ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଗାନ୍ଧୀନଗର, ଗୁଜରାଟରେ ‘ସମବାୟ ରେ ସମୃଦ୍ଧି’ ପ୍ରୋଗ୍ରାମ ରେ ପିଏମ୍‌ଙ୍କ ଅଭିଭାଷଣ

Posted On: 28 MAY 2022 9:57PM by PIB Bhubaneshwar

ଭାରତ ମାତାଙ୍କ ଜୟ, ଗୁଜରାଟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ଭାଇ ପଟେଲ, କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଅମିତ ଭାଇ ସାହ, ମନସୁଖ ଭାଇ ମାଣ୍ଡଭିଆ, ସସଂଦରେ ମୋର ସାଥୀ ସିଆର ପାଟିଲ୍‌, ଗୁଜୁରାଟ ସରକାରରେ ମନ୍ତ୍ରୀ ଜଗଦିଶ ଭାଇ ବିଶ୍ବକର୍ମା, ସାଂସଦଗଣ, ବିଧାୟକଗଣ, ଗୁଜୁରାଟ ସରକାରର ସମସ୍ତ ମନ୍ତ୍ରୀଗଣ, ସହକାରୀତା ଆନ୍ଦୋଳନ ସହିତ ସାମିଲ୍ ଥିବା ସମସ୍ତ ବରିଷ୍ଠ ମହାନୁଭବ! ଇଫକୋ ପ୍ରେମିସେସରେ ମଧ୍ୟ ଏକ ବଡ଼ କାର୍ଯ୍ୟକ୍ରମ ଏହାର ସମାନ୍ତରାଳ ସହିତ ଚାଲୁଛି। ଏଠାରେ ଉପସ୍ଥିତ ଇଫକୋ ଚେୟାରମ୍ୟାନ୍ ଦିଲୀପ ଭାଇ, ଇଫକୋର ସମସ୍ତ ସାଥୀ, ଦେଶବ୍ୟାପୀ ଲକ୍ଷ ଲକ୍ଷ ସ୍ଥାନରେ ଆଜି ସମସ୍ତ ଚାଷୀ ଗୁଜୁରାଟର ଗାନ୍ଧୀନଗରର ମହାତ୍ମା ମନ୍ଦିର ସହିତ ସାମିଲ୍ ହୋଇଛନ୍ତି। ମୁଁ ସେହି ସବୁ ଚାଷୀମାନଙ୍କୁ ମଧ୍ୟ ନମସ୍କାର କରୁଛି। ଆଜି ଏଠାରେ ଆମେ ସହକାର ସେ ସମୃଦ୍ଧିର ଆଲୋଚନା କରୁଛୁ। ସମବାୟ ଗ୍ରାମକୁ ସ୍ବାବଲମ୍ବୀର ବହୁତ ବଡ଼ ମାଧ୍ୟମ ଅଟେ, ଏବଂ ଏଥିରେ ଆତ୍ମନିର୍ଭର ଭାରତର ଶକ୍ତି ରହିଛି। ଆତ୍ମ ନିର୍ଭର ଭାରତର ନିର୍ମାଣ ପାଇଁ ଗ୍ରାମର ଆତ୍ମନିର୍ଭର ହେବା ବହୁତ ଆବଶ୍ୟକ। ଏବଂ ଏଥିପାଇଁ ପୁଜ୍ୟ ବାପୁ ଏବଂ ସରଦାର ସାହାବ ଯେଉଁ ରାସ୍ତା ଆମକୁ ଦେଖାଇଛନ୍ତି ସେହି ଅନୁସାରେ ଆଜ ଆମେ ମଡେଲ୍ କୋପରେଟିଭ ଭିଲେଜ୍ ସେହି ଦିଗରେ ଆଗକୁ ନେଉଛୁ। ଗୁଜୁରାଟର ଏପରି ୬ ଟି ଗାଁ କୁ ଚିହ୍ନଟ ମଧ୍ୟ କରାଯାଇଛି, ଯେଉଁଠାରେ ସମ୍ପୂର୍ଣ୍ଣ ଭାବରେ କୋପରେଟିଭ୍ ବ୍ୟବସ୍ଥା ଲାଗୁ କରାଯିବ। 

ବନ୍ଧୁଗଣ

ଆଜି ଆତ୍ମନିର୍ଭର କୃଷି ପାଇଁ ଦେଶର ପ୍ରଥମ ନାନୋ ୟୁରିଆ ପ୍ଲାଣ୍ଟର ଲୋକାର୍ପଣ କରି ମୁଁ ମୋର ହୃଦୟରୁ କହୁଛି ଯେ ମୁଁ ଏକ ବିଶେଷ ଆନନ୍ଦର ଅନୁଭବ କରୁଛି। ଟିକେ କଳ୍ପନା କରନ୍ତୁ ଆଜି ଯେତେବେଳେ ଚାଷୀ ୟୁରିଆ ଆଣିବାକୁ ଯାଉଛନ୍ତି। ସେହି ଦୃଶ୍ୟକୁ ଟିକେ ମନରେ ଆଣନ୍ତୁ ଏବଂ ଏବେ କଣ ହେବାକୁ ଯାଉଛି ତାହା ବିଷୟରେ ମୁଁ ବୁଝାଉଛି। ତାହା ବିଷୟରେ ମଧ୍ୟ ଟିକେ ଭାବନ୍ତୁ। ଏବେ ୟୁରିରର ଏକ ବସ୍ତାର କ୍ଷମତା ସହିତ ମଧ୍ୟ ତାହା ସମାନ। ଅର୍ଥାତ୍ ୟୁରିଆର ବସ୍ତାର ଶକ୍ତି ଏବେ ଗୋଟିଏ ବୋତଲ ମଧ୍ୟରେ ରହିଛି। ଅର୍ଥାତ୍ ନାନୋ ୟୁରିଆର ଅଧା ଲିଟର ବୋତଲ ଚାଷୀଙ୍କର ଏକ ବସ୍ତା ୟୁରିଆର ଆବଶ୍ୟକତାକୁ ପୂରଣ କରିବ। ଏହାଦ୍ବାରା ପରିବହନର ଖର୍ଚ୍ଚ ବହୁ ମାତ୍ରାରେ କମ୍ ହୋଇଯିବ ତଥା ଅନ୍ୟାନ ବସ୍ତୁର ମଧ୍ୟ ଖର୍ଚ୍ଚ ହ୍ରାସ ପାଇବ। ଏବେ କଳ୍ପନା କରନ୍ତୁ, ଏହା ଛୋଟ ଚାଷୀମାନଙ୍କ ପାଇଁ କେତେ ଲାଭଦାୟକ ହୋଇପାରିବ। 

ବନ୍ଧୁଗଣ, 

ଏହି ଯେଉଁ ଆଧୁନିକ ପ୍ଲାଣ୍ଟ କାଲୋଲରେ ଲାଗିଛି ଏହାର କ୍ଷମତା ଏବେ ଦେଢ଼ ଲକ୍ଷ ବୋତଲର ଉତ୍ପାଦନର ରହିଛି। କିନ୍ତୁ ଆସୁଥିବା ସମୟରେ ଏପରି 8 ଟି ପ୍ଲାଣ୍ଟ ଦେଶ ବ୍ୟାପୀ ସୃଷ୍ଟି ହେବାକୁ ଯାଉଛି। ଏହା ଦ୍ବାରା ୟୁରିଆ ଉପରେ ବିଦେଶ ଉପରେ ନିର୍ଭରଶୀଳତା ହ୍ରାସ ପାଇବ। ଦେଶର ଅର୍ଥ ମଧ୍ୟ ସଞ୍ଚୟ ହେବ। ମୋର ଆଶା ଅଛି ଯେ ଇନୋଭେସନ କେବଳ ନାନୋ ୟୁରିଆ ମଧ୍ୟରେ ହିଁ ସିମୀତ ରହିବ ନାହିଁ। ମୋର ବିଶ୍ବାସ ଅଛି ଯେ ଭବିଷ୍ୟତରେ ଅନ୍ୟ ନାନୋ ଫର୍ଟିଲାଇଜର ମଧ୍ୟ ଆମର ଚାଷୀମାନଙ୍କୁ ମିଳିପାରିବ। ଆମର ବୈଜ୍ଞାନିକମାନେ ତାହା ଉପରେ ଆଜି କାମ ମଧ୍ୟ କରୁଛନ୍ତି। 

