ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

“ଆଜାଦି କା ଅମୃତ କାହାନିଆ” କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁରଙ୍କ ଦ୍ୱାରା ଉନ୍ମୋଚିତ


“ଆଜାଦି କି ଅମୃତ ମହୋତ୍ସବ’ ଏକ କ୍ଷୁଦ୍ର ଭିଡିଓ ସିରିଜ ଏବଂ ଏଥିରେ ପ୍ରେରଣାଦାୟୀ କାହାଣୀମାନ ସ୍ଥାନ ପାଇଛି

ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ଏହି ଭିଡିଓ ସିରିଜ ଏବଂ ଏଥିରେ ପ୍ରେରଣାଦାୟୀ କାହାଣୀମାନ ସ୍ଥାନ ପାଇଛି ।

ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ଏହି ଭିଡିଓ ସିରିଜ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ନେଟଫିକ୍ସର ମିଳିତ ଅଂଶୀଦାରୀରେ ପ୍ରସ୍ତୁତ ହୋଇଛି : ଶ୍ରୀ ଅନୁରାଗ ଠାକୁର

ଏକ ଦୀର୍ଘମିଆଦି ସହଭାଗିତାରେ ନେଟଫିକ୍ସ ୨୫ଟି ଦୁଇମିନିଟ୍ ବିଶିଷ୍ଟ ଭିଡିଓ  ବିଭିନ୍ନ ବିଷୟବସ୍ତୁ ଉପରେ ପ୍ରସ୍ତୁତ କରିବ: ମନ୍ତ୍ରୀ ଶ୍ରୀ ଠାକୁର

ମହିଳାଙ୍କ ପାଇଁ ସ୍ୱାଧୀନତାର ଅର୍ଥ ଗତାନୁଗତିକତା ଓ ସାମାଜିକ ନିଷେଧାଦେଶ ତଥା ଓ ଅଲଂଘନିୟତ।ରୁ ମୁକ୍ତି : ଶ୍ରୀ ଅନୁରାଗ ଠାକୁର

ନେଟଫ୍ଲିକ୍ସକ୍ସ ଓ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ପୋଷ୍ଟ ପ୍ରଡକସନ, ଭିଏଫଏକ୍ସ, ଆନିମେସନ ଓ ମ୍ୟୁଜିକ ପ୍ରଡକ୍‌ସନ କ୍ଷେତ୍ରରେ ସର୍ଜନାତ୍ମକ ପରିବେଶ ସୃଷ୍ଟି ପାଇଁ ଅଂଶୀଦାରୀ ଭିତ୍ତିରେ କାମ କରିବେ; କହିଲେ ମନ୍ତ୍ରୀ

ଇଣ୍ଟରନେଟ ମନୋରଞ୍ଜନ କାଳରେ ଭାରତ ଉଲ୍ଲେଖନୀୟଭାବେ ଭଲ  ସ୍ଥିତିରେ ଅଛି : ଭାରତ ପ୍ରତି ନେଟ ଫିକ୍ସର ଅଙ୍ଗୀକାର ଦୃଢ ଏବଂ ଏହା ବୃଦ୍ଧି ପାଉଛି: ସୁଶ୍ରୀ ବେଲା ବାଜରିଆ

Posted On: 26 APR 2022 1:59PM by PIB Bhubaneshwar


ନୂଆଦିଲ୍ଲୀ, ୨୬୪(ପିଆଇବି)-ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୨୦୨୧ ମାର୍ଚ୍ଚ ୧୨ତାରିଖରେ ଉଦ୍‌ଘାଟିତ ହୋଇଥିବା ଆଜାଦୀ କି ଅମୃତ ମହୋତ୍ସବର ଅଂଶସ୍ୱରୂପ ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁରଙ୍କୁ ଦ୍ୱାରା ଆଜାଦି କି ଅମୃତ କାହାନିଆଉନ୍ମୋଚିତ ହୋଇଛି । ଏହା ଏକ କ୍ଷୁଦ୍ରଭିଡିଓ ସିରିଜ । ଓଟିଟି ପ୍ଲାଟଫର୍ମ ଏବଂ ନେଟଫ୍ଲିକ୍ସର ମିଳିତ ସହଯୋଗରେ ଏହା ପ୍ରସ୍ତୁତ କରାଯାଇଛି ।

ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ, ମନ୍ତ୍ରଣାଳୟର ସଚିବ ଶ୍ରୀ ଅପୂର୍ବ ଚନ୍ଦ୍ର ତଥା ଗ୍ଲୋବାଲ ଟିଭି, ନେଟଫ୍ଲିକ୍ସର ମୁଖ୍ୟ ସୁଶ୍ରୀ ବେଲା ବାଦରିଆ ପ୍ରମୁଖ ଉପସ୍ଥିତ ଥିଲେ । ଏହା ସହିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ମହିଳା ସାମାଜିକ କର୍ମୀ ଓ ପରିବେଶ ଆନ୍ଦୋଳନ ନେତ୍ରୀ ପଦ୍ମ ବିଜେତା ସୁଶ୍ରୀ  ବାସନ୍ତୀ ଦେବୀ, ୨୦୧୭ରେ ପାଞ୍ଚଦିନ ବ୍ୟବଧାନରେ ଏଭରେଷ୍ଟ ଶୃଙ୍ଗ ଦୁଇଥର ଆହୋରଣ କରିଥିବା ପ୍ରଥମ ମହିଳା ପର୍ବତାରୋହୀ ପଦ୍ମଶ୍ରୀ ଅଂଶୁ ଜାମ୍‌ସେନପା ଓ ଦେଶର ପ୍ରଥମ ମହିଳା ଆଗ୍ନିକ ହଷିନୀ କହ୍ନେକର ପ୍ରମୁଖ ଭାଗ ନେଇଥିଲେ ।

ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ଏହି ଅବସରରେ ଉପସ୍ଥିତ ଶ୍ରୋତା ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧିତ କରି କହିଥିଲେ ଯେ ଅମୃତ ମହୋତ୍ସବ ପାଳନରେ ତାଙ୍କ ମନ୍ତ୍ରଣାଳୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ମନ୍ତ୍ରଣାଳୟ ଦ୍ୱାରା ନାନାବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସେ କହିଥିଲେ ଯେ ଆଜାଦି ବା ସ୍ୱାଧୀନତାର  ବିଚାର ଭାରତରେ ମହିଳାମୁକ୍ତି ସହିତ ସମ୍ପୃକ୍ତ । ତେଣୁ ଭାରତରେ ନାରୀ ସମାଜ ଗତାନୁଗତିକତା ଏବଂ ସାମାଜିକ ନିଷେଧାଦେଶ ତଥା ଅଂଲଘନୀୟତାରୁ ନିଜକୁ ମୁକ୍ତ କରିବା ଉଚିତ । ନାରୀମୁକ୍ତି ଆନ୍ଦୋଳନ ଏକ ସମାଜର ମୁକ୍ତି ସୂଚୀର ଏକ ସୂଚକ । ତେଣୁ ମହିଳାମାନେ ପ୍ରଥମେ ସାମାଜିକ କୁସଂସ୍କାର ଓ ପ୍ରତିକୂଳ ପରିସ୍ଥିତିରୁ ମୁକ୍ତ ହେବା ଆବଶ୍ୟକ ।

