ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଙ୍କ ଫାଷ୍ଟ ରିଟେଲିଂ କମ୍ପାନୀ ଲିମିଟେଡ୍ ର ଚେୟାରମ୍ୟାନ, ଅଧ୍ୟକ୍ଷ ଏବଂ ସିଇଓ ଶ୍ରୀ ତଦାସି ୟାନାଇଙ୍କ ସହିତ ବୈଠକ
प्रविष्टि तिथि:
23 MAY 2022 12:14PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 23 ମେ 2022 ରେ ଟୋକିଓରେ ୟୁନିକ୍ଲୋର ମୂଳ କମ୍ପାନୀ ଫାଷ୍ଟ ରିଟେଲିଂ କମ୍ପାନୀ ଲିମିଟେଡ୍ର ଚେୟାରମ୍ୟାନ, ଅଧ୍ୟକ୍ଷ ଏବଂ ସିଇଓ ଶ୍ରୀ ତଦାସି ୟାନାଇଙ୍କ ସହିତ ସାକ୍ଷାତ କରିଛନ୍ତି। ବୈଠକରେ ସେ ଭାରତର ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବସ୍ତ୍ର ଏବଂ ପରିଧାନ ବଜାର ତଥା ଭାରତରେ କପଡ଼ା ପ୍ରକଳ୍ପ ପାଇଁ ଉତ୍ପାଦନ ସହିତ ସମ୍ବନ୍ଧିତ ପ୍ରୋତ୍ସାହନ (ପିଏଲଆଇ) ଯୋଜନା ଅନ୍ତର୍ଗତ ନିବେଶର ଅବସର ଉପରେ ଆଲୋଚନା କଲେ। ସେ ଉଦ୍ୟୋଗର ବିକାଶ, ଭିତ୍ତିଭୂମି, ଟାକ୍ସେସନ ଓ କ୍ଷେତ୍ର ସମେତ ଭାରତରେ ବିଦେଶୀ ନିବେଶକଙ୍କ ପାଇଁ ବ୍ୟବସାୟରେ ସୁବିଧା ସହିତ ସମ୍ବନ୍ଧିତ ବିଭିନ୍ନ ବିକାଶ ଉପରେ ମଧ୍ୟ ଆଲୋଚନା କଲେ।
ପ୍ରଧାନମନ୍ତ୍ରୀ ବସ୍ତ୍ରର ନିର୍ମାଣ କେନ୍ଦ୍ର କରିବା ପ୍ରକ୍ରିୟାର ଭାରତର ଯାତ୍ରାରେ ବିଶେଷ ଭାବରେ କପଡ଼ା ପ୍ରସ୍ତୁତିରେ ପ୍ରଯୁକ୍ତିର ଉପଯୋଗ କ୍ଷେତ୍ରରେ ୟୁନିକ୍ଲୋର ଅଧିକ ଭାଗୀଦାରି ପାଇଁ ଆମନ୍ତ୍ରିତ କରିଛନ୍ତି। ପ୍ରଧାନମନ୍ତ୍ରୀ ବସ୍ତ୍ର କ୍ଷେତ୍ରକୁ ଆହୁରି ମଜବୁତ୍ କରିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିବା ପିଏମ୍ ମିତ୍ର ଯୋଜନା ରେ ମଧ୍ୟ ଭାଗ ନେବା ପାଇଁ ୟୁନିକ୍ଲୋକୁ ଆମନ୍ତ୍ରିତ କରିଛନ୍ତି।
BS
(रिलीज़ आईडी: 1827703)
आगंतुक पटल : 190
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam