ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

ଜାତୀୟ ପାଠ୍ୟକ୍ରମ ରୂପରେଖ (ଏନସିଏଫ୍‌) ର ଆଧିକାରିକ ନିର୍ଦ୍ଦେଶ ପତ୍ର ଶୁଭାରମ୍ଭ କରିବେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ

Posted On: 28 APR 2022 12:46PM by PIB Bhubaneshwar

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ 29 ଏପ୍ରିଲ୍ 2022 ରେ ଜାତୀୟ ପାଠ୍ୟକ୍ରମ ରୂପରେଖ (ଏନସିଏଫ୍‌) ର ଆଧିକାରିକ ନିର୍ଦ୍ଦେଶ ପତ୍ରର ଶୁଭାରମ୍ଭ କରିବେ। ଜାତୀୟ ଶିକ୍ଷା ନୀତି (ଏନଇପି) 2020 ଚାରିଟି କ୍ଷେତ୍ର – ସ୍କୁଲ ଶିକ୍ଷା, ଶିଶୁ ମାନଙ୍କର ପ୍ରାରମ୍ଭିକ ଯତ୍ନ ଓ ଶିକ୍ଷା (ଇସିସିଇ), ଶିକ୍ଷକ ଶିକ୍ଷା ଏବଂ ପ୍ରୌଢ଼ ଶିକ୍ଷାରେ ଜାତୀୟ ପାଠ୍ୟକ୍ରମର ରୂପରେଖ (ଏନସିଏଫ୍‌) ବିକଶିତ କରିବାର ସୁପାରିଶ୍ କରିଛନ୍ତି। 

ଏହି ଅବସରରେ କର୍ଣ୍ଣାଟକର ଉଚ୍ଚ ଶିକ୍ଷା ମନ୍ତ୍ରୀ ଡା. ଅଶ୍ବଥନାରାୟଣ ସି.ଏନ., କର୍ଣ୍ଣାଟକର ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ମନ୍ତ୍ରୀ ଡା. ବି.ସି. ନାଗେଶ, ଜାତୀୟ ପାଠ୍ୟକ୍ରମ ରୂପରେଖର ଜାତୀୟ ସଞ୍ଚାଳନ ସମିତିର ଅଧ୍ୟକ୍ଷ ଡା. କେ. କସ୍ତୁରିରଙ୍ଗନ, ସ୍କୁଲ୍ ଶିକ୍ଷା ଏବଂ ସାକ୍ଷରତା ବିଭାଗ, ଶିକ୍ଷା ମନ୍ତ୍ରଣାଳୟର ସଚିବ ଶ୍ରୀମତୀ ଅନିତା କରୱାଲ୍ ଏବଂ ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି) ର ନିର୍ଦ୍ଦେଶକ ପ୍ରଫେସର ଡି.ପି. ସକଲାନି ଉପସ୍ଥିତ ରହିବେ। 

ଏହାର ବିକାଶ ପାଇଁ ସୂଚନା ପ୍ରଦାନ କରିବା ଲାଗି ତିନିଟି ଶ୍ରେଣୀ ଅର୍ଥାତ୍ 1. ପାଠ୍ୟକ୍ରମ ଏବଂ ଅଧ୍ୟାପନ, 2. ଗୁରୁତ୍ବପୂର୍ଣ୍ଣ ବିଷୟ, 3. ପ୍ରଣାଳୀଗତ ପରିବର୍ତ୍ତନ ଏବଂ ସୁଧାର ଉପରେ ଧ୍ୟାନ କେନ୍ଦ୍ରୀତ କରି ଏନଇପି 2020 ର ଅନ୍ୟ ମହତ୍ତ୍ବପୂର୍ଣ୍ଣ କ୍ଷେତ୍ର ଅନ୍ତର୍ଗତ ଏନଇପି 2020 ପରିପ୍ରେକ୍ଷୀରେ ଆଧାରିତ 25 ଟି ବିଷୟ ଚିହ୍ନଟ କରାଯାଇଛି। 

ଆଧିକାରିକ ନିର୍ଦ୍ଦେଶ ପତ୍ର ଏନସିଏଫ ର ବିକାଶ ପ୍ରକ୍ରିୟା, ଏହାର ଆଶା କରାଯାଉଥିବା ସଂରଚନା ଏବଂ ଉଦ୍ଦେଶ୍ୟ ଏବଂ ଏନଇପି 2020 ର କିଛି ମୌଳିକ ସିଦ୍ଧାନ୍ତର ବର୍ଣ୍ଣନା କରିଛି ଯାହାକି ଚାରିଟି ଏନସିଏଫ୍‌ର ବିକାଶର ସୂଚନା ଦେବ। ଏନସିଏଫକୁ ଏକ ସହଯୋଗୀ ଏବଂ ପରାମର୍ଶ ପ୍ରକ୍ରିୟା ମାଧ୍ୟମରେ ପ୍ରସ୍ତୁତ କରାଯାଉଛି, ଯାହା ଜିଲ୍ଲାରୁ ଆରମ୍ଭ ହୋଇ ରାଜ୍ୟ ସ୍ତର ଏବଂ ପୁନଶ୍ଚ ଜାତୀୟ ସ୍ତର ପର୍ଯ୍ୟନ୍ତ ହେବ। ଜାତୀୟ ପାଠ୍ୟକ୍ରମର ରୂପରେଖର ବିକାଶ ପାଇଁ ସ୍ଥିତି ପତ୍ରର ଗାଇଡଲାଇନ୍ ଏହି ଆଧିକାରିକ ନିର୍ଦ୍ଦେଶ ପତ୍ରର ଏକ ଅଭିନ୍ନ ଅଙ୍ଗ ଅଟେ।  

ଟେକ୍ ପ୍ଲାଟଫର୍ମ ଏବଂ ମୋବାଇଲ୍ ଆପ ସହାୟତାରେ ସ୍କୁଲ୍/ ଜିଲ୍ଲା/ ରାଜ୍ୟ ସ୍ତରରେ ବ୍ୟାପକ ପରାମର୍ଶ ସହିତ ପାଠ୍ୟକ୍ରମ ଢାଞ୍ଚାକୁ ସମ୍ପୂର୍ଣ୍ଣ ଭାବରେ ପେପରଲେସ୍ ଭାବରେ କରାଯାଉଛି। 

BS



(Release ID: 1820978) Visitor Counter : 161