ବନ୍ଧୁଗଣ, 

ଫର୍ଟିଲାଇଜରରେ ଏହି ନାନୋ ଟେକ୍‌ନୋଲୋଜିରେ ଆତ୍ମନିର୍ଭରତା ଦିଗରେ ଯେଉଁ ପଦକ୍ଷେପ ଆମେ ଗ୍ରହଣ କରିଛୁ, ତାହା କେତେ ମହତ୍ତ୍ବପୂର୍ଣ୍ଣ, ତାହା ଦେଶବାସୀମାନେ ବୁଝିବା ଆବଶ୍ୟକ। ଭାରତର ଫର୍ଟିଲାଇଜରର କ୍ଷେତ୍ରରେ ଦୁନିଆର ଦ୍ବିତୀୟ ସବୁଠାରୁ ବଡ଼ କଞ୍ଜୁମର ଅଟେ କିନ୍ତୁ ଉତ୍ପାଦନ କ୍ଷେତ୍ରରେ ଆମେ ତୃତୀୟ ସ୍ଥାନରେ ରହିଛୁ। ଏହା ସହିତ 7-8 ବର୍ଷ ପୂର୍ବରୁ ଆମର ଏଠାରେ ଅଧିକାଂଶ ୟୁରିଆ କ୍ଷେତକୁ ଯିବା ପରିବର୍ତ୍ତେ କଳାବଜାରୀଙ୍କ ନିକଟକୁ ଯାଉଥିଲା ଏବଂ ଚାଷୀମାନେ ତାଙ୍କର ଆବଶ୍ୟକତା ପାଇଁ ଲାଠି ଖାଇବାକୁ ବାଧ୍ୟ ହେଉଥିଲେ। ଆମର ଏଠାରେ ଯେଉଁ ବଡ଼ ୟୁରିଆର ଫାକ୍ଟ୍ରି ଥିଲା, ତାହା ମଧ୍ୟ ଟେକ୍‌ନୋଲୋଜିର ଅଭାବରୁ ବନ୍ଦ ହୋଇ ଯାଇଥିଲା ଏବଂ ଏଥିପାଇଁ 2014 ରେ ସରକାର ହେବା ପରେ ଆମେ ୟୁରିଆର ଶତ ପ୍ରତିଶତ ନିମ କୋଟିଂର ଦାୟୀତ୍ବ ଗ୍ରହଣ କଲୁ ଓ ଏହାକୁ କଲୁ ମଧ୍ୟ। ଏହା ଦ୍ବାରା ଦେଶର ଚାଷୀମାନଙ୍କୁ ପର୍ଯ୍ୟାପ୍ତ ୟୁରିଆ ମିଳିବା ସୁନିଶ୍ଚିତ ହୋଇ ପାରିଲା। ଏହା ସହିତ ଏହା ସହିତ ଆମେ ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଓ ତେଲଙ୍ଗାନା ରେ 5 ଟି ସାର କାରଖାନା ବନ୍ଦ ରହିଥିଲା। ଏହି ବନ୍ଦ ରହିଥିବା ସାର କାରଖାନାକୁ ପୁଣି ଥରେ ଚାଲୁ କରିବାର କାମ ଆରମ୍ଭ ହେଲା। ଏବଂ ଏଥିରେ ୟୁପି ଓ ତେଲଙ୍ଗାନାର ଫ୍ୟାକ୍ଟ୍ରିକୁ ମଧ୍ୟ ଆରମ୍ଭ କରାଯାଇ ସାରିଛି, ଉତ୍ପାଦନ କାର୍ଯ୍ୟ ମଧ୍ୟ ଚାଲୁ ରହିଛି। ଏବଂ ଅନ୍ୟାନ୍ୟ ସବୁ ବିଷୟ ମଧ୍ୟ ଖୁବ୍ ଶୀଘ୍ର ଏହାର କାମ କରିବା ଆରମ୍ଭ କରିଦେବେ। 

ବନ୍ଧୁଗଣ, 

ଫର୍ଟିଲାଇଜରର ନିଜର ଆବଶ୍ୟକତାକୁ ପୂରଣ କରିବା ପାଇଁ ଭାର ଦଶନ୍ଧି ଦଶନ୍ଧି ଧରି ବହୁତ ଅଧିକ ମାତ୍ରାରେ ବିଦେଶ ଉପରେ ନିର୍ଭରଶୀଳ ଥିଲା, ଆମକୁ ଏହା ଆମଦାନୀ କରିବାକୁ ହେଉଥିଲା। ଆମେ ଆମର ଆବଶ୍ୟକତାର ପ୍ରାୟ ଏକ ଚତୁର୍ଥାଂଶକୁ ଆମଦାନୀ କରୁଥିଲୁ। କିନ୍ତୁ ପଟାଶ୍ ଓ ଫସଫେଟ କ୍ଷେତ୍ରରେ ଆମେ ପ୍ରାୟ ଶତ ପ୍ରତିଶତ ବିଦେଶ ଉପରେ ନିର୍ଭର ହେବାକୁ ପଡ଼ୁଥିଲା। ଗତ 2 ବର୍ଷରେ କରୋନା ଲକ୍ ଡାଉନ କାରଣରୁ ଇଣ୍ଟରନାସନାଲ ମାର୍କେଟରେ ଫର୍ଟିଲାଇଜରର ମୂଲ୍ୟ ବହୁତ ଅଧିକ ବଢ଼ି ଯାଇଛି। ଏବଂ ଏହି ସମୟରେ ଯୁଦ୍ଧ ଆସି ପହଞ୍ଚିଗଲା। ଯୁଦ୍ଧର ପରିସ୍ଥିତିରେ ଫର୍ଟିଲାଇଜରର ବିଶ୍ବ ବଜାରରେ ଉପଲବ୍ଧତା ମଧ୍ୟ ସୀମିତ ହୋଇଗଲା ଏବଂ ମୂଲ୍ୟକୁ ମଧ୍ୟ ବହୁତ ଗୁଣା ଅଧିକ କରିଦେଲା। 

ବନ୍ଧୁଗଣ, 

ଚାଷୀମାନଙ୍କ ପ୍ରତି ସମ୍ବେଦନଶୀଳ ଆମର ସରକାର ବୁଝି ପାରିଛନ୍ତି ଯେ ଆନ୍ତର୍ଜାତୀୟ ସ୍ଥିତି ଚିନ୍ତାଜନକ ରହିଛି। ମୂଲ୍ୟ ବୃଦ୍ଧି ହେଉଛି, ସାରକୁ ପ୍ରାପ୍ତ କରିବା ପାଇଁ ସାରା ଦୁନିଆଁ ବୁଲିବାକୁ ପଡ଼ୁଛି। ସମସ୍ୟା ଓ ଜଟିଳତା ମଧ୍ୟ ରହିଛି। କିନ୍ତୁ ଆମେ ପ୍ରଚେଷ୍ଟା ଜାରି ରଖିଛୁ। ଏହି ସବୁ ସମସ୍ୟାର ସମାଧାନ ଖୁବ୍ ଶୀଘ୍ର କରାଯିବ। କିନ୍ତୁ ଚାଷୀମାନଙ୍କ ଉପରେ ଏହାର ପ୍ରଭାବ ପଡ଼ିବାକୁ ଦେବୁ ନାହିଁ। ଏବଂ ଏଥିପାଇଁ ସବୁ ପ୍ରକାର ସମସ୍ୟା ସତ୍ତ୍ବେ ଆମେ ଦେଶରେ ଫର୍ଟିଲାଇଜରର କୌଣସି ବଡ଼ ସଙ୍କଟ ଆସିବାକୁ ଦେଇ ନାହୁଁ। 

