ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକର ପ୍ରେସ ବିଜ୍ଞପ୍ତି

Posted On: 04 MAY 2022 8:03AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୨ ମସିହା ମଇ ୪ ତାରିଖରେ କୋପେନହାଗେନରେ ଅନୁଷ୍ଠିତ ଦ୍ୱିତୀୟ ଭାରତ-ନର୍ଡିକ ସମ୍ମିଳନୀରୁ ଫେରୁଥିବା ସମୟରେ ସରକାରୀ ଗସ୍ତରେ ଫ୍ରାନ୍ସ ଯାଇଥିଲେ ।

୨. ପ୍ୟାରିସରେ ପ୍ରଧାନମନ୍ତ୍ରୀ ଫ୍ରାନ୍ସର ମାନ୍ୟବର ରାଷ୍ଟ୍ରପତି ଶ୍ରୀ ଇମାନୁଏଲ୍ ମାକ୍ରୋନ୍‌ଙ୍କୁ ଭେଟିଥିଲେ ଏବଂ ମୁହାଁ ମୁହିଁ ଓ ପ୍ରତିନିଧୀ ସ୍ତରୀୟ ଆଲୋଚନା କରିଥିଲେ । ପ୍ରତିରକ୍ଷା, ମହାକାଶ, ସାମୁଦ୍ରିକ ଅର୍ଥନୀତି, ବେସାମରିକ ଆଣବିକ ଏବଂ ଲୋକମାନଙ୍କ ମଧ୍ୟରେ ପାରସ୍ପାରିକ ସମ୍ପର୍କ ସମେତ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗର ପରିସର ଉପରେ ଦୁଇ ନେତା ଆଲୋଚନା କରିଥିଲେ ।

୩. ଦୁଇ ନେତା ମଧ୍ୟ ଆଞ୍ଚଳିକ ଏବଂ ବିଶ୍ୱର ସୁରକ୍ଷା ଦୃଷ୍ଟିକୋଣର ସମୀକ୍ଷା କରିଛନ୍ତି ଏବଂ ବିଶ୍ୱସ୍ତରୀୟ ଶାନ୍ତି ପାଇଁ ଭାରତ-ଫ୍ରାନ୍ସ ରଣନୀତିକ ସହଯୋଗକୁ ଏକ ଶକ୍ତିରେ ପରିଣତ କରିବାର ଉପାୟ ଉପରେ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଫ୍ରାନ୍ସ ଗସ୍ତ କେବଳ ଦୁଇ ଦେଶ ମଧ୍ୟରେ ନୁହେଁ ଦୁଇ ନେତାଙ୍କ ମଧ୍ୟରେ ଦୃଢ ବନ୍ଧୁତା ଏବଂ ଶୁଭେଚ୍ଛା ପ୍ରଦର୍ଶନ କରିଛି ।

୪. ପ୍ରଧାନମନ୍ତ୍ରୀ ଶୀଘ୍ର ଭାରତ ଗସ୍ତରେ ଆସିବା ପାଇଁ ରାଷ୍ଟ୍ରପତି ମାକ୍ରୋନଙ୍କୁ ଆମନ୍ତ୍ରଣ କରିଥିଲେ ।

୫. ଆଲୋଚନା ପରେ ଏକ ମିଳିତ ବିବୃତ୍ତି ଜାରି ହୋଇଥିଲା, ଯାହା ଏଠାରେ ଦେଖାଯାଇପାରେ

HS



(Release ID: 1823089) Visitor Counter : 98