣାଉଛି।

ବର୍ତ୍ତମାନ ଏଠିକାର ମଞ୍ଚ ଉପରକୁ ଆସିବା ପୂର୍ବରୁ ମୋତେ ଅନେକ ସାଥୀମାନଙ୍କ ସହିତ କଥାବାର୍ତ୍ତା କରିବାର ସୁଯୋଗ ମିଳିଲା ଏବଂ ସେହି ଲୋକମାନଙ୍କ ସହିତ ମୁଁ କଥାବାର୍ତ୍ତା କରୁଥଲି ଯାହାଙ୍କୁ ସରକାରଙ୍କ କୌଣସି ନା କୌଣସି ଯୋଜନାରୁ ତାଙ୍କୁ ଲାଭ ମିଳିଥିଲା। ବର୍ତ୍ତମାନ ସେମାନେ ସେଥିରେ ନିଜର ଟ୍ୟାଲେଣ୍ଟ, ନିଜର ପରିଶ୍ରମ, ନିଜର ଦକ୍ଷତା ଏସବୁକୁ ପ୍ରୟୋଗ କରି ଗୋଟିଏ ନୂଆ ଦୁନିଆ ତିଆରି କରିପାରିଛନ୍ତି।

କଥାବାର୍ତ୍ତା ସମୟରେ ଯେଉଁଭଳି ପ୍ରକାରର ଆତ୍ମବିଶ୍ବାସ ମୁଁ ଏହି ମୋର ଯୁବଗୋଷ୍ଠୀ ଅଧିକ ଥଲେ, ଆମର ମା’ମାନେ- ଭଉଣୀମାନେ ଥିଲ, ଝିଅମାନେ ଥିଲେ, ସେହି ସମସ୍ତ ଉଦ୍ୟମୀମାନଙ୍କ ମଧ୍ୟରେ ମୁଁ ଯାହା ଅନୁଭବ କରୁଥିଲି, ତାହା ଆତ୍ମବିଶ୍ବାସ ଏବଂ ଆତ୍ମନିର୍ଭର ଭାରତର ଯେଉଁ ଅଭିଯାନ ଅଛି ସେଥିରେ ଏକ ଦିବ୍ୟ ଶକ୍ତିର ଅନୁଭବ ହେଉଥିଲା। ଯଦି ମୋତେ ଅଧକ ସମୟ ଥାଆନ୍ତା ତେବେ ମୁଁ ଆହୁରି ଘଣ୍ଟାଏ ପର୍ଯ୍ୟନ୍ତ ତାଙ୍କ ସହିତ କଥାବାର୍ତ୍ତା କରିଥାନ୍ତି। ପ୍ରତ୍ୟେକଙ୍କ ପାଖରେ କିଛି ନା କିଛି କହିବାକୁ ଅଛି, ପ୍ରତ୍ୟେକଙ୍କ ନିକଟରେ ନିଜସ୍ବ ଅନୁଭବ ରହିଛି, ପ୍ରତ୍ୟେକଙ୍କ ପାଖରେ ନିଜର ଏକ ସାହସ ଅଛି, ପ୍ରତ୍ୟେକ ନିଜ ଆଖି ଆଗରେ ନିଜର ପ୍ରତିଷ୍ଠାକୁ ଦେଖିଛନ୍ତି। ଏହା ନିଜ ଭିତରେ ଏକ ବଡ଼ ସୁଖଦ ଅନୁଭବ ଥିଲା।

ଆଜି ବହୁତ ଜଣ ସାଥୀମାନଙ୍କୁ ପୁରସ୍କାର ମଧ୍ୟ ମିଳିଛି। ଯେଉଁ ସାଥୀମାନେ ପୁରସ୍କାର ପାଇଛନ୍ତି ତାଙ୍କୁ ମୁଁ ଶୁଭେଚ୍ଛା ତ ଜଣାଇବି କିନ୍ତୁ ଯେତେବେଳେ ପୁରସ୍କାର ମିଳିଥାଏ ସେତେବେଳେ ଅପେକ୍ଷା ଟିକିଏ ଅଧିକ ବଢ଼ିଯାଇଥାଏ। ଆମେ ଚାହିଁବୁ ଯେ ଆପଣ ଯାହା କରିଛନ୍ତି ସେଥିରୁ ଆପଣ ଅନେକଙ୍କୁ ପ୍ରେରିତ କରନ୍ତୁ ଏବଂ ଏଭଳି ଏକ ପରିବେଶ ସୃଷ୍ଟି କରନ୍ତୁ ଯେ କେବଳ ଆଗକୁ ହିଁ ଆଗକୁ ଯିବାକୁ ହେବ।

ସାଥୀମାନେ,

ଆପଣ ମଧ୍ୟ ଜାଣନ୍ତି ଯେ ଯେତେବେଳେ ଆମେ ଏମ୍ଏସ୍ଏମ୍ଇ କହିଥାଉ ସେତେବେଳେ ଯାନ୍ତ୍ରିକ ଭାଷାରେ ଏହାର ବିସ୍ତାର ହୋଇଥାଏ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟମ। କିନ୍ତୁ ଏହି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟମ ଭାରତର ବିକାଶ ଯାତ୍ରାରେ ବହୁତ ବଡ଼ ଆଧାର ଅଟେ। ଭାରତର ଅର୍ଥ ବ୍ୟବସ୍ଥାରେ ପ୍ରାୟତଃ ଏକ ତୃତୀୟାଂଶ ଭାଗିଦାରୀ ଏମ୍ଏସ୍ଏମ୍ଇ କ୍ଷେତ୍ରରେ ରହିଛି। ସରଳ ଶବ୍ଦରେ କହିବାକୁ ଗଲେ ଭାରତ ଆଜି ଯଦି ୧୦୦ ଟଙ୍କା ରୋଜଗାର କରୁଛି, ତେବେ ସେଥିରେ ୩୦ ଟଙ୍କା ମୋର ଏମ୍ଏସ୍ଏମ୍ଇ କ୍ଷେତ୍ର ଯୋଗୁ ଆସୁଛି। ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ସଶକ୍ତ କରିବାର ଅର୍ଥ ହେଉଛି ପୁରା ସମାଜକୁ ସଶକ୍ତ କରିବା, ସମସ୍ତଙ୍କୁ ବିକାଶର ଲାଭର ଭାଗିଦାର କରିବା, ସମସ୍ତଙ୍କୁ ଆଗକୁ ନେବା। ଏହି କ୍ଷେତ୍ର ସହିତ ଜଡ଼ିତ କୋଟି କୋଟି ସାଥୀ ଦେଶର ଗ୍ରାମୀଣ କ୍ଷେତ୍ରରୁ ଆସିଥାନ୍ତି। ସେଥିପାଇଁ ଏମ୍ଏସ୍ଏମ୍ଇ କ୍ଷେତ୍ର, ଦେଶର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ମଧ୍ୟରୁ ଅନ୍ୟତମ।

ସାଥୀମାନେ,

ଆଜି ବିଶ୍ବ ଭାରତର ଅର୍ଥ ବ୍ୟବସ୍ଥାର ପ୍ରଗତିକୁ ଦେଖି ପ୍ରଭାବିତ ହେଉଛି ଏବଂ ଏହି ପ୍ରଗତିରେ ବହୁତ ବଡ଼ ଭୂମିକା ଆମର ଏମ୍ଏସ୍ଏମ୍ଇ କ୍ଷେତ୍ରର ରହିଛି। ସେଥିପାଇଁ ଏମ୍ଏସ୍ଏମ୍ଇ ଆଜି ମାଇକ୍ରୋ ଇକୋନୋମିର ମଜବୁତ ପାଇଁ ଜରୁରୀ ଅଟେ। ଆଜି ଭାରତ ଯେତିକି ନିର୍ଯ୍ୟାତ କରୁଛି, ସେଥିରେ ବହୁତ ବଡ଼ ଅଂଶ ଏମ୍ଏସ୍ଏମ୍ଇ କ୍ଷେତ୍ରର ରହିଛି। ସେଥିପାଇଁ ଏମ୍ଏସ୍ଏମ୍ଇ ଆଜି ସର୍ବାଧିକ ରପ୍ତାନୀ ପାଇଁ ଜରୁରୀ ଅଟେ। ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ମଜବୁତ କରିବା ପାଇଁ ଗତ ଆଠ ବର୍ଷରେ ଆମ ସରକାର ବଜେଟରେ ୬୫୦ ପ୍ରତିଶତରୁ ଅଧିକ ନିରନ୍ତର ଭାବେ ବୃଦ୍ଧି କରିଛନ୍ତି। ଏବଂ ଏଥିପାଇଁ ଆମ ପାଇଁ ଏମ୍ଏସ୍ଏମ୍ଇର ଅର୍ଥ ହେଉଛି- ମ୍ୟାକ୍ସିମମ ସପୋର୍ଟ ଟୁ ମାଇକ୍ରୋ ସ୍ମଲ ଏଣ୍ଡ ମିଡିୟମ ଏଣ୍ଟରପ୍ରାଇଜେସ୍!