ବନ୍ଧୁଗଣ, 

ଭାରତ ବିଦେଶରୁ ୟୁରିଆ ଆମଦାନୀ କରିଥାଏ ସେଥିରେ ୟୁରିଆର 50 କିଲୋର ଏକ ବ୍ୟାଗ୍ 3500 ଟଙ୍କାର ପଡ଼ୁଥିଲା। ଗୋଟିଏ ବ୍ୟାଗର ମୂଲ୍ୟ ତିନି ହଜାର ପାଞ୍ଚଶହ ଟଙ୍କା, ମନେ ରଖନ୍ତୁ। କିନ୍ତୁ ଦେଶର ଗ୍ରାମରେ ଚାଷୀମାନଙ୍କୁ ସେହି ୟୁରିଆ ବ୍ୟାଗ 3500 ରେ କିଣି ମାତ୍ର 300 ଟଙ୍କାରେ ଦିଆ ଯାଉଛି, ମାତ୍ର ତିନି ଶହ ଟଙ୍କାରେ। ଅର୍ଥାତ୍ ୟୁରିଆର ଏକ ବ୍ୟାଗରେ ଆମର ସରକାର 3200 ଟଙ୍କାରୁ ଅଧିକ ନିଜେ ସରକାର ବହନ କରୁଛନ୍ତି। ସେହିଭଳି ଡିଏପି ର 50 କିଲୋର ବ୍ୟାଗରେ ଆମ ପୂର୍ବରୁ ଥିବା ସରକାରଙ୍କୁ ପ୍ରତି ବ୍ୟାଗରେ 500 ଟଙ୍କା ବହନ କରିବାକୁ ପଡ଼ୁଥିଲା। ଆନ୍ତର୍ଜାତୀୟ ବଜାରରେ ଡିଏପିର ମୂଲ୍ୟରେ ବୃଦ୍ଧି ହେବା ସତ୍ତ୍ବେ, ଆମର ସରକାର ନିରନ୍ତର ପ୍ରୟାସ କରିଛି ଯେପରି ଚାଷୀମାନଙ୍କ ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ। ଏବେ ଆମର ସରକାର ଡିଏପି ର 50 କିଲୋ ବ୍ୟାଗରେ ପ୍ରାୟ 2500 ଟଙ୍କା ବହନ କରୁଛି। ଅର୍ଥାତ୍ 12 ମାସ ଭିତରେ ପ୍ରତି ଡିଏପି ବ୍ୟାଗରେ 5 ଗୁଣା ଭାର କେନ୍ଦ୍ର ସରକାର ନିଜ ଉପରକୁ ନେଇଛି। ଭାରତର ଚାଷୀମାନଙ୍କୁ ଯେପରି ସମସ୍ୟା ନହେବ ସେଥିପାଇଁ ଗତ ବର୍ଷ 1 ଲକ୍ଷ 60 ହଜାର କୋଟି ଟଙ୍କାର ସବ୍‌ସିଡି ଫର୍ଟିଲାଇଜର କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି। ଚାଷୀମାନଙ୍କୁ ମିଳୁଥିବା ଏହି ସହାୟତା ଚଳିତ ବର୍ଷ ପ୍ରାୟ 2 ଲକ୍ଷ କୋଟି ଟଙ୍କାରୁ ଅଧିକ ହେବାକୁ ଯାଉଛି। 

ବନ୍ଧୁଗଣ, 

ଦେଶର ଚାଷୀମାନଙ୍କ ହିତରେ ଯାହା ଜରୁରୀ, ତାହା ଆମେ କରୁଛୁ, କରିବୁ ଓ ଦେଶର ଚାଷୀମାନଙ୍କର ଶକ୍ତି ବଢ଼ାଇବା ଜାରି ରଖିବୁ। କିନ୍ତୁ ଆମକୁ ଭାବିବା ମଧ୍ୟ ଆବଶ୍ୟକ ଯେ କାହିଁକି ଆମେ 21ତମ ଶତାବ୍ଦୀରେ ନିଜର ଚାଷୀମାନଙ୍କୁ କେବଳ ବିଦେଶୀ ପରିସ୍ଥିତି ଉପରେ ନିର୍ଭର କରି ଚଳି ପାରିବୁ କି? ପ୍ରତି ବର୍ଷ ଯେଉଁ ଲକ୍ଷ ଲକ୍ଷ କୋଟି କେନ୍ଦ୍ର ସରକାର ଖର୍ଚ୍ଚ କରୁଛନ୍ତି ତାହା ବିଦେଶକୁ କାହିଁକି ଯିବ? କଣ ଏହି ଅର୍ଥ ଭାରତୀୟ ଚାଷୀମାନଙ୍କର କାମରେ ଆସିବା ଉଚିତ୍ ନୁହେଁ? ମହଙ୍ଗା ସାର କାରଣରୁ ଚାଷୀମାନଙ୍କର ବଢ଼ୁଥିବା ଖର୍ଚ୍ଚକୁ କମ୍ କରିବାର କୌଣସି ସ୍ଥାୟୀ ସମାଧାନକୁ ଆମେ କାହିଁକି ବାହାର କରିବା ଉଚିତ୍ ନୁହେଁ? 

ବନ୍ଧୁଗଣ, 

ଏହି ପ୍ରଶ୍ନ ଯାହା ପ୍ରତି ସରକାଙ୍କ ନିକଟରେ ଅତୀତରେ ରହି ଆସିଛି। ଏପରି ନୁହେଁ ଯେ ସବୁ ସମସ୍ୟା କେବଳ ମୋ ନିକଟକୁ ଆସିଛି। କିନ୍ତୁ ପୂର୍ବରୁ କେବଳ ଜରୁରୀକାଳୀନ ସମସ୍ୟାର ହିଁ ସମାଧାନ କରାଗଲା। ଗତ 8 ବର୍ଷରେ ଆମେ ଜରୁରୀକାଳୀନ ଉପାୟ ମଧ୍ୟ କରିଛୁ ଏବଂ ସମସ୍ୟା ଗୁଡ଼ିକର ସ୍ଥାୟୀ ସମାଧାନ ମଧ୍ୟ ବାହାର କରୁଛୁ। କରୋନା ମହାମାରୀ ପରି ପରିସ୍ଥିତି ଭବିଷ୍ୟତରେ ଯେପରି ନଦେଖାଯିବ, ସେଥିପାଇଁ ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ ଫୋକସ କରାଯିବା ଉଚିତ୍। ଖାଦ୍ୟ ତେଲର ସମସ୍ୟାକୁ କମ୍ କରିବା ପାଇଁ, ଏଥିପାଇଁ ମିଶନ୍ ଅଏଲ୍‌ ପାମ୍ ଉପରେ କାମ ଚାଲୁ ରହିଛି। ଅଶୋଧିତ ତୈଳ ଉପରେ ବିଦେଶୀ ନିର୍ଭରତାକୁ ହ୍ରାସ କରିବକୁ ହେବ, ଏଥିପାଇଁ ବାୟୋଫୁଏଲ୍‌ସ, ଗ୍ରୀନ ହାଇଡ୍ରୋଜେନ ଏବଂ ଅନ୍ୟ ବିକଳ୍ପ ଉପାୟ ଉପରେ ଆଜି ବଡ଼ ସ୍ତରରେ ପ୍ରଚେଷ୍ଟା କରାଯାଉଛି। ନାନୋ ଟେକ୍‌ନୋଲୋଜି ଉପରେ ବ୍ୟାପକ ନିବେଶ ମଧ୍ୟ ଏହି ନୀତିର ଫଳାଫଳ ଅଟେ। ସେହିପରି ପ୍ରାକୃତିକ ସାରକୁ ଚାଷୀମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଯେଉଁ ଅଭିଯାନ ଦେଶରେ ଚାଲୁଛି ତାହା ମଧ୍ୟ ସ୍ଥାୟୀ ସମାଧାନର ଅଂଶ ଅଟେ। ଏବଂ ମୁଁ ଗୁଜରାଟର ଚାଷୀଭାଇ ମାନଙ୍କୁ ବିଶେଷ ଭାବରେ ଧନ୍ୟବାଦ ଦେଉଛି। ଗୁଜୁରାଟର ଚାଷୀମାନେ ପ୍ରଗତିଶୀଳ ଅଟନ୍ତି, ଛୋଟ ଚାଷୀ ମଧ୍ୟ ସାହସ କରିବାର ସ୍ବଭାବ ରଖିଥାଏ ଏବଂ ଯେପରି ମୋତେ ଗୁଜରାଟରୁ ଖବର ଆସୁଛି ଯେ ପ୍ରାକୃତିକ ଚାଷ ଆଡ଼କୁ ଗୁଜରାଟର ଛୋଟ ଚାଷୀ ମଧ୍ୟ ଏବେ ଆଗ୍ରହ ପ୍ରକାଶ କଲେଣି। ଲକ୍ଷ ଲକ୍ଷ ଚାଷୀମାନେ ଗୁଜୁରାଟରେ ପ୍ରାକୃତି ଚାଷର ମାର୍ଗରେ ଅଗ୍ରସର ହେଉଛନ୍ତି। ମୁଁ ଏହି ସବୁ ଚାଷୀମାନଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି ଏବଂ ଏହି ପଦକ୍ଷେପ ପାଇଁ ତାଙ୍କୁ ପ୍ରଣାମ କରୁଛି। 

ବନ୍ଧୁଗଣ, 

ଆତ୍ମନିର୍ଭରତା ରେ ଭାରତର ଅନେକ ସମସ୍ୟାର ସମାଧାନ ରହିଛି ଏବଂ ଆତ୍ମନିର୍ଭରତାର ଏକ ଉନ୍ନତ ମଡେଲ, ସମବାୟ ମଧ୍ୟ ଅଟେ। ଏହା ଆମେ ଗୁଜୁରାଟରେ ବହୁତ ସଫଳତାର ସହିତ ଅନୁଭବ କରିଛୁ ଏବଂ ଆପଣ ସମସ୍ତ ସାଥୀ ଏହି ସଫଳତାର ସେନାନୀ ଅଟନ୍ତି। ଗୁଜୁରାଟର କୋପପରେଟିଭ୍ ସେକ୍ଟର ସହିତ ସାମିଲ୍ ସମସ୍ତ ମହାରଥୀମାନେ ବସିଛନ୍ତି। ମୁଁ ସଭିଙ୍କ ମୁଁହକୁ ଦେଖି ପାରୁଛି। ସମସ୍ତ ପୁରୁଣା ସାଥୀ ଯେଉଁମାନେ ସମବାୟ କ୍ଷେତ୍ରରେ ଗୁଜରାଟର ବିକାଶ ଯାତ୍ରାକୁ ଆଗକୁ ବଢ଼ାଉଛନ୍ତି। ସେହିସବୁ ପ୍ରତିଭାବାନ ବ୍ୟକ୍ତିଗଣ ମୋ ସମ୍ମୁଖରେ ବସିଛନ୍ତି। ଆନନ୍ଦ ଲାଗୁଛି, ଯେଉଁ ତପସ୍ୟାରେ ଆପଣ ଏହି କାମକୁ ଆଗକୁ ନେଉଛନ୍ତି ଏବଂ ସମବାୟ ରିପୋର୍ଟକୁ ଆଗକୁ ନେଇଛନ୍ତି ତାହା ନିଶ୍ଚିତ ଭାବରେ ଗର୍ବ ଓ ଗୌରବର ବିଷୟ ଅଟେ। 

ବନ୍ଧୁଗଣ, 

ଗୁଜରାଟ ତ ଏଥିପାଇଁ ମଧ୍ୟ ସୌଭାଗ୍ୟାଶାଳୀ ଅଟେ କାରଣ ପୁଜ୍ୟ ବାପୁ ଏବଂ ସରଦାର ସାହେବଙ୍କ ନେତୃତ୍ବ ଏଠାରେ ଆମକୁ ମିଳିଛି। ପୁଜ୍ୟ ବାପୁ ସମବାୟରେ ସ୍ବାବଲମ୍ବନର ଯେଉଁ ମାର୍ଗ ଦେଖାଇଛନ୍ତି ତାହାକୁ ସରଦାର ସାହେବ ଭୂମି ଉପରକୁ ଆଣିବାକୁ କାମ କରିଛନ୍ତି। ଏବଂ ଯେତେବେଳେ ସମବାୟର କଥା ଆସେ ଯେପରି ଅମିତ ଭାଇ ଉଲ୍ଲେଖ କରିଛନ୍ତି ଭେଙ୍କଟ ଭାଇ ମେହେତାଙ୍କ ବିଷୟରେ ମନେ ପଡ଼ିବା ବହୁତ ସ୍ବାଭାବିକ ଅଟେ ଏବଂ ଆଜି ମଧ୍ୟ ଭାରତ ସରକାର ଏକ ବହୁତ ବଡ଼ ଇନ୍‌ଷ୍ଟିଚ୍ୟୁଟ ତାଙ୍କ ନାମରେ ଚଲାଉଛନ୍ତି। କିନ୍ତୁ ତାହାକୁ ମଧ୍ୟ ଧୀରେ ଧୀରେ ଭୁଲାଇ ଦିଆ ଯାଇଛି। ଚଳିତ ଥର ଆମେ ବଜେଟରେ 25 କୋଟିର ବ୍ୟବସ୍ଥା କରି ତାହାକୁ ଆହୁରି ଅଧିକ ଶକ୍ତିଶାଳୀ କରିବାର କାମ ଆରମ୍ଭ କରିଛୁ। କେବଳ ଏତିକି ନୁହେଁ ଆମର ଏଠାରେ ହାଉସିଂ ପାଇଁ ସୋସାଇଟି, କୋପରେଟିଭ୍ ସୋସାଇଟି ଏହାର ପ୍ରଥମ ପ୍ରୟୋଗ ଆମର ଏଠାରେ ହୋଇଛି। ଏ ଯେଉଁ ଆମର ପାଲରେଡିରେ ପ୍ରୀତମ ନଗର ରହିଛି ସେହି ପ୍ରୀତମନଗର ତାହାର ଉଦାହରଣ ଅଟେ। ଦେଶର ପ୍ରଥମ ସହକାରୀ ଆବାସ ଯୋଜନାର ଏହା ଜୀବନ୍ତ ଉଦାହରଣ ଅଟେ। 

ବନ୍ଧୁଗଣ, 

ସହକାରୀ କ୍ଷେତ୍ରରେ ଅମୁଲ୍ ଏକ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଅମୁଲ୍ ପରି ବ୍ରାଣ୍ଡ ସାରା ଦୁନିଆଁରେ ଗୁଜରାଟର କୋପରେଟିଭ୍ ମୁଭମେଣ୍ଟ ର ଏକ ଶକ୍ତିର ପରିଚୟ କରାଇଛି, ପରିଚୟ ସୃଷ୍ଟି କରିଛି। ଗୁଜୁରାତରେ ଡାଏରୀ, ଚିନି ଏବଂ ବ୍ୟାଙ୍କିଂ ସମବାୟ ଆନ୍ଦୋଳନର ସଫଳତାର ଉଦାହରଣ ଅଟେ। ଗତ ବର୍ଷରେ ଫଳ ପନିପରିବା ସହିତ ଅନ୍ୟାନ୍ୟ କ୍ଷେତ୍ରକୁ ସମବାୟ ପରିସର ମଧ୍ୟକୁ ଅଣାଯାଉଛି। 

ଭାଇ ଓ ଭଉଣୀମାନେ,  

ସମବାୟର ସଫଳ ପ୍ରୟୋଗରେ ଏକ ବହୁତ ବଡ଼ ମଡେଲ ଦେଶର ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସଶକ୍ତ କରିବା ପାଇଁ ଆମର ସମ୍ମୁଖରେ ରହିଛି। ଡାଏରୀ ସେକ୍ଟରର କୋପରେଟିଭ୍ ମଡେଲର ଉଦାହରଣ ଆମ ସମ୍ମୁଖରେ ରହିଛି। ଆଜି ଭାରତର ଦୁନିଆଁର ସବୁଠାରୁ ବଡ଼ ଦୁଗ୍ଧ ଉତ୍ପାଦକ ଅଟେ ଯେଉଁଠାରେ ଗୁଜରାଟର ବହୁତ ବଡ଼ ଅଂଶୀଦାର ରହିଛି। ଗତ ବର୍ଷରୁ ଡାଏରୀ ସେକ୍ଟର ଦ୍ରୁତ ଗତିରେ ବମୁଛି ଏବଂ ଗ୍ରାମୀଣ ଅର୍ଥ ବ୍ୟବସ୍ଥାରେ ଅଧିକ କଣ୍ଟ୍ରିବ୍ୟୁଟ ମଧ୍ୟ କରୁଛି। ଆଜି ଭାରତ ଏକ ବର୍ଷରେ ପ୍ରାୟ 8 ଲକ୍ଷ କୋଟି ଟଙ୍କାର ଦୁଗ୍ଧ ଉତ୍ପାଦନ କରୁଛି। 8 ଲକ୍ଷ କୋଟି ଟଙ୍କାର କ୍ଷୀର ଏବଂ ଆନୁସଙ୍ଗିକ ସାମଗ୍ରୀ ଆମର ମା ଓ ଭଉଣୀମାନେ ସମ୍ଭାଳୁଛନ୍ତି। ଅନ୍ୟ ପକ୍ଷରେ ଗହମ ଓ ଧାନର ବଜାରକୁ ଯଦି ଆମେ ମିଶାଇ ଦେଖିବା ତେବେ ତାହା ଦୁଗ୍ଧ ଉତ୍ପାଦନ ଠାରୁ ମଧ୍ୟ କମ୍ ଅଟେ। ଅର୍ଥାତ୍ ଦୁଗ୍ଧ ଯଦି 8 ଲକ୍ଷ କୋଟିର ଅଟେ ତେବେ ଗହମ ଓ ଧାନର ଟୋଟାଲ୍ ତା ଠାରୁ ମଧ୍ୟ କମ ଅଟେ। ଆପଣ ଦେଖନ୍ତୁ ଦୁଗ୍ଧ ଉତ୍ପାଦନରେ ଆମର ଦେଶ କେତେ ବଡ଼ ଶକ୍ତିରେ ପରିଣତ ହୋଇଛି। ସେହିପରି ଆମେ ପଶୁପାଳନର ସମ୍ପୂର୍ଣ୍ଣ ସେକ୍‌ଟରକୁ ଯଦି ଦେଖିବା ତେବେ ତାହା ସାଢ଼େ 9 ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି। ଏହା ଭାରତର ଛୋଟ ଚାଷୀ, ଭୂମୀହୀନ, ଶ୍ରମିକଙ୍କ ପାଇଁ ବଡ଼ ସମ୍ବଳ ଅଟେ। 

ବନ୍ଧୁଗଣ,

ଗତ ଦଶକରେ ଗୁଜରାଟରେ ଯଦି ଗ୍ରାମରେ ଅଧିକ ସମୃଦ୍ଧି ଦେଖିବାକୁ ମିଳିଛି ତେବେ ଏହାର ଏକ ବହୁତ ବଡ଼ କାରଣ ହେଉଛି ଡାଏରୀ ସେକ୍ଟର ସହିତ ସମ୍ପର୍କିତ କୋପରେଟିଭ୍ ଗୁଡ଼ିକ ରହିଛି। ଏବଂ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଆମେ ଯଦି କୌଣସି ବିଷୟକୁ ମନେ ପକାଉଛୁ ତେବେ କିଛି ଲୋକ ଭାବୁଛନ୍ତି ଆମେ ତାଙ୍କର ଆଲୋଚନା କରୁଛୁ। ଆମେ ସମାଲୋଚନା କରୁ ନାହୁଁ। କିନ୍ତୁ କୌଣସି ବିଷୟକୁ ଏଥିପାଇଁ ମନେ ପକାଇବାକୁ ହୋଇଥାଏ ଓ ପୂର୍ବରୁ କଣ ହେଉଥିଲା ତାହାକୁ ଭୁଲିବା ଉଚିତ୍ ନୁହେଁ। ଆମର ଦେଶରେ ଆମର ଗୁଜୁରାଟରେ କଚ୍ଛ, ସୌରାଷ୍ଟ୍ରରେ ଡାଏରୀ କରିବା, ଡାଏରୀର ନିର୍ମାଣ କରିବା ଏଥିରେ ରୋକ ଲଗାଇବାର ବ୍ୟବସ୍ଥା କରାଯାଇଥିଲା। ଅର୍ଥାତ୍ ଏକ ପ୍ରକାର ବେଆଇନ୍ କାର୍ଯ୍ୟରେ ପକାଇ ଦିଆ ଯାଇଥିଲା। ଯେତେବେଳେ ମୁଁ ଏଠାରେ ଥିଲି ସେତେବେଳେ ମୁଁ କହିଲି ଭାଇ ଯଦି ଅମୁଲ୍ ବଢ଼ୁଛି ତେବେ କଛର ଡାଏରୀ ମଧ୍ୟ ବଢ଼ି ପାରେ। ଅମରେଲିର ଡାଏରୀ ମଧ୍ୟ ବଢ଼ି ପାରେ। ଆମେ ଅଟକାଇ କାହିଁକି ବସିଛୁ। ଏବଂ ଆଜି ଗୁଜୁରାଟରେ ଚାରି ଦିଗରେ ଡାଏରୀ କ୍ଷେତ୍ର ବହୁତ ଶକ୍ତିର ସହିତ ଛିଡ଼ା ହୋଇଛି। ଗୁଜୁରାଟରେ ମଧ୍ୟ ଦୁଗ୍ଧ ଆଧାରିତ ଉଦ୍ୟୋଗର ବ୍ୟାପକ ପ୍ରସାର ଏଥିପାଇଁ ହେଲା କାରଣ ଏଥିରେ ସରକାରଙ୍କ ପକ୍ଷରୁ ପ୍ରତିବନ୍ଧକ ବହୁତ କମ୍ ରହିଛି। ସରକାର ଯେତେ ସମ୍ଭବ ଦୂରେଇ ରହିବା ପାଇଁ ଚେଷ୍ଟା କଲେ ଏବଂ ସହକାରୀ କ୍ଷେତ୍ରକୁ ବୃଦ୍ଧି ହେବା ପାଇଁ ସ୍ବାଧୀନତା ପ୍ରଦାନ କଲେ। ସରକାର ଏଠାରେ କେବଳ ଜଣେ ଫାସିଲିଟେଟରର ଭୂମିକା ନିର୍ବାହ କରୁଛନ୍ତି। ବାକି କାମ ଆପଣଙ୍କ ପରି ଆମର ସହକାରୀ କ୍ଷେତ୍ର କୁ ସମର୍ପିତ ଆମର ସମସ୍ତ ସାଥୀ କରୁଛନ୍ତି, ବା ଆମର ଚାଷୀ ଭାଇ ଭଉଣୀ କରୁଛନ୍ତି। ଦୁଗ୍ଧ ଉତ୍ପାଦକ ଓ ଦୁଗ୍ଧର ବ୍ୟବସାୟ କରୁଥିବା ପ୍ରାଇଭେଟ ଓ କୋପରେଟିଭ୍ ସେକ୍ଟର ଉଭୟ ପରସ୍ପର ସହିତ ସଂପୃକ୍ତ ଅଟନ୍ତି ଏବଂ ଉନ୍ନତ ସପ୍ଲାଇ ଓ ଭାଲ୍ୟୁ ଚେନ ସେମାନେ ପ୍ରସ୍ତୁତ କରିଛନ୍ତି। 

ବନ୍ଧୁଗଣ 

ସବୁଠାରୁ ବଡ଼ କଥା ହେଉଛି ଡାଏରୀ ସେକ୍ଟରରେ ସବୁଠାରୁ ଛୋଟ ଚାଷୀମାନେ ରହିଛନ୍ତି। ଏବଂ ଯେପରି ମୁଁ ପୂର୍ବରୁ କହିଛି ଆମର ମା ଓ ଭଉଣୀମାନେ ଏହି କାମକୁ ସମ୍ଭାଳୁଛନ୍ତି। ଗୁଜୁରାଟରେ ପ୍ରାୟ 70 ଲକ୍ଷ ଭଉରୀ ଆଜି ଏହି ଆନ୍ଦୋଳନର ଅଂଶ ଅଟନ୍ତି। 70 ଲକ୍ଷ ଭଉଣୀ, 50 ଲକ୍ଷରୁ ଅଧିକ ପରିବାରରୁ ଆସିଛନ୍ତି। ସାଢ଼େ 5 ହଜାରରୁ ଅଧିକ ମିଲ୍‌କ କୋପରେଟିଭ୍ ସୋସାଇଟି ଆଜି ଗୁଜରାଟରେ ଆମର ମା ଓ ଭଉଣୀମାନେ ଚଲାଉଛନ୍ତି। ଅମୁଲ୍ ପରି ଆନ୍ତର୍ଜାତୀୟ ବ୍ରାଣ୍ଡକୁ ପ୍ରସ୍ତୁତ କରିବାରେ ଗୁଜରାଟ ର ଆମର ଭଉଣୀମାନଙ୍କର ବହୁତ ବଡ଼ ଭୂମିକା ରହିଛି। ଗୋଟିଏ ପ୍ରକାରରେ ସମବାୟ ଗୁଜରାଟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ଏକ ବଡ଼ ଦିଗ ପ୍ରଦାନ କରିଛି। ଆମେ ତ ଲିଜ୍ଜତ ପାମ୍ପଡ଼ ବିଷୟରେ ଜାଣିଛୁ। ଆଦିବାସୀ କ୍ଷେତ୍ରର ଗରିବ ମା-ଭଉଣୀମାନେ ଆରମ୍ଭ କରିଥିବା କାମ ଆଜି ଏକ ମଲ୍‌ଟିନ୍ୟାସନାଲ୍ ବ୍ରାଣ୍ଡରେ ପରିଣତ ହୋଇଛି। ସାରା ଦୁନିଆରେ ଭାରତ ସହିତ ଲିଜ୍ଜତ ପାମ୍ପଡ଼ ମଧ୍ୟ ପହଞ୍ଚିପାରିଛି। ଏବଂ ପ୍ରଥମ ଥର ମୁଁ ଗର୍ବ ଅନୁଭବ କରୁଛି ଯେ ଏତେ ବର୍ଷ ଧରି ଲିଜ୍ଜତ ପାମ୍ପଡ଼ର କାମ ମଧ୍ୟ ବୃଦ୍ଧି ହେଉଛି। ଏତେ ବଢ଼ିଲା କିନ୍ତୁ କେହି କେବେ ଏହାର ପ୍ରଶଂସା କରି ନାହାନ୍ତି। ଆମେ ଗତ ବର୍ଷ ପଦ୍ମଶ୍ରୀର ପୁରସ୍କାର ସେମାନଙ୍କୁ ଦେଲୁ ଯେଉଁମାନେ ଲିଜ୍ଜତ ପାମ୍ପଡ଼କୁ ସ୍ଥାପିତ କରିଛନ୍ତି। ଏବେ ତାଙ୍କର ବୟସ 90 ବର୍ଷରୁ ଅଧିକ ହୋଇଗଲାଣି। ସେ ମୂଳ ଗୁଜରାଟର ବାସିନ୍ଦା ଓ ମୁମ୍ବାଇରେ ରହୁଛନ୍ତି। କିନ୍ତୁ ସେ ମାତାଜୀ ଆସିଲେ ଏବଂ ସେ ବହୁତ ଆଶୀର୍ବାଦ ଦେଲେ। ଅର୍ଥାତ୍ ଆମର ସମବାୟର ସ୍ପିରିଟ୍ ଏବଂ ଆମର ମା ଓ ଭଉଣୀଙ୍କ ଏହି କୌଶଳ ଯଦି ଅମୁଲ ବ୍ରାଣ୍ଡ ହୋଇପାରୁଛି ତେବେ ଲିଜ୍ଜତ ମଧ୍ୟ ଏହିପରି ଏକ ବୃହତ୍ ବ୍ରାଣ୍ଡ ହୋଇ ପାରିଛି। ଆମର ଭଉଣୀ ଝିଅମାନେ ମ୍ୟାନେଜମେଣ୍ଟ କୌଶଳକୁ ଯଦି ଦେଖିବାକୁ ଚାହୁଁଛନ୍ତି ତେବେ କୋପରେଟିଭରେ ଆମକୁ ସ୍ପଷ୍ଟ ଭାବରେ ଦେଖି ପାରିବେ। 

ବନ୍ଧୁଗଣ, 

ସଭିଙ୍କ ସହିତ ସଭିଙ୍କ ବିକାଶ, ସଭିଙ୍କ ବିଶ୍ବାସ ଏବଂ ସଭିଙ୍କ ପ୍ରୟାସ ଏହି ମନ୍ତ୍ରରେ ଆମେ ଚାଲୁଛୁ। ଏହି ମନ୍ତ୍ର ସମବାୟର ଆତ୍ମା ଅଟେ। ସମବାୟର ସୀମା ମଧ୍ୟରେ ରହିଛି ଏହି ମନ୍ତ୍ର। ଏଥିପାଇଁ ସମବାୟର ସ୍ପିରିଟକୁ ଆଜାଦୀର ଅମୃତ ମହୋତ୍ସବ ର ସ୍ପିରିଟ ସହିତ ଯୋଡ଼ିବା ପାଇଁ ଆମେ ନିରନ୍ତର ଆଗକୁ ବଢ଼ୁଛୁ। ଏହି ଉଦ୍ଦେଶ୍ୟ ସହିତ କେନ୍ଦ୍ରରେ ସମବାୟ ପାଇଁ ଭିନ୍ନ ମନ୍ତ୍ରଣାଳୟ ମଧ୍ୟ ଗଠନ କରାଯାଇଛି। ଏବଂଏହି ପ୍ରଚେଷ୍ଟା କରାଯାଉଛି ଯେ ଦେଶରେ ସମବାୟ ଆଧାରିତ ଆର୍ଥିକ ମଡେଲକୁ ପ୍ରୋତ୍ସାହିତ କରାଯିବ। ଏଥିପାଇଁ ଗୋଟିଏ ପରେ ଗୋଟିଏ ନୂଆ ପଦକ୍ଷେପ ଗ୍ରହଣ କରାଯାଉଛି। ଆମର ପ୍ରଚେଷ୍ଟା ରହିଛି ସମବାୟ ସମିତି ସଂସ୍ଥାକୁ ଆମେ ମାର୍କେଟରେ ପ୍ରତିଯୋଗୀତାମୂଳକ କରିବୁ, ତାଙ୍କୁ ବାକି ମାର୍କେଟ୍ ପ୍ଲେୟାର୍ସଙ୍କ ସହିତ ଉପଯୁକ୍ତ ପ୍ଲେଇିଂ ଫିଲ୍‌ଡ ଉପଲବ୍ଧ କରାଇବୁ। ଗତ ବର୍ଷରେ ଆମେ ସମବାୟ ସମିତି ସମ୍ପର୍କିତ ଟିକସ ରେ ମଧ୍ୟ ହ୍ରାସ କରି ସେମାନଙ୍କୁ ସହାୟତା ପ୍ରଦାନ କରିଛୁ। ଅମିତ ଭାଇ ଏହାର ବର୍ଣ୍ଣନା କମ୍ ଶବ୍ଦରେ କରିଛନ୍ତି କିନ୍ତୁ ବହୁତ ପଦକ୍ଷେପମାନ ଆମେ ଗ୍ରହଣ କରିଛୁ। ସରଚାର୍ଜ ବିଷୟରେ ସେ କହିଲେ ଏବଂ ପୂର୍ବରେ ରହିଥିବା ଅଭିଯୋଗ ସମସ୍ୟାକୁ ମଧ୍ୟ ଦୂର କରାଯାଇପାରିଛି। ସମବାୟ ସମିତିର ଚାଷୀଙ୍କୁ ଉତ୍ପାଦକ ସଂଘ ସମକକ୍ଷ କରି ଦିଆଯାଇଛି। ଏହାଦ୍ବାରା ସମବାୟ ସମିତି ବୃଦ୍ଧି ହେବାରେ ବହୁତ ସହାୟତା ମିଳିବ। 

ବନ୍ଧୁଗଣ, 

କେବଳ ଏତିକି ନୁହେଁ ସମବାୟ ସମିତି ସମବାୟ ବ୍ୟାଙ୍କକୁ ଆଧୁନିକ ଡିଜିଟାଲ୍ ଟେକ୍‌ନୋଲୋଜି ସହିତ ଯୋଡ଼ିବାର ମଧ୍ୟ ଏକ ବହୁତ ବଡ଼ ପ୍ରଚେଷ୍ଟା ଚଳାଇଛନ୍ତି। ଗୁଜୁରାଟରେ ଏଥିରେ ବହୁତ ପ୍ରଶଂସନୀୟ କାମ ଆରମ୍ଭ ହେଉଛି। କେବଳ ଏତିକି ନୁହେଁ ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ଥିଲି ସେତେବେଳେ ସମବାୟ କ୍ଷେତ୍ରରେ ଯାହା ଅମିତ ଭାଇ କିଛି ସମୟ ପୂର୍ବରୁ ବର୍ଣ୍ଣନା କଲେ ଆୟକର ଟିକସ ଲାଗୁଥିଲା ଏବଂ ମୁଁ ଭାରତ ସରକାରଙ୍କୁ ଚିଠି ଲେଖୁଥିଲି, ଏବଂ ଭାରତ ସରକାରରେ ମଧ୍ୟ ଏହି ଡିପାର୍ଟମେଣ୍ଟ ସେହି ଲୋକମାନେ ସମ୍ଭାଳୁଥିଲେ ଯେଉଁମାନେ ନିଜେ ସମବାୟ ଆନ୍ଦୋଳନରେ ସାମିଲ୍ ହୋଇଥିଲେ। କିନ୍ତୁ ସେମାନେ ଗୁଜରାଟର କଥା ମାନିଲେ ନାହିଁ, ଦେଶର ସମବାୟ କ୍ଷେତ୍ରର ଲୋକମାନଙ୍କ କଥା ଶୁଣିଲେ ନାହିଁ। ଆମେ ଏବେ ସେହି ସମସ୍ୟାର ସମାଧାନ ମଧ୍ୟ କରିଦେଲୁ। 

ବନ୍ଧୁଗଣ, 

ମୋତେ କୁହାଯାଇଛି ଯେ ଜିଲ୍ଲା ସମବାୟ ବ୍ୟାଙ୍କ ପ୍ରାୟ 8 ଲକ୍ଷ ଚାଷୀମାନଙ୍କୁ ରୂପେ କିଷାନ କାର୍ଡ଼ ଜାରି କରିଛନ୍ତି। ବାକି ବ୍ୟାଙ୍କ ପରି ଅନଲାଇନ୍ ବ୍ୟାଙ୍କର ସୁବିଧା ମଧ୍ୟ ଆଜି ଚାଷୀମାନଙ୍କୁ ମିଳିପାରୁଛି। ଯେତେବେଳେ ଦେଶର ସମସ୍ତ ଯାହାର ବର୍ତ୍ତମାନ ଅମିତ ଭାଇ ବର୍ଣ୍ଣନା କରିଛନ୍ତି 63 ହଜାର ପ୍ରାଇମେରି ଏଗ୍ରିକଲ୍‌ଚରାଲ୍ କ୍ରେଡିଟ୍ ସୋସାଇଟି – ପିଏସିଏସ୍ କମ୍ପ୍ୟୁଟରକୃତ ହେବ, କମ୍ପୁଟରାଇଜେସନ ହେବ ସେତେବେଳେ ଆମର କୋପରେଟିଭ୍‌ସର ଚିତ୍ର ସମ୍ପୂର୍ଣ୍ଣ ଭାବରେ ବଦଳି ଯିବ। ଏଥିରେ ଆମର ଚାଷୀମାନଙ୍କୁ ବହୁତ ଲାଭ ମିଳିବ କାରଣ ଏହି ସୋସାଇଟିର ଅଧିକାଂଶ ସଦସ୍ୟ ଚାଷୀମାନେ ହିଁ ଅଟନ୍ତି। ମୁଁ ଆଉ ଏକ ଖୁସିର କଥା ଜାଣିବାକୁ ପାଇଲି ସମବାୟ କ୍ଷେତ୍ରରେ ସଂପୃକ୍ତ ଅନେକ ଲୋକମାନେ ଭାରତ ସରକାରଙ୍କ ଜାମ୍ ପୋର୍ଟାଲ୍‌ ରହିଛି, କିଛି ବି କିଣିବା କ୍ଷେତ୍ରରେ ଜାମ୍ ପୋର୍ଟାଲର ମାଧ୍ୟମରେ କରୁଛନ୍ତି। ଏହି କାରଣରୁ ଏକ ଟ୍ରାନ୍‌ସପାରେନ୍ସି ଅଛି, ଗତି ବୃଦ୍ଧି ହୋଇଛି ଓ କମ୍ ଖର୍ଚ୍ଚରେ ଆବଶ୍ୟକତା ପୂରଣ କରାଯାଇ ପାରୁଛି। ଭାରତ ସରକାରଙ୍କ ଜାମ୍ ପୋର୍ଟାଲକୁ ସମବାୟ କ୍ଷେତ୍ରର ଲୋକମାନେ ସ୍ବୀକାର କରିଛନ୍ତି। ଏଥିପାଇଁ ସମବାୟ କ୍ଷେତ୍ରର ଲୋକମାନଙ୍କୁ ହୃଦୟରୁ ଧନ୍ୟବାଦ ପ୍ରଦାନ କରୁଛି। 

ବନ୍ଧୁଗଣ, 

ସମବାୟର ସବୁଠାରୁ ବଡ଼ ଶକ୍ତି ଭରସା ଓ ସହଯୋଗ ଅଟେ। ସଭିଙ୍କ ସାମର୍ଥ୍ୟକୁ ବଢ଼ାଇ ସଙ୍ଗଠନର ସାମର୍ଥ୍ୟ ବଢ଼ାଇବାକୁ ହେବ। ଏହା ଆଜାଦିର ଅମୃତକାଳରେ ଭାରତର ସଫଳତାର ଗ୍ୟାରେଣ୍ଟି ଅଟେ। ଆମର ଏଠାରେ ଯାହାକୁ ବି ଛୋଟ ବୋଲି ଭାବି କମ୍ ବୋଲି କଳନା କରାଗଲା, ତାଙ୍କୁ ଅମୃତକାଳରେ ବଡ଼ ଶକ୍ତି କରିବାରେ ଆମେ କାମ କରୁଛୁ। ଛୋଟ ଚାଷୀମାନଙ୍କୁ ଆଜି ସମସ୍ତ ପ୍ରକାର ଉପାୟରେ ସଶକ୍ତ କରାଯାଉଛି। ଏହି ପ୍ରକାର ଲଘୁ ଉଦ୍ୟୋଗଗୁଡ଼ିକ – ଏମଏସଏମଇ କୁ ଭାରତର ଆତ୍ମନିର୍ଭର ସପ୍ଲାଇ ଚେନର ମଜବୁତ୍ ଅଂଶ କରାଯାଉଛି। ଆମର ଯେଉଁ ଛୋଟ ଛୋଟ ଦୋକାନୀ, ବ୍ୟବସାୟୀ ଅଛନ୍ତି ସେମାନଙ୍କୁ ମଧ୍ୟ ଏକ ଡିଜିଟାଲ୍ ଟେକ୍‌ନୋଲୋଜିର ପ୍ଲାଟଫର୍ମ, ଓଏନଡିସି – ଓପନ୍ ନେଟୱର୍କ ଫର୍ ଡିଜିଟାଲ୍ କମର୍ସ ଉପଲବ୍ଧ କରାଯାଉଛି। ଏହା ଦ୍ବାରା ଡିଜିଟାଲ୍ ସ୍ପେସରେ ସୁସ୍ଥ ପ୍ରତିଯୋଗୀତା କୁ ପ୍ରୋତ୍ସାହନ ମିଳିବ, ଦେଶର ଛୋଟ ଛୋଟ ବ୍ୟବସାୟୀମାନଙ୍କୁ ମଧ୍ୟ ସମାନ ସୁଯୋଗ ମିଳିବ। ଏହା ଭାରତର ଇ-କମର୍ସ ମାର୍କେଟର ସମ୍ଭାବନାକୁ ଶକ୍ତି ଦେବ, ଯାହାର ଗୁଜରାଟର ଛୋଟ ବ୍ୟବସାୟୀଙ୍କୁ ମଧ୍ୟ ନିଶ୍ଚିତ ଭାବରେ ଲାଭ ମିଳିବ। 

