ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବ୍ରାଜିଲରେ ଅନୁଷ୍ଠିତ ଡିଫ୍ଅଲମ୍ପିକ୍ସ ୨୦୨୧ ରେ ଅଂଶଗ୍ରହଣ କରୁଥିବା ପ୍ରତିଭାବାନ ଆଥଲେଟ୍ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 01 MAY 2022 7:35PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ରାଜିଲରେ ଡିଫ୍‍ଅଲିମ୍ପିକ୍ସ ୨୦୨୧ ରେ ଅଂଶଗ୍ରହଣ କରିଥିବା ପ୍ରତିଭାଶାଳୀ ଆଥଲେଟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ମୋଦୀ ଏହା ମଧ୍ୟ କହିଛନ୍ତି ଯେ ଖେଳକୁ ଯିବା ପୂର୍ବରୁ ଜାତୀୟ ଯୁଦ୍ଧ ସ୍ମାରକୀ ପରିଦର୍ଶନ କରିଥିବା ଆଥଲେଟମାନଙ୍କ ହାବଭାବ ତାଙ୍କୁ ପ୍ରକୃତରେ ପ୍ରଭାବିତ କରିଛି ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ଆଜି ଆରମ୍ଭ  ହେବାକୁ  ଥିବା ଡିଫ୍‍ଅଲିମ୍ପିକ୍ସ ୨୦୨୧ ପାଇଁ ଭାରତ ଉତ୍ସାହିତ ଅଛି । ଆମର ସମସ୍ତ ପ୍ରତିଭାବାନ ଆଥଲେଟ୍ ମାନଙ୍କୁ ଶୁଭେଚ୍ଛା ।

ଖେଳକୁ ଯିବା ପୂର୍ବରୁ ଜାତୀୟ ଯୁଦ୍ଧ ସ୍ମାରକୀ ପରିଦର୍ଶନ କରିବାର ହାବଭାବ ମୋତେ ପ୍ରକୃତରେ ପ୍ରଭାବିତ କରିଥିଲା ।”

HS


(ରିଲିଜ ଆଡି: 1821944) ପରିଦର୍ଶକ କାଉଣ୍ଟର : 215