କ୍ୟାବିନେଟ

କେନ୍ଦ୍ର ମନ୍ତ୍ରୀମଣ୍ଡଳ ବିପଦରୋଧୀ ଭିତ୍ତିଭୂମି ପାଇଁ ସହଭାଗୀତା (ସିଡିଆରଆଇ) କୁ ‘ଆନ୍ତର୍ଜାତୀୟ ସଙ୍ଗଠନ’ ଭାବରେ ଶ୍ରେଣୀବଦ୍ଧ କରିବା ଏବଂ ସିଡିଆରଆଇ ସହିତ ମୁଖ୍ୟାଳୟ ରାଜିନାମା (ଏଚକ୍ୟୁଏ) ରେ ସ୍ବାକ୍ଷର କରିବା ପାଇଁ ମଞ୍ଜୁରୀ ଦେଇଛନ୍ତି ଯଦ୍ବାରା ଏହାକୁ ସଂଯୁକ୍ତ ରାଷ୍ଟ୍ର (ସୁବିଧା ଏବଂ ଇମ୍ୟୁନିଟି) ଅଧିନିୟମ 1947 ଅନ୍ତର୍ଗତ ଛାଡ଼, ଇମ୍ୟୁନିଟି ଓ ସୁବିଧା ପ୍ରଦାନ କରାଯାଇପାରିବ

Posted On: 29 JUN 2022 3:45PM by PIB Bhubaneshwar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବିପଦରୋଧୀ ଭିତ୍ତିଭୂମି ପାଇଁ ସହଭାଗୀତା (ସିଡିଆରଆଇ) କୁ ‘ଆନ୍ତର୍ଜାତୀୟ ସଙ୍ଗଠନ’ ଭାବରେ ଶ୍ରେଣୀବଦ୍ଧ କରିବା ଏବଂ ସିଡିଆରଆଇ ସହିତ ମୁଖ୍ୟାଳୟ ରାଜିନାମା (ଏଚକ୍ୟୁଏ) ରେ ସ୍ବାକ୍ଷର କରିବା ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି ଯଦ୍ବାରା ଏହାଦ୍ବାରା ସଂଯୁକ୍ତ ରାଷ୍ଟ୍ର (ସୁବିଧା ଓ ଇମ୍ୟୁନିଟି) ଅଧିନିୟମ 1947 ଅନ୍ତର୍ଗତ ଆଶା କରାଯାଉଥିବା ଛାଡ଼, ଇମ୍ୟୁନିଟି ଏବଂ ବିଶେଷାଧିକାର ପ୍ରଦାନ କରାଯାଇପାରିବ।

ସିଡିଆରଆଇକୁ ଏକ ‘‘ଆନ୍ତର୍ଜାତୀୟ ସଙ୍ଗଠନ’’ ଭାବରେ ଶ୍ରେଣୀବଦ୍ଧ କରିବା ଏବଂ ସଂଯୁକ୍ତ ରାଷ୍ଟ୍ର (ସୁବିଧା ଓ ଇମ୍ୟୁନିଟି) ଅଧିନିୟମ 1947 ର ଧାରା 3 ଅନ୍ତର୍ଗତ ଆଶା କରାଯାଉଥିବା ଛାଡ଼, ଇମ୍ୟୁନିଟି ଓ ସୁବିଧା ପ୍ରଦାନ କରିବା ପାଇଁ ସିଡିଆରଆଇ ସହିତ ଏଚକ୍ୟୁଏ ରେ ସ୍ବାକ୍ଷର କରିବା ଦ୍ବାରା ଏହାକୁ ଏକ ସ୍ବତନ୍ତ୍ର ଏବଂ ଆନ୍ତର୍ଜାତୀୟ ଆଇନ୍ ପରିଚୟ ପ୍ରାପ୍ତ ହେବ ଯଦ୍ବାରା ଏହା ଆନ୍ତର୍ଜାତୀୟ ସ୍ତରରେ ନିଜର କାର୍ଯ୍ୟକୁ ଦକ୍ଷତାପୂର୍ବକ ଏବଂ ଉପଯୁକ୍ତ ଭାବରେ ପୂରଣ କରିପାରିବେ। ଏହାଦ୍ବାରା ସିଡିଆରଆଇକୁ ନିମ୍ନ କାର୍ଯ୍ୟରେ ସହାୟତା ମିଳିବ।

i. ଅନ୍ୟ ଦେଶରେ ବିଶେଷଜ୍ଞଙ୍କୁ ନିଯୁକ୍ତି ପ୍ରଦାନ କରିବା ଯାହା ବିଶେଷ ଭାବରେ ବିପଦ ପ୍ରତି ସମ୍ବେଦନଶୀଳ ଅଟନ୍ତି ଏବଂ/ କିମ୍ବା ବିପଦ ପରେ ଉଦ୍ଧାର କାର୍ଯ୍ୟ ପାଇଁ ତାଙ୍କୁ ସମର୍ଥନର ଆବଶ୍ୟକତା ରହିଛି ତଥା ଏହିପରି ଉଦ୍ଦେଶ୍ୟ ପାଇଁ ସଦସ୍ୟ ଦେଶଙ୍କର ବିଶେଷଜ୍ଞଙ୍କୁ ଭାରତକୁ ଆଣିବା

ii. ସିଡିଆରଆଇ କାର୍ଯ୍ୟ ପାଇଁ ବିଶ୍ବ ସ୍ତରରେ ଧନ ନିୟୋଜିତ କରିବା ଏବଂ ସଦସ୍ୟ ଦେଶମାନଙ୍କ ଠାରୁ ଯୋଗଦାନ ପ୍ରାପ୍ତ କରିବା।

iii. ଦେଶକୁ ତାର ବିପଦ ଏବଂ ଜଳବାୟୁ ଆପଦ ଏବଂ ସଂସାଧନ ଅନୁସାରେ ସହନୀୟ ଅବସଂରଚନା ବିକଶିତ କରିବାରେ ସହାୟତା ପାଇଁ ପ୍ରଯୁକ୍ତି ବିଶେଷଜ୍ଞତା ଉପଲବ୍ଧ କରାଇବା।

iv. ସହନୀୟ ଅବସଂରଚନା ପାଇଁ ଉପଯୁକ୍ତ ଆପଦରୋଧୀ ଶାସନ ବ୍ୟବସ୍ଥା ଏବଂ ରଣନୀତି ଗ୍ରହଣ କରିବାରେ ଦେଶକୁ ସହାୟତା ପ୍ରଦାନ କରିବା।

v. ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି), ପ୍ୟାରିସ୍ ଜଳବାୟୁ ରାଜିନାମା ଏବଂ ବିପଦ ହ୍ରାସ କରିବା ପାଇଁ ସେଣ୍ଡାଇ ଫ୍ରେମୱାର୍କକୁ ଧ୍ୟାନରେ ରଖି ପ୍ରଚଳିତ ଏବଂ ଭବିଷ୍ୟତର ଅବସଂରଚନାକୁ ବିପଦ ଓ ଜଳାବୟୁର ଅନୁକୂଳ କରିବା ପାଇଁ ସଦସ୍ୟ ଦେଶମାନଙ୍କୁ ନିଜର ପ୍ରଣାଳୀର ଉନ୍ନୟନରେ ସବୁ ପ୍ରକାର ସହାୟତା ପ୍ରଦାନ କରିବା।

vi. ନିଜ ଦେଶରେ ଆପଦରୋଧୀ ଅବସଂରଚନାକୁ ବଢ଼ାଇବା ପାଇଁ ଆନ୍ତର୍ଜାତୀୟ ସମ୍ବନ୍ଧର ଲାଭ ଉଠାଇବା ତଥା

vii.ଭାରତୀୟ ବୈଜ୍ଞାନିକ ଏବଂ ପ୍ରଯୁକ୍ତି ସଂସ୍ଥାନ ସହିତ ଅବସଂରଚନାର ବିକାଶକାରୀଙ୍କୁ ବିଶ୍ବ ବିଶେଷଜ୍ଞଙ୍କ ସହିତ ଆଲୋଚନା କରିବାର ଅବସର ପ୍ରଦାନ କରିବା। ଏହାଦ୍ବାରା ସାର୍ବଜନୀକ ଏବଂ ଘରୋଇ ଉଭୟ କ୍ଷେତ୍ରରେ ଆମର କ୍ଷମତା ଏବଂ ବ୍ୟବସ୍ଥାର ନିର୍ମାଣରେ ସହାୟତା ମିଳିବ ଯଦ୍ବାରା ଆପଦରୋଧୀ ଭିତ୍ତିଭୂମିର ବିକାଶ ପାଇଁ ସମର୍ଥନ କରାଯାଇ ପାରିବ। 

ପ୍ରାରମ୍ଭ ପରେ ଏକତିରିଶ (31) ଦେଶ, ଛଅ (06) ଆନ୍ତର୍ଜାତୀୟ ସଙ୍ଗଠନ ଏବଂ ଦୁଇଟି (02) ଘରୋଇ କ୍ଷେତ୍ରର ସଙ୍ଗଠନ, ସିଡିଆରଆଇର ସଦସ୍ୟ ଭାବରେ ସାମିଲ୍ ହୋଇଛନ୍ତି। ସିଡିଆରଆଇ ଆର୍ଥିକ ଭାବରେ ଅଗ୍ରଣୀ ଦେଶ, ବିକାଶଶୀଳ ଦେଶ ଏବଂ ଜଳବାୟୁ ପରିବର୍ତ୍ତନ ତଥା ବିପଦ ପ୍ରତି ଅଧିକ ସମ୍ବେଦନଶୀଳ ଦେଶକୁ ଆକର୍ଷିତ କରି ନିଜର ସଦସ୍ୟତାକୁ କ୍ରମାଗତ ଭାବରେ ବିସ୍ତାର କରୁଛନ୍ତି।

ସମୟ ସହିତ କେବଳ ଭାରତରେ ନୁହେଁ ବରଂ ଅନ୍ୟ ସହଭାଗୀ ଦେଶରେ ମଧ୍ୟ ଆପଦରୋଧୀ ଭିତ୍ତିଭୂମିକୁ ଆଗକୁ ନେବା ପାଇଁ ସଙ୍ଗଠନ/ ହିତାଧିକାରୀଙ୍କ ଏକ ନେଟୱର୍କ ବିକଶିତ କରାଯିବ।

ପୃଷ୍ଠଭୂମି

28 ଅଗଷ୍ଟ 2019 ରେ ମନ୍ତ୍ରୀମଣ୍ଡଳ ନୂଆ ଦିଲ୍ଲୀରେ ନିଜର ସଚିବାଳୟ ସହିତ ସିଡିଆରଆଇକୁ ସ୍ଥାପନା ପାଇଁ ମଞ୍ଜୁରୀ ପ୍ରଦାନ କରିଥିଲେ ଏବଂ ଏହାକୁ 480 କୋଟି ଟଙ୍କାର ସମର୍ଥନ ପ୍ରଦାନ କରିଥିଲେ। ଭାରତ ସରକାରଙ୍କ ଠାରୁ ପ୍ରାପ୍ତ ସହାୟତା ଧନରାଶି, ସିଡିଆରଆଇ ପାଇଁ ପ୍ରଯୁକ୍ତି ସହାୟତା ଏବଂ ଗବେଷଣା ପ୍ରକଳ୍ପ କୁ ଆର୍ଥିକ ସହାୟତା ପ୍ରଦାନ କରିବା, ସଚିବାଳାୟ କାର୍ଯ୍ୟାଳୟ ସ୍ଥାପନ କରିବା ଏବଂ 2019-20 ରୁ 2023-24 ପର୍ଯ୍ୟନ୍ତ 5 ବର୍ଷର ଅବଧିରେ ଆବର୍ତ୍ତି ବ୍ୟୟକୁ କଭର କରିବା ପାଇଁ ଏକ କୋଷ ଭାବରେ କାର୍ଯ୍ୟ କରୁଛି।

ଭାରତର ପ୍ରଧାନମନ୍ତ୍ରୀ ଦ୍ବାରା ସିଡିଆରଆଇ କୁ 23 ସେପ୍ଟେମ୍ବର 2019 ରେ ନ୍ୟୁୟର୍କରେ ସଂଯୁକ୍ତ ରାଷ୍ଟ୍ର ଜଳବାୟୁ କାର୍ଯ୍ୟ ଶିଖର ସମ୍ମିଳନୀ ସମୟରେ ଶୁଭାରମ୍ଭ କରାଯାଇଥିଲା। ଏହା ଭାରତ ସରକାରଙ୍କ ଦ୍ବାରା ପ୍ରାରମ୍ଭ କରାଯାଇଥିବା ଦ୍ବିତୀୟ ପ୍ରମୁଖ ବିଶ୍ବ ପଦକ୍ଷେପ ଅଟେ ଯାହା ବିଶ୍ବ ସ୍ତରରେ ଜଳବାୟୁ ପରିବର୍ତ୍ତନ ଏବଂ ଆପଦ ସହନୀୟ ବିଷୟରେ ଭାରତର ନେତୃତ୍ବ ଭୂମିକାର ପ୍ରଦର୍ଶନ କରିଥାଏ।

ସିଡିଆରଆଇ ରାଷ୍ଟ୍ରୀୟ ସରକାରୀ, ସଂଯୁକ୍ତ ରାଷ୍ଟ୍ର ଏଜେନ୍ସି ଏବଂ କାର୍ଯ୍ୟକ୍ରମ, ବହୁପକ୍ଷୀୟ ବିକାଶ ବ୍ୟାଙ୍କ ଏବଂ ଆର୍ଥିକ ବ୍ୟବସ୍ଥା, ଘରୋଇ କ୍ଷେତ୍ର, ଶିକ୍ଷଣୀୟ ଏବଂ ଜ୍ଞାନ ସଂସ୍ଥା ପାଇଁ ଏକ ବିଶ୍ବ ସହଭାଗୀତା ଅଟେ ଯାହାର ଉଦ୍ଦେଶ୍ୟ ଜଳାବୟୁ ଏବଂ ବିପଦ ପାଇଁ ଭିତ୍ତିଭୂମି ପ୍ରଣାଳୀ ନିମନ୍ତେ ସ୍ଥାୟୀତ୍ବକୁ ପ୍ରୋତ୍ସାହିତ କରିବା ଅଟେ ଓ ଏହାଦ୍ବାରା ସ୍ଥାୟୀ ବିକାଶ ସୁନିଶ୍ଚିତ କରାଯାଇପାରିବ।

BS



(Release ID: 1838049) Visitor Counter : 153