ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମଇ ୧୩ ତାରିଖରେ ମଧ୍ୟପ୍ରଦେଶ ଷ୍ଟାର୍ଟଅପ୍ ଆଲୋଚନାଚକ୍ର ଅବସରରେ ମଧ୍ୟପ୍ରଦେଶ ଷ୍ଟାର୍ଟଅପ୍ ନୀତିର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

प्रविष्टि तिथि: 12 MAY 2022 12:34PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୩ ମଇ ୨୦୨୨ ସଂଧ୍ୟା ୭ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମଧ୍ୟପ୍ରଦେଶର ଇନ୍ଦୋରରେ ହେବାକୁ ଥିବା ଷ୍ଟାର୍ଟଅପ୍ ଆଲୋଚନାଚକ୍ର ଅବସରରେ ମଧ୍ୟପ୍ରଦେଶ ଷ୍ଟାର୍ଟଅପ୍ନୀତିର ଶୁଭାରମ୍ଭ କରିବେ ସେ ମଧ୍ୟପ୍ରଦେଶ ଷ୍ଟାର୍ଟଅପ୍ ପୋର୍ଟାଲର ଶୁଭାରମ୍ଭ କରିବେ, ଯାହା ଷ୍ଟାର୍ଟଅପ୍ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବ ଏବଂ ସହାୟକ ହେବ

ମଧ୍ୟପ୍ରଦେଶ ଷ୍ଟାର୍ଟଅପ୍ ଆଲୋଚନାଚକ୍ରରେ ସରକାରୀ ତଥା ବେସରକାରୀ କ୍ଷେତ୍ରର ନୀତି ପ୍ରସ୍ତୁତକାରୀ, ଉଦ୍ଭାବକ, ଉଦ୍ୟୋଗୀ, ଶିକ୍ଷାବିତ୍‍, ନିବେଶକ, ପରାମର୍ଶଦାତା ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କ ସମେତ ଷ୍ଟାର୍ଟଅପ୍ ଇକୋସିଷ୍ଟମର ବିଭିନ୍ନ ବର୍ଗର ଅଂଶଗ୍ରହଣର ସାକ୍ଷୀ ରହିବ ଏହା ସ୍ପିଡ୍ ମେଣ୍ଟରିଂ ଅଧିବେଶନ ସହିତ ବିଭିନ୍ନ ଅଧିବେଶନର ସାକ୍ଷୀ ହେବ, ଯେଉଁଠାରେ ଷ୍ଟାର୍ଟଅପ୍ ଶିକ୍ଷାନୁଷ୍ଠାନଗୁଡ଼ିକର ମୁଖ୍ୟ ଏବଂ ଷ୍ଟାର୍ଟଅପ୍ଗୁଡିକ ସହିତ ଆଲୋଚନା କରିବେକିପରି ଷ୍ଟାର୍ଟଅପ୍ ଅଧିବେଶନ ଆରମ୍ଭ କରିବେ, ଯେଉଁଠାରେ ଷ୍ଟାର୍ଟଅପ୍ ନୀତି ର୍ନିଣ୍ଣୟକାରୀଙ୍କ ଦ୍ୱାରା ପରିଚାଳିତ ହେବ; ପାଣ୍ଠି ଯୋଗାଣ ଅଧିବେଶନ, ଯେଉଁଠାରେ ଉଦ୍ୟୋଗୀମାନେ ବିଭିନ୍ନ ପାଣ୍ଠି ପଦ୍ଧତି ବିଷୟରେ ଜାଣିବେ; ପିଚିଙ୍ଗ ଅଧିବେଶନ, ଯେଉଁଠାରେ ଷ୍ଟାର୍ଟଅପ୍ ନିବେଶକମାନଙ୍କ ସହିତ ସହଯୋଗ କରିବାକୁ ସୁଯୋଗ ପାଇବେ ଏବଂ ପାଣ୍ଠି ପାଇଁ ସେମାନଙ୍କର ଧାରଣା ପ୍ରକାଶ କରିବେ; ଏବଂ ଇକୋସିଷ୍ଟମ୍ ସହାୟତା ଅଧିବେଶନ, ଯେଉଁଠାରେ ଅଂଶଗ୍ରହଣକାରୀମାନେ ବ୍ରାଣ୍ଡ ମୂଲ୍ୟ ଏବଂ ରାଜ୍ୟରେ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ବିଷୟରେ ଅବଗତ ହେବେ ନୂତନ ଧାରା ଏବଂ ଉଦ୍ଭାବନ ପ୍ରଦର୍ଶନ କରୁଥିବା ଏକ ଷ୍ଟାର୍ଟଅପ୍ ଏକ୍ସୋ ମଧ୍ୟ ଏହି ସ୍ଥାନରେ ପ୍ରଦର୍ଶିତ ହେବ

HS


(रिलीज़ आईडी: 1824669) आगंतुक पटल : 203
इस विज्ञप्ति को इन भाषाओं में पढ़ें: Malayalam , Assamese , English , Urdu , Marathi , हिन्दी , Bengali , Manipuri , Punjabi , Gujarati , Tamil , Telugu , Kannada