ଏହି କ୍ଷେତ୍ରରୁ ୧୧ କୋଟିରୁ ମଧ୍ୟ ଅଧକ ଲୋକ ଏଥିରେ ପ୍ରତ୍ୟକ୍ଷ-ପରୋକ୍ଷ ଭାବେ ଯୋଡ଼ି ହୋଇଛନ୍ତି। ଏଥିପାଇଁ ଏମ୍ଏସ୍ଏମ୍ଇ ଆଜି ସର୍ବାଧିକ ନିଯୁକ୍ତି ପାଇଁ ବହୁତ ଜରୁରୀ ଅଟେ। ଏଥିପାଇଁ ଯେତେବେଳେ ୧୦୦ ବର୍ଷର ସବୁଠାରୁ ବଡ଼ ସଙ୍କଟ ଆସିଥିଲା ସେତେବେଳେ, ଆମେ ଆମର ଛୋଟ ଛୋଟ ଉଦ୍ୟମୀମାନଙ୍କୁ ବଞ୍ଚାଇବା ସହିତ ସେମାନଙ୍କୁ ନୂତନ ଶକ୍ତି ଦେବାର ମଧ୍ୟ ନିର୍ଣ୍ଣୟ ନେଲୁ। କେନ୍ଦ୍ର ସରକାର ଜରୁରୀକାଳୀନ କ୍ରେଡିଟ ଲାଇନ ଗ୍ୟାରେଣ୍ଟି ଯୋଜନା ମାଧ୍ୟମରେ ସାଢ଼େ ୩ ଲକ୍ଷ କୋଟି ଟଙ୍କାର ସାହାଯ୍ୟ ଏମ୍ଏସ୍ଏମ୍ଇ ପାଇଁ ସୁନିଶ୍ଚିତ କଲେ।

ଏକ ରିପୋର୍ଟ ହିସାବରେ ଏଥିରେ ପାଖାପାଖି ଦେଢ଼ କୋଟି ରୋଜଗାର ଶେଷ ହେବାରୁ ବଞ୍ଚିତ ହୋଇପାରିଲା, ଏହା ବହୁତ ବଡ଼ ସଂଖ୍ୟା ଅଟେ। ବିପଦ ସମୟରେ ମିଳିଥିବା ଏହି ସହାୟତା ଆଜି ଦେଶର ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ନୂଆ ରୋଜଗାରର ନିର୍ମାଣ ପାଇଁ ପ୍ରୋତ୍ସାହିତ କରୁଛି। ଆମେ ଚଳିତ ବର୍ଷ ବଜେଟରେ ଜରୁରୀକାଳୀନ କ୍ରେଡିଟ ଲାଇନ ଗ୍ୟାରେଣ୍ଟି ଯୋଜନାକୁ ଆଗାମୀ ବର୍ଷ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ବଢ଼ାଇବାକୁ ଘୋଷଣା କରିଛୁ। ଏହା ଅନ୍ତର୍ଗତ ଯିଏ ମଧ୍ୟ ଏହା ମଧ୍ୟକୁ ଆସିବେ ତାଙ୍କୁ ମଧ୍ୟ ୫୦ ହଜାର କୋଟି ଟଙ୍କାରୁ ବଢ଼ାଇ ବର୍ତ୍ତମାନ ୫ ଲକ୍ଷ କୋଟି ଟଙ୍କା କରିଦିଆଯାଇଛି, ୧୦ ଗୁଣ ଅଧିକ।

ସାଥୀମାନେ,

ସ୍ବାଧୀନତାର ଏହି ଅମୃତ କାଳରେ ଆମର ଏମ୍ଏସ୍ଏମ୍ଇ, ଭାରତର ଆତ୍ମନିର୍ଭରତାର ବିରାଟ ଲକ୍ଷର ପ୍ରାପ୍ତିର ମଧ୍ୟ ବହୁତ ବଡ଼ ମାଧ୍ୟମ ଅଟେ। ଗୋଟିଏ ସମୟ ଥିଲା ଯେତେବେଳେ ପୂର୍ବର ସରକାର ଏହି କ୍ଷେତ୍ରର ଶକ୍ତି ଉପରେ ଭରସା କରୁ ନ ଥିଲେ, ଏହି କ୍ଷେତ୍ରକୁ ଗୋଟିଏ ପ୍ରକାରରେ ବାନ୍ଧି ଦେଇଥିଲେ। ତାଙ୍କ ଭାଗ୍ୟ ଉପରେ ଛାଡ଼ି ଦେଇଥିଲେ। ସେ ନିଜ ବଳ ମୁତାବକ ଯାହା କରି ପାରୁଥିଲେ ତାହା କରୁଥିଲେ, ତାଙ୍କୁ ଯଦି କୌଣସି ସୁଯୋଗ ମିଳିଯିବ ତେବେ କିଛି ଆଗକୁ ବଢ଼ିପାରିବେ। ଆମର ଏଠାରେ ଛୋଟ ଉଦ୍ୟୋଗଗୁଡ଼ିକୁ ଛୋଟ କରି ରଖା ଯାଉଥିଲା, ତେଣିକି ସେଥିରେ କେତେ ସମ୍ଭାବନା ରହିଥାଉ ନା କାହିଁକି? ଛୋଟ ଉଦ୍ୟୋଗ ପାଇଁ ଏତେ ଛୋଟ ପରିଭାଷା ନିଶ୍ଚିତ କରାଯାଇଥିଲା ଯେ ଆପଣ ସମସ୍ତଙ୍କ ଉପରେ ସବୁବେଳେ ଏହି ଚାପ ରହୁଥିଲା ଯେ ଏହାଠାରୁ ଅଧିକ ବେପା କରିବ ତାହାହେଲେ ଯେଉଁ ଲାଭ ମିଳୁଛି, ତାହା ମଧ୍ୟ ମିଳିବା ବନ୍ଦ ହୋଇଯିବ। ଏଥିପାଇଁ ସୁଯୋଗ ଥିଲା, ତା’ପରେ ମଧ୍ୟ ବଢ଼ିବାକୁ ମନ ହେଉ ନ ଥିଲା। ଯଦି ବଢୁଥିଲା ତେବେ କାଗଜରେ ଆସିବାକୁ ହିଁ ଦେଉ ନ ଥିଲା, ଲୁଚି ଛପି ଅଳ୍ପ ବହୁତ କରି ହେଉଥିବ। ଆପଣଙ୍କ କଥା ମୁଁ କହୁନାହିଁ, ସେ ଅନ୍ୟମାନଙ୍କ କଥା କହୁଥିଲି। ଆପଣମାନେ କେବେ ଖରାପ କରିପାରିବେ ନାହିଁ। ଆପଣମାନେ ଭଲ ଅଟନ୍ତି।

ଏବଂ ଏହାର ଏକ ବହୁତ ବଡ଼ ଦୁଷ୍ପ୍ରଭାବ ରୋଜଗାର କ୍ଷେତ୍ରରେ ମଧ୍ୟ ପଡୁଥିଲା। ଯେଉଁ କମ୍ପାନୀ ଅଧିକ ଲୋକମାନଙ୍କୁ ରୋଜଗାର ଦେଇପାରିଥାନ୍ତି, ସେ ମଧ୍ୟ ଅଧିକ ରୋଜଗାର ଦେଉ ନ ଥିଲା ଯାହାକି ସେ ଅଣୁ ଏବଂ କ୍ଷୁଦ୍ର ଉଦ୍ୟୋଗର ସୀମାରୁ ବାହାରକୁ ଚାଲି ଯାଉଥିଲା! ତାଙ୍କୁ ଚିନ୍ତା ଲାଗୁଥିଲା ଯେ ଭାଇ ଏଥିରେ ସଂଖ୍ୟା ବଢ଼ିବାକୁ ହେବ ନାହିଁ। ଏହି ଚିନ୍ତାଧାରା ଏବଂ ଏହି ନୀତିଗୁଡ଼ିକ ଯୋଗୁ କେତେଗୁଡ଼ିଏ ଉଦ୍ୟୋଗର ବିକାଶ ଏବଂ ପ୍ରଗତି ବନ୍ଦ ହୋଇ ଯାଇଥିଲା।

ଆମେ ଏହି ପ୍ରତିବନ୍ଧକକୁ ଦୂର କରିବା ପାଇଁ ଏମ୍ଏସ୍ଏମ୍ଇର ପରିଭାଷାକୁ ପରିବର୍ତ୍ତନ କଲୁ ଏବଂ ତା’ ସହିତ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକର ଆବଶ୍ୟକତାକୁ ମଧ୍ୟ ଧ୍ୟାନରେ ରଖିଲୁ। ଆମେ ଏହା ସୁନିଶ୍ଚିତ କରିଲୁ ଯେ ଉଦ୍ୟୋଗ ଆଡ଼କୁ ମଧ୍ୟ ବଢ଼ନ୍ତୁ ଏବଂ ସେମାନଙ୍କୁ ଜରୁରୀ ଲାଭ ଏବଂ ସହାୟତ ମଧ୍ୟ ମିଳୁଥାଉ। ଯଦି କୌଣସି ଉଦ୍ୟୋଗ ଆଗକୁ ବଢ଼ିବାକୁ ଚାହୁଁଛି, ବିସ୍ତାର କରିବାକୁ ଚାହୁଁଛି, ତେବେ ସରକାର ନା’ କେବଳ ତାଙ୍କୁ ସହଯୋଗ ଦେଉଛି, ବରଂ ନିତିରେ ମଧ୍ୟ କେତେକ ଆବଶ୍ୟକତା ଅନୁଯାୟୀ ପରିବର୍ତ୍ତନ ମଧ୍ୟ କରୁଛନ୍ତି।

ଆଜି ହୋଲସେଲ ବ୍ୟବସାୟୀ ହୁଅନ୍ତୁ, ଖୁଚୁରା ବ୍ୟବସାୟୀ ହୁଅନ୍ତୁ, ଖୁଚୁରା ବିକ୍ରେତା ହୁଅନ୍ତୁ, ସମସ୍ତେ ଏମ୍ଏସ୍ଏମ୍ଇର ନୂତନ ସଂଜ୍ଞା ଅନୁଯାୟୀ ପ୍ରାଥମିକ କ୍ଷେତ୍ରରେ ଓହ୍ଲାଇବା ପାଇଁ ଋଣର ଲାଭ ଉଠାଉଛନ୍ତି ଏବଂ ଆପଣ ଜାଣିଛନ୍ତି ଯେ ଏହାର ଅର୍ଥ କ’ଣ ହୋଇଥାଏ। ଉତ୍ପାଦନ ଏବଂ ସେବା କ୍ଷେତ୍ର ମଧ୍ୟରେ ଥିବା ପାର୍ଥକ୍ୟକୁ ମଧ୍ୟ ହଟାଇ ଦିଆଯାଇଛି। ଆଜି ଜିଇଏମ ମାଧ୍ୟମରେ ସରକାରଙ୍କୁ ସାମଗ୍ରୀ ଏବଂ ସେବା ଯୋଗାଇବା ପାଇଁ ଏମ୍ଏସ୍ଏମ୍ଇଗୁଡ଼ିକ ଏକ ବହୁତ ବଡ଼ ପ୍ଲାଟଫର୍ମ ପାଇଛନ୍ତି ଏବଂ ମୁଁ ସମସ୍ତ ଆପଣ ସାଥୀମାନଙ୍କୁ ଏବଂ ଆପଣମାନଙ୍କ ମାଧ୍ୟମରେ ଆପଣଙ୍କ ସମସ୍ତ ଆସୋସିଏସନକୁ ଏମ୍ଏସ୍ଏମ୍ଇ କ୍ଷେତ୍ରରେ ହେଉ, ଛୋଟ-ବଡ଼ ଲୋକମାନେ, ଆପଣ ଜିଇଏମ୍ ପୋର୍ଟାଲରେ ପଞ୍ଜୀକୃତ କରାଇ ନିଅନ୍ତୁ।

ଥରେ ଏହି ଜିଇଏମ ପୋର୍ଟାଲରେ ଯଦି ଥିବ ଯଦି ସରକାର କିଛି ମଧ୍ୟ କିଣିବାକୁ ଚାହିଁବେ ତେବେ ପ୍ରଥମେ ତାଙ୍କୁ ସେଠାକୁ ଯିବାକୁ ହେବ। ଆପଣ କହିବେ ଯେ ମୁଁ ଦେଇପାରିବି ନାହିଁ, ତେବେ ପୁଣି ଅନ୍ୟ କେଉଁଠିକୁ ଯିବେ। ଏତେ ବଡ଼ ନିଷ୍ପତ୍ତି ଏବଂ ସରକାର ଜଣେ ବହୁତ ବଡ଼ କ୍ରେତା ହୋଇଥାନ୍ତି। ତାଙ୍କୁ ଅନେକ ଜିନିଷର ଆବଶ୍ୟକତା ପଡ଼ିଥାଏ ଏବଂ ତାକୁ ଅଧିକ ଭାବରେ ସେହି ଜିନିଷର ଆବଶ୍ୟକତା ପଡ଼ିଥାଏ ଯାହାକୁ ଆପଣମାନେ ଉତ୍ପାଦିତ କରିଥାନ୍ତି ଏବଂ ସେଥିପାଇଁ ମୁଁ ଚାହୁଁଛି ଯେ ଜିଇଏମ ପୋର୍ଟାଲ ଉପରେ ଏକ ମିଶନ ମୋଡରେ ଅଭିଯାନ ଚଳାନ୍ତୁ। ଆଜି ପାଖାପାଖି ୫୦-୬୦ ଲକ୍ଷ ଲୋକ ତାହା ସହିତ ଜଡ଼ିତ ହୋଇଛନ୍ତି ଯେଉଁମାନେ ବିକ୍ରେତା ଅଟନ୍ତି, ଏହି ତିନି-ଚାରି କୋଟି ଲୋକ କାହିଁକି ହୋଇପାରିବେ ନାହିଁ, ଯାହାଫଳରେ ସରକାର ମଧ୍ୟ ନିଜ ପସନ୍ଦ ମୁତାବକ କିପରି ଜିନିଷଗୁଡ଼ିକୁ ନେଇପାରିବେ।

ଦେଖନ୍ତୁ, ପୂର୍ବରୁ ସରକାରୀ କ୍ରୟରେ ଏମ୍ଏସ୍ଏମ୍ଇକୁ ସେତେବେଳେ କେତେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥଲା। ସେଥିପାଇଁ ବଡ଼ ଅସୁବିଧା ହେଉଥିଲା ଯେ ଏତେ ବଡ଼ ଆବଶ୍ୟକତା, ଏତେ ବଡ଼ ଟେଣ୍ଡର, ମୁଁ କୁଆଡ଼େ ଯିବି। ସେ ଗରିବ ଲୋକଟି ତାହାକୁ ଅନ୍ୟ କାହାକୁ ଦେଉଥିଲା। ଏବେ ଆଉ ଆବଶ୍ୟକତା ନାହିଁ। ଯଦି ଆପଣ ଗୋଟିଏ ଥର୍ମସ ମଧ୍ୟ ବିକ୍ରି କରିବାକୁ ଚାହୁଁଛନ୍ତି, ଗୋଟିଏ ଥର୍ମସ, ତାହ ମଧ୍ୟ ଜିଇଏମ ପୋର୍ଟାଲ ଦ୍ବାରା ଏହି ଦେଶ କିଣିପାରିବ, ସରକାର କିଣିପାରିବେ।

ମୋତେ ମୋ ଅଫିସର ଥରେ ଥର୍ମସ ଦରକାର ଥିଲା, ତେଣୁ ଆମେ ଜିଇଏମ ପୋର୍ଟଲକୁ ଗଲୁ ଏବଂ ତାମିଲନାଡୁ ଗାଁର ଜଣେ ମହିଳା କହିଥିଲେ ଯେ ମୁଁ ଦେଇପାରିବି। ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ତାମିଲନାଡୁର ଏକ ଗାଁରୁ ଥର୍ମସ ଆସିଲା, ସେ ଦେୟ ପାଇଲେ, ଥର୍ମସକୁ ମୋତେ ଗରମ ଚା ମଧ୍ୟ ମିଳିଗଲା, ତାହାର ମଧ୍ୟ କାମ ହୋଇଗଲା। ଏହି ଜିଇଏମ ପୋର୍ଟାଲର ଏପରି ଶକ୍ତି ଅଛି ଏବଂ ଏହା ଆପଣଙ୍କ ଲାଭ ପାଇଁ ଅଛି। ଆପଣଙ୍କୁ ଏହାର ଯେତେ ସମ୍ଭବ ଲାଭ ଉଠାଇ ପାରିବେ ଉଠାଇବା ଉଚିତ୍।

ଦ୍ବିତୀୟଟି ଯେଉଁ ମହତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି- ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ ସରକାରୀ କ୍ରୟରେ ବର୍ତ୍ତମାନ ଗ୍ଲୋବାଲ ଟେଣ୍ଡର ହେବ ନାହିଁ, ଏହା ଆମର ସରକାରଙ୍କର ନିଷ୍ପତ୍ତି ଅଟେ। ଏହାର ଅର୍ଥ ଏକ ପ୍ରକାରରେ ହେଉଛି ଆପଣଙ୍କ ପାଇଁ ସଂରକ୍ଷଣ ହୋଇଗଲା। ବର୍ତ୍ତମାନ ଏହା ନ ହେଉ ଯେ ଭାଇ ୨୦୦ କୋଟି ପର୍ଯ୍ୟନ୍ତ ତ ନେବାରେ ନାହିଁ ତେଣୁ ଯେମିତି ମଧ୍ୟ ନିଅ ମେଦୀ ଯିବେ କୁଆଡ଼େ, ତାଙ୍କୁ ନେବାକୁ ପଡ଼ିବ, ଏମିତି କରନ୍ତୁ ନାହିଁ। ଗୁଣବତ୍ତା ଉପରେ ବୁଝାମଣା କରନ୍ତୁ ନାହିଁ। ଆପଣ ଏପରି କରି ଦେଖାନ୍ତୁ ଯେ ସରକାରଙ୍କୁ ନିର୍ଣ୍ଣୟ କରିବାରେ ବାଧ୍ୟ ହୁଅନ୍ତୁ ଯେ ଆଜି ଆପଣ ୨୦୦ କୋଟି କରିଛନ୍ତି, ଆଗକୁ ୫୦୦ କୋଟିର ପ୍ରତିବନ୍ଧ ଲଗାଇ ଦିଅନ୍ତୁ, ଆମେ ୫୦୦ କୋଟି ପର୍ଯ୍ୟନ୍ତ ଦେବା ପାଇଁ ପ୍ରସ୍ତୁତ ଅଛୁ। ଆମେ ଏକ ସୁସ୍ଥ ପ୍ରତିଯୋଗିତା ଆଡ଼କୁ ଗତି କରୁଛୁ।

