ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭାରତ ଏବଂ ଜାପାନ ମଧ୍ୟରେ ୭୦ ବର୍ଷରୁ ଅଧିକ ସମୟ ଧରି କୂଟନୈତିକ ସମ୍ପର୍କକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
28 APR 2022 11:39AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତ ଏବଂ ଜାପାନ ମଧ୍ୟରେ ୭୦ ବର୍ଷ ଧରି କୂଟନୈତିକ ସମ୍ପର୍କ ସ୍ଥାପନ ନେଇ ଖୁସି ବ୍ୟକ୍ତ କରିଛନ୍ତି । ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ରଣନୀତିକ, ଅର୍ଥନୈତିକ କିମ୍ବା ଲୋକମାନଙ୍କ ମଧ୍ୟରେ ପରସ୍ପର ସମ୍ପର୍କ ଆଦି ପ୍ରତ୍ୟେକ କ୍ଷେତ୍ରରେ ଆମର ସମ୍ପର୍କ ଗଭୀର ହୋଇଛି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଆଜି ଆମେ ଭାରତ ଏବଂ ଜାପାନ ମଧ୍ୟରେ କୂଟନୈତିକ ସମ୍ପର୍କର ୭୦ ବର୍ଷ ପୂର୍ତ୍ତି ପାଳନ କରୁଥିବାରୁ ମୁଁ ଏହା ଦେଖି ଖୁସି ଯେ ଯେ ଆମର ସମ୍ପର୍କ ପ୍ରତ୍ୟେକ କ୍ଷେତ୍ରରେ ଗଭୀର ହୋଇଛି ତାହା ରଣନୈତିକ, ଅର୍ଥନୈତିକ କିମ୍ବା ଲୋକଙ୍କ ସହ ସମ୍ପର୍କ ହେଉ ।”
“ବାର୍ଷିକ ସମ୍ମିଳନୀ ପାଇଁ ମୋର ବନ୍ଧୁ ପ୍ରଧାନମନ୍ତ୍ରୀ କିଶିଦାଙ୍କ ଭାରତ ଗସ୍ତ ଆମର କୋଭିଡ ପରବର୍ତ୍ତୀ ବିଶ୍ୱରେ ଆମର ସ୍ୱତନ୍ତ୍ର ରଣନୀତିକ ତଥା ଆର୍ନ୍ତଜାତୀୟ ସହଯୋଗର ଗଭୀରତା ପାଇଁ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଛି । ଏହି ମହତ୍ୱପୂର୍ଣ୍ଣ ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ କରିବାକୁ ମୁଁ ପ୍ରଧାନମନ୍ତ୍ରୀ କିଶିଦାଙ୍କ ସହିତ ମିଳିତ ଭାବେ କାର୍ଯ୍ୟ କରିବାକୁ ଉତ୍ସାହିତ ଅଛି ।”
HS
(ରିଲିଜ ଆଡି: 1820890)
ପରିଦର୍ଶକ କାଉଣ୍ଟର : 182
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam