ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଗାନ୍ଧିନଗରର ବିଭିନ୍ନ ସହଯୋଗୀ ଅନୁଷ୍ଠାନର ନେତାଙ୍କ ଏକ ସେମିନାରକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଛନ୍ତି


ପ୍ରଧାନମନ୍ତ୍ରୀ ଇଫକୋ କଲୋଲରେ ନିର୍ମିତ ନାନୋ ୟୁରିଆ (ତରଳ) କାରଖାନାର ଉଦଘାଟନ କରିଛନ୍ତି

“ଗାଁର ଆତ୍ମନିର୍ଭରଶୀଳତା ପାଇଁ ସହଯୋଗ ଏକ ଉତ୍ତମ ମାଧ୍ୟମ, ଏଥିରେ ଆତ୍ମ ନିର୍ଭର ଭାରତର ଶକ୍ତି ଅଛି”

ମହାମାରୀ ଏବଂ ଯୁଦ୍ଧ ଯୋଗୁଁ ବିଶ୍ୱ ବଜାରରେ ଅଧିକ ମୂଲ୍ୟ ଏବଂ ଉପଲବ୍ଧତା ଅଭାବରୁ ଚାଷୀଙ୍କୁ ଅସୁବିଧାରେ ପକାଇବାକୁ ଦିଆଯାଇନଥିଲା

“କେନ୍ଦ୍ର ସରକାର ଗତ ବର୍ଷ 1 ଲକ୍ଷ 60 ହଜାର କୋଟି ଟଙ୍କା ସାର ସବସିଡି ଦେଇଥିଲେ, ଚଳିତ ବର୍ଷ ଏହି ସବସିଡି 2 ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ”

ଦେଶର କୃଷକଙ୍କ ସ୍ୱାର୍ଥ ପାଇଁ ଯାହା ଆବଶ୍ୟକ ଥିଲା ତାହା କରାଯାଇଥିଲା ଏବଂ ଆମେ ଦେଶର କୃଷକମାନଙ୍କୁ ମଜବୁତ କରିବା ଜାରି ରଖିବୁ ବୋଲି ସେ କହିଛନ୍ତି

“ଆତ୍ମନିର୍ଭରଶୀଳ ହେବା ଦ୍ବାରା ଭାରତ ଅନେକ ସମସ୍ୟାର ସମାଧାନ କରିପାରିବ ସମବାୟ ହେଉଛି ଆତ୍ମନିର୍ଭରଶୀଳତାର ଏକ ବଡ଼ ମଡେଲ

ସହଯୋଗର ଉତ୍ସାହକୁ ଅମୃତ କାଳର ଉତ୍ସାହ ସହିତ ଯୋଡିବା ପାଇଁ ସରକାର ନିରନ୍ତର ପ୍ରୟାସ କରୁଛନ୍ତି

Posted On: 28 MAY 2022 6:00PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗାନ୍ଧିନଗରର ମହାତ୍ମା ମନ୍ଦିରରେ 'ସହକାର ସେ ସମ୍ରିଧୀ' ଉପରେ ବିଭିନ୍ନ ସମବାୟ ଅନୁଷ୍ଠାନର ନେତାଙ୍କ ସେମିନାରକୁ ସମ୍ବୋଧିତ କରିଥିଲେ, ଯେଉଁଠାରେ ସେ ଇଫକୋ, କଲୋଲରେ ନିର୍ମିତ ନାନୋ ୟୁରିଆ (ତରଳ) କାରଖାନାର ଉଦଘାଟନ କରିଥିଲେ ଏହି କାର୍ଯ୍ୟକ୍ରମରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ରଭାଇ ପଟେଲ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହା, ଡକ୍ଟର ମାନସୁଖ ମାଣ୍ଡଭିଆ, ସାଂସଦ, ବିଧାୟକ, ଗୁଜୁରାଟ ସରକାରଙ୍କ ମନ୍ତ୍ରୀ ଏବଂ ସମବାୟ କ୍ଷେତ୍ରର ନେତାମାନେ ଉପସ୍ଥିତ ରହିଥିଲେ।

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆଜି ମହାତ୍ମା ମନ୍ଦିରରେ ଏକାଠି ହୋଇଥିବା ହଜାର ହଜାର ଚାଷୀଙ୍କୁ ସ୍ୱାଗତ କରିଥିଲେ ଗାଁର ଆତ୍ମନିର୍ଭରଶୀଳତା ପାଇଁ ସହଯୋଗ ଏକ ଉତ୍ତମ ମାଧ୍ୟମ ବୋଲି ସେ କହିଛନ୍ତି ଏଥିରେ ଆତ୍ମ ନିର୍ଭର ଭାରତର ଶକ୍ତି ଅଛି ସେ କହିଛନ୍ତି ପୂଜ୍ୟ ବାପୁ ଏବଂ ପଟେଲ ଆମକୁ ଗାଁକୁ ଆତ୍ମନିର୍ଭରଶୀଳ କରିବାର ରାସ୍ତା ଦେଖାଇଛନ୍ତି ଏହି କ୍ରମରେ, ଆଜି ଆମେ ଏକ ମଡେଲ୍ ସମବାୟ ଗାଁର ବିକାଶ ପଥରେ ଆଗକୁ ବଢ଼ୁଛୁ।  ଗୁଜୁରାଟର ଛଅଟି ଗାଁକୁ ଚୟନ କରାଯାଇଛି ଯେଉଁଠାରେ ସମବାୟ ସମିତି ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି

ସେହିପରି, ଇଫକୋ, କାଲୋଲରେ ନିର୍ମିତ ନାନୋ ୟୁରିଆ (ତରଳ) କାରଖାନାର ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ସନ୍ତୋଷତା ବ୍ୟକ୍ତ କରିଛନ୍ତି ସେ କହିଛନ୍ତି ଯେ ୟୁରିଆର ସମ୍ପୂର୍ଣ୍ଣ ବସ୍ତାର ଶକ୍ତି ଅଧା ଲିଟର ବୋତଲରେ ରହି ପାରିଥିବାରୁ ପରିବହନ ଏବଂ ସଂରକ୍ଷଣରେ ବିପୁଳ ସଞ୍ଚୟ ସୃଷ୍ଟି ହୋଇ ପାରିଛି। ଏହି ପ୍ଲାଣ୍ଟ ଦିନକୁ ପ୍ରାୟ 500 ମିଲିର 1.5 ଲକ୍ଷ ବୋତଲ ଉତ୍ପାଦନ କରିବ। ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି ଯେ ଆଗାମୀ ଦିନରେ ଦେଶରେ ଆହୁରି 8 ଟି ପ୍ଲାଣ୍ଟ ପ୍ରତିଷ୍ଠା ହେବ ଏହା ଦ୍ବାରା ୟୁରିଆ ପାଇଁ ଦେଶର ବିଦେଶ ଉପରେ ନିର୍ଭରଶୀଳତା ହ୍ରାସ ପାଇବ ଓ ଦେଶର ଅର୍ଥ ସଞ୍ଚୟ ହୋଇ ପାରବ। ମୋର ଆତ୍ମବିଶ୍ବାସ ରହିଛି ଯେ ଏହି ନୂତନତା କେବଳ ୟୁରିଆ ମଧ୍ୟରେ ସୀମିତ ରହିବ ନାହିଁ। ଭବିଷ୍ୟତରେ ଅନ୍ୟ ନାନୋ ସାର ଗୁଡ଼ିକ ମଧ୍ୟ ଆମର ଚାଷୀମାନଙ୍କ ପାଇଁ ଉପଲବ୍ଧ ହେବ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଭାରତ ହେଉଛି ବିଶ୍ବରେ ୟୁରିଆର ଦ୍ୱିତୀୟ ବୃହତ୍ତମ ଉପଭୋକ୍ତା କିନ୍ତୁ କେବଳ ତୃତୀୟ ବୃହତ୍ତମ ଉତ୍ପାଦକ 2014 ରେ ସରକାର ଗଠନ ପରେ ସରକାର ୟୁରିଆର 100% ନିମ୍ କୋଟିଂ କରିଥିଲେଏହା ଦ୍ବାରା ଦେଶର ଚାଷୀମାନେ ପର୍ଯ୍ୟାପ୍ତ ୟୁରିଆ ପାଇବା ସୁନିଶ୍ଚିତ ହୋଇ ପାରିଲା। ଏକ ସଙ୍ଗରେ ୟୁପି, ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଓ ତେଲଙ୍ଗାନାରେ ଥିବା 5 ଟି ବନ୍ଦ ସାର କାରଖାନାକୁ ପୁନଃଆରମ୍ଭ କାମ ଆରମ୍ଭ କରାଯାଇଥିଲା। ୟୁପି ଓ ତେଲଙ୍ଗାନା କାରଖାନା ଉତ୍ପାଦ କାର୍ଯ୍ୟ ଆରମ୍ଭ କରିସାରିଲେଣି ଏବଂ ଅନ୍ୟ ତିନିଟି କାରଖାନା ମଧ୍ୟ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛନ୍ତି ବୋଲି ସେ କହିଛନ୍ତି।

ୟୁରିଆ ଏବଂ ଫସଫେଟ୍ ଏବଂ ପଟାସ ଭିତ୍ତିକ ସାର ସମ୍ବନ୍ଧରେ ଆମଦାନୀ ନିର୍ଭରଶୀଳତା ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ମହାମାରୀ ଏବଂ ଯୁଦ୍ଧ ହେତୁ ବିଶ୍ବ ବଜାରରେ ଉପଲବ୍ଧତା ଅଭାବ ଉପରେ ଗୁରୁତ୍ୱାରୋପ କରିଥିଲେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମର ସମ୍ବେଦନଶୀଳ ସରକାର ଏହି ସମସ୍ୟାକୁ ଚାଷୀଙ୍କୁ ଉପଲବ୍ଧ କରିବାକୁ ଦେଇନାହାଁନ୍ତି ଏବଂ କଠିନ ପରିସ୍ଥିତି ସତ୍ତ୍ୱେ ଭାରତରେ ସାରର କୌଣସି ସଙ୍କଟ ସୃଷ୍ଟି ହେବାକୁ ଦେଇନାହାଁନ୍ତି 3500 ଟଙ୍କା ମୂଲ୍ୟର ଏକ ୟୁରିଆ ବ୍ୟାଗ ଚାଷୀଙ୍କୁ ମାତ୍ର 300 ଟଙ୍କାରେ ଉପଲବ୍ଧ କରାଇଥିବା ବେଳେ ସରକାର ବ୍ୟାଗ ପିଛା 3200 ଟଙ୍କା ବହନ କରୁଛନ୍ତି ସେହିଭଳି ଡିଏପିର ଏକ ବ୍ୟାଗରେ ସରକାରଏ 2500 ଟଙ୍କା ବହନ କରୁଛନ୍ତି ଯେତେବେଳେ କି ପୂର୍ବ ସରକାର ମାତ୍ର 500 ଟଙ୍କା ବହନ କରୁଥିଲେ। କେନ୍ଦ୍ର ସରକାର ଗତ ବର୍ଷ 1 ଲକ୍ଷ 60 ହଜାର କୋଟି ଟଙ୍କା ସବସିଡି ପ୍ରଦାନ କରିଥିଲେ, ଚଳିତ ବର୍ଷ ଏହି ସବସିଡି 2 ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଦେଶର କୃଷକଙ୍କ ସ୍ୱାର୍ଥ ପାଇଁ ଯାହା ଆବଶ୍ୟକ ତାହା କରିବାକୁ ପ୍ରଧାନମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି ଏବଂ ଦେଶର କୃଷକମାନଙ୍କୁ ମଜବୁତ କରିବା କାର୍ଯ୍ୟ ଜାରି ରହିବ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଗତ 8 ବର୍ଷ ମଧ୍ୟରେ ଦେଶ ସମ୍ମୁଖୀନ ହେଉଥିବା ସ୍ବଳ୍ପକାଳୀନ ଓ ଦୀର୍ଘକାଳୀନ ସମସ୍ୟାର ସମାଧାନ ପାଇଁ ସରକାର କାର୍ଯ୍ୟ କରି ଆସୁଛନ୍ତି ଯେ କୌଣସି ମହାମାରୀର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଉନ୍ନତି ଆଣିବା ଉପରେ ସେ ଗୁରୁତ୍ବ ପ୍ରଦାନ କରିଛନ୍ତି। ଖାଇବା ତେଲର ସମସ୍ୟାର ସମାଧାନ ପାଇଁ ମିସନ୍ ଅଏଲ୍‌ ପାମ୍, ତୈଳ ସମସ୍ୟାର ଦୂର କରିବା ପାଇଁ ବାୟୋ ଫୁଏଲ୍‌ ଓ ହାଇଡ୍ରୋଜେନ ଫୁଏଲ୍, ପ୍ରାକୃତିକ ଚାଷ ଓ ନାନୋ ଟେକ୍‌ନୋଲୋଜିକୁ ପ୍ରୋତ୍ସାହନ ଏହା ଦ୍ବାରା କରାଯାଇପାରିଛି।  ସେହିଭଳି ସେ କହିଛନ୍ତି ଯେ ଆତ୍ମନିର୍ଭରଶୀଳ ହେବା ଦ୍ବାରା ଭାରତ ଅନେକ ସମସ୍ୟାର ସମାଧାନ ହୋଇପାରିବ ସେ ଆତ୍ମନିର୍ଭରଶୀଳତାର ଏକ ଉତ୍କୃଷ୍ଟ ମଡେଲ ଭାବରେ ସମବାୟ ଉଦାହରଣ ଦେଇଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ଗୁଜୁରାଟ ମଧ୍ୟ ଭାଗ୍ୟବାନ କାରଣ ଆମେ ପୂଜ୍ୟ ବାପୁ ଏବଂ ସର୍ଦ୍ଦାର ସାହେବଙ୍କ ନେତୃତ୍ୱ ପାଇଛୁ ସହଯୋଗ ମାଧ୍ୟମରେ ନିଜର ସହାୟତା ପାଇଁ ସମ୍ମାନୀୟ ବାପୁଙ୍କ ଦ୍ୱାରା ପ୍ରଦର୍ଶିତ ପଥକୁ ଗ୍ରହଣ କରିବା ପାଇଁ ସର୍ଦ୍ଦାର ସାହେବ କାର୍ଯ୍ୟ କରିଥିଲେ ଦୁଗ୍ଧ କ୍ଷେତ୍ରର ସମବାୟ ମଡେଲର ଉଦାହରଣ ଆମ ସମ୍ମୁଖରେ ରହିଛି। ଆଜି ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ ଦୁଗ୍ଧ ଉତ୍ପାଦନକାରୀ ଯେଉଁଥିରେ ଗୁଜରାଟର ପ୍ରମୁଖ ଅଂଶ ରହିଛି ଦୁଗ୍ଧ କ୍ଷେତ୍ର ମଧ୍ୟ ଗତ କିଛି ବର୍ଷ ମଧ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଗ୍ରାମୀଣ ଅର୍ଥନୀତିରେ ମଧ୍ୟ ଅଧିକ ଅବଦାନ ପ୍ରଦାନ କରୁଛି। ଗୁଜୁରାଟରେ ଦୁଗ୍ଧ ଭିତ୍ତିକ ଶିଳ୍ପଗୁଡିକ ବ୍ୟାପକ ଭାବରେ ବିସ୍ତାର ହୋଇଥିଲା କାରଣ ଏଥିରେ ସରକାରଙ୍କ ଉପରେ ପ୍ରତିବନ୍ଧକ ବହୁତ କମ୍ ରହିଥିଲା। ସରକାର ଏଠାରେ କେବଳ ଏକ ସୁବିଧାକାରୀ ଭୂମିକାରେ ରହିଥାନ୍ତି, ଏବଂ ଅନ୍ୟ ସବୁ କାର୍ଯ୍ୟ ସମବାୟ ସମିତି କିମ୍ବା କୃଷକମାନଙ୍କ ଦ୍ୱାରା କରାଯାଇଥାଏ

ସହଯୋଗର ଉତ୍ସାହକୁ ଅମୃତ କାଲର ଉତ୍ସାହ ​​ସହିତ ଯୋଡିବା ପାଇଁ ସରକାର ନିରନ୍ତର ଆଗକୁ ବଢ଼ୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଏହି ଉଦ୍ଦେଶ୍ୟ ସହିତ କେନ୍ଦ୍ରରେ ସମବାୟ ପାଇଁ ଏକ ପୃଥକ ମନ୍ତ୍ରଣାଳୟ ଗଠନ କରାଯାଇଥିଲା ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶରେ ଏକ ସହଯୋଗ ଭିତ୍ତିକ ଅର୍ଥନୈତିକ ମଡେଲକୁ ଉତ୍ସାହିତ କରିବା ପାଇଁ ପ୍ରୟାସ କରାଯାଉଛିସମବାୟ ସମିତିର ସବୁଠାରୁ ବଡ ଶକ୍ତି ହେଉଛି ବିଶ୍ୱାସ, ସହଯୋଗ ଏବଂ ସାମୂହିକ ଶକ୍ତି ସହିତ ସଂଗଠନର ସାମର୍ଥ୍ୟକୁ ବଢ଼ାଇବ।  ଏହା ହେଉଛି ଅମୃତ କାଳ ସମୟରେ ଭାରତର ସଫଳତାର ଗ୍ୟାରେଣ୍ଟି ବୋଲି ସେ କହିଛନ୍ତି ଯାହାକୁ ଛୋଟ ଏବଂ ନଗଣ୍ୟ ମନେ କରାଯାଉଥିଲା ତାହାକୁ, ଅମୃତ କାଲରେ ଏକ ବଡ ଶକ୍ତିରେ ପରିଣତ କରିବାକୁ ସରକାର କାର୍ଯ୍ୟ କରୁଛନ୍ତି ଆଜି କ୍ଷୁଦ୍ର କୃଷକମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସଶକ୍ତ କରାଯାଉଛି ସେହିଭଳି କ୍ଷୁଦ୍ର ଶିଳ୍ପ ଏବଂ ଏମଏସଏମଇଗୁଡ଼ିକୁ ଭାରତର ଆତ୍ମନିର୍ଭରଶୀଳ ଯୋଗାଣ ଶୃଙ୍ଖଳର ଏକ ଶକ୍ତିଶାଳୀ ଅଂଶ ଭାବେ ପରିଣତ କରାଯାଉଛି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୁଁ ନିଶ୍ଚିତ ଯେ ଆମର ଲକ୍ଷ୍ୟ ହାସଲ କରିବାରେ ସହଯୋଗ ଆମକୁ ସାହାଯ୍ୟ କରିବ ଏବଂ ଭାରତ ସଫଳତା ଏବଂ ସମୃଦ୍ଧତାର ପଥରେ ଆଗକୁ ବଢ଼ିବ।

BS



(Release ID: 1829069) Visitor Counter : 169