ସାଥୀମାନେ,

ବିଶ୍ୱ ଦରବାରରେ ମଧ୍ୟ ଏମଏସଏମଇ ଉଦ୍ୟୋଗ ଦେଶର ପତାକାକୁ ଆହୁରି ଶିଖରରେ ତରଙ୍ଗାୟିତ କରୁଛି, ସେଥିପାଇଁ ନିରନ୍ତର ପ୍ରୋତ୍ସାହନ ଦିଆଯାଉଛି । ଏହି ଦିଗରେ ପ୍ରଥମ ଥର ଏମଏସଏମଇ ରପ୍ତାନୀକାରୀଙ୍କ ପାଇଁ ନୂତନ ପଦକ୍ଷେପ ନିଆଯାଇଛି । ଆର୍ଥିକ ସହାୟତା ହେଉ, ପ୍ରମାଣପତ୍ର ସହିତ ଜଡ଼ିତ ସହାୟତା ହେଉ, ଏହି ସୁବିଧାଗୁଡ଼ିକ ରପ୍ତାନୀ ପ୍ରକ୍ରିୟାକୁ ପ୍ରଥମ ଥର ରପ୍ତାନୀକାରୀଙ୍କ ପାଇଁ ଆହୁରି ସହଜ କରିବ । ଏବଂ ମୁଁ ଚାହୁଁଛି ଯେ ଆମର ଅଧିକାଂଶ ଲୋକ ବିଶ୍ୱ ବଜାର ଆଡ଼କୁ ଚାହିଁବେ । ବହୁତ ଛୋଟ ଅଟେ, ଆପଣ ଜିନିଷ ବହୁତ ଛୋଟ ତିଆରି କରୁଛନ୍ତି, ଆପଣ ଚିନ୍ତା କରନ୍ତୁ ନାହିଁ, ଆପଣ ସନ୍ଧାନ ଜାରି ରଖନ୍ତୁ, ଦୁନିଆରେ ଏପରି କେହି ଅଛନ୍ତି ଯିଏ ଏହାକୁ ଅପେକ୍ଷା କରିଛନ୍ତି, ଏବଂ ମୁଁ ମୋର ମିଶନକୁ ମଧ୍ୟ କହିଛି ଯେ ବିଦେଶ ବିଭାଗରେ ଏବେ ବିଦେଶ ବିଭାଗ କୂଟନୈତିକ ଯେଉଁ କାର୍ଯ୍ୟ କରିଆସୁଛନ୍ତି କରନ୍ତୁ, କିନ୍ତୁ ତିନୋଟି କାର୍ଯ୍ୟ ତାଙ୍କୁ କରିବାକୁ ପଡୁଛି, ପ୍ରତ୍ୟେକ ମିଶନକୁ ମୁଁ କହିଛି । ମୁଁ ମିଶନର ମୂଲ୍ୟାଙ୍କନ ତିନୋଟି କଥାକୁ ଯୋଡ଼ି କରି କରିବି । ପ୍ରଥମ- ବାଣିଜ୍ୟ, ଦ୍ୱିତୀୟ- ପ୍ରଯୁକ୍ତିବିଦ୍ୟା ଏବଂ ତୃତୀୟରେ- ପର୍ଯ୍ୟଟନ । ଯଦି ଆପଣ ସେହି ଦେଶରେ ଭାରତର ପ୍ରତିନିଧି, ତେବେ ସାମଗ୍ରୀ ସେହି ଦେଶ ଆମଦାନୀ କରିଛି- ଏହି ହିସାବ ରଖିବି ।

ଦ୍ୱିତୀୟରେ ମୁଁ କହିଛି ସେହି ଦେଶ ପାଖରେ ଯଦି କୌଣସି ଭଲ ଟେକ୍ନୋଲୋଜୀ ଅଛି, ତାହାକୁ ଆପଣ ଭାରତକୁ ଆଣିବେ ନା ଆଣି ନାହାନ୍ତି । କ’ଣ ଚେଷ୍ଟା କଲେ, ତାହା ମାପ କରାଯିବ । ଏବଂ ତୃତୀୟରେ, ସେହି ଦେଶରେ କେତେ ଲୋକ ଭାରତ ଦେଖିବାକୁ ଆସିଥିଲେ, ଏହି ୩-ଟି ଯେଉଁ ଅଛି ନା, ଆଜି ମିଶନ ସମ୍ପୂର୍ଣ୍ଣ ହୋଇଛି । କିନ୍ତୁ ଯଦି ଆପଣ ସେହି ମିଶନ ସହିତ ଯୋଗାଯୋଗ କରିବେ ନାହିଁ, ଆପଣ କହିବେ ନାହିଁ ଯେ ହଁ ଭାଇମାନେ ଏହାକୁ ତିଆରି କରନ୍ତି, ଆପଣଙ୍କ ଦେଶରେ ସେଠାରେ ଏହାର ଆବଶ୍ୟକତା ଅଛି, ତେବେ ପୁଣି ସେହି ମିଶନର ଲୋକମାନେ କ’ଣ କରିବେ? ସରକାର ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛନ୍ତି କିନ୍ତୁ ଆପଣ ମଧ୍ୟ ଆପଣଙ୍କ ଗାଁରେ, ଆପଣଙ୍କ ରାଜ୍ୟରେ, ଆପଣଙ୍କ ଦେଶରେ ବିକ୍ରି କରିବା ଦ୍ୱାରା ଆପଣଙ୍କ ବ୍ରାଣ୍ଡ ଦୁନିଆକୁ ଯିବ, ଏହି ସ୍ୱପ୍ନ ନେଇ ଆଜି ଏଠାରୁ ଯିବାକୁ ହେବ । ଆସନ୍ତା ଥର ମୁଁ ପଚାରିବି ଯେ ପୂର୍ବରୁ ଯେଉଁ ୫ଟି ଦେଶକୁ ଯାଉଥିଲା ଏବେ ୫୦ଟି ଦେଶକୁ ଯାଉଛି କି ଯାଉନାହିଁ ଏବଂ ମାଗଣାରେ ବିକ୍ରି କରିବାରେ ନାହଁ, ରୋଜଗାର କରିବାକୁ ହେବ ଆପଣଙ୍କୁ ।

ସାଥୀମାନେ,

ଗତ ୮ ବର୍ଷରେ ଏମଏସଏମଇ କ୍ଷେତ୍ର ଏତେ ବ୍ୟାପକ ସେଥିପାଇଁ ହୋଇଛି କାରଣ ଆମ ସରକାର ଦେଶର ଏମଏସଏମଇ ଉଦ୍ୟମଗୁଡ଼ିକୁ, କୁଟୀର ଉଦ୍ୟୋଗ, ହାତକରଣା, ହସ୍ତଶିଳ୍ପ ସହ ଜଡ଼ିତ ସାଥୀମାନଙ୍କ ଉପରେ ଭରସା କରୁଛନ୍ତି । ଆମର ଇଚ୍ଛା ଏବଂ ଆମର ନିଷ୍ଠା ଏକଦମ ସଫା ରହିଛି ଏବଂ ଏହାର ପରିଣାମ ଦେଖିବାକୁ ମିଳୁଛି । ଆମେ କିପରି ପରିବର୍ତ୍ତନ ଅଣିଛୁ ଏହାର ଏକ ଉଦାହରଣ ପ୍ରଧାନମନ୍ତ୍ରୀ ରୋଜଗାର ଶ୍ରୀଜନ କାର୍ଯ୍ୟକ୍ରମ ମଧ୍ୟ ଅଟେ । ୨୦୦୮ରେ ଯେତେବେଳେ ଦେଶ ଏବଂ ସମଗ୍ର ବିଶ୍ୱ ଅର୍ଥନୈତିକ ଅବନତିର ସମ୍ମୁଖୀନ ହୋଇଥିଲେ, ସେତେବେଳେ ଏହି ଯୋଜନା କାର୍ଯ୍ୟକାରୀ ହେଲା । ସେତେବେଳେ ଏହା ଦାବୀ କରାଯାଇଥିଲା ଯେ ଆଗାମୀ ୪ ବର୍ଷ ମଧ୍ୟରେ ଅର୍ଥାତ ମୁଁ ୨୦୦୮ କଥା କହୁଛି, ୪ ବର୍ଷ ମଧ୍ୟରେ ମଧ୍ୟ ସେତେବେଳର ସରକାର ନିଜର ଅଧା ଲକ୍ଷ୍ୟ ସ୍ଥଳ ପର୍ଯ୍ୟନ୍ତ ପହଂଚି ପାରି ନ ଥିଲେ ।

୨୦୧୪ ପରେ ଆମେ ଦେଶର ଏମଏସଏମଇ, ଦେଶର ଯୁବଗୋଷ୍ଠୀମାନଙ୍କ ହିତରେ ଏହି ଯୋଜନାକୁ ଲାଗୁ କରିବା ପାଇଁ ଆମେ ନୂତନ ଲକ୍ଷ୍ୟ ପ୍ରସ୍ତୁତ କଲୁ, ନୂତନ ପଦ୍ଧତି ଗ୍ରହଣ କଲୁ ଏବଂ ନୂତନ ଶକ୍ତି ସହିତ ଲାଗି ପଡ଼ିଲୁ । ମଝିରେ କରୋନା ସଙ୍କଟ ଆସିଲା, ଆହୁରି ମଧ୍ୟ ଛୋଟ ଛୋଟ ସଙ୍କଟ ଆପଣ ଦେଖୁଛନ୍ତି ବିଶ୍ୱରେ କ’ଣ ଚାଲିଛି । ଏହା ସତ୍ତ୍ୱେ ମଧ୍ୟ ଗତ ବର୍ଷରେ ଏହି ଯୋଜନା ଅନ୍ତର୍ଗତ ୪୦ ଲକ୍ଷରୁ ଅଧିକ ଲୋକମାନଙ୍କୁ ଏମଏସଏମଇ ମାଧ୍ୟମରେ ନିଯୁକ୍ତି ମିଳିସାରିଛି ।

ଏହି ସମୟ ମଧ୍ୟରେ, ଏହି ଉଦ୍ୟମୀମାନଙ୍କୁ ପ୍ରାୟତଃ ୧୪ ହଜାର କୋଟି ଟଙ୍କାର ମାର୍ଜିନ ଟଙ୍କା ସବସିଡି ପ୍ରଦାନ କରାଯାଇଛି । ଏହାଦ୍ୱାରା ଦେଶରେ ଲକ୍ଷ ଲକ୍ଷ ନୂତନ ଉଦ୍ୟୋଗ ଆରମ୍ଭ ହୋଇଛି । ବହୁ ସଂଖ୍ୟାରେ ଦେଶର ଯୁବଗୋଷ୍ଠୀଙ୍କୁ ରୋଜଗାର ଯୋଗାଇବା ପାଇଁ ଆଜି ଏହି ଯୋଜନାରେ ନୂତନ ପରିମାଣ ଯୋଡ଼ାଯାଇଛି । ବର୍ତ୍ତମାନ ଏହି ଯୋଜନାଗୁଡ଼ିକର ଅଧିନରେ ଆସୁଥିବା ପ୍ରକଳ୍ପଗୁଡ଼ିକ, ଏହାର ମୂଲ୍ୟ ସୀମାକୁ ବୃଦ୍ଧି କରାଯାଇଛି । ଉତ୍ପାଦନ କ୍ଷେତ୍ରରେ ଏହାକୁ ୨୫ ଲକ୍ଷରୁ ୫୦ ଲକ୍ଷକୁ ବୃଦ୍ଧି କରାଯାଇଛି ଏବଂ ସେବା କ୍ଷେତ୍ରରେ ଏହାକୁ ୧୦ ଲକ୍ଷରୁ ୨୦ ଲକ୍ଷକୁ ବୃଦ୍ଧି କରାଯାଇଛି, ଅର୍ଥାତ ଦୁଇଗୁଣ ।

କେବଳ ଏତିକି ନୁହେଁ, ଯେଉଁମାନେ ଆମର ୧୦୦ରୁ ଅଧିକ ଆକାଂକ୍ଷା ଜିଲ୍ଲା ଅଛନ୍ତି, ଆଜି ଆପଣମାନେ ଦେଖି ପାରିଥିଲେ ଆକାଂକ୍ଷୀ ଜିଲ୍ଲାରେ ଯେଉଁ କାର୍ଯ୍ୟ ହୋଇଛି, ତାଙ୍କୁ ମଧ୍ୟ ଆଜି ଆମେ ସମ୍ମାନିତ କଲୁ । କାରଣ ଯେଉଁ ଜିଲ୍ଲାଗୁଡ଼ିକୁ ରାଜ୍ୟ ମଧ୍ୟ ଗଣନା କରୁ ନ ଥିଲା, ସେହି ଜିଲ୍ଲାଗୁଡ଼ିକରେ ଆଜି ଶକ୍ତି ଆସିପାରିଛି ଯେ ଭାରତକୁ ସେମାନଙ୍କୁ ସମ୍ମାନିତ କରିବାର ସମୟ ଆସିଛି । ଏହି ପରିବର୍ତ୍ତନ କିପରି ଆସିଥାଏ, ତାହାର ଏକ ଉଦାହରଣ ଏଠାରେ ଅଛି ଏବଂ ଆକାଂକ୍ଷୀ ଜିଲ୍ଲାରେ ଆମର ଯୁବଗୋଷ୍ଠୀମାନଙ୍କୁ ଆମେ ସାହାଯ୍ୟ କରିବା ଉଚିତ । କେବଳ ଏତିକି ନୁହେଁ ଆମ ଦେଶରେ ଏକ ବହୁତ ବଡ଼ ପଦକ୍ଷେପ ନିଆଯାଇଛି । ଯେଉଁମାନେ ଆମର ଟ୍ରାନ୍ସଜେଣ୍ଡର ଅଛନ୍ତି ଭଗବାନ ସେମାନଙ୍କ ସହିତ ଯାହା ମଧ୍ୟ କରିଛନ୍ତି, ସେମାନଙ୍କୁ ମଧ୍ୟ ଅଧିକରୁ ଅଧିକ ସୁଯୋଗ ମିଳୁ, ତାଙ୍କ ପାଇଁ ମଧ୍ୟ ପ୍ରଥମ ଥର ଏକ ବିଶେଷ ସ୍ୱତନ୍ତ୍ର ମାନ୍ୟତା ଦେଇ ତାଙ୍କୁ ମଧ୍ୟ ଆର୍ଥିକ ସହାୟତା ଦେବା ଏବଂ ତାଙ୍କ ମଧ୍ୟରେ ଯେଉଁ କ୍ଷମତା ଅଛି ସେହି ଦିଗରେ ତାଙ୍କୁ ଆଗକୁ ବଢ଼ିବାକୁ ସୁଯୋଗ ଦେବା, ସେହି ଦିଗରେ ଆମେ କାର୍ଯ୍ୟ କରୁଛୁ ।

ସାଥୀମାନେ,

ଯଦି ଆମର ସଠିକ ନୀତି ଥିବ ଏବଂ ସମସ୍ତଙ୍କର ପ୍ରୟାସ ଥିବ, ତେବେ ଏକ ବଡ଼ ପରିବର୍ତ୍ତନ କିପରି ଆସିବ ତାହାର ଏକ ଉତ୍ତମ ଉଦାହରଣ, ଯେତେବେଳେ ଆପଣ ବର୍ତ୍ତମାନ ଫିଲ୍ମ ଦେଖୁଥିଲୁ, ସେଥିରେ ମଧ୍ୟ ତାହାର ଉଲ୍ଲେଖ ଥିଲା, ଆମର ଖଦୀ, ସ୍ୱାଧୀନତାର ଆରମ୍ଭରେ ଖଦୀ ମନେ ରହିଲା । ଧୀରେ ଧୀରେ ଖଦୀ ସଂକୁଚିତ ହୋଇ ନେତାମାନଙ୍କର ପୋଷାକ ହୋଇଗଲା । ଏହା କେବଳ ନେତାଙ୍କ ପାଇଁ ଛାଡ଼ି ଦିଆଗଲା । ବଡ଼ ବଡ଼ କୁର୍ତ୍ତା ପିନ୍ଧନ୍ତୁ, ନିର୍ବାଚନ ଲଢ଼ ଏହି ସବୁ ଚାଲୁଥିଲା । ସେହି ଖଦୀକୁ ପୁନର୍ଜୀବିତ କରିବା ପାଇଁ କାର୍ଯ୍ୟ କଲୁ, ଅତୀତରେ ଯେଉଁ ନୀତିଗୁଡ଼ିକ ଥିଲା ତାହାକୁ ଆଜି ଦେଶ ଭଲ ଭାବରେ ଜାଣିଛି ।

ବର୍ତ୍ତମାନ ପ୍ରଥମ ଥର ପାଇଁ ଖଦୀ ଏବଂ ଗ୍ରାମଦ୍ୟୋଗର କାରବାର ଏକ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ଏହା ଏଥିପାଇଁ ସମ୍ଭବ ହୋଇଛି କାରଣ ଆମର ଗାଁରେ ଥିବା ଛୋଟ ଛୋଟ ଉଦ୍ୟୋଗୀମାନ, ଆମର ଭଉଣୀମାନେ, ଆମର ଝିଅମାନେ ବହୁତ ପରିଶ୍ରମ କରିଛନ୍ତି । ଗତଃ ବର୍ଷରେ ଖଦୀର ବିକ୍ରି ୪ ଗୁଣ ବୃଦ୍ଧି ପାଇଛି । ଗତ ୮ ବର୍ଷରେ ଖଦୀ ଏବଂ ଗ୍ରାମଦ୍ୟୋଗରେ ୧.୫ କୋଟିରୁ ଅଧିକ ସହଯୋଗୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ବର୍ତ୍ତମାନ ଭାରତର ଖଦୀ ସ୍ଥାନୀୟରୁ ବିଶ୍ୱକୁ ଯାଉଛି, ବିଦେଶୀ ଫ୍ୟାଶନ ବ୍ରାଣ୍ଡ ମଧ୍ୟ ଖଦୀ ପ୍ରତି ଆକର୍ଷିତ ହେଉଛନ୍ତି, ଆମର ତାହା ଉପରେ ଭରସା ରହିବା ଉଚିତ । ଯଦି ଆମେ ଭରସା କରିବା ନାହିଁ, ଦୁନିଆ କାହିଁକି ଭରସା କରିବ ଜୀ । ଆପଣ ନିଜ ଘରେ ନିଜ ପିଲାଙ୍କର ସମ୍ମାନ କରିବେ ନାହିଁ ଏବଂ ଆପଣ ଚାହିଁବେ ଯେ ସ୍ଥାନୀୟ ଅଞ୍ଚଳବାସୀ କରନ୍ତୁ । ତାହା କ’ଣ ହୋଇପାରିବ । ନୂଆ ନୂଆ କ୍ଷେତ୍ରରୁ, ନୂଆ ନୂଆ ବଜାର ପାଇଁ ନୂତନ ପଥ ସୃଷ୍ଟି କରାଯାଇଛି, ଯାହା ଛୋଟ ଶିଳ୍ପ ପାଇଁ ବହୁତ ଲାଭଦାୟକ ହେଉଛି ।

ସାଥୀମାନେ,

ଏଣ୍ଟରପ୍ରେନରସିପ- ଉଦ୍ୟମଶୀଳତା ଆଜି ଆମର ଗାଁ, ଗରିବ, ଛୋଟ ସହର ଏବଂ ସହରର ପରିବାର ପାଇଁ ସହଜ ବିକଳ୍ପ ପାଲଟିଛି । ଏହାର ଏକ ପ୍ରମୁଖ କାରଣ ହେଉଛି, ଋଣ ପାଇବାରେ ସହଜ । ୨୦୧୪ ପୂର୍ବରୁ ସାଧାରଣ ଲୋକଙ୍କ ପାଇଁ ଭାରତର ବ୍ୟାଙ୍କ ଦ୍ୱାର ଦେଶରେ ପହଂଚିବା ବହୁତ କଷ୍ଟସାଧ୍ୟ ଥିଲା । ଗ୍ୟାରେଣ୍ଟି ବିନା ବ୍ୟାଙ୍କରୁ ଋଣ ପାଇପା ପ୍ରାୟ ଅସମ୍ଭବ ଥିଲା । ଗାଁର ଗରିବ, ଭୂମିହୀନ, ଛୋଟ ଚାଷୀ, ଛୋଟ ଦୋକାନୀକୁ କିଏ ଗ୍ୟାରେଣ୍ଟି ଦେବ ଏବଂ ସେ ବିନା ଗ୍ୟାରେଣ୍ଟିରେ କ’ଣ କରିବ? ତାଙ୍କୁ ସାହୁକାରଙ୍କ ପାଖକୁ ଯିବାକୁ ପଡୁଥିଲା । ବ୍ୟାଙ୍କ ଋଣ ଦେଉ ନ ଥିଲେ ଏବଂ ଅନ୍ୟ ସ୍ଥାନରୁ ଯେତେବେଳେ ଋଣ ନେଉଥିଲେ ସେତେବେଳେ ସୁଧ ଦେଇ ଦେଇ ମରି ଯାଉଥିଲେ । କରଜର ବୋଝରେ ବୁଡ଼ି ଯାଉଥିଲେ ଏବଂ ସେଥିପାଇଁ ସେମାନେ ବଡ଼ କଷ୍ଟରେ ଜୀବନ ବିତାଇବାକୁ ବାଧ୍ୟ ହୋଇ ଯାଉଥିଲେ । ଏଭଳି ସ୍ଥିତିରେ ଗାଁରେ ରହୁଥିବା ଗରୀବ, ଦଳିତ, ବଂଚିତ, ଶୋଷିତ, ପଛୁଆବର୍ଗ, ଆଦିବାସୀ, ସେମାନଙ୍କର ପୁଅ-ଝିଅ ସ୍ୱରୋଜଗାର ସମ୍ପର୍କରେ ଚିନ୍ତା କରୁ ନ ଥିଲେ, ସେ ରୋଜଗାର ପାଇଁ ବାହାରକୁ ସହରକୁ ଯାଇ ଅସନା ବସ୍ତିରେ ଯାଇ ଜୀବନ ବିତାଇବାକୁ ପଡୁଥିଲା । ଏବେ ଆମର ଭଉଣୀ- ଝିଅମାନଙ୍କ ସମ୍ମୁଖରେ ନୂତନ ବିକଳ୍ପ ନେଇ ଆସିଛୁ । ସେହି ସୀମିତ ବିକଳ୍ପ ମଧ୍ୟରୁ ଆମେ ତାଙ୍କୁ ବାହାରକୁ ଆଣିବା ପାଇ ପ୍ରୟାସ କରୁଛୁ ।

ସାଥୀମାନେ,

ଏତେ ବଡ଼ ଦେଶର ଦ୍ରୁତ ବିକାଶ, ସମସ୍ତଙ୍କୁ ସାଥୀରେ ନେଇ ହୋଇପାରିବ । ଏଥିପାଇଁ ୨୦୧୪ରେ ସବକା ସାଥ, ସବକା ବିକାଶର ମନ୍ତ୍ର ଅନୁସରଣ କରି ଆମେ ଏହି ପରିସରକୁ ବ୍ୟାପକ କରିବାକୁ ସ୍ଥିର କରିଛୁ । ଏଥିପାଇଁ ଆମେ ସଂସ୍କାରର, ନୂତନ ଅନୁଷ୍ଠାନର ଗଠନର ଦକ୍ଷତା ବିକାଶ ଏବଂ କ୍ରେଡିଟ ପର୍ଯ୍ୟନ୍ତ ପହଂଚିବାର ପ୍ରବେଶ ପଥ ବାଛିଛୁ । ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଉଦ୍ୟମଶୀଳତାକୁ ସହଜ କରିବା ପାଇଁ ମୁଦ୍ରା ଯୋଜନାର ବହୁତ ବଡ଼ ଭୂମିକା ରହିଛି । ଗ୍ୟାରେଣ୍ଟି ବିନା ବ୍ୟାଙ୍କ ଋଣର ଏହି ଯୋଜନା ଦେଶରେ ମହିଳା ଉଦ୍ୟୋଗୀ, ମୋର ଦଳିତ, ପଛୁଆ, ଆଦିବାସୀ ଉଦ୍ୟୋଗୀମାନଙ୍କର ଏକ ବହୁତ ବଡ଼ ବିଭାଗ ଦେଶରେ ସୃଷ୍ଟି କରିଛୁ, ଏବଂ ନୂଆ-ନୂଆ କ୍ଷେତ୍ରରେ କରିଛୁ । ସୁଦୂର ଗାଁରେ କରିଛୁ ।

ବର୍ତ୍ତମାନ ସୁଦ୍ଧା ଏହି ଯୋଜନା ଅଧିନରେ ପ୍ରାୟ ୧୯ ଲକ୍ଷ କୋଟି ଟଙ୍କା ଋଣ ଆକାଶରେ ପ୍ରଦାନ କରାଯାଇଛି । ଏବଂ ଋଣ ନେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ପ୍ରାୟ ୭ କୋଟି ଏଭଳି ଉଦ୍ୟୋଗୀ ଅଛନ୍ତି, ଯେଉଁମାନେ ପ୍ରଥମ ଥର ପାଇଁ ସ୍ୱରୋଜଗାର ସହିତ ଯୋଡ଼ି ହୋଇଛନ୍ତି ଏବଂ ନିଜେ କେବଳ ଯୋଡ଼ି ହୋଇନାହାନ୍ତି, କିଏ ଦୁଇ ଜଣଙ୍କୁ, କିଏ ତିନି ଜଣଙ୍କୁ ଚାକିରି ମଧ୍ୟ ଦେଇଛନ୍ତି, ସେ ଚାକିରି ଆଉ ଖୋଜୁନାହାନ୍ତି, ସେ ଚାକିରି ସୃଷ୍ଟିକର୍ତ୍ତା ହୋଇଛନ୍ତି ।

ସାଥୀମାନେ,

ଏହି କଥା ମଧ୍ୟ ସ୍ୱତନ୍ତ୍ର ଯେ ମୁଦ୍ରା ଯୋଜନା ଅଧିନରେ ଦିଆଯାଇଥିବା ପ୍ରାୟ ୩୬ କୋଟି ଋଣ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ଋଣ, ଏହା ଆହୁରି ଅଧିକ ଖୁସିର ବିଷୟ ଏବଂ ଦେଶ କିଭଳି ବଦଳୁଛି, ଦେଶ କିପରି ବଢୁଛି, ତାହାର ଏହା ହେଉଛି ସବୁଠାରୁ ବଡ଼ ଉଦାହରଣ... ଏହି ଯେଉଁ ଋଣ ଦିଆଯାଇଛି ସେଥିରୁ ୭୦ ପ୍ରତିଶତ ମହିଳା ଉଦ୍ୟୋଗୀ ରହିଛନ୍ତି । କଳ୍ପନା କରନ୍ତୁ, କେତେ ବଡ଼ ସଂଖ୍ୟାରେ ଆମର ଭଉଣୀ- ଝିଅମାନେ ଏହି ଯୋଜନାରୁ ଉଦ୍ୟୋଗୀ ହୋଇ ପାରିଛନ୍ତି, ସ୍ୱରୋଜଗାର ସହିତ ଯୋଡ଼ି ହୋଇଛନ୍ତି ଏବଂ ସେହି କାରଣରୁ ତାଙ୍କର ଯେଉଁ ଆତ୍ମବିଶ୍ୱାସ, ଆତ୍ମ ସମ୍ମାନ ସୃଷ୍ଟି ହୋଇଥିବ, ପରିବାରରେ ଯେଉଁ ସମ୍ମାନ ସେମାନଙ୍କର ବଢ଼ିଥିବ, ସମାଜରେ ସେମାନଙ୍କର ସମ୍ମାନ ହୋଇଥିବ, ତାହାର କୌଣସି ଗଣନା କରାଯାଇ ପାରିବ ନାହିଁ, ବନ୍ଧୁମାନେ ।

ସାଥୀମାନେ,

ଏମଏସଏମଇ କ୍ଷେତ୍ର ସମ୍ପୂର୍ଣ୍ଣ ରୂପେ ଆନୁଷ୍ଠାନିକ ହୋଇଛି । ଭାରତର ଅର୍ଥ ବ୍ୟବସ୍ଥାର ଆକଳନ ଯେଉଁମାନେ କରନ୍ତି ସେମାନେ ଏହି ଦିଗ ଉପରେ ଅଧିକ ଆଲୋଚନା କରନ୍ତି ନାହିଁ । ଏବଂ ସେଥିରେ ଆମେ ୧୦-୨୦ ହଜାର ଟଙ୍କା ବିଷୟରେ କହୁନାହୁଁ, ଯାହା ପୂର୍ବରୁ ମାଇକ୍ରୋ ଫାଇନାନ୍ସ ଭାବରେ ବିବେଚନା କରାଯାଉଥିଲା । ଏଠାରେ ଆମେ ୫୦ ହଜାର ଠାରୁ ନେଇ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଗ୍ୟାରେଣ୍ଟି ଅର୍ଥ ବିଷୟରେ କହୁଛୁ, ଯାହା ଆଜି ମହିଳା ଉଦ୍ୟୋଗୀମାନଙ୍କ ନିକଟରେ ପହଂଚିଛି ।

ତାହା ହେଉଛି, ପୂର୍ବରୁ ଯେଉଁଠାରେ ମହିଳା ଉଦ୍ୟୋଗ ପାଇଁ ମାଇକ୍ରୋ ଫାଇନାନ୍ସ କେବଳ ପଶୁପାଳନ, ଏମ୍ବ୍ରୋଡୋରୀ ବୁଣାବୁଣି... ମୋର ମନେ ଅଛି ଯେତେବେଳେ ମୁଁ ଗୁଜରାଟରେ ଥିଲି, ବେଳେବେଳେ ସରକାରଙ୍କ ଏପରି ଯୋଜନା ଆସୁଥିଲା । କୁକୁଡ଼ା ପାଇଁ ଟଙ୍କା ଦେଇଥିଲେ ଏବଂ ପୁଣି କହିଥିଲେ- କୁକୁଡ଼ା ନିଅନ୍ତୁ, ଏତିକି ଅଣ୍ଡା ହେବ, ପୁଣି ଏତିକି କୁକୁଡ଼ା ହେବ, ପୁଣି ଏତିକି ଅଣ୍ଡା ହେବ ଏବଂ ସେ ଗରୀବ ଲୋକ ବିଚରା ଋଣ ନେଉଥିଲା, ୫ଟି କୁକୁଡ଼ା ନେଇ ଯାଉଥିଲା ଏବଂ ସନ୍ଧ୍ୟାରେ ନାଲି ଗାଡ଼ିବାଲା ଅଫିସର ଆସୁଥିଲେ, ସେମାନଙ୍କୁ କହୁଥିଲେ ରାତିରେ ରହିବାକୁ ହେବ । ଏବେ ରାତିରେ ରହିବାର ଅର୍ଥ କ’ଣ, ପାଞ୍ଚଟିରୁ ଦୁଇଟି ଗଲା । ଆମେ ସମସ୍ତେ ଦେଖିଛନ୍ତି ନା ।

ଆଜି ସମୟ ବଦଳିଯାଇଛି ସାଙ୍ଗମାନେ । ଏମିତି ଛୋଟ ଛୋଟ ଦ୍ରବ୍ୟରେ ସବୁ ସୀମିତ ରଖାଗଲା । ଆମେ ମୁଦ୍ରା ଯୋଜନା ମାଧ୍ୟମରେ ପୂରା ଗ୍ରାଫ୍କୁ ବଦଳାଇ ଦେଲୁ, ତାହାର ସାହସକୁ ଶକ୍ତିଶାଳୀ କରାଇଲୁ, ୧୦ ଲକ୍ଷ ଟଙ୍କା ଦରକାର, ଉଠାନ୍ତୁ... କିଛି କରନ୍ତୁ । ମୋତେ ଏହା ଜାଣି ମଧ୍ୟ ବହୁତ ଭଲ ଲାଗିଲା ଯେ ଉଦ୍ୟମ ପୋର୍ଟାଲରେ ପଞ୍ଜୀକୃତ ହୋଇଥିବା ମୋଟ ଏମଏସଏମଇ ମଧ୍ୟରୁ ପ୍ରାୟ ୧୮ ପ୍ରତିଶତ ମହିଳା ଅଛନ୍ତି, ଯାହା ମଧ୍ୟ ନିଜ ଭିତରେ ଏକ ଭଲ କଥା । ଏହି ସହଭାଗିତା ଆହୁରି ବୃଦ୍ଧି ପାଇଁ ଆମକୁ ଏକାଠି ହୋଇ କାମ କରିବାକୁ ପଡ଼ିବ ।

ସାଥୀମାନେ,

ଉଦ୍ୟୋଗରେ ଏହି ଅନ୍ତର୍ଭୁକ୍ତିକୁ, ଏହି ଆର୍ଥିକ ସମାବେଶ ହିଁ ପ୍ରକୃତରେ ସାମାଜିକ ନ୍ୟାୟ ଅଟେ । ଆପଣ କେବେ ଭାବିଥିଲେ କି ଯେଉଁ ସାଥୀମାନେ ରାସ୍ତାଘାଟ ବିକ୍ରେତା, କାର୍ଟ, ଟ୍ରାକରେ ସେମାନଙ୍କର ଯେଉଁ ଛୋଟ କାମ କରନ୍ତି ସେମାନେ ବ୍ୟାଙ୍କରୁ ଋଣ ପାଇପାରିବେ? ମୂଁ ପୂର୍ଣ୍ଣ ବିଶ୍ୱାସର ସହିତ କହୁଛି ଯେ ବ୍ୟାଙ୍କ ମ୍ୟାନେଜରଙ୍କ ଘରେ ବର୍ଷ ବର୍ଷ ଧରି ଯିଏ ପନିପରିବା ପହଂଚାଉ ଥିଲା, ବର୍ଷ ବର୍ଷ ଧରି ଯିଏ ଖବରକାଗଜ ପକାଉ ଥିଲା, ସେମାନଙ୍କ ମଧ୍ୟ ପ୍ରାୟତଃ ସେହି ବ୍ୟାଙ୍କ ବାଲା କେବେ ମଧ୍ୟ ଋଣ ଦେଇ ନ ଥିବ । ଏହାର ଅର୍ଥ ଏହା ନୁହେଁ ଯେ ସେ ଅବିଶ୍ୱାସ କରୁଥିଲା, ତାହାର ଅର୍ଥ ଏହା ନୁହେଁ ଯେ ତାଙ୍କୁ କିଛି ମିଳିବ, କିନ୍ତୁ ଏକ ଏଭଳି ଚିନ୍ତାଧାରା ହୋଇ ଯାଇଥିଲା ଯେ ସେ ତାହା ଭିତରୁ ବାହାରି ପାରୁ ନ ଥିଲେ ।

ଆଜି ସେମାନେ ରାସ୍ତାଘାଟ ବିକ୍ରେତାଙ୍କ ଦ୍ୱାରରେ ଠିଆ ହୋଇଛନ୍ତି, ସେମାନଙ୍କୁ ଗ୍ୟାରେଣ୍ଟି ବିନା ଟଙ୍କା ଦିଆଯାଉଛି ଏବଂ ଏହାର ନାମ ହେଉଛି ସ୍ୱନିଧି । ଆଜି ପିଏମ ସ୍ୱନିଧି ଯୋଜନା ଅଧିନରେ ଲକ୍ଷ ଲକ୍ଷ ସାଥୀଙ୍କୁ କେବଳ ଋଣ ମିଳୁନାହିଁ, ବରଂ ସେମାନଙ୍କ ଛୋଟ ବ୍ୟବସାୟକୁ ବଡ଼ କରିବା ପାଇଁ ରାସ୍ତା ମଧ୍ୟ ମିଳିପାରୁଛି । ଆମର ଯେଉଁ ସାଥୀ ଗାଁରୁ ସହରକୁ ଆସୁଛନ୍ତି ସରକାର ତାଙ୍କୁ ଏକ ସାଥୀ ଭାବରେ ସମର୍ଥନ କରୁଛନ୍ତି ଏବଂ ସେମାନେ ପରିଶ୍ରମ କରି ନିଜର ପରିବାରକୁ ଦାରିଦ୍ର୍ୟର କୁଚକ୍ରରୁ ବାହାର କରିବା ପାଇଁ ପ୍ରୟାସ କରୁଛନ୍ତି ।