ସେ ଆହୁରି  କହିଥିଲେ ଯେ ଆଜାଦୀ କି ଅମୃତ କାହାନିଆଭିଡିଓ ମାଧ୍ୟମରେ ଭାରତୀୟମାନଙ୍କର ପ୍ରେରଣାଦାୟୀ କାହାଣୀ  ସବୁକୁ   ଲୋକଙ୍କ ପାଖରେ ପହଂଚାଇବାକୁ  ଉଦ୍ୟମ କରାଯାଇଛି  । ଏହିସବୁ କାହାଣୀ ଅଧିକରୁ ଅଧିକ ଲୋକଙ୍କୁ ଅନୁପ୍ରାଣିତ କରି ସେମାନଙ୍କୁ ନିଜର ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ । ଏହା ଏକ ଦୀର୍ଘମିଆଦି ଅଂଶୀଦାରୀ ପ୍ରୟାସ ଏବଂ ଏହା ମାଧ୍ୟମରେ ବିଭିନ୍ନ ବିଷୟରେ ନାନାପ୍ରକାର କାହାଣୀ ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି । ନେଟଫ୍ଲକ୍ସ ଅଂଶୀଦାରୀ  ଭିତିରେ ୨୫ଟି ଭିଡିଓ ପ୍ରସ୍ତୁତ କରିବ ଏବଂ ଏଥିରେ ମହିଳା ସଶକ୍ତୀକରଣ, ପରିବେଶ ସୁରକ୍ଷା ଓ ନିରନ୍ତରର ସହଣୀୟ ବିକାଶ ଭଳି ବିଷୟ ସ୍ଥାନ ପାଇବ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପାଇଁ ନେଟ୍‌ଫ୍ଲିକ୍ସର ଦୁଇ ମିନିଟ୍ ଅବଧି ବିଶିଷ୍ଟ ୨୫ଟି କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସ୍ତୁତ କରିବ । ଏହି କ୍ଷୁଦ୍ର ଫିଲ୍ମ (ଭିଡିଓ)ଗୁଡିକୁ ଦୂରଦର୍ଶନ ନେଟୱାର୍କ ଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଠାକୁର କହିଥିଲେ ।

ଏହି ସହଭାଗିତାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଠାକୁର କହିଥିଲେ ଯେ ଭାରତରେ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଉତ୍ସାହିତ କରାଇବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଓ ନେଟ୍‌ଫ୍ଲିକ୍ସ୍ସ ମିଳିତଭାବେ ତାଲିମ କର୍ମଶାଳା ଆୟୋଜିତ କରିବେ । ଏହାଛଡା ମାଷ୍ଟର କ୍ଳାସେସର ଆୟୋଜନ ମଧ୍ୟ କରାଯିବ ।ଏହାଦ୍ୱାରା ଚିତ୍ର ନିର୍ମାତାମାନେ ଆଜାଦି  କି ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅଧୀନରେ ବିଭିନ୍ନ ବିଷୟରେ ଚିତାକର୍ଷକ ଚିତ୍ର /ଭିଡିଓ ତିଆରି କରିବାକୁ ସୁଯୋଗ ପାଇବେ ।

ସେ କହିଛନ୍ତି ଯେ ନେଟଫ୍ଲିକ୍ସ ଓ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ପୋଷ୍ଟ ପ୍ରଡକସନ, ଭିଏଫଏକ୍ସ, ଆନିମେସନ,ମ୍ୟୁଜିକ ପ୍ରଡକ୍ସନ ଆଦି କ୍ଷେତ୍ରରେ ଏକ ସର୍ଜନାତ୍ମକ ପରିବେଶ ସୃଷ୍ଟି କରିବାକୁ ସହଭାଗୀ ବ୍ୟବସ୍ଥାରେ ତାଲିମ କାର୍ଯ୍ୟକ୍ରମର ଆୟୋଜନ କରିବେ । ଉଭୟ ଆଭାସୀ  ଓ ବାସ୍ତବ ବ୍ୟବସ୍ଥାରେ ଏହି ତାଲିମ କାର୍ଯ୍ୟକ୍ରମ କାର୍ଯ୍ୟ କରିବ ।

ଆଜିର କାର୍ଯ୍ୟକ୍ରମରେ ମଞ୍ଚରେ ଉପସ୍ଥିତ ଥିବା ତିନିଜଣ ବିଶିଷ୍ଟ ମହିଳାଙ୍କ କାର୍ଯ୍ୟାବଳୀ ଓ ଭୂମିକାକୁ ମନ୍ତ୍ରୀ ଶ୍ରୀ ଠାକୁର ଉଚ୍ଚ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ଏହି ବିଶିଷ୍ଟ ମହିଳମାନାଙ୍କର କାର୍ଯ୍ୟ ଓ ସାହସିକତାର କାହାଣୀ ଦେଶବାସୀଙ୍କୁ ଅନୁପ୍ରାଣିତ ଓ ଉତ୍ସାହିତ କରିବ । ସେ ଆଶା ପ୍ରକାଶ କରିଥିଲେ ଯେ ଏହି ସହଯୋଗ ଫଳରେ ବିଶ୍ୱର ଫିଲ୍ମ ନିର୍ମାତାମାନେ ଭାରତ ଆସି ଚଳଚ୍ଚିତ୍ର ବୃତ୍ତଚିତ୍ର ପ୍ରସ୍ତୁତ କରିବେ । ଏହା କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱର ଦର୍ଶକଙ୍କ ପାଇଁ ଉପସ୍ଥାପନ କରାଯିବ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ନେଟ୍‌ଫ୍ଲିକ୍ସ୍ସ ମଧ୍ୟରେ ଏହି ସହଭାଗିତା ଏକ ଆରମ୍ଭ ମାତ୍ର ବୋଲି ଉଲ୍ଲେଖ କରି ମନ୍ତ୍ରୀ ଶ୍ରୀ ଠାକୁର କହିଥିଲେ ଯେ କେବଳ ଆଜାଦି କି ଅମୃତ ମହୋତ୍ସବ ପାଇଁ ଏହା ସୀମିତ ନୁହେଁ ।

