ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମେ' ୩୧ରେ ‘ଗରିବ କଲ୍ୟାଣ ସମ୍ମିଳନୀ’ରେ ଯୋଗ ଦେବାକୁ ଶିମଲା ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ମୋଦୀ ସରକାରଙ୍କର କେନ୍ଦ୍ରରେ ୮ ବର୍ଷ ପୂରଣ ହେବା ଅବସରରେ ସମଗ୍ର ଦେଶରେ ଗରିବ କଲ୍ୟାଣ ସମ୍ମିଳନୀ ଆୟୋଜିତ ହେବ

ଏହି କାର୍ଯ୍ୟକ୍ରମରେ ସାରା ଦେଶର ନିର୍ବାଚିତ ଜନ ପ୍ରତିନିଧିମାନେ ଲୋକମାନଙ୍କ ସହିତ ସିଧାସଳଖ ଭାବ ନିବିମୟ କରିବେ

ପ୍ରଧାନମନ୍ତ୍ରୀ ୯ଟି କେନ୍ଦ୍ରୀୟ ମନ୍ତ୍ରଣାଳୟ/ବିଭାଗ ଗୁଡିକର କାର୍ଯ୍ୟକ୍ରମର ହିତାଧିକାରୀ ମାନଙ୍କ ସହିତ ଭାବ ବିନିମୟ କରିବେ

ପିଏମ-କିଷାନ ଯୋଜନାର ୧୧ ତମ କିସ୍ତିକୁ ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରଦାନ କରିବେ

Posted On: 30 MAY 2022 12:29PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩୧ ମେ, ୨୦୨୨ରେ ହିମାଚଳ ପ୍ରଦେଶର ଶିମଲା ପରିଦର୍ଶନରେ ଯିବେ । ସେ ସେଠାରେ ପ୍ରାୟ ପୂର୍ବାହ୍ନ ୧୧ଟା ସମୟରେ ‘ଗରିବ କଲ୍ୟାଣ ସମ୍ମିଳନୀ'ରେ ଯୋଗ ଦେବେ । ଏହି ନୂତନ ସର୍ବସାଧାରଣ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସରକାରର ୮ ବର୍ଷ ପୂରଣ ହେବା ଅବସରରେ ସମସ୍ତ ରାଜ୍ୟର ରାଜଧାନୀ, ଜିଲ୍ଲା ମୁଖ୍ୟାଳୟ ଏବଂ କୃଷି ବିଜ୍ଞାନ କେନ୍ଦ୍ର ଗୁଡିକରେ ଆୟୋଜିତ ହେବ । ଏହି ସମ୍ମିଳନୀ ସରକାରଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ କଲ୍ୟାଣ ମୂଳକ କାର୍ଯ୍ୟକ୍ରମ ଗୁଡିକ ସମ୍ପର୍କରେ ଜନସାଧାରଣଙ୍କ ପ୍ରତିକ୍ରିୟା ଜାଣିବାର ପ୍ରୟାସ ଭାବରେ ନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ ଲୋକ ମାନଙ୍କ ସହିତ ସିଧାସଳଖ ବାର୍ତାଳାପ କରିବା ନିମନ୍ତେ ଅବଧାରଣାକୁ ନେଇ ପ୍ରସ୍ତୁତ କରାଯାଇଛି ।

‘ଗରିବ କଲ୍ୟାଣ ସମ୍ମିଳନୀ' ପୂର୍ବାହ୍ନ ପ୍ରାୟ ୯: ୪୫ ମିନିଟ୍ ସମୟରେ ଆରମ୍ଭ ହେବ । ସାରା ଦେଶର ମୁଖ୍ୟମନ୍ତ୍ରୀ ମାନେ, କେନ୍ଦ୍ର ମନ୍ତ୍ରୀ ମାନେ, ସାଂସଦ ମାନେ, ବିଧାନସଭାର ସଦସ୍ୟ ମାନେ ଏବଂ ଅନ୍ୟ ନିର୍ବାଚିତ ଜନ ପ୍ରତିନିଧି ମାନେ ସିଧାସଳଖ ସେମାନଙ୍କ ନିଜ ନିଜ ଅଂଚଳର ଲୋକମାନଙ୍କ ସହିତ ଭାବ ବିନିମୟ କରିବେ । ପ୍ରାୟ ପୂର୍ବାହ୍ନ ୧୧ଟା ବେଳକୁ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ, ରାଜ୍ୟ ଏବଂ ଆଂଚଳିକ ସ୍ତରର ବିଭିନ୍ନ କାର୍ଯ୍ୟକ୍ରମକୁ ପରିସରଭୁକ୍ତ କରାଯିବ ଏବଂ ଏହି ସମ୍ମିଳନୀ ଜାତୀୟ ସ୍ତରର କାର୍ଯ୍ୟକ୍ରମ ହୋଇଯିବ । ସମ୍ମିଳନୀ ସମୟରେ, ପ୍ରଧାନମନ୍ତ୍ରୀ ଭାରତ ସରକାରଙ୍କର ୯ଟି କେନ୍ଦ୍ରୀୟ ମନ୍ତ୍ରଣାଳୟ / ବିଭାଗ ଗୁଡିକର କାର୍ଯ୍ୟକ୍ରମର ହିତାଧିକାରୀ ମାନଙ୍କ ସହିତ ସିଧାସଳଖ ଭାବ ବିନିମୟ କରିବେ ।

ସାରା ଦେଶରେ ଆୟୋଜିତ କରା ଯାଉଥିବା ଏହି ଫ୍ରିହ୍ୱିଲିଂ (ସମ୍ପୂର୍ଣ୍ଣ ମୁକ୍ତ) ବାର୍ତାଳାପର ଉଦ୍ଦେଶ୍ୟ ହେଉଛି ଲୋକ ମାନଙ୍କ ଠାରୁ ଅବାଧ ଏବଂ ସ୍ପଷ୍ଟ ପ୍ରତିକ୍ରିୟା ହାସଲ କରିବା, ଲୋକ ମାନଙ୍କ ଜୀବନରେ କଲ୍ୟାଣମୂଳକ ଯୋଜନା ଗୁଡିକର ପ୍ରଭାବକୁ ବୁଝିବା ଏବଂ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଗୁଡିକରେ ସମ୍ମିଶ୍ରଣ ଏବଂ ପରିପୁଷ୍ଟତାକୁ ଅନୁସନ୍ଧାନ କରିବା । ଦେଶର ନାଗରିକ ମାନଙ୍କର ଜୀବନକୁ ସୁଗମ କରିବା ନିମନ୍ତେ ସରକାରୀ କାର୍ଯ୍ୟକ୍ରମ ଗୁଡିକର ପହଂଚ ଏବଂ ବିତରଣକୁ ଆହୁରି ଅଧିକ କ୍ରିୟାଶୀଳ କରିବା ପାଇଁ ଏହା ଏକ ପ୍ରୟାସ ଅଟେ । 

ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍ - କିଷାନ) ଯୋଜନାର ୧୧ ତମ କିସ୍ତି ପ୍ରଦାନ କରିବେ । ୧୦ କୋଟିରୁ ଅଧିକ ହିତାଧିକାରୀ କୃଷକ ପରିବାର ଗୁଡିକୁ ଏହା ଦ୍ୱାରା ୨୧,୦୦୦ କୋଟି ଟଙ୍କା ପ୍ରଦାନ କରାଯିବ । ଏହି ଅବସରରେ, ପ୍ରଧାନମନ୍ତ୍ରୀ ସାରା ଦେଶର (ପିଏମ୍ - କିଷାନ) ଯୋଜନାର ହିତାଧିକାରୀ ମାନଙ୍କ ସହିତ ମଧ୍ୟ ଭାବ ବିନିମୟ କରିବେ ।

*******************

SSP



(Release ID: 1829486) Visitor Counter : 162