ବନ୍ଧୁଗଣ, 

ଗୁଜରାଟ ବ୍ୟାପାର-ବ୍ୟବସାୟ ପରମ୍ପରାରେ ସଂପୃକ୍ତ ରାଜ୍ୟ ଅଟେ। ଭଲ ବ୍ୟବସାୟୀଙ୍କର ଏକ ଦକ୍ଷତା ହେଉଛି ସେମାନେ ଜଟିଳ ପରିସ୍ଥିତିରେ ମଧ୍ୟ କିପରି ବ୍ୟବସାୟକୁ ଭଳ ଭାବରେ ପରିଚାଳନା କରାଯାଇପାରିବ ତାହାକୁ ମଧ୍ୟ ବୁଝୁଛନ୍ତି। ସରକାରଙ୍କର ଏହା ମଧ୍ୟ ଦାୟୀତ୍ବ ଅଟେ ଯେ ଆହ୍ବାନ ମଧ୍ୟରେ ସେ କିପରି ସମାଧାନ ବାହାର କରିବା ପାଇଁ ନୂଆ ନୂଆ ଉପାୟ ସୃଷ୍ଟି କରୁଛନ୍ତି ସେଥିପ୍ରତି ଦୃଷ୍ଟି ପ୍ରଦାନ କରିବା। ଏହି ଯେଉଁ ବ୍ୟବସ୍ଥା, ଯେଉଁ ସଂସ୍କାର ଆମେ ଗତ ବର୍ଷରୁ ଦେଖି ଆସୁଛୁ, ଏହା ସମସ୍ୟାକୁ ସୁଯୋଗରେ ପରିବର୍ତ୍ତନ କରିବାରେ ଆମର ପ୍ରଚେଷ୍ଟା ଅଟେ। ମୋର ବିଶ୍ବାସ ଅଛି ଯେ ସମବାୟର ଆମର ସ୍ପିରିଟ୍ ଆମକୁ ନିଜର ସଙ୍କଳ୍ପର ସିଦ୍ଧିରେ ସହାୟତା କରିବ। ଏବଂ ଏବେ ଏକ ବଢ଼ିଆ ବାକ୍ୟ ଭୁପେନ୍ଦ୍ର ଭାଇ ନିଜର ଭାଷଣରେ କହିଛନ୍ତି ସ୍ବାଧୀନତାର ପୂର୍ବରୁ ସ୍ବାଧୀନତାର ଅସ୍ତ୍ର ଥିଲା ଅସହଯୋଗ। ସ୍ବାଧୀନତାର ପରେ ସମୃଦ୍ଧିର ଏକ ଅସ୍ତ୍ର ହେଉଛି ସହଯୋଗ। ଅସହଯୋଗ ଠାରୁ ସହଯୋଗର ଏହି ଯାତ୍ରା ସମୃଦ୍ଧିର ଶିଖରକୁ ପ୍ରାପ୍ତ କରୁଥିବା, ସଭିଙ୍କ ସହିତ ସଭିଙ୍କ ବିକାଶ ର ମନ୍ତ୍ରକୁ ଚରିତାର୍ଥ କରୁଥିବା ଆମର ମାର୍ଗ ଅଟେ। ଏହି ମାର୍ଗରେ ଆତ୍ମବିଶ୍ବାସ ସହିତ ଆମେ ଚାଲିଛୁ, ଦେଶ ବ୍ୟାପୀ ଲୋକମାନଙ୍କୁ ମଧ୍ୟ ଏହି ପବିତ୍ର କାର୍ଯ୍ୟରେ ଆମେ ସାମିଲ୍ କରୁଛୁ, ଗୁଜରାଟର କୋପରେଟିଭ ଆନ୍ଦୋଳନର ବିସ୍ତାର ଭାରତର ଅନ୍ୟ ରାଜରେ ଯେତେ ଅଧିକ ହେବ ସେହି କ୍ଷେତ୍ରର ଲୋକମାନଙ୍କର ସୁବିଧା ପାଇଁ କାମରେ ଆସିବ। ମୁଁ ଗୁଜରାଟ ସରକାରଙ୍କ ନିକଟରେ କୃତଜ୍ଞ କାରଣ ମୁଁ ଯେତେବେଳେ ଗୁଜରାଟରେ ଥିଲି ସର୍ବଦା ସେ ଅଭିଯୋଗ ନେଇ ଆସିବାକୁ ପଡ଼ୁଥିଲା। କିନ୍ତୁ ଆଜି ସେ ନିଜର ରିପୋର୍ଟ କାର୍ଡ଼ ନେଇ କରି ଆସୁଛନ୍ତି। ତେଣୁ ଆମେ ଏତେ କମ୍ ସମୟରେ ଏଠାରେ ପହଞ୍ଚିଛୁ, ଆମେ ଆମର ସୋସାଇଟିକୁ ଏଠାକୁ ନେଇ ଆସି ପାରିଛୁ, ଆମେ ଆମର ସଂସ୍ଥାକୁ ଏଠାରେ ପହଞ୍ଚାଇ ପାରିଛୁ ଯାହାକି ଏକ ଉଲ୍ଲେଖନୀୟ ବିଷୟ। ପୂର୍ବରୁ ଆମର ଟର୍ଣ୍ଣ ଓଭର ଯେତେ ଥିଲା ସେତେବେଳେ ଏହାର ମାତ୍ରା ବହୁତ ଅଧିକ ହୋଇ ଯାଇଛି। ବଡ଼ ଗର୍ବର ସହିତ ଛୋଟ ଛୋଟ ସୋସାଇଟିର ଲୋକମାନେ ମିଶି ଯାଇଛନ୍ତି କୁହନ୍ତି – ଆମେ ତ ସବୁ କମ୍ପ୍ୟୁଟରରେ କରୁଛୁ, ଏବଂ ସବୁ ପ୍ରକାର କାମ ଅନଲାଇନ୍ ମାଧ୍ୟମରେ ହେଉଛି। ଏହି ଯେଉଁ ପରିବର୍ତ୍ତନ ଗୁଜରାଟର ସମବାୟ କ୍ଷେତ୍ରରେ ହୋଇଛି ତାହା ନିଶ୍ଚିତ ଭାବରେ ଏକ ଗର୍ବର ବିଷୟ ଅଟେ। ମୁଁ ଆଜି ଆପଣଙ୍କର ଏହି ତପସ୍ୟାକୁ ପ୍ରଣାମ କରୁଛି। ଏହି ମହାନ ପରମ୍ପରାକୁ ପ୍ରଣାମ କରୁଛି ଏବଂ ସ୍ବାଧୀନତାର 75 ବର୍ଷ ଯେତେବେଳେ ପାଳନ କରୁଛୁ ସେତେବେଳେ ଯାହାର ବୀଜ ପ୍ରଥମେ ରୋପଣ କରାଯାଇଥିଲା ତାହା ଆଜି ବଟ ବୃକ୍ଷ ହୋଇ ଗୁଜରାଟର ସାର୍ବଜନିକ ଜୀବନରେ ରଚନାତ୍ମକ ପ୍ରଭୁତ୍ବରେ ଆର୍ଥିକ ବ୍ୟବସ୍ଥାର ଆଧାର ସମବାୟ ମାଲିକାନା ଭାବରେ ବଢ଼ୁଛି। ଏହା ସହିତ ସଭିଙ୍କୁ ପ୍ରଣାମ କରି ହୃଦୟରୁ ଆପଣଙ୍କୁ ଧନ୍ୟବାଦ ଜଣାଉଛି ଓ ମୋର ବକ୍ତବ୍ୟକୁ ସମାପ୍ତ ରୁଛି। ମୋ ସହିତ ସମ୍ପୂର୍ଣ୍ଣ ଶକ୍ତିର ସହିତ କୁହନ୍ତୁ, ଭାରତ ମାତା କି- ଜୟ, ଭାରତ ମାତା କି- ଜୟ, ଭାରତ ମାତା କି – ଜୟ, ଧନ୍ୟବାଦ 

BS



(Release ID: 1829275) Visitor Counter : 125