ଏହା ପୂର୍ବରୁ ମନ୍ତ୍ରଣାଳୟର ସଚିବ ଶ୍ରୀ ଅପୂର୍ବ ଚନ୍ଦ୍ର ତାଙ୍କ ପ୍ରାରମ୍ଭିକ   ଭାଷଣରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ନେଟ୍‌ଫ୍ଲିକ୍ସ  ମଧ୍ୟରେ ହୋଇଥିବା ସହଭାଗିତା ସମ୍ପର୍କରେ ତଥ୍ୟପ୍ରଦାନ କରିଥବଲେ । ଆଜି ଉନ୍ମୋଚିତ ହୋଇଥିବା ତିନିଟି ଭିଡିଓ ଦୁଇପକ୍ଷ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ନିର୍ମିତ ହୋଇଛି । ଏହା ଦ୍ୱିପାକ୍ଷିକ ସହଭାଗିତାର ପ୍ରଥମ ଅର୍ଘ୍ୟ । ଭାରତର ସ୍ୱାଧୀନତା ସଂଗ୍ରାମ ଓ ଅନ୍ୟାନ୍ୟ ବିଭିନ୍ନ କ୍ଷେତ୍ରରେ ପ୍ରେରଣାଦାୟୀ କାହାଣୀ ଉପରେ ନିର୍ମିତ କ୍ଷୁଦ୍ର କ୍ଷୁଦ୍ର ଚଳଚ୍ଚିତ୍ର /ଭିଡିଓ ପର୍ଯ୍ୟାୟକ୍ରମେ ଉଭୟ ଭାରତ ଓ ବିଶ୍ୱର ଦର୍ଶକକଙ୍କ ପାଇଁ ଉପଲବ୍ଧ ହେବ ।

ଏହି କାର୍ଯ୍ୟକ୍ରମରେ ଗ୍ଲୋବାଲ ଟିଭି ଓ ନେଟ୍‌ଫ୍ଲିକ୍ସ୍ସର ମୁଖ୍ୟ ସୁଶ୍ରୀ ବେଲା ବାଜରିଆ କହିଥିଲେ ଯେ ଭାରତର ମନୋରଞ୍ଜନ ଉଦ୍ୟୋଗ ବିଶ୍ୱର ସବୁଠୁ ସମୃଦ୍ଧ । ଏହା ଇଣ୍ଟରନେଟ୍ ମନୋରଞ୍ଜନ କାଳରେ ଉଲ୍ଲେଖନୀୟଭାବେ ଭଲ ସ୍ଥିତିରେ  ଅଛି । ଭାରତରେ ପ୍ରେରଣାଦାୟୀ ଓ ଚିତ୍ତାକର୍ଷକ କାହାଣୀ ସବୁ ଯେତେବେଳେ ବିଦେଶରେ ବିଶେଷ ଆଦୃତ  ହେଉଛି ଓ ଏସବୁ ଫିଲ୍ମ ଅଧିକରୁ ଅଧିକ ବିଦେଶକୁ ପଠାଯାଉଛି ସେତେବେଳେ ଭାରତ ସହିତ ଏ କ୍ଷେତ୍ରରେ ସହଭାଗୀ ହେବାକୁ ନେଟ୍‌ଫ୍ଲିକ୍ସ ବିଶେଷ ଉତ୍ସାହୀ

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ  ସହିତ ହୋଇଥିବା ଅଂଶୀଦାରୀ ସମ୍ପର୍କରେ ସେ କହିଥିଲେ ଯେ ତାଙ୍କ ମନ୍ତ୍ରଣାଳୟ ପାଇଁ ଏହା ଏକ ବଡ ସଫଳତା । ଭାରତ ତାହାର ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତିପାଳନ କରିବା ଅବସରରେ ଏହା କଳା, ସଂସ୍କୃତି, କାହାଣୀ କହିବାର ଅନନ୍ୟ ଶୈଳୀ  ଆଦି ଉପରେ ଯେଉଁସବୁ ସୁନ୍ଦର ସୁନ୍ଦର ଭିଡିଓ ଓ ଚିତ୍ର ନିର୍ମାଣ କରୁଛି ଏହା ଅନନ୍ୟ । ସେଥିପାଇଁ ତାଙ୍କ ମନ୍ତ୍ରଣାଳୟ ଏଥିରେ ଅଂଶୀଦାର ହୋଇଛି । ଏଥିରେ ଅନୁପ୍ରାଣିତ ହୋଇ ନେଟଫିକ୍ସ ଭାରତୀୟ ଜନଜୀବନର ବାସ୍ତବ କାହାଣୀକୁ ଭିତ୍ତିକରି ଧାରାବାହିକ ଭାବେ ଅନେକ ଭିଡିଓ  ପ୍ରସ୍ତୁତ କରିବା କାମ ହାତକୁ ନେଇଛି । ଏଥିରେ ଦେଶର ସବୁ ଅଂଚଳରେ ଜୀବନ ଓ କଥା ସ୍ଥାନ ପାଇଛି ।

ମୁକ୍ତିଲାଭ କରିଥିବା  ଶୃଙ୍ଖଳାର ପ୍ରଥମ ସେଟ୍ ଭିଡିଓ ସମ୍ପର୍କରେ  ସେ କହିଛନ୍ତି ଯେ ଏଥିରେ ଥିବା କଥା ବା କାହାଣୀ ମହିଳାଙ୍କ ଅବିଶ୍ୱସନୀୟ ସଂଗ୍ରାମ ଓ ସଫଳତା ଉପରେ ଆଧାରିତ । ସେମାନେ ସବୁ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରି ନିଜର ସ୍ୱପ୍ନ ସାର୍ଥକ କରିଛନ୍ତି । ଭାରତପ୍ରତି ନେଟଫିକ୍ସର ପ୍ରତିଶ୍ରୁତିବଦ୍ଧତା  ଅତି ଦୃଢ ଏବଂ ଏହା ଅଧିକ ଦୃତତର ହେଉଛି । ନେଟ୍‌ଫ୍ଲିକ୍ସ । ଭାରତର ସୁନ୍ଦରତମ ସଫଳ କାହାଣୀଗୁଡିକୁ ସଂଗ୍ରହ କରି ତାହାକୁ ବିଶ୍ୱ ଦର୍ଶକଙ୍କ ପାଖରେ ପହଂଚାଇବାକୁ ଉଦ୍ୟମ ଅବ୍ୟାହତ ରଖିବ

ଆଜାଦି କା ଅମୃତ କାହାନିଆଏକ ମହତ ପ୍ରୟାସ  । ଏଥିରେ ପ୍ରେରଣାଦାୟୀ ଭାରତୀୟମାନଙ୍କର ବିଭିନ୍ନ ବିଷୟକ ସୁନ୍ଦର କାହାଣୀ ମାନ ସ୍ଥାନ ପାଇଛି । ଏଥିରେ ମଧ୍ୟ ମହିଳା ସଶକ୍ତୀକରଣ, ପରିବେଶ ସୁରଡ଼ା, ସହଣୀୟ ନିରନ୍ତର ବିକାଶର କଥା ରହିଛି । ଏସବୁ କାହାଣୀ ଓ ଚିତ୍ର ଦେଶର କୋଣ ଅନୁକୋଣର ଜନତାଙ୍କୁ ଅନୁପ୍ରାଣିତ ଓ ଉତ୍ସାହିତ କରିବ ।ପ୍ରସାରଣ ମନ୍ତ୍ରଣାଳୟ ଓ ନେଟ୍‌ଫ୍ଲିକ୍ସ ଇ-ଅଂଶୀଦାରୀଭିତ୍ତିରେ ଯେଉଁ ପ୍ରଥମ ସେଟ ଭିଡିଓ ପ୍ରସ୍ତୁତ କରିଛନ୍ତି ସେଥିରେ ସାତଜଣ ସଫଳ ମହିଳା ପରିବର୍ତ୍ତନକାରୀ ସ୍ଥାନ ପାଇଛି । ସେମାନେ ସବୁ ପ୍ରତିବନ୍ଧକ ଓ ପ୍ରତିକୂଳ ସ୍ଥିତିକୁ ଏଡାଇ କିପରି ସଫଳ ହୋଇଥିଲେ ଓ ନିଜର ସ୍ୱପ୍ନ ସାର୍ଥକ କରିଥିଲେ ସେ ବିଷୟରେ ନିଜର ଅନୁଭୂତି ବାଂଟିଛନ୍ତି । ସେମାନଙ୍କ ପାଇଁ ଆଜାଦି କା ସ୍ୱାଧୀନତାର ଅର୍ଥ କଣ ତାହା ସେମାନେ କହିଛନ୍ତି ଏବଂ ଏହାକୁ ଭିଡିଓରେ ପ୍ରକୃତିର ଶକ୍ତିବା ଫୋର୍ସେସ ଅଫ ନେଚରଭାବେ ପ୍ରଦର୍ଶିତ କରାଯାଇଛି । ଏହି ଦୁଇମିନିଟ୍ ବିଶିଷ୍ଟ କ୍ଷୁଦ୍ର ଫିଲ୍ମରେ ଭାରତର ଅନୁପମ ବିବିଧତା ସ୍ଥାନ ପାଇଛି ଏବଂ ଦେଶର ବିଭିନ୍ନ ସ୍ଥାନରେ ଏହାର ଚିତ୍ର ଉତ୍ତୋଳନ (ସୁଟିଂ) କରାଯାଇଛି । ଭିଡିଓରେ କାହାଣୀର ବର୍ଣ୍ଣନା କରିଛନ୍ତି ବିଶିଷ୍ଟ ଚିତ୍ର ତାରକା ନୀନା ଗୁପ୍ତା । ଯେଉଁ ସାତଜଣ କ୍ରାନ୍ତିକାରୀ ମହିଳା ଏଥିରେ ସ୍ଥାନ ପାଇଛନ୍ତି,ସେମାନେ ହେଲେ ଉତ୍ତରାଖଣ୍ଡର ସ୍ୱାସ୍ଥ୍ୟସେବା କର୍ମୀ ପୂନମ ନଉଟିୟାଲ, ଭାରତୀୟ କ୍ଷେପଣାସ୍ତ୍ର ପ୍ରକଳ୍ପର ପ୍ରଥମ ମହିଳା ବୈଜ୍ଞାନିକ ଡକ୍ଟର ଟେସୀ ଥୋମାସ୍‌, ଦେଶର ପ୍ରଥମ ମହିଳା ଷ୍ଟାଣ୍ଡ ଅପ୍ ପ୍ୟାଡାଲ ବୋର୍ଡର ତନ୍‌ୱୀ ଜଗଦୀଶ, ଭାରତ ତଥା ବିଶ୍ୱର କନିଷ୍ଠତମ ମହିଳା ପାଇଲଟ ଆରୋହୀ ପଣ୍ଡିତ, ପଦ୍ମବିଜୟିନୀ ସୁଶ୍ରୀ ବାସନ୍ତୀ ଦେବୀ, ସୁଶ୍ରୀ ଅଂଶୁ ଓ ସୁଶ୍ରୀ ହର୍ଷିନୀ । ମହିଳା ସଶକ୍ତୀକରଣ କ୍ଷେତ୍ରରେ ସେମାନଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଏହି ଭିଡିଓରେ ସ୍ଥାନ ପାଇଛି ।



 

****

TKM /SLP



(Release ID: 1820324) Visitor Counter : 296