ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଦେଶ ଆଜି ସ୍ୱଚ୍ଛତାର ନୂତନ କାହାଣୀ ଲେଖୁଛି: ପ୍ରଧାନମନ୍ତ୍ରୀ
Posted On:
18 APR 2022 11:34AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଦେଶର ବିକାଶରେ ଜନସାଧାରଣଙ୍କ ଅଂଶଗ୍ରହଣ ଏକ ନୂତନ ଶକ୍ତି ପ୍ରଦାନ କରିଛି ଏବଂ ସ୍ୱଚ୍ଛ ଭାରତ ଅଭିଯାନ ଏହାର ଏକ ଉଦାହରଣ ।
ଶ୍ରୀ ମୋଦୀ କହିଛନ୍ତି ଯେ ଶୌଚାଳୟ ର୍ନିମାଣ ହେଉ କିମ୍ବା ବର୍ଜ୍ୟବସ୍ତୁ ପରିଚାଳନା ହେଉ, ଐତିହ୍ୟର ସଂରକ୍ଷଣ ହେଉ କିମ୍ବା ସ୍ୱଚ୍ଛତା ପାଇଁ ପ୍ରତିଯୋଗିତା ହେଉ, ଦେଶ ଆଜି ପରିଷ୍କାର ପରିଚ୍ଛନ୍ନତା କ୍ଷେତ୍ରରେ ନୂଆ କାହାଣୀ ଲେଖୁଛି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଦେଶର ବିକାଶରେ ଜନସାଧାରଣଙ୍କ ଅଂଶଗ୍ରହଣ କିପରି ନୂତନ ଶକ୍ତି ଯୋଗାଇଥାଏ, ସ୍ୱଚ୍ଛ ଭାରତ ଅଭିଯାନ ଏହାର ପ୍ରତ୍ୟକ୍ଷ ପ୍ରମାଣ । ଶୌଚାଳୟ ର୍ନିମାଣ ହେଉ କିମ୍ବା ବର୍ଜ୍ୟବସ୍ତୁ ପରିଚାଳନା ହେଉ, ଐତିହାସିକ ଐତିହ୍ୟର ସଂରକ୍ଷଣ ହେଉ କିମ୍ବା ପରିଷ୍କାର ପରିଚ୍ଛନ୍ନତା ହେଉ, ସ୍ୱଚ୍ଛତା କ୍ଷେତ୍ରରେ ଦେଶ ଆଜି ନୂତନ କାହାଣୀ ଲେଖୁଛି ।”
HS
(Release ID: 1817716)
Visitor Counter : 170
Read this release in:
English
,
Urdu
,
Marathi
,
Hindi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam