ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏପ୍ରିଲ୍‍ ୧୬ ତାରିଖରେ ମୋରବିରେ ହନୁମାନ ଜୀଙ୍କ ୧୦୮ ଫୁଟ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

Posted On: 15 APR 2022 3:49PM by PIB Bhubaneshwar

ହନୁମାନ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଏପ୍ରିଲ୍‍ ୧୬ ତାରିଖ, ୨୦୨୨ ପୂର୍ବାହ୍ନ ୧୧ଟା ସମୟରେ ଗୁଜୁରାଟର ମୋରବିରେ ହନୁମାନ ଜୀଙ୍କ ୧୦୮ ଫୁଟ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ ।

ହନୁମାନଜୀ ଚାରିଧାମ ପ୍ରକଳ୍ପର ଏକ ଅଂଶ ଭାବରେ ଦେଶର ଚାରି ଦିଗରେ ସ୍ଥାପିତ ହେବାକୁ ଥିବା ୪ ଟି ପ୍ରତିମୂର୍ତ୍ତି ମଧ୍ୟରୁ ଏହି ମୂର୍ତ୍ତିଟି ଦ୍ୱିତୀୟ ଅଟେ । ଏହି ପ୍ରତିମୂର୍ତ୍ତିଟି ପଶ୍ଚିମରେ ମୋରବିର ପରମ ପୂଜ୍ୟ ବାପୁ କେଶବାନନ୍ଦ ଜୀଙ୍କର ଆଶ୍ରମରେ ସ୍ଥାପିତ ହୋଇଛି ।

ଏହି ପ୍ରକଳ୍ପର ପ୍ରଥମ ପ୍ରତିମୂର୍ତ୍ତିଟି ଉତ୍ତରରେ ୨୦୧୦ରେ ସିମଲାରେ ସ୍ଥାପିତ ହୋଇଥିଲା । ଦକ୍ଷିଣର ରାମେଶ୍ୱରମ ଠାରେ ପ୍ରତିଷ୍ଠା ହେବାକୁ ଥିବା ମୂର୍ତ୍ତିର କାର୍ଯ୍ୟ ଆରମ୍ଭ ହୋଇଛି ।

HS



(Release ID: 1817084) Visitor Counter : 252