ଏବଂ ଆପଣଙ୍କୁ ଜାଣି ହେବ ଯେ ଯଦି ମୁଁ ଆପଣଙ୍କୁ କହିବି ଯେ ଆପଣ ଡିଜିଟାଲ ପେମେଣ୍ଟ କରନ୍ତୁ ତେବେ ଆପଣ ୫୦ ଥର ଭାବିବେ, ଡିଜିଟାଲ ପେମେଣ୍ଟ କରିବି ତେବେ ରେକର୍ଡ ପ୍ରସ୍ତୁତ ହେବ, ରେକର୍ଡ ହେବ ତେବେ ମୋଦୀ ଦେଖିବେ, ମୋଦୀ ଦେଖିବେ ତେବେ କୌଣସି ଆୟକର ବ୍ୟକ୍ତିଙ୍କୁ ପଠାଇବେ, ଏଥିପାଇଁ ଡିଜିଟାଲ କରିବି ନାହିଁ । ଆପଣ ଖୁସି ହେବେ ଯେ, କ୍ଷୀର ବିକୁଥିବା ଲୋକ ମୋର ତେଲବାଲା ଡିଜିଟାଲ ପେମେଣ୍ଟ କରୁଛନ୍ତି ଏବଂ ମୁଁ ମାନୁଛି ବନ୍ଧୁମାନେ, ଏହି ପ୍ରଗତିରେ ଆମକୁ ଅଂଶୀଦାର ହେବାକୁ ପଡ଼ିବ । ଏହି ପ୍ରଗତିରେ ଆମକୁ ନେତୃତ୍ୱ ନେବାକୁ ପଡ଼ିବ। ଆଗକୁ ଆସନ୍ତୁ ବନ୍ଧୁମାନେ, ମୁଁ ଆପଣଙ୍କ ସାଥୀରେ ଚାଲିବାକୁ ପ୍ରସ୍ତୁତ ଅଛି । ଏହା ପ୍ରକୃତ ପ୍ରଗତି, ଏହା ହେଉଛି ପ୍ରକୃତ ବିକାଶ ।

ଆଜି ମୁଁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଏମଏସଏମଇ କ୍ଷେତ୍ର ସହିତ ଜଡ଼ିତ ଭାଇ ଭଉଣୀମାନଙ୍କୁ ବିଶ୍ୱାସ ଦେଉଛି ଯେ ସରକାର ଆପଣଙ୍କର ଜରୁରୀ ଜିନିଷଗୁଡ଼ିକୁ ପୂରଣ କରିବା ପାଇଁ, ଆପଣଙ୍କର ଆବଶ୍ୟକତାଗୁଡ଼ିକୁ ପୂରଣ କରିବା ପାଇଁ ନୀତି ତିଆରି କରିବାକୁ ପ୍ରସ୍ତୁତ ଅଛନ୍ତି, ନିଷ୍ପତ୍ତି ନେବା ପାଇଁ ପ୍ରସ୍ତୁତ ଅଛନ୍ତି ଏବଂ ସମ୍ପୂର୍ଣ୍ଣ ସକ୍ରିୟତାର ସହିତ ଆପଣଙ୍କ ହାତ ଧରି ଚାଲିବାକୁ ପ୍ରସ୍ତୁତ ଅଛୁ, ଆପଣ ଆଗକୁ ଆସନ୍ତୁ ବନ୍ଧୁମାନେ । ଉଦ୍ୟୋଗୀ ଭାରତର ପ୍ରତ୍ୟେକ ସଫଳତା... ଏବଂ ମୋର ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ । ଆତ୍ମନିର୍ଭର ଭାରତର ପ୍ରାଣ ଶକ୍ତି ଏଥିରେ ଅଛି ସାଙ୍ଗମାନେ, ଆପଣଙ୍କ ଭିତରେ ଅଛି, ଆପଣଙ୍କ ଉଦ୍ୟମରେ ଅଛି ଏବଂ ମୋର ଦେଶର ଏମଏସଏମଇ କ୍ଷେତ୍ର ଉପରେ, ଆପଣ ସମସ୍ତଙ୍କ ଉପରେ, ଦେଶର ଯୁବପିଢ଼ିଙ୍କ ମଧ୍ୟରେ ଏବଂ ବିଶେଷ ଭାବରେ ଆମର ଝିଅମାନେ ଯେଉଁ ସାହସର ସହିତ ଆଗରେ ରହିଛନ୍ତି, ତାଙ୍କ ଉପରେ ମୋର ଭରସା ଅଛି । ଏବଂ ସେଥିପାଇଁ ମୁଁ କହୁଛି ଯେ ଏହି ଦେଶ ନିଜର ସମସ୍ତ ସ୍ୱପ୍ନକୁ ନିଜ ଆଖି ଆଗରେ ପୂରଣ ହେଉଥିବା ଦେଖିବାକୁ ଯାଉଛି, ଆପଣ ଆପଣଙ୍କ ଆଖି ସମ୍ମୁଖରେ ଦେଖିବେ ଯେ ହଁ ଏହା ବଦଳିଛି, ଏହା ଘଟିଛି, ଆପଣଙ୍କୁ ଦେଖାଯିବ ।

ଦେଶର ଏମଏସଏମଇ କ୍ଷେତ୍ରକୁ ମୋର ଅନୁରୋଧ ଯେ ସରକାରଙ୍କ ଏହି ଯୋଜନାଗୁଡ଼ିକର ସମ୍ପୂର୍ଣ୍ଣ ଲାଭ ଉଠାନ୍ତୁ ଏବଂ ଆପଣଙ୍କର ସଂଗଠନକୁ ମୁଁ ଯିବି । ଆଜିଠାରୁ ଦେଖିବା ଆରମ୍ଭ କରିବି ଜିଇଏମ ପୋର୍ଟାଲରେ ଏହି ସପ୍ତାହରେ ଏକ କୋଟି ଲୋକ ଅଧିକ ବୃଦ୍ଧି ପାଇଛନ୍ତି କି ନାହିଁ, ମୁଁ ଦେଖିବାକୁ ଚାହୁଁଛି । ଟିକିଏ ସଂଗଠନର ଲୋକମାନେ ଏହି କ୍ଷେତ୍ରକୁ ଆସନ୍ତୁ । ସରକାର ଆପଣଙ୍କ ଠାରୁ ନେବାକୁ ପ୍ରସ୍ତୁତ ଅଛନ୍ତି, ଆପଣ ପ୍ରଥମେ ଯୋଡ଼ି ହୁଅନ୍ତୁ । ସରକାରଙ୍କୁ କୁହନ୍ତୁ ମୁଁ ଏହା ତିଆରି କରୁଛି ନେଇ ନିଅନ୍ତୁ । ଆପଣ ଦେଖନ୍ତୁ ବିନା ଦ୍ୱିଧାରେ ପ୍ରତ୍ୟେକ ଜିନିଷ ଆପଣଙ୍କ ଚାଲିଯିବ।

ସାଥୀମାନେ, ମୋତେ ଭଲ ଲାଗିଲା, ଯେଉଁ ସାଥୀମାନଙ୍କୁ ସମ୍ମାନିତ କରିବାର ସୁଯୋଗ ମୋତେ ମିଳିଛି, ଏହାର ଅର୍ଥ ଏହା ନୁହେଁ ଯେ ଅନ୍ୟ ଲୋକମାନେ ତାହା କରିବେ ନାହିଁ । ସେମାନେ ଅନ୍ୟ ଲୋକମାନେ ତାହା କରିବେ ନାହିଁ। ସେମାନେ ମଧ୍ୟ ନିଜକୁ ପ୍ରସ୍ତୁତ କରନ୍ତୁ । ଆସନ୍ତା ଥର ଆପଣଙ୍କୁ ସମ୍ମାନିତ କରିବାର ସୁଯୋଗ ମୋତେ ମିଳୁ । ଉଚିତ ଲୋକଙ୍କୁ ସମ୍ମାନିତ କରିବାକୁ ମୋତେ ସୁଯୋଗ ମିଳୁ । ଏବଂ ଅଧିକ ଶୀର୍ଷତା ଆପଣ ହାସଲ କରନ୍ତୁ ।

ଆପଣ ସମସ୍ତଙ୍କୁ ମୋର ବହୁତ ବହୁତ ଶୁଭକାମନା । ବହୁତ ବହୁତ ଧନ୍ୟବାଦ!

 

NS/MB



(Release ID: 1838705) Visitor